‘ଇଣ୍ଡିଆ’ ନାଁକୁ ନେଇ ତେଜିଲା ରାଜନୀତି : ବିଜେପି କହିଲା, ଇଣ୍ଡିଆକୁ ବିଦେଶରେ ବଦନାମ କରୁଥିବା ନେତା ନେଉଛନ୍ତି ଏହି ନାଁର ସାହାର; କଂଗ୍ରେସର ଜବାବ,ବିଭ୍ରାନ୍ତ ସୃଷ୍ଟି କରୁଛି ପଦ୍ମ ଦଳ

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନରେ ୨୬ ବିରୋଧୀ ଦଳ ଗୋଟିଏ ମେଣ୍ଟରେ ଲଢିବେ । ଏହି ବିରୋଧୀ ମେଣ୍ଟର ନାଁ ରଖାଯାଇଛି ଇଣ୍ଡିଆ ବା ଇଣ୍ଡିଆନ୍ ନେସନାଲ ଡେଭଲପମେଣ୍ଟାଲ ଇନକ୍ଲୁଜିଭ୍ ଆଲିଆନ୍ସ । ମେଣ୍ଟର ଏହି ଇଣ୍ଡିଆ ନାଁକୁ ନେଇ ଜୋର ଧରିଛି ରାଜନୀତି । ବିରୋଧୀ ଦଳମାନେ ଏହାକୁ ଟିମ୍ ଇଣ୍ଡିଆ କହୁଥିବା ବେଳେ ବିଜେପି ନେତାମାନେ ବିରୋଧୀ ଦଳଙ୍କ ଦେବାଳିଆ ମାନସିକତା ବୋଲି କହିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାContinue reading “‘ଇଣ୍ଡିଆ’ ନାଁକୁ ନେଇ ତେଜିଲା ରାଜନୀତି : ବିଜେପି କହିଲା, ଇଣ୍ଡିଆକୁ ବିଦେଶରେ ବଦନାମ କରୁଥିବା ନେତା ନେଉଛନ୍ତି ଏହି ନାଁର ସାହାର; କଂଗ୍ରେସର ଜବାବ,ବିଭ୍ରାନ୍ତ ସୃଷ୍ଟି କରୁଛି ପଦ୍ମ ଦଳ”

ସିଗନାଲ ତ୍ରୁଟି ଯୋଗୁଁ ଲୁପ୍ ଲାଇନକୁ ମେମୁ ଟ୍ରେନ୍ ପଶିଯିବା ଘଟଣା : ଷ୍ଟେସନ ମାଷ୍ଟର, ଲୋକୋପାଇଲଟ୍ ଓ ଟେକ୍ନିକାଲ ଷ୍ଟାଫକୁ ପଚରାଉଚରା

କନକ ବ୍ୟୁରୋ : ବାଲେଶ୍ୱର ନୀଳଗିରି ରୋଡ୍ ଷ୍ଟେସନରେ ସିଗନାଲ ତ୍ରୁଟି ଯୋଗୁଁ ଲୁପ୍ ଲାଇନକୁ ପଶିଯାଇଥିଲା ମେମୁ ଟ୍ରେନ୍ । ଏହି ଘଟଣାରେ ଷ୍ଟେସନ ମାଷ୍ଟର, ଲୋକୋପାଇଲଟ୍ ଓ ଟେକ୍ନିକାଲ ଷ୍ଟାଫକୁ ପଚରାଉଚରା ଆରମ୍ଭ ହୋଇଛି । ଅନ୍ୟ ରେଳ କର୍ମଚାରୀଙ୍କୁ ମଧ୍ୟ ଖଡଗପୁରରେ ପଚରାଉଚରା କରାଯାଉଛି । ବଡ଼ ଧରଣର ଅଘଟଣରୁ ବର୍ତ୍ତି ଯାଇଥିଲା ମେମୁ ଟ୍ରେନ୍ । ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଟଳି ଯାଇଥିଲା ଅଘଟଣ । ବର୍ତ୍ତି ଯାଇଥିଲା ଶତାଧିକContinue reading “ସିଗନାଲ ତ୍ରୁଟି ଯୋଗୁଁ ଲୁପ୍ ଲାଇନକୁ ମେମୁ ଟ୍ରେନ୍ ପଶିଯିବା ଘଟଣା : ଷ୍ଟେସନ ମାଷ୍ଟର, ଲୋକୋପାଇଲଟ୍ ଓ ଟେକ୍ନିକାଲ ଷ୍ଟାଫକୁ ପଚରାଉଚରା”

ଲଗାଣ ବର୍ଷାରେ ବେହାଲ ମାଲକାନଗିରି : ବୁଡିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ; ଆନ୍ଧ୍ର ଓ ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ

କନକ ବ୍ୟୁରୋ : ଲଗାଣ ବର୍ଷାରେ ବେହାଲ ମାଲାକାନଗିରି ଜିଲ୍ଲା । ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୬୩ ଦଶମିକ ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । ଗତକାଲି ସଂଧ୍ୟାରେ ପୋଟେରୁ ନଦୀ ଜଳସ୍ତର ବୃଦ୍ଧି ପାଇଥିବାରୁ ପୋଟେରୁ ପୋଲ ଉପରେ ପାଣି ଚାଲିବା ଆରମ୍ଭ ହୋଇଛି । ରାତି ୮ଟା ପରଠାରୁ ପୋଲ ଉପରେ ଦୁଇ ଫୁଟର ପାଣି ଚାଲୁଛି ।Continue reading “ଲଗାଣ ବର୍ଷାରେ ବେହାଲ ମାଲକାନଗିରି : ବୁଡିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ; ଆନ୍ଧ୍ର ଓ ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ”

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ : ଆସନ୍ତାକାଲି ସୁଦ୍ଧା ନେଇପାରେ ଲଘୁଚାପର ରୂପ; ପ୍ରଭାବରେ ଆଜି ପ୍ରବଳ ବର୍ଷିବ 

କନକ ବ୍ୟୁରୋ : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ବାୟୁମଣ୍ଡଳରେ ସମୁଦ୍ର ପତନଠାରୁ ୭ ଦଶମିକ ୬ କିମି ଉଚ୍ଚତା ଯାଏଁ ବ୍ୟାପିଛି । ଏହାର ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ରାଜ୍ୟରେ ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ବର୍ଷା ହୋଇପାରେ । ଆଜି ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ,Continue reading “ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ : ଆସନ୍ତାକାଲି ସୁଦ୍ଧା ନେଇପାରେ ଲଘୁଚାପର ରୂପ; ପ୍ରଭାବରେ ଆଜି ପ୍ରବଳ ବର୍ଷିବ “

ମଦୁଆ ଓ ଅସାମାଜିକଙ୍କୁ ସାବାଡ୍ ପାଇଁ ନାଇଟ ପାଟ୍ରୋଲିଂ । ଡିସିପିଙ୍କ ନେତୃତ୍ୱରେ ଚାଲିଛି ଚଢାଉ

କନକ ବ୍ୟୁରୋ : ଖଟି,ମଦୁଆ ଓ ଅସାମାଜିକଙ୍କ ଉପରେ ପୋଲିସର ନଜର । ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ମାର୍ଚ୍ଚପାଷ୍ଟ କରିଛି କମିଶନରେଟ ପୋଲିସ । ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ଉପସ୍ଥିତିରେ ଏସିପି, ଆଇଆଇସି ଓ ୨ ପ୍ଲାଟୁନ ଫୋର୍ସ ଜେଲ ଛକ, ଗଣେଶ ମଣ୍ଡପ ଛକ, ଝାରପଡା, ସନ୍ତୋଷୀ ବିହାର, କେନାଲ ରୋଡ଼ ବୁଲି ସନ୍ଦିଗ୍ଧ ସ୍ଥାନକୁ ନଜର କରିଥିଲେ । ସେହିପରି ମୈତ୍ରୀ ବିହାର ଥାନା ଅଧୀନରେ ଅତିରିକ୍ତ ଡିସିପି ପ୍ରକାଶ ପାଲଙ୍କ ନେତୃତ୍ୱରେContinue reading “ମଦୁଆ ଓ ଅସାମାଜିକଙ୍କୁ ସାବାଡ୍ ପାଇଁ ନାଇଟ ପାଟ୍ରୋଲିଂ । ଡିସିପିଙ୍କ ନେତୃତ୍ୱରେ ଚାଲିଛି ଚଢାଉ”

ସୋନିଆଙ୍କ ବିମାନର ଜରୁରୀ ଅବତରଣ। ଖରାପ ପାଗ ଯୋଗୁଁ ବିମାନର ଜରୁରୀ ଅବତରଣ

କନକ ବ୍ୟୁରୋ : ସୋନିଆଙ୍କ ବିମାନର ଜରୁରୀ ଅବତରଣ । ଭୋପାଳରେ ଜରୁରୀ ଅବତରଣ କଲା ବିମାନ । ଖରାପ ପାଗ ଯୋଗୁଁ ବିମାନ ଅବତରଣ ସୂଚନା । ସୋନିଆଙ୍କ ସହ ଥିଲେ ରାହୁଲ ଗାନ୍ଧୀ । ଏନେଇ ଭୋପାଳ ପୁଲିସ ସୂଚନା ଦେଇଛି । ବେଙ୍ଗାଲୁୁରୁ ଦିଲ୍ଲୀ ଫେରୁଥିଲେ ଉଭୟ । The post ସୋନିଆଙ୍କ ବିମାନର ଜରୁରୀ ଅବତରଣ। ଖରାପ ପାଗ ଯୋଗୁଁ ବିମାନର ଜରୁରୀ ଅବତରଣ first appeared on Kanak News.Continue reading “ସୋନିଆଙ୍କ ବିମାନର ଜରୁରୀ ଅବତରଣ। ଖରାପ ପାଗ ଯୋଗୁଁ ବିମାନର ଜରୁରୀ ଅବତରଣ”

କୁଆଡେ ଗଲେ ଚୀନ ବୈଦେଶିକ ମନ୍ତ୍ରୀ କ୍ୱିନ୍ ଗାଙ୍ଗ ? ୩ସପ୍ତାହ ଧରି ନାହିଁ କୌଣସି ଖୋଜ ଖବର

କନକ ବ୍ୟୁରୋ : କିଛି ଦିନ ହେବ ଚୀନର ବୈଦେଶିକ ମନ୍ତ୍ରୀ କ୍ୱିନ୍ ଗାଙ୍ଗ ସର୍ବସମ୍ମୁଖରେ ନଜର ଆସୁନାହାଁନ୍ତି । ଚର୍ଚ୍ଚା ହେଉଛି ଗାଙ୍ଗ୍ କୁଆଡେ ନିଖୋଜ ହୋଇଯାଇଛନ୍ତି । ଗତ ବର୍ଷ ଡିସେମ୍ବର ମାସରେ ସେ ଚୀନର ବିଦେଶ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଶେଷଥର ପାଇଁ ଜୁନ ୨୫ରେ ଏକ ବୈଠକରେ ନଜର ଆସିବା ପରେ କ୍ୱିନଙ୍କ ସେବେଠୁ ଆଉ କୌଣସି ଖୋଜ ଖବର ନାହିଁ । ହଠାତ ବିଦେଶ ମନ୍ତ୍ରୀContinue reading “କୁଆଡେ ଗଲେ ଚୀନ ବୈଦେଶିକ ମନ୍ତ୍ରୀ କ୍ୱିନ୍ ଗାଙ୍ଗ ? ୩ସପ୍ତାହ ଧରି ନାହିଁ କୌଣସି ଖୋଜ ଖବର”

ବିଜେଡିର ସଂସଦୀୟ ଦଳ ବୈଠକ ଶେଷ, ମହିଳା ସଂରକ୍ଷଣ ପ୍ରସଙ୍ଗକୁ ଗୁରୁତ୍ୱ ଦେବ ଦଳ

କନକ ବ୍ୟୁରୋ : ସଂସଦରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇବ ବିଜେଡି । ଦଳର ସଂସଦୀୟ ଦଳ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ମହିଳା ସଂରକ୍ଷଣ ବିଲକୁ ଦଳ ମୁଖ୍ୟ ପ୍ରସଙ୍ଗ କରିବ । ସେହିଭଳି ପିଏମ ଆବାସ, କୋଷ୍ଟାଲ ହାଇୱେ ପ୍ରସଙ୍ଗକୁ ମଧ୍ୟ ଦଳ ଗୁରୁତ୍ୱ ଦେବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଛି । The post ବିଜେଡିର ସଂସଦୀୟ ଦଳ ବୈଠକ ଶେଷ, ମହିଳା ସଂରକ୍ଷଣContinue reading “ବିଜେଡିର ସଂସଦୀୟ ଦଳ ବୈଠକ ଶେଷ, ମହିଳା ସଂରକ୍ଷଣ ପ୍ରସଙ୍ଗକୁ ଗୁରୁତ୍ୱ ଦେବ ଦଳ”

ଦୁର୍ନୀତି ବିବାଦକୁ ନେଇ ମୁହଁ ଖୋଲିଲେ ଆଦାନୀ ଗ୍ରୁପ ମାଲିକ ଗୌତମ ଆଦାନୀ । କହିଲେ, ତାଙ୍କ ଭାବମୂର୍ତି ଖରାପ କରିବାକୁ କରାଯାଇଥିଲା ଷଡଯନ୍ତ୍ର

କନକ ବ୍ୟୁରୋ : ହିଣ୍ଡେନବର୍ଗ ରିସର୍ଚ ରିପୋର୍ଟକୁ ନେଇ ମୁଁହ ଖୋଲିଲେ ଆଦାନୀ ଗ୍ରୁପ୍ ମୁଖ୍ୟ ଗୌତମ୍ ଆଦାନୀ । ଆଦାନୀଗ୍ରୁପ ଓ ସଦସ୍ୟଙ୍କ ଭାବମୂର୍ତି ଖରାପ କରିବାକୁ ଷଡଯନ୍ତ୍ର କରାଯାଇଥିଲା । ହିଣ୍ଡେନବର୍ଗ ମିଛ ତଥ୍ୟ ସହ ରିପୋର୍ଟ ପ୍ରସ୍ତୁତ କରିଥିଲା । ଏହା ପଛରେ ଏକ ଷଡଯନ୍ତ୍ର ଥିବା କହିଛନ୍ତି ଗୌତମ ଆଦାନୀ । ଆଦାନୀ ଗ୍ରୁପ୍ ବାର୍ଷିକ ସାଧାରଣ ବୈଠକରେ ଶିଳ୍ପପତି ଗୌତମ ଆଦାନୀ କହିଛନ୍ତି ଆଦାନୀ ଗ୍ରୁପ୍ ବିଶ୍ୱର ବଡ ବଡContinue reading “ଦୁର୍ନୀତି ବିବାଦକୁ ନେଇ ମୁହଁ ଖୋଲିଲେ ଆଦାନୀ ଗ୍ରୁପ ମାଲିକ ଗୌତମ ଆଦାନୀ । କହିଲେ, ତାଙ୍କ ଭାବମୂର୍ତି ଖରାପ କରିବାକୁ କରାଯାଇଥିଲା ଷଡଯନ୍ତ୍ର”

ରୋଚକ ମୋଡ଼ରେ ପ୍ରେମ କାହାଣୀ । ସନ୍ଦେହଘେରରେ ସୀମା ହାଇଦର । ପାକିସ୍ତାନ ମହିଳାଙ୍କ ଆଇଏସଆଇ ଲିଙ୍କ୍ !

କନକ ବ୍ୟୁରୋ : ପାକିସ୍ତାନୀ ମହିଳା ସୀମା ହାଇଦର ଓ ଭାରତୀୟ ଯୁବକ ସଚିନ ମୀଣାଙ୍କ ପ୍ରେମକାହାଣୀକୁ ଏବେ ସବୁଠି ଚର୍ଚ୍ଚା କରାଯାଉଛି । ୪ ଛୁଆଙ୍କୁ ନେଇ ସୀମା କିଭଳି ସାତ ଦରିଆ ପାର କଲେ ଓ ସଚିନଙ୍କ ପାଇଁ ଭାରତରେ ପହଁଚିଥିଲେ, ଘଟଣା ଯେତିକି ରୋଚକ ଥିଲା ଏବେ ତାକୁ ନେଇ ସେତିକି ସନ୍ଦେହ ସୃଷ୍ଟି ହେଉଛି । ତେବେ ସଚିନ ଓ ସୀମାଙ୍କ ପ୍ରେମକାହାଣୀରେ ୟୁପି ଏଟିଏସର ଏଂଟ୍ରି ହୋଇଛି । ସୀମାଙ୍କContinue reading “ରୋଚକ ମୋଡ଼ରେ ପ୍ରେମ କାହାଣୀ । ସନ୍ଦେହଘେରରେ ସୀମା ହାଇଦର । ପାକିସ୍ତାନ ମହିଳାଙ୍କ ଆଇଏସଆଇ ଲିଙ୍କ୍ !”

Design a site like this with WordPress.com
Get started