କନକ ବ୍ୟୁରୋ: ଲଗାଣ ବର୍ଷାରେ ବେହାଲ ସରକାରୀ ଅଫିସ । ଅଫିସ ଭିତରେ ଜମି ରହିଛି ବର୍ଷା ପାଣି । ବଲାଙ୍ଗୀର ସହରର ମଝିରେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛପଟେ ଥିବା ଜିଲ୍ଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ପଶିଯାଇଛି ବର୍ଷାପାଣି । ମ୍ୟୁନିସିପାଲଟି ଅଫିସଠାରୁ ମାତ୍ର ଶହେ ମିଟର ଦୂରରେ ରହିଛି ଏହି ଅଫିସ । ବର୍ଷା ପାଣି ରହିଥିବାରୁ କର୍ମଚାରୀ ଅସୁବିଧାରେ କାମ କରୁଛନ୍ତି । ଏଠି ଜମିଜମା ମାମଲାରେ କାମ ପାଇଁ ସବୁବେଳେ ଏହି ଅଫିସରେ ଲୋକଙ୍କContinue reading “ବର୍ଷାରେ ବେହାଲ ସରକାରୀ କାର୍ଯ୍ୟାଳୟ। ବଲାଙ୍ଗୀର ସବ୍-ରେଜିଷ୍ଟର ଅଫିସରେ ପାଣିରେ ବସି କାମ କରୁଛନ୍ତି କର୍ମଚାରୀ”
Tag Archives: News
ଟିପିଏନଓଡିଏଲ ପକ୍ଷରୁ କେନ୍ଦୁଝର ସହରର ଡିଟିଆର କ୍ଷମତା ବୃଦ୍ଧି
କନକ ବ୍ୟୁରୋ: ଟିପିଏନଓଡିଏଲ ପକ୍ଷରୁ କେନ୍ଦୁଝର ସହରର ଶକ୍ତିଗୃହ ଠାରେ ଅବସ୍ଥିତ ଡିଟିଆର କ୍ଷମତାକୁ ୨୫୦କେଭିଏ ରୁ ୪୦୦କେଭିଏ ପର୍ୟ୍ୟନ୍ତ ବୃଦ୍ଧି କରାଯାଇ ଏକ ନିର୍ଭରଶୀଳ ବିଦ୍ୟୁତ ଯୋଗାଣ ଆରମ୍ଭ ହେଇଛି । ଗତକାଲି ଏଥିରେ ନୂଆ ୪୦୦କେଭିଏ ସଫଳତାପୂର୍ଣ୍ଣ ଭାବରେ ଚାର୍ଜ କରାଯାଇଅଛି । ସମାନ ଡିଟିଆର ଟି ଉଭୟ କେନ୍ଦୁଝର ମାର୍କେଟ ତଥା ସରକାରୀ କାର୍ୟ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନ କାର୍ୟ୍ୟାଳୟ ଗୁଡିକର ଆବଶ୍ୟକୀୟ ଚାହିଦା ପୂରଣ କରିବ । ଏହି କାର୍ୟ୍ୟଟି କେନ୍ଦୁଝରବାସୀଙ୍କContinue reading “ଟିପିଏନଓଡିଏଲ ପକ୍ଷରୁ କେନ୍ଦୁଝର ସହରର ଡିଟିଆର କ୍ଷମତା ବୃଦ୍ଧି”
ଆଗାମୀ ୪୮ ଘଣ୍ଟାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା: ପ୍ରଭାବରେ ୧୯ରୁ ୨୨ ତାରିଖ ଯାଏଁ ହୋଇପାରେ ପ୍ରବଳ ବର୍ଷା
କନକ ବ୍ୟୁରୋ: ଆଗାମୀ ୪୮ ଘଂଟା ମଧ୍ୟରେ ଉତର- ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟରେ ୧୯ରୁ ୨୨ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆଜି ଅତି ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜିଲ୍ଲାଗୁଡ଼ିକContinue reading “ଆଗାମୀ ୪୮ ଘଣ୍ଟାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା: ପ୍ରଭାବରେ ୧୯ରୁ ୨୨ ତାରିଖ ଯାଏଁ ହୋଇପାରେ ପ୍ରବଳ ବର୍ଷା “
ପୁଣି ବିଜେଡି ଦୋହରାଇଲା ସମଦୂରତା କଥା: ଉଭୟ ଏନଡିଏ ଓ ୟୁପିଏ ଦଳର ବୈଠକରେ ସାମିଲ ହେବନି ବିଜୁ ଜନତା ଦଳ
କନକ ବ୍ୟୁରୋ: ପୁଣି ବିଜେଡି ଦୋହରାଇଲା ସମଦୂରତା କଥା । ଉଭୟ ଏନଡିଏ ଓ ୟୁପିଏ ଦଳର ବୈଠକରେ ସାମିଲ ହେବନି ବିଜୁ ଜନତା ଦଳ । ବିଜେଡି ସାଂସଦ କହିଲେ, ସମଦୂରତ୍ୱ ତତ୍ୱରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ । ସାମ୍ବାଦିକ ରବି ଦାସ କହିଲେ ବୈଠକରେ ଯୋଗ ନଦେଲେ ବି ଏନଡିଏ ଆଡକୁ ଢଳି ରହିଛି ବିଜେଡି । ବିଜେଡି ଭଳି ଦୁଇଟି ଯାକ ବୈଠକରେ ଯୋଗ ଦେବେନି ଭାରତ ରାଷ୍ଟ୍ର ସମିତିର ମୁଖ୍ୟ ତଥାContinue reading “ପୁଣି ବିଜେଡି ଦୋହରାଇଲା ସମଦୂରତା କଥା: ଉଭୟ ଏନଡିଏ ଓ ୟୁପିଏ ଦଳର ବୈଠକରେ ସାମିଲ ହେବନି ବିଜୁ ଜନତା ଦଳ”
ଆସନ୍ତାକାଲି ଅମିତ ଶାହ ଶୁଭାରମ୍ଭ କରିବେ ପୋର୍ଟାଲ, ସାହାରା ଇଣ୍ଡିଆରେ ନିବେଶ କରିଥିବା ଲୋକଙ୍କୁ ମିଳିବ ସେମାନଙ୍କ ଟଙ୍କା ।
କନକ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ସାହାରା ରିଫଣ୍ଡ ପୋର୍ଟାଲର ଶୁଭାରମ୍ଭ କରିବେ । ଏହି ସାଇଟର ଶୁଭାରମ୍ଭ ଆସନ୍ତାକାଲି ଦିନ ୧୧ଟାରେ ଅଟଳ ଉର୍ଜା ଭବନରେ କରାଯିବ । ଏହି ପୋର୍ଟାଲ ଜରିଆରେ ନିବେଶକମାନେ ପଇସା ଫେରିପାଇବେ । ଯେଉଁମାନଙ୍କର ନିବେଶ ଅବଧି ଶେଷ ହୋଇଛି ସେମାନେ ଟଙ୍କା ଫେରିପାଇବେ । ଏହିି ବାବଦରେ ସେହି ପୋର୍ଟାଲରେ ସମସ୍ତ ତଥ୍ୟ ଉପଲବ୍ଧ ରହିଛି । ସାରା ଦେଶରେ ଲକ୍ଷ ଲକ୍ଷ ନିବେଶକ କୋଟିContinue reading “ଆସନ୍ତାକାଲି ଅମିତ ଶାହ ଶୁଭାରମ୍ଭ କରିବେ ପୋର୍ଟାଲ, ସାହାରା ଇଣ୍ଡିଆରେ ନିବେଶ କରିଥିବା ଲୋକଙ୍କୁ ମିଳିବ ସେମାନଙ୍କ ଟଙ୍କା ।”
ମୁଁ ଜଣେ ସ୍ୱାଭିମାନୀ ଲୋକ, କିଛି କୁଚକ୍ରୀଙ୍କ ପାଇଁ ମୋତେ ଦଳରୁ ସସପେଣ୍ଡ କରାଯାଇଛି: ଚିରଞ୍ଜୀବ ବିଶ୍ୱାଳ
କନକ ବ୍ୟୁରୋ: କଂଗ୍ରେସରୁ ନିଲମ୍ବନ ପରେ ପ୍ରେସମିଟ କଲେ ଚିରଞ୍ଜୀବ ବିଶ୍ୱାଳ । ଦଳର କାର୍ଯ୍ୟାନୁଷ୍ଠାନ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, କିଛି କୁଚକ୍ରୀଙ୍କ ପାଇଁ ମୋ ଦଳରୁ ସସପେଣ୍ଡ କରାଯାଇଛି । ଏହି ଚକ୍ରାନ୍ତକୁ ପଣ୍ଡ କରିବାକୁ ଏକାଠି ହେବାକୁ ପଡିବ । ନହେଲେ ଏପରି ଚକ୍ରାନ୍ତ ଆଗକୁ ଜାରି ରହିବ । ମୁଁ ଜଣେ ସ୍ୱାଭିମାନୀ ଲୋକ । କର୍ଯ୍ୟାନୁଷ୍ଠାନକୁ ଡରୁନି, ହେଲେ ସ୍ୱାଭିମାନକୁ ଆଘାତ ପହଞ୍ଚିଛି । ଗଣମାଧ୍ୟମContinue reading “ମୁଁ ଜଣେ ସ୍ୱାଭିମାନୀ ଲୋକ, କିଛି କୁଚକ୍ରୀଙ୍କ ପାଇଁ ମୋତେ ଦଳରୁ ସସପେଣ୍ଡ କରାଯାଇଛି: ଚିରଞ୍ଜୀବ ବିଶ୍ୱାଳ”
ସସପେଣ୍ଡ ପରେ ମୁହଁ ଖୋଲିଲେ ଚିରଞ୍ଜୀବ ବିଶ୍ୱାଳ: କହିଲେ, ମୋ ରକ୍ତରେ ବେଇମାନ କରିବାର ନାହିଁ
କନକ ବ୍ୟୁରୋ: କଂଗ୍ରେସ ଦଳରୁ ସସପେଣ୍ଡ ହେବା ପରେ ଆଜି ମୁହଁ ଖୋଲିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ଆସି ପ୍ରେସମିଟ କରି ସେ କହିଛନ୍ତି, ମୁଁ କଂଗ୍ରେସ ପରିବାରର ଲୋକ । ମୋ ଜେଜେ ମୋତେ କଂଗ୍ରେସ ସମ୍ପର୍କରେ କହୁଥିଲେ । ଆମେ କଂଗ୍ରେସର ଥାର୍ଡ ଜେନେରସନ । ମୋ ରକ୍ତରେ ବେଇମାନ କରିବାର ନାହିଁ । କଂଗ୍ରେସକୁ ସୁଦୃଢ କରିବାକୁ କାମ କରୁଥିଲୁ । ମେ ୮ ତାରିଖରେ କଂଗ୍ରେସକୁ ସୁଦୃଢContinue reading “ସସପେଣ୍ଡ ପରେ ମୁହଁ ଖୋଲିଲେ ଚିରଞ୍ଜୀବ ବିଶ୍ୱାଳ: କହିଲେ, ମୋ ରକ୍ତରେ ବେଇମାନ କରିବାର ନାହିଁ”
ଏବେ ବି ସସପେଣ୍ଡ ପରେ ମୁଁ କଂଗ୍ରେସରେ ଅଛି । କୁଚକ୍ରୀଙ୍କ ଚକ୍ରାନ୍ତରୁ କଂଗ୍ରେସକୁ ବଞ୍ଚାନ୍ତୁ : ଚିରଞ୍ଜୀବ ବିଶ୍ୱାଳ
କନକ ବ୍ୟୁରୋ: ସସପେଣ୍ଡ ପରେ ବି ମୁଁ ଦଳରେ ଅଛି । ନିଲମ୍ବନ ପରେ ବରିଷ୍ଠ ରାଜନେତା ଚିରଞ୍ଜୀବ ବିଶ୍ୱାଳଙ୍କ ପ୍ରେସମିଟ୍ । ସେ କହିଛନ୍ତି କୁଚକ୍ରୀଙ୍କ ଚକ୍ରାନ୍ତରୁ କଂଗ୍ରେସକୁ ବଞ୍ଚାନ୍ତୁ । ଆପଣମାନେ ଏକଜୁଟ ରୁହନ୍ତୁ, ନହେଲେ ଚକ୍ରାନ୍ତ ଚାଲିବ । ମୁଁ ସବୁବେଳେ କହିଥିଲି ଯେ ଆମେ ଗ୍ରାଉଣ୍ଡରେ ଯାଇ କାମ କରିବା ଦରକାର ଏହା କରିବା ଦ୍ୱାରା ହିଁ କଂଗ୍ରେସ ଦଳ ମଜବୁତ ହୋଇପାରିବ । କେବଳ ଏତିକି ନୁହେଁ ନୂଆ ଯୁବକମାନଙ୍କୁContinue reading “ଏବେ ବି ସସପେଣ୍ଡ ପରେ ମୁଁ କଂଗ୍ରେସରେ ଅଛି । କୁଚକ୍ରୀଙ୍କ ଚକ୍ରାନ୍ତରୁ କଂଗ୍ରେସକୁ ବଞ୍ଚାନ୍ତୁ : ଚିରଞ୍ଜୀବ ବିଶ୍ୱାଳ”
ବାପା ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିବାଦୀୟ ବୟାନ ନଦେବାକୁ ଅନୁରୋଧ କଲେ ପୁଅ ବିଶାଲ: ଟ୍ୱିଟ୍ କରି ଅଯଥା ରାଜନୀତି ନକରିବାକୁ କଲେ ଅପିଲ୍
କନକ ବ୍ୟୁରୋ: ବାପା ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିବାଦୀୟ ବୟାନ ନଦେବାକୁ ଅନୁରୋଧ କରିଛନ୍ତି ପୁଅ ବିଶାଲ ଦାସ । ଟ୍ୱିଟ୍ କରି କହିଛନ୍ତି, କ୍ରାଇମ୍ବ୍ରାଂଚ ହତ୍ୟାକାଣ୍ଡକୁ ନେଇ ତଦନ୍ତ କରୁଛି । ଯଦି କାହା ପାଖରେ କିଛି ପ୍ରମାଣ ଅଛି, ତାହାଲେ କୋର୍ଟରେ ନହେଲେ କ୍ରାଇମ୍ବ୍ରାଂଚ୍କୁ ଦେଇ ସହଯୋଗ କରନ୍ତୁ । ଅଜଥା ବୟାନବାଜୀ କରି ରାଜନୀତି ନକରିବାକୁ କହିଛନ୍ତି ବିଶାଲ । ନବ ଦାସଙ୍କ ହତ୍ୟାକାଣ୍ଡକୁ ଇତି ମଧ୍ୟରେ ୬ ମାସ ବିତିContinue reading “ବାପା ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିବାଦୀୟ ବୟାନ ନଦେବାକୁ ଅନୁରୋଧ କଲେ ପୁଅ ବିଶାଲ: ଟ୍ୱିଟ୍ କରି ଅଯଥା ରାଜନୀତି ନକରିବାକୁ କଲେ ଅପିଲ୍ “
ଲଢେଇ ପୂର୍ବରୁ ରାଜ୍ୟ ବିଜେପି ସଭାପତିଙ୍କ ଦମ୍ଭୋକ୍ତି: କହିଲେ, ୨୦୨୪ରେ ଓଡିଶାରେ ସରକାର କରିବ ବିଜେପି
କନକ ବ୍ୟୁରୋ: ୨୦୨୪ ନିର୍ବାଚନରେ ରାଜ୍ୟରେ ବଦଳିବ ସରକାର । ଓଡିଶାରେ ସରକାର ଗଢିବ ଭାରତୀୟ ଜନତା ପାର୍ଟି । ବରଗଡ ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ଦମ୍ଭୋକ୍ତି ବାଢିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ୨୦୨୪ରେ ବିଜେଡି ମୁକ୍ତ ହେବ ରାଜ୍ୟ । ବିଜେପି ଏକାକୀ ସରକାର ଗଢିବ । ମୁଖ୍ୟମନ୍ତ୍ରୀ ଏବେ ଦାୟିତ୍ୱ ନିର୍ବାହ କରୁ ନାହାଁନ୍ତି, ତେଣୁ ଲୋକମାନେ ବିଜୁ ଜନତା ଦଳକୁ ଅସ୍ୱୀକାର କଲେଣି ବୋଲି କହିଛନ୍ତିContinue reading “ଲଢେଇ ପୂର୍ବରୁ ରାଜ୍ୟ ବିଜେପି ସଭାପତିଙ୍କ ଦମ୍ଭୋକ୍ତି: କହିଲେ, ୨୦୨୪ରେ ଓଡିଶାରେ ସରକାର କରିବ ବିଜେପି”