କନକ ବ୍ୟୁରୋ : ଟିଟୋଙ୍କ ସହଯୋଗୀ ଜ୍ୟୋତିକାନ୍ତ ପରିଡାଙ୍କୁ ଜଗତସିଂହପୁର ଜିଲ୍ଲା ବିଜେଡି ଉପ-ସଭାପତି କରାଯିବାକୁ ନେଇ ବିଜେଡିରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପର ପର୍ବ । ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଏ ପ୍ରସଙ୍ଗରେ ପୂର୍ବତନ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲିଙ୍କୁ ଦାୟୀ କରିଛନ୍ତି । ତେବେ ଏହାର ଜବାବ ରଖି ପ୍ରଶାନ୍ତ କହିଛନ୍ତି, ମୁଁ ଏବେ ଜିଲ୍ଲା ସଭାପତି ନୁହେଁ । ମୁଁ ଜିଲ୍ଲା ସଭାପତି ଥିବା ବେଳେ ଏ ତାଲିକା ଆସିନାହିଁ ।Continue reading “ଜେଲ ଫେରନ୍ତା ଜିଲ୍ଲା ଉପ-ସଭାପତି । ସମ୍ବିତ କହିଲେ ପ୍ରଶାନ୍ତ ଜାଣନ୍ତି, ପ୍ରଶାନ୍ତଙ୍କ ଯୁକ୍ତି ମୁଁ ନାହିଁ ସଭାପତି । “
Tag Archives: News
ନା ଏନଡିଏ ନା ଇଣ୍ଡିଆ, କୌଣସି ମେଣ୍ଟରେ ସାମିଲ ହେବେ ନାହିଁ ମାୟାବତୀ, ଜାଣନ୍ତୁ ଲୋକସଭା ନିର୍ବାଚନକୁ ନେଇ ବିଏସପିର କଣ ରହିଛି ରଣନୀତି
କନକ ବ୍ୟୁରୋ : ବହୁଜନ ସମାଜବାଦୀ ପାର୍ଟିର ମୁଖ୍ୟ ମାୟାବତୀ କୌଣସି ମେଣ୍ଟରେ ସାମିଲ ନହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏହି ଚର୍ଚ୍ଚାର ଏବେ ପରିସମାପ୍ତି ଘଟିଛି । ବୁଧବାର ଦିନ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ମାୟାବତୀ । ସେ କହିଛନ୍ତି କି ଆଗାମୀ ଲୋକସଭା ନିର୍ବାଚନ ଓ ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନରେ ସେ କୌଣସି ଦଳ ସହ ମେଣ୍ଟ ନକରି ଏକାକୀ ନିର୍ବାଚନ ଲଢିବେ ।Continue reading “ନା ଏନଡିଏ ନା ଇଣ୍ଡିଆ, କୌଣସି ମେଣ୍ଟରେ ସାମିଲ ହେବେ ନାହିଁ ମାୟାବତୀ, ଜାଣନ୍ତୁ ଲୋକସଭା ନିର୍ବାଚନକୁ ନେଇ ବିଏସପିର କଣ ରହିଛି ରଣନୀତି”
ଅଖାବସ୍ତାରୁ ନବଜାତକ ଉଦ୍ଧାର : ନନ୍ଦନକାନନ ପୋଲିସର ପକ୍ଷରୁ ତଦନ୍ତ ଜାରି
କନକ ବ୍ୟୁରୋ : ଅଖାବସ୍ତାରୁ ନବଜାତକ ଉଦ୍ଧାର ହୋଇଛି । ନନ୍ଦନକାନନ ଥାନା ସାମ୍ନା ବ୍ରିଜ ତଳୁ ନବଜାତକ ଠାବ କରାଯାଇଛି । ନାହିନାଡ ଲାଗିଥିବା ଅବସ୍ଥାରେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ନବଜାତକକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ଶିଶୁ ଅନାଥ ଆଶ୍ରମକୁ ହସ୍ତାନ୍ତର କରାଯାଇଛି । ଏ ନେଇ ନନ୍ଦନକାନନ ପୋଲିସର ପକ୍ଷରୁ ତଦନ୍ତ ଜାରି ରହିଛି । The post ଅଖାବସ୍ତାରୁ ନବଜାତକ ଉଦ୍ଧାର :Continue reading “ଅଖାବସ୍ତାରୁ ନବଜାତକ ଉଦ୍ଧାର : ନନ୍ଦନକାନନ ପୋଲିସର ପକ୍ଷରୁ ତଦନ୍ତ ଜାରି”
ଜାମ୍ମୁ-କାଶ୍ମୀରରେ ଭୂସ୍ଖଳନ କାରଣରୁ ୮ଜଣଙ୍କର ମୃତ୍ୟୁ । ମହାରାଷ୍ଟ୍ରରେ ବି ଧସୁଛି ପାହାଡ, ଏନଡିଆରଏଫର ୧୨ ଟିମ୍ ନିୟୋଜିତ
କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରର କାଠୁଆ ଜିଲ୍ଲାରେ ବୁଧବାର ଦିନ ଭୂସ୍ଖଳନ କାରଣରୁ ୮ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ମହାରାଷ୍ଟ୍ରରେ ବୁଧବାର ସକାଳ ଠାରୁ ପ୍ରବଳ ବର୍ଷା ଜାରି ରହିଛି । ମହାବଳେଶ୍ୱର ଘାଟିରେ ପାହାଡ ଧସୁଥିବାର ଦେଖିବାକୁ ମିଳିଛି । ସେପଟେ ପାଣିପାଗ ବିଭାଗର ସୂଚନା ମୁତାବକ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହିମାଚଳ ପ୍ରଦେଶ, ପୂର୍ବ ରାଜସ୍ଥାନ, ପଶ୍ଚିମ ରାଜସ୍ଥାନ, ପଶ୍ଚିମ ମଧ୍ୟପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ଛତିଶଗଡ, ଗୋଆ, କେରଳContinue reading “ଜାମ୍ମୁ-କାଶ୍ମୀରରେ ଭୂସ୍ଖଳନ କାରଣରୁ ୮ଜଣଙ୍କର ମୃତ୍ୟୁ । ମହାରାଷ୍ଟ୍ରରେ ବି ଧସୁଛି ପାହାଡ, ଏନଡିଆରଏଫର ୧୨ ଟିମ୍ ନିୟୋଜିତ”
ଏମକେସିଜି ମେଡିକାଲରେ ଅଜବ ଚିକିତ୍ସା : ସବୁ ରୋଗୀଙ୍କୁ ଦିଆଯାଉଛି ସମାନ ଖାଦ୍ୟ
କନକ ବ୍ୟୁରୋ : ବ୍ରହ୍ମପୁର ମେଡିକାଲରେ ଅଜବ ଚିକିତ୍ସା । ସବୁ ରୋଗୀଙ୍କ ପାଇଁ ସମାନ ଖାଦ୍ୟ । ଡାଇରିଆ ରୋଗୀଙ୍କୁ ଦିଆଯାଉଛି କ୍ଷୀର ଓ ଅଣ୍ଡା ଭଳି ଗରିଷ୍ଠ ଖାଦ୍ୟ । ବିଭିନ୍ନ ରୋଗ ପାଇଁ ଭିନ୍ନ ଭିନ୍ନ ପଥି ରହିଥିବା ସମସ୍ତେ ଜାଣନ୍ତି । କେଉଁ ରୋଗ ହେଲେ କ’ଣ ଖାଇବେ ଓ କ’ଣ ଖାଇବେ ନାହିଁ ସେ ନେଇ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । କିନ୍ତୁ ବ୍ରହ୍ମପୁର ବଡ ମେଡିକାଲରେ ଓଟଲା ଦୃଶ୍ୟContinue reading “ଏମକେସିଜି ମେଡିକାଲରେ ଅଜବ ଚିକିତ୍ସା : ସବୁ ରୋଗୀଙ୍କୁ ଦିଆଯାଉଛି ସମାନ ଖାଦ୍ୟ”
ଟମାଟୋ ବିକ୍ରି କରି କୋଟିପତି ହେଲେ ଚାଷୀ : ମାସକରେ ଲାଭ କଲେ ୨କୋଟି ୮୦ ଲକ୍ଷ ଟଙ୍କା
କନକ ବ୍ୟୁରୋ : ଟମାଟୋ ଦର ୧୫୦ଟଙ୍କା ଅତିକ୍ରମ କରିଥିବା ବେଳେ ଏହାକୁ ବିକ୍ରି କରି କୋଟିପତି ହୋଇଛନ୍ତି ଜଣେ ଚାଷୀ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ମହାରାଷ୍ଟ୍ର ପୁଣେର ଜଣେ ଚାଷୀ ଟମାଟୋ ବିକ୍ରି କରି ମାସକରେ ପାଖାପାଖି ୩ କୋଟି ଟଙ୍କା ଲାଭ କରିଛନ୍ତି । ପୁଣେର ୩୬ବର୍ଷୀୟ ଚାଷୀ ଈଶ୍ୱର ଗାୟକର ନିଜର ୧୨ ଏକର ଜମିରେ ଟମାଟୋ ଚାଷ କରି ଏହି ଲାଭ କରିଛନ୍ତି । ଗତ ମେ’Continue reading “ଟମାଟୋ ବିକ୍ରି କରି କୋଟିପତି ହେଲେ ଚାଷୀ : ମାସକରେ ଲାଭ କଲେ ୨କୋଟି ୮୦ ଲକ୍ଷ ଟଙ୍କା”
ଏନଡିଏ ମେଣ୍ଟର ୩୮ ଟି ଦଳ ମଧ୍ୟରୁ ୨୫ଟି ଦଳ ପାଖରେ ନାହାଁନ୍ତି ଜଣେ ବି ଲୋକସଭା ସାଂସଦ, ଜାଣନ୍ତୁ ସେମାନଙ୍କୁ କାହିଁକି ଏନଡିଏରେ ସାମିଲ କରିଛି ବିଜେପି
କନକ ବ୍ୟୁରୋ : ୨୬ ଟି ବିଜେପି ବିରୋଧୀ ଦଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏକଜୁଟ ହୋଇ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ବିଜେପି ବି ତାର ପୁରୁଣା ସହଯୋଗୀଙ୍କ ସହ ମୋଟ ୩୮ଟି ଦଳଙ୍କୁ ନେଇ ପୁଣି ଏନଡିଏକୁ ଆକ୍ଟିଭ କରିଛି । ଏନେଇ କଂଗ୍ରେସ ତରଫରୁ ବିଜେପିକୁ କଟାକ୍ଷ କରାଯାଇଛି । କଂଗ୍ରେସ କହିଛି କି ପ୍ରଥମେ ଦେଖିବାକୁ ପଡିବ କି ଏହି ୩୮ ଟି ଦଳ (ଯେଉଁମାନେ ଏନଡିଏରେ ସାମିଲ ହୋଇଛନ୍ତି)Continue reading “ଏନଡିଏ ମେଣ୍ଟର ୩୮ ଟି ଦଳ ମଧ୍ୟରୁ ୨୫ଟି ଦଳ ପାଖରେ ନାହାଁନ୍ତି ଜଣେ ବି ଲୋକସଭା ସାଂସଦ, ଜାଣନ୍ତୁ ସେମାନଙ୍କୁ କାହିଁକି ଏନଡିଏରେ ସାମିଲ କରିଛି ବିଜେପି”
ଧାନ କିଣାରେ ଅନିୟମିତତା ଅଭିଯୋଗ : ତହସିଲଦାରଙ୍କୁ ଅଫିସରେ ଅଟକ ରଖି ତାଲା ପକାଇଲେ ଚାଷୀ
କନକ ବ୍ୟୁରୋ : ତହସିଲଦାରଙ୍କୁ ଅଫିସ ଭିତରେ ଅଟକ ରଖି ତାଲା ପକାଇଲେ ଚାଷୀ । କଳାହାଣ୍ଡି କୋଟାଗାଁ ମଣ୍ଡିର ଧାନକ୍ରୟ ଦ୍ୱାୟିତ୍ୱ ସ୍ୱଂୟ ସହାୟକ ଗୋଷ୍ଠୀ ବଦଳରେ ପେକ୍ସକୁ ପ୍ରଦାନ କରିବା ଦାବିରେ କଲମପୁର ତହସିଲ କାଯ୍ୟାଳୟ ଆଗରେ କୋଟାଗାଁ ଚାଷୀଙ୍କ ଧାରଣା । ତହସିଲଦାରଙ୍କୁ କାଯ୍ୟାଳୟ ଭିତରେ ତାଲା ପକାଇ ଅଟକ ରଖିଲେ ଅସନ୍ତୁଷ୍ଟ ଚାଷୀ । ଚାଷୀମାନେ ବହୁଦିନ ହେବ ଧାନ କିଣା ଦାୟିତ୍ୱ, ସ୍ୱଂୟ ସହାୟକ ଗୋଷ୍ଠୀ ବଦଳରେ ପେକ୍ସକୁ ପ୍ରଦାନContinue reading “ଧାନ କିଣାରେ ଅନିୟମିତତା ଅଭିଯୋଗ : ତହସିଲଦାରଙ୍କୁ ଅଫିସରେ ଅଟକ ରଖି ତାଲା ପକାଇଲେ ଚାଷୀ”
ଫାଟିଲା ଟ୍ରାନ୍ସଫର୍ମର, ୧୫ଜଣଙ୍କ ମୃତ୍ୟୁ : ନମାମୀ ଗଙ୍ଗେ ପ୍ରୋଜେକ୍ଟ ଚାଲୁଥିବା ବେଳେ ଅଘଟଣ; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ : ଉତ୍ତରାଖଣ୍ଡ ଚମୋଲିରେ କରେଣ୍ଟ ଲାଗି ୧୫ ଜଣଙ୍କ ମୃତ୍ୟୁ । ଟ୍ରାନ୍ସଫର୍ମର ଫାଟିବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ନମାମୀ ଗଙ୍ଗେ ପ୍ରୋଜେକ୍ଟ କାମ ଚାଲୁଥିବା ବେଳେ ଏହି ଅଘଟଣ ଘଟିଛି । ଆହତଙ୍କୁ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ସବ-ଇନ୍ସପେକ୍ଟର ଓ ପାଞ୍ଚ ଜଣ ହୋମଗାର୍ଡ ରହିଛନ୍ତି । ନମାମୀ ଗଙ୍ଗେ ପ୍ରୋଜେକ୍ଟ ଅଞ୍ଚଳରେ ଅଳକାନନ୍ଦୀ ନଦୀ ତଟରେ ଏହି ଅଘଟଣContinue reading “ଫାଟିଲା ଟ୍ରାନ୍ସଫର୍ମର, ୧୫ଜଣଙ୍କ ମୃତ୍ୟୁ : ନମାମୀ ଗଙ୍ଗେ ପ୍ରୋଜେକ୍ଟ ଚାଲୁଥିବା ବେଳେ ଅଘଟଣ; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ”
ପୁଅର ମୃତ୍ୟୁକୁ ବର୍ଷେ ବିତିଲା, କେବେ ମିଳିବ ନ୍ୟାୟ ? ଧାରଣାରେ ବସିଲେ ମୃତ ଦୈତରାଜଙ୍କ ପରିବାର
କନକ ବ୍ୟୁରୋ : ପୁଅର ମୃତ୍ୟୁକୁ ବର୍ଷେ ବିତିଲାନି । ହେଲେ ଏଯାଏଁ ମିଳିନି ନ୍ୟାୟ । ଭୁବନେଶ୍ୱର ନୀଳାଦ୍ରିବିହାର ପଣ୍ଡାର ବସ୍ତିର ଦୈତ୍ୟରାଜ ନାୟକଙ୍କ ମୃତ୍ୟୁକୁ ବର୍ଷେ ବିତିଛି । ଅଧାପୋଡା ଅବସ୍ଥାରେ ତାଙ୍କ ଶବ ମିଳିଥିଲା । ପରିବାର ହତ୍ୟା ସନ୍ଦେହ କରି ଥାନାରେ ଅଭିଯୋଗ କରିଥିଲେ । ପଡୋଶୀ ଦୈତ୍ୟରାଜଙ୍କୁ ପୋଡି ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି ତାଙ୍କ ପରିବାର । ପୁଅର ମୃତ୍ୟୁ ପାଇଁ ନ୍ୟାୟ ଦାବିରେ ଥାନାକୁ ଦୈଡିContinue reading “ପୁଅର ମୃତ୍ୟୁକୁ ବର୍ଷେ ବିତିଲା, କେବେ ମିଳିବ ନ୍ୟାୟ ? ଧାରଣାରେ ବସିଲେ ମୃତ ଦୈତରାଜଙ୍କ ପରିବାର”