କନକ ବ୍ୟୁରୋ : ଆଜି ଜାତୀୟ ରାଜନୀତିର ସବୁଠୁ ବଡ ଶକ୍ତି ପ୍ରଦର୍ଶନ ହେବାକୁ ଯାଉଛି । କାରଣ ବେଙ୍ଗାଲୁରୁରେ ମୋଦୀ ବିରୋଧୀଙ୍କ ମେଳିକୁ ଟକ୍କର ଦେବା ପାଇଁ, ଦିଲ୍ଲୀରେ ହେବ ଏନଡିଏ ମେଣ୍ଟ ଦଳଙ୍କ ମହାସମାବେଶ । ଏଥିପାଇଁ ଏନଡିଏର ପୂର୍ବ ସହଯୋଗୀଙ୍କୁ ଆମନ୍ତ୍ରଣ କରାଯାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଦିଲ୍ଲୀ ଏନଡିଏ ବୈଠକରେ ସାମିଲ ହେବେ ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନସିପି ଗୋଷ୍ଠୀ । ହେଲେ ଏଯାଏContinue reading “ମହାସମର ପୂର୍ବରୁ ମହାମେଳି : ୩୬ରୁ ଅଧିକ ଏନଡିଏ ସହଯୋଗୀ ଦଳ କରିବେ ଶକ୍ତି ପ୍ରଦର୍ଶନ”
Tag Archives: News
ମୋଦୀ ବିରୋଧୀ ମେଳି : କଂଗ୍ରେସ ନେତୃତ୍ୱରେ ୨୪ ବିରୋଧୀ ଦଳଙ୍କ ବୈଠକ; ଆଜି ହେବ ଔପଚାରିକ ଆଲୋଚନା
କନକ ବ୍ୟୁରୋ : ୨୦୨୪ ନିର୍ବାଚନରେ ମୋଦୀଙ୍କୁ ଟକ୍କର ଦେବା ପାଇଁ ଏକାଠି ହୋଇଛନ୍ତି ବିରୋଧୀ । ପାଟନା ପରେ ବେଙ୍ଗାଲୁରୁରେ ବିରୋଧୀ ଦଳଙ୍କ ଆୟୋଜିତ ହୋଇଛି ଦୁଇ ଦିନିଆ ବୈଠକ । ଏହି ବୈଠକର କଂଗ୍ରେସ ନେତୃତ୍ୱ ନେଉଛି। କଂଗ୍ରେସର କହିବା କଥା ହେଲା, ଏଥିରେ ୨୬ ଦଳ ସାମିଲ ହୋଇଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବିରୋଧୀ ନେତାଙ୍କ ପାଇଁ ନୈଶ୍ୟ ଭୋଜି ଦେଇଛନ୍ତି । ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନContinue reading “ମୋଦୀ ବିରୋଧୀ ମେଳି : କଂଗ୍ରେସ ନେତୃତ୍ୱରେ ୨୪ ବିରୋଧୀ ଦଳଙ୍କ ବୈଠକ; ଆଜି ହେବ ଔପଚାରିକ ଆଲୋଚନା”
୫ ବର୍ଷରେ ଦେଶର ୧୩ କୋଟି ଲୋକ ଦାରିଦ୍ର୍ୟ ମୁକ୍ତ : ପ୍ରକାଶ ପାଇଲା ନୀତି ଆୟୋଗ ରିପୋର୍ଟ; ସବୁଠୁ ଆଗରେ ଉତ୍ତର ପ୍ରଦେଶ
କନକ ବ୍ୟୁରୋ : ୫ ବର୍ଷରେ ଦାରିଦ୍ର୍ୟରୁ ମୁକୁଳିଲେ ୧୩ କୋଟି ଲୋକ । ୨୦୧୫ରୁ ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ଦେଶର ପ୍ରାୟ ସାଢେ ୧୩ କୋଟି ଲୋକ ଉତ୍କଟ ଦାରିଦ୍ର୍ୟରୁ ବାହାରକୁ ଆସିଛନ୍ତି । ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ, ଓଡ଼ିଶା ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ ହାର ଦ୍ରୁତତମ ରହିଛି । ରାଜ୍ୟ ଗୁଡ଼ିକ ମଧ୍ୟରେ ଉତ୍ତର ପ୍ରଦେଶରେ ସର୍ବାଧିକ ୩ କୋଟି ୪୩ ଲକ୍ଷ ଲୋକ ଦାରିଦ୍ର୍ୟରୁ ବାହାରକୁContinue reading “୫ ବର୍ଷରେ ଦେଶର ୧୩ କୋଟି ଲୋକ ଦାରିଦ୍ର୍ୟ ମୁକ୍ତ : ପ୍ରକାଶ ପାଇଲା ନୀତି ଆୟୋଗ ରିପୋର୍ଟ; ସବୁଠୁ ଆଗରେ ଉତ୍ତର ପ୍ରଦେଶ”
କେଦାରନାଥ ମନ୍ଦିର ପ୍ରାଙ୍ଗଣରେ ମୋବାଇଲ ମନା। ଭିଡିଓଗ୍ରାଫି,ଫଟୋଗ୍ରାଫି ଉପରେ ଲାଗିଲା ରୋକ
କନକ ବ୍ୟୁରୋ: ବାବା କେଦାରନାଥଙ୍କ ମନ୍ଦିରରେ ବ୍ୟାନ ହେଲା ମୋବାଇଲ । ଏଣିକି ମନ୍ଦିର ପରିସରରେ ଫଟୋ ଉଠାଇବା ଓ ଭିଡିଓ ବନାଇବା ଉପରେ ଲାଗିଛି କଟକଣା । କେଦାରନାଥ-ବଦ୍ରିନାଥ ସମିତି ଏନେଇ ନୋଟିସ ଜାରିକରିଛି । କିଛି ଦିନ ପୂର୍ବରୁ ଜଣେ ମହିଳା ବ୍ଲଗରଙ୍କ ଏକ ଭିଡିଓ ବେଶ ଭାଇରାଲ ହୋଇଥିଲା । ମନ୍ଦିର ପରିସରରେ ନିଜ ପ୍ରେମିକଙ୍କ ବିବାହ ପାଇଁ ପ୍ରପୋଜ କରୁଥିବା ଭିଡିଓ ଯେତିକି ଭାଇରାଲ ହୋଇଥିଲା ସେତିକି ବିବାଦ ମଧ୍ୟଦେଖାଦେଇଥିଲା ।Continue reading “କେଦାରନାଥ ମନ୍ଦିର ପ୍ରାଙ୍ଗଣରେ ମୋବାଇଲ ମନା। ଭିଡିଓଗ୍ରାଫି,ଫଟୋଗ୍ରାଫି ଉପରେ ଲାଗିଲା ରୋକ”
ଆମେରିକାରେ ରେକର୍ଡସ୍ତରରେ ତାତି। ୫୦ଡିଗ୍ରୀ ଟପିଲା ସର୍ବାଧିକ ତାପମାତ୍ରା
କନକ ବ୍ୟୁରୋ: ତାତିରେ କଲବଲ ହେଉଛି ଆମେରିକା ସହ ୟୁରୋପର ଅଧିକାଂଶ ଦେଶ । ଶନିବାର ଓ ରବିବାର ଆମେରିକାରେ ରେକର୍ଡସ୍ତରରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇଛି । କାଲିଫର୍ଣ୍ଣିଆରୁ ଟେକ୍ସାସ । ଅଧିକାଂଶ ସହରରେ ତାତିରେ ଛଟପଟ ହେଉଛି । ରବିବାର କାଲିଫଣ୍ଣିଆର ବିଶ୍ୱର ସବୁଠୁ ଉତପ୍ତ ସହର ପାଲଟିଛି । ସର୍ବାଧିକ ତାପମାତ୍ରା ଏଠାରେ ୪୮ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । କାଲିଫର୍ଣ୍ଣିଆ, ନେବାଦା, ଏରିଜୋନା, ଟେକ୍ସାସ, ଫ୍ଲୋରିଡ଼ା ଭଳି ସହରରେ ଆଗକୁ ତାପମାତ୍ରା ୫୦Continue reading “ଆମେରିକାରେ ରେକର୍ଡସ୍ତରରେ ତାତି। ୫୦ଡିଗ୍ରୀ ଟପିଲା ସର୍ବାଧିକ ତାପମାତ୍ରା”
ପୁଣି ବୃଦ୍ଧିପାଉଛି ଯମୁନା ନଦୀର ଜଳସ୍ତର। ଚିନ୍ତାରେ ଦିଲ୍ଲୀବାସୀ ଓ ସରକାର
କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀକୁ ଯମ ଯନ୍ତ୍ରଣା ଦେଉଛି ଯମୁନା ନଦୀ । ହାତିନୀଡ୍ୟାମରୁ ପାଣି ଛଡାଯିବା ପରେ ଗତ କିଛି ଦିନ ହେବ ଦିଲ୍ଲୀର ସ୍ଥିତି କେଉଁଭଳି ରହିଛି ସେକଥା କାହାକୁ ଅଛପା ନାହିଁ । ଦେଶର ରାଜଧାନୀର ଅବସ୍ଥା ଯେ ଏଭଳି ହେବ ସେକଥା ହୁଏତ କେହି ଚିନ୍ତା କରିନଥିବେ । ବର୍ତମାନ ସେଠାକାର ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ଅଧିକାଂଶ ସ୍ଥାନରେ ବନ୍ୟା ପାଣି ଜମାଟ ବାନ୍ଧିଥିବାବେଳେ ଯେଉଁଠୁ ପାଣି ଛାଡିଯାଇଛିContinue reading “ପୁଣି ବୃଦ୍ଧିପାଉଛି ଯମୁନା ନଦୀର ଜଳସ୍ତର। ଚିନ୍ତାରେ ଦିଲ୍ଲୀବାସୀ ଓ ସରକାର”
କାନ ଖୋଲି ଶୁଣ ସରକାର: ଅବସର ପରେ ବି ମିଳିପାରିନି ପେନସନ୍
କନକ ବ୍ୟୁରୋ: ଚାକିରି କାଳ ଶେଷ ହେବା ପରେ ଅବସର କାଳୀନ ପେନସନ୍ ପାଇଁ ସରକାର ଯୋଜନା କରିଛନ୍ତି । ବର୍ଷ ବର୍ଷ ଧରି ସେବା ଯୋଗାଇବା ପରେ ଏହି ପେନ୍ସନ୍ ହିଁ ସରକାରୀ କର୍ମଚାରୀଙ୍କ ଶେଷ ଆଶ୍ରା ପାଲଟୁଛି । ଚାକିରିରୁ ଅବ୍ୟାହତି ନେବା ପରେ ଯେମିତି ସୁରୁଖୁରୁରେ ପେନ୍ସନ୍ ମିିଳିବ, ସେଥିପାଇଁ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ହେଲେ ପିଲାଙ୍କ ଭବିଷ୍ୟତ ଗଢୁଥିବା ଅଧ୍ୟାପକ ଓ କର୍ମଚାରୀଙ୍କୁ ବର୍ଷ ବର୍ଷ ଧରି ପେନ୍ସନ୍Continue reading “କାନ ଖୋଲି ଶୁଣ ସରକାର: ଅବସର ପରେ ବି ମିଳିପାରିନି ପେନସନ୍ “
ଦୁର୍ବଳ ହେଲା ଲଘୁଚାପ କ୍ଷେତ୍ର: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା!
କନକ ବ୍ୟୁରୋ: ଆଗକୁ ପ୍ରବଳ ବର୍ଷାର ସମ୍ଭାବନା । ଆଗାମୀ ୪୮ ଘଂଟା ମଧ୍ୟରେ ଉତର- ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ପ୍ରଭାବରେ ରାଜ୍ୟରେ ୧୯ରୁ ୨୨ ତାରିଖ ଯାଏଁ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ୪୮ ଘଂଟା ମଧ୍ୟରେ ଉତର-ପଶ୍ଚିମContinue reading “ଦୁର୍ବଳ ହେଲା ଲଘୁଚାପ କ୍ଷେତ୍ର: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା!”
ଖବର ପ୍ରସାରଣ ପରେ ତ୍ରୁଟି ସୁଧାରିବାକୁ ଚେଷ୍ଟା: ବିଶିଷ୍ଟ କଥାକାର ମନୋଜ ଦାସଙ୍କ ସ୍ମୃତିପୀଠ ପାଇଁ ହୋର୍ଡିଂକୁ ଘୋଡାଇଦେଲା ପ୍ରଶାସନ
କନକ ବ୍ୟୁରୋ: ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କଥାକାର, ଔପନ୍ୟାସିକ, ପ୍ରାବନ୍ଧିକ, ପ୍ରାଧ୍ୟାପଦ ପଦ୍ମଶ୍ରୀ, ପଦ୍ମ ବିଭୂଷଣ ମନୋସ ଦାସଙ୍କୁ ଅସମ୍ମାନ । ମନୋଜ ଦାସଙ୍କ ଜନ୍ମମାଟି ବାଲେଶ୍ୱର ଭୋଗରାଇ ବ୍ଲକ ଶଙ୍ଖାରୀ ଗାଁରେ ରାଜ୍ୟ ସରକାର ମନୋଜ ମନ୍ମଥ ସ୍ମାରକୀ ସ୍ମୃତିପୀଠ ନିର୍ମାଣ କରିବାକୁ ଯାଉଛନ୍ତି । ହେଲେ ନିର୍ମାଣ ପୂର୍ବରୁ ସେଠାରେ ସ୍ଥାନ ପାଇଥିବା ହୋର୍ଡିଂରେ ମନୋଜ ଦାସଙ୍କୁ ଅସମ୍ମାନ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଯାହାକୁ ନେଇ ସାହିତ୍ୟିକମାନେ କ୍ଷୋଭ ପ୍ରକାଶ କରିଛନ୍ତି ।Continue reading “ଖବର ପ୍ରସାରଣ ପରେ ତ୍ରୁଟି ସୁଧାରିବାକୁ ଚେଷ୍ଟା: ବିଶିଷ୍ଟ କଥାକାର ମନୋଜ ଦାସଙ୍କ ସ୍ମୃତିପୀଠ ପାଇଁ ହୋର୍ଡିଂକୁ ଘୋଡାଇଦେଲା ପ୍ରଶାସନ”
ମାର୍କେଟ ବିଲ୍ଡିଂକୁ ଅଡୁଆ ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀ ବିବାଦ: ସମାଧାନ ପାଇଁ ଅଧିକ ସମୟ ମାଗିଲେ ବିଏମ୍ସି କମିଶନର
କନକ ବ୍ୟୁରୋ: ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରହିବ ମାର୍କେଟ୍ ବିଲ୍ଡିଂ । ଏ ପ୍ରସଙ୍ଗରେ ମାର୍କେଟ୍ ବିଲ୍ଡିଂ ବ୍ୟବସାୟୀ ସଂଘ ସହ କୌଣସି ଆଲୋଚନା କଲେ ନାହିଁ ବିଏମ୍୍ସି । ଯାହାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମାର୍କେଟ୍ ବିଲ୍ଡିଂ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଥିବା ମାର୍କେଟ୍ ଆସୋସିଏସନ୍ ସଭାପତି ସୂଚନା ଦେଇଛନ୍ତି । ସ୍ଥାୟୀ – ଅସ୍ଥାୟୀ ଦୋକାନୀଙ୍କୁ ନେଇ ମାର୍କେଟ୍ ବିଲ୍ଡିଂରେ ବିବାଦ ଜାରି ରହିଛି । ଉଠା ଦୋକାନୀଙ୍କୁ ମାର୍କେଟ୍ ବିଲ୍ଡିଂ ପରିସରରୁContinue reading “ମାର୍କେଟ ବିଲ୍ଡିଂକୁ ଅଡୁଆ ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀ ବିବାଦ: ସମାଧାନ ପାଇଁ ଅଧିକ ସମୟ ମାଗିଲେ ବିଏମ୍ସି କମିଶନର”