ସୁନ୍ଦରଗଡ ଲେଫ୍ରିପଡା ପୋଷ୍ଟ ମାଷ୍ଟର ସ୍ନିଗ୍ଧା ପ୍ରଧାନ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ, ଝିଅକୁ ମାରି ମାଆ ପାଖକୁ ଠିକଣା ପଠାଇଥିଲା ହତ୍ୟାକାରୀ

କନକ ବ୍ୟୁରୋ : ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ପୋଷ୍ଟ ମାଷ୍ଟର ସ୍ନିଗ୍ଧା ପ୍ରଧାନ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ । ଝିଅର ହତ୍ୟା ପରେ ମାଆଙ୍କୁ ହ୍ୱାଟ୍ସ ଆପରେ ହତ୍ୟାକାଣ୍ଡର ଲୋକେସନ୍ ପଠାଇଥିଲା ହତ୍ୟାକାରୀ । ଯୁବତୀଙ୍କ ସହ ତାଙ୍କ ପୁରୁଷ ବନ୍ଧୁ ନୟନଙ୍କୁ ମଧ୍ୟ ହତ୍ୟା କରି ଫିଙ୍ଗି ଦେଇଥିବା ମେସେଜ ଦେଇଛି ହତ୍ୟାକାରୀ । ମୃତ ଯୁବତୀଙ୍କ ମାଆ ଶାନ୍ତି କାଲୋଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ ହ୍ୱାଟ୍ସ ଆପ୍ ମେସେଜ ଆସିଥିଲା ।Continue reading “ସୁନ୍ଦରଗଡ ଲେଫ୍ରିପଡା ପୋଷ୍ଟ ମାଷ୍ଟର ସ୍ନିଗ୍ଧା ପ୍ରଧାନ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ, ଝିଅକୁ ମାରି ମାଆ ପାଖକୁ ଠିକଣା ପଠାଇଥିଲା ହତ୍ୟାକାରୀ”

ୟୁପିଏ ନୁହେଁ କି ପିଡିଏ ନୁହେଁ ବିରୋଧୀ ମେଣ୍ଟର ନାମ ରଖାଗଲା ଇଣ୍ଡିଆ, ଜାଣନ୍ତୁ ନାମ ପଛରେ କ’ଣ ରହିଛି ଅର୍ଥ

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ପାଖେଇ ଆସୁଛି । ତାରିଖ ଘୋଷଣା ହୋଇ ନଥିଲେ ବି ରାଜନୈତିକ ମାହୋଲ ସରଗରମ ରହିଛି । ଦୁଇପାଳିର ବିଜେପି ସରକାରକୁ ହଟାଇବାକୁ ୨୬ଟି ବିରୋଧୀଦଳ ଏକାଠି ହୋଇଛନ୍ତି । ସେହିଭଳି ବିରୋଧୀଦଳଙ୍କ ମେଣ୍ଟକୁ ଦେଖି ବିଜେପି ପୁଣି ଏନଡିଏକୁ ମଜବୁତ କରିବାକୁ ପ୍ରୟାସ ଆରମ୍ଭ କରିଛି । ଆଜି ବିରୋଧୀ ମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଶେଷ ହୋଇଛି । ସେପଟେ ଏନଡିଏ ବୈଠକ ଆରମ୍ଭ ହୋଇଛିContinue reading “ୟୁପିଏ ନୁହେଁ କି ପିଡିଏ ନୁହେଁ ବିରୋଧୀ ମେଣ୍ଟର ନାମ ରଖାଗଲା ଇଣ୍ଡିଆ, ଜାଣନ୍ତୁ ନାମ ପଛରେ କ’ଣ ରହିଛି ଅର୍ଥ”

ପୋଲ ଉପରେ ଆଣ୍ଠୁଏ ପାଣି। ପ୍ରଭାବିତ ହେଲା ମାଲକାନଗିରି-ବାଲିମେଳା ଯାତାୟତ

କନକ ବ୍ୟୁରୋ : ପୋଲ ଉପରେ ଆଣ୍ଠୁଏ ପାଣି । ଲଗାଣ ବର୍ଷାରେ ମାଲକାନଗିରିରୁ ଆସିଛି ଏପରି ଚିତ୍ର । ଜିଲ୍ଲାର ତାର୍ଲାକୋଟା ପୋଲ ଉପରେ ଆଣ୍ଠୁଏ ପାଣି ଚାଲୁଥିବା ଦେଖିବାକୁ ମିଳିଛି । ଯେଉଁଥିରେ ମାଲକାନଗିରି-ବାଲିମେଳା ଯାତାୟତ ପ୍ରଭାବିତ ହୋଇଛି । ସେପଟେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର କେକେତ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜୁଛି । ଏପରିକି ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ୫ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ନେଇ ସତର୍କContinue reading “ପୋଲ ଉପରେ ଆଣ୍ଠୁଏ ପାଣି। ପ୍ରଭାବିତ ହେଲା ମାଲକାନଗିରି-ବାଲିମେଳା ଯାତାୟତ”

ଧୋନୀଙ୍କ ବାଇକ୍ ଓ କାର୍ କଲେକ୍ସନ। ଭିଡିଓ ଭାଇରାଲ କଲେ ପୂର୍ବତନ କ୍ରିକେଟର…

କନକ ବ୍ୟୁରୋ: ବିଶ୍ୱର ସର୍ବଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ । ସେ କ୍ରିକେଟକୁ ନେଇ ଯେତିକି ଉତ୍ସାହୀ ସେତିକି ପରିମାଣରେ ବାଇକକୁ ନେଇ ମଧ୍ୟ ଉତ୍ସାହୀ । ତାଙ୍କ ବାଇକ ଗୁଡିକର କଲେକସନକୁ ନେଇ ଅନେକ ସମୟ ଧରି ଚର୍ଚ୍ଚା ହୋଇଥାଏ । ରାଞ୍ଚି ସ୍ଥିତ ଫାର୍ମହାଉସରେ ଥିବା ତାଙ୍କର ବାଇକ କଲେକସନରେ ଗୋଟିଏଠୁ ବଳି ଆଉଗୋଟିଏ ମହଙ୍ଗା ତଥା ଲଗଜୁରୀ ମୋଟର ବାଇକ ରହିଛି । ଧୋନି ନିଜେ ଏହାContinue reading “ଧୋନୀଙ୍କ ବାଇକ୍ ଓ କାର୍ କଲେକ୍ସନ। ଭିଡିଓ ଭାଇରାଲ କଲେ ପୂର୍ବତନ କ୍ରିକେଟର…”

ଖଡଗେଙ୍କ ଘୋଷଣା : ୧୧ ଜଣଙ୍କୁ ନେଇ ଗଠିତ ହେବ ସମନ୍ୱୟ କମିଟି, ମୁମ୍ବାଇରେ ହେବ ତୃତୀୟ ବୈଠକ

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ । ଗୋଟିଏ ପଟେ ଆଜି ଏନଡିଏ ମେଣ୍ଟର ବୈଠକ ଆରମ୍ଭ ହେଉଥିବା ବେଳେ ବିରୋଧୀମେଣ୍ଟର ବୈଠକ ଶେଷ ହୋଇଛି । ୨୬ଟି ଦଳକୁ ନେଇ ଗଠିତ ହୋଇଥିବା ବିରୋଧୀମେଣ୍ଟର ନାମ ଇଣ୍ଡିଆ ରଖାଯାଇଛି । ଏନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଘୋଷଣା କରିଛନ୍ତି । ବୈଠକ ଶେଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମ୍ମିଳନୀରେContinue reading “ଖଡଗେଙ୍କ ଘୋଷଣା : ୧୧ ଜଣଙ୍କୁ ନେଇ ଗଠିତ ହେବ ସମନ୍ୱୟ କମିଟି, ମୁମ୍ବାଇରେ ହେବ ତୃତୀୟ ବୈଠକ”

ନୂଆ ସଂସାରର ସାକ୍ଷୀ ରହିଲା ଗଛ: ପରିବେଶ ପ୍ରଦୂଷଣ ହେବନି ବୋଲି ବାଜିଲାନି ଡିଜେ । ବେଦୀରୁ ଉଠି ବୃକ୍ଷରୋପଣ କଲେ ବରକନ୍ୟା ।

କନକ ବ୍ୟୁରୋ: ବାଜା ବାଜିଲା ହେଲେ ବାଜିଲାନି ଡିଜେ । ବାଣ ଫୁଟିଲାନି କିନ୍ତୁ ଲଗାଗଲା ବୃକ୍ଷ । ବିନା ବାଜା ବିନା ବାଣରେ ବି ହୋଇପାରେ ବାହାଘର, ପରିବେଶକୁ ପ୍ରଦୂଷିତ ନକରିବାର ଦୃଢ ସଙ୍କଳ୍ପ ହିଁ ଏମିତି ନିଆରା ଆଉ ଭିନ୍ନ ବିବାହର ସାକ୍ଷୀ ସାଜେ । ସେମିତି ଏକ ସବୁଜ ବାହାଘର ସାମ୍ନାକୁ ଆସିଛି ଯାଜପୁର ଧର୍ମଶାଳା ବ୍ଲକ ବୃନ୍ଦାଦେଇପୁର ଅଞ୍ଚଳରୁ । ଯେଉଁଠି ବରକନ୍ୟା ନିଜ ବାହାଘରରେ ବୃକ୍ଷ ରୋପଣ କରି ନୂଆContinue reading “ନୂଆ ସଂସାରର ସାକ୍ଷୀ ରହିଲା ଗଛ: ପରିବେଶ ପ୍ରଦୂଷଣ ହେବନି ବୋଲି ବାଜିଲାନି ଡିଜେ । ବେଦୀରୁ ଉଠି ବୃକ୍ଷରୋପଣ କଲେ ବରକନ୍ୟା ।”

ବଚନ ଦେଲେ ନୀତିନ । କହିଲେ, କାନପୁରରୁ ଲକ୍ଷ୍ନୌ ମାତ୍ର ଅଧଘଣ୍ଟା ଲାଗିବ ।

କନକ ବ୍ୟୁରୋ : କାନପୁରରୁ ଲକ୍ଷ୍ନୌ ମାତ୍ର ଅଧଘଣ୍ଟା ଲାଗିବ । ଏ ବଚନ ମୁଁ ଦେଉଛି । କିଛି ଏଭଳି ବଚନ ଦେଇ ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ନୀତିନ କହିଛନ୍ତି, କାନପୁରରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ୫ ହଜାର କିଲୋମିଟରର ଗ୍ରୀନ୍ ଏକ୍ସପ୍ରେସ-ୱେ ନିର୍ମାଣ ଚାଲିଛି । ଯାହାର ୨୫ ପ୍ରତିଶତ କାମ ଶେଷ ହୋଇଥିବା ବେଳେ ୨୦୨୫ ପୂର୍ବରୁ ଏହି କାମ ପୂରା ହେବ । ଏହାସହContinue reading “ବଚନ ଦେଲେ ନୀତିନ । କହିଲେ, କାନପୁରରୁ ଲକ୍ଷ୍ନୌ ମାତ୍ର ଅଧଘଣ୍ଟା ଲାଗିବ ।”

୨୦୨୪ରେ ଏନଡିଏକୁ ଟକ୍କର ଦେବ ଇଣ୍ଡିଆ । ଜାଣନ୍ତୁ ବିରୋଧୀ ମେଣ୍ଟ କରିଥିବା ଇଣ୍ଡିଆର ପୂରା ନାଁ କଣ?

କନକ ବ୍ୟୁରୋ : ଏନଡିଏ ବିରୋଧରେ ଲଢିବ ଇଣ୍ଡିଆ । ୨୦୨୪ ନିର୍ବାଚନରେ ଏନଡିଏକୁ ଟକ୍କର ଦେବା ପାଇଁ ଏକାଠି ହୋଇଛନ୍ତି ବିରୋଧୀ । ପାଟନା ପରେ ବେଙ୍ଗଳୁରୁରେ ବିରୋଧୀ ଦଳଙ୍କ ଆୟୋଜିତ ହୋଇଛି ଦୁଇ ଦିନିଆ ବୈଠକ । ଏହି ବୈଠକରେ ବିରୋଧୀ ଦଳ ନିଜ ମହାମେଣ୍ଟର ନାଁ ଇଣ୍ଡିଆ ରଖିଛନ୍ତି । ଯାହାର ପୂରା ନାଁ ହେଉଛି Indian National Democratic Inclusive Alliance । ବାଙ୍ଗାଲୋରରେ ଆୟୋଜିତ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନେContinue reading “୨୦୨୪ରେ ଏନଡିଏକୁ ଟକ୍କର ଦେବ ଇଣ୍ଡିଆ । ଜାଣନ୍ତୁ ବିରୋଧୀ ମେଣ୍ଟ କରିଥିବା ଇଣ୍ଡିଆର ପୂରା ନାଁ କଣ?”

ଓଡିଶାକୁ ବର୍ଷା ଓ ଭୂସ୍ଖଳନ ସତର୍କତା: ୫ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

କନକ ବ୍ୟୁରୋ: ରାଜ୍ୟରେ ବର୍ଷା ଓ ଭୂସ୍ଖଳନ ସମ୍ଭାବନା । ଏନେଇ ୫ ଜିଲ୍ଲାଙ୍କୁ ସତର୍କ କଲା ପାଣିପାଗ ବିଭାଗ । ମାଲକାନଗିରି, କଳାହାଣ୍ଡି, କନ୍ଧମାଳ , କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାକୁ ସତର୍କ କରାଯାଇଛି । ଏହାସହ କିଛି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଫଳରେ ଅକସ୍ମାତ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାସହ ତଳିଆ ଅଞ୍ଚଳରେ ପାଣି ଜମିବା ନେଇ ପୂର୍ବାନୁମାନ କରାଯାଉଛି ।Continue reading “ଓଡିଶାକୁ ବର୍ଷା ଓ ଭୂସ୍ଖଳନ ସତର୍କତା: ୫ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ”

ବିରୋଧୀ ବନାମ ଏନଡିଏ : ଜାଣନ୍ତୁ ରାଜ୍ୟସଭାରେ କାହା ପାଖରେ ରହିଛନ୍ତି କେତେ ସାଂସଦ ?

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଗୋଟିଏ ପଟେ ବିଜେପି ବିରୋଧୀଦଳମାନେ ଏକଜୁଟ ହେଉଥିବା ବେଳେ ବିଜେପି ମଧ୍ୟ ତାର ପୁରୁଣା ସହଯୋଗୀ ଦଳମାନଙ୍କ ସହ ବୈଠକ କରି ପୁଣି ଏନଡିଏକୁ ମଜବୁତ କରିବାକୁ ଚେଷ୍ଟା କରିଛି । ବେଙ୍ଗାଲୁରୁରେ ୨୬ଟି ବିରୋଧୀଦଳ ଏକଜୁଟ ହୋଇ ବୈଠକ କରୁଥିବା ବେଳେ ୩୮ ଦଳଙ୍କ ସହ ଏନଡିଏକୁ ମଜବୁତ କରିବାକୁ ବିଜେପି ମଧ୍ୟ ବୈଠକ କରୁଛିContinue reading “ବିରୋଧୀ ବନାମ ଏନଡିଏ : ଜାଣନ୍ତୁ ରାଜ୍ୟସଭାରେ କାହା ପାଖରେ ରହିଛନ୍ତି କେତେ ସାଂସଦ ?”

Design a site like this with WordPress.com
Get started