କନକ ବ୍ୟୁରୋ: ସୀମା ହାଇଦର । ଏହି ପାକିସ୍ତାନୀ ମହିଳା ଆଜିକାଲି କେବଳ ବେଶ ଚର୍ଚ୍ଚାରେ ଅଛନ୍ତି । ଯେବେଠୁ ନିଜ ପ୍ରେମ ପାଇଁ ପାକିସ୍ତାନ ଛାଡି ଭାରତ ଆସିଥିବା କଥାର ଖୁଲ୍ଲାସା ହୋଇଛି ସେବେଠୁ ସୀମା ଓ ସଚିନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ପାକିସ୍ତାନ ଓ ଭାରତର ତିକ୍ତତାପୂର୍ଣ୍ଣ ସମ୍ପର୍କ ଭିତରେ ଏମାନଙ୍କ ପ୍ରେମକୁ ମଧ୍ୟ ସହେନ୍ଦ ଦୃଷ୍ଟିରେ ଦେଖାଯାଉଛି । ସୀମାଙ୍କ ଦାବି ସେ ପ୍ରେମ ପାଇଁ ପାକିସ୍ତାନ ଛାଡି ଭାରତ ଆସିଛନ୍ତିContinue reading “ସୀମା-ସଚିନଙ୍କ ପ୍ରେମକାହାଣୀରେ ନୂଆମୋଡ଼। ସନ୍ଦେହ ପରେ ସୀମାଙ୍କୁ ଏଟିଏସର ଜେରା”
Tag Archives: News
୨୦୨୪ରେ ମୋଦୀଙ୍କୁ ମାତ୍ ଦେବା ପାଇଁ ବିରୋଧୀଙ୍କ ଅଙ୍କ କଷା। ଆଜିଠୁ ବେଙ୍ଗାଲୁରରେ ୨୬ ଦଳଙ୍କୁ ନେଇ ଦୁଇ ଦିନିଆ ବୈଠକ ଆରମ୍ଭ
କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଉଭୟ ଶାସକ ଓ ବିରୋଧୀଦଳ ଗୁଡିକ ନିଜ ନିଜର ରଣନୀତି ତ୍ୱରାନ୍ୱିତ କରିଛନ୍ତି । ସୋମବାରଠୁ ବେଙ୍ଗାଲୁରୁରେ ବିରୋଧୀଙ୍କ ଦୁଇଦିନିଆ ବୈଠକ ଆରମ୍ଭ ହୋଇଛି । ୨୦୨୪ ନିର୍ବାଚନ ପାଇଁ ଏହା ହେଉଛି ବିରୋଧୀଙ୍କ ଦ୍ୱିତୀୟ ମେଳି । ଦୁଇ ଦିନ ଧରି ହେବାକୁ ଥିବା ଏହି ବୈଠକରେ ନେତୃତ୍ୱ ନେଉଛି କଂଗ୍ରେସ । ବୈଠକରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତିି ପ୍ରସ୍ତୁତ କରାଯିବ । ଯେଉଁଥିରେContinue reading “୨୦୨୪ରେ ମୋଦୀଙ୍କୁ ମାତ୍ ଦେବା ପାଇଁ ବିରୋଧୀଙ୍କ ଅଙ୍କ କଷା। ଆଜିଠୁ ବେଙ୍ଗାଲୁରରେ ୨୬ ଦଳଙ୍କୁ ନେଇ ଦୁଇ ଦିନିଆ ବୈଠକ ଆରମ୍ଭ”
ଭୁବନେଶ୍ୱର ୟୁନିଟ୍-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ମିଶ୍ରଣକୁ ଜୋରଦାର ବିରୋଧ: ଗେଟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀ, ୮ ଅସୁସ୍ଥ
କନକ ବ୍ୟୁରୋ: ୫୦ ବର୍ଷରୁ ଅଧିକ ସମୟ ଧରି ନାରୀ ଶିକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସୁଛି ଭୁବନେଶ୍ୱର ୟୁନିଟ୍ –୯ ଗାର୍ଲସ ହାଇସ୍କୁଲ । ହେଲେ ଏବେ ଏହାକୁ ୟୁନିଟ୍-୯ ବଏଜ୍ ହାଇସ୍କୁଲରେ ମିଶାଇ ଦେବାକୁ ସରକାର ନିଷ୍ପତି ନେଇଛନ୍ତି । ଆଉ ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରି ଧାରଣା ଦେଇଛନ୍ତି ୟୁନିଟ୍ –୯ ଗାର୍ଲସ ହାଇସ୍କୁଲର ଛାତ୍ରୀ ଓ ଅଭିଭାବକ । ତେବେ ଧାରଣା ଦେବାବେଳେ କିଛି ଛାତ୍ରୀ ଅଚେତ ହୋଇ ପଡିବାରContinue reading “ଭୁବନେଶ୍ୱର ୟୁନିଟ୍-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ମିଶ୍ରଣକୁ ଜୋରଦାର ବିରୋଧ: ଗେଟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀ, ୮ ଅସୁସ୍ଥ “
ପାଠ ଯୁକ୍ତ ଦୁଇ, ହେଲେ ପରିଚୟ ଡାକ୍ତର: ବର୍ଷ ବର୍ଷ ଧରି ରୋଗୀଙ୍କୁ ଚୂନ ଲଗାଉଥିବା ନକଲି ଡାକ୍ତରଙ୍କୁ ଧରିଲା ପୋଲିସ
କନକ ବ୍ୟୁରୋ: ଧରାପଡିଲେ ନକଲି ଡାକ୍ତର । ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତାରେ ଜଣେ ନକଲି ଡାକ୍ତର ରୋଗୀ ଚିକିତ୍ସା କରୁଥିବା ଅଭିଯୋଗ ହୋଇଥିଲା । କେବଳ ସେତିକି ନୁହେଁ ନକଲୀ ଡାକ୍ତର ଜଣଙ୍କ ମୋଟା ଅଙ୍କରେ ଅର୍ଥ ରୋଜଗାର କରୁଥିବାର ବି ଅଭିଯୋଗ ହୋଇଥିଲା । ଆଉ ଏହି ନକଲି ଡାକ୍ତରଙ୍କୁ ଧରିବା ପାଇଁ ରୋଗୀ ବେଶରେ କ୍ଲିନିକ୍ରେ ପହଁଚିଥିଲେ ଦିଗପହଣ୍ଡି ଆଇଆଇସି । ନାଁ ଶୁଭ୍ରଜିତ ପଣ୍ଡା । ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ।Continue reading “ପାଠ ଯୁକ୍ତ ଦୁଇ, ହେଲେ ପରିଚୟ ଡାକ୍ତର: ବର୍ଷ ବର୍ଷ ଧରି ରୋଗୀଙ୍କୁ ଚୂନ ଲଗାଉଥିବା ନକଲି ଡାକ୍ତରଙ୍କୁ ଧରିଲା ପୋଲିସ”
ମୋଦୀ ବିରୋଧୀଙ୍କ ମିଶିଲା ମନ! ପାଟନା ପରେ ବେଙ୍ଗାଳୁରୁରେ ବୈଠକ, ସମଦୂରତା କଥା ଦୋହରାଇଲା ବିଜେଡି
କନକ ବ୍ୟୁରୋ: ୨୦୨୪ ନିର୍ବାଚନରେ ମୋଦୀଙ୍କୁ ଟକ୍କର ଦେବା ପାଇଁ ଏକାଠି ହୋଇଛନ୍ତି ବିରୋଧୀ । ପାଟନା ପରେ ବେଙ୍ଗଳୁରୁରେ ୨୪ ବିରୋଧୀ ଦଳଙ୍କୁ ଆୟୋଜିତ ହୋଇଛି ଦୁଇ ଦିନିଆ ବୈଠକ । ଏହି ବୈଠକର ନେତୃତ୍ୱ ନେଉଛି କଂଗ୍ରେସ । ସେପଟେ ବେଙ୍ଗାଳୁରୁରେ ମୋଦୀ ବିରୋଧୀଙ୍କ ମେଳିକୁ ଟକ୍କର ଦେବା ପାଇଁ, ଦିଲ୍ଲୀରେ ଏନଡିଏ ମେଂଟ ଦଳଙ୍କ ମହାସମାବେଶ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ଏହି ଦୁଇଟି ବୈଠକରୁ ଦୂରରେ ରହିଛି ବିଜେଡି ।Continue reading “ମୋଦୀ ବିରୋଧୀଙ୍କ ମିଶିଲା ମନ! ପାଟନା ପରେ ବେଙ୍ଗାଳୁରୁରେ ବୈଠକ, ସମଦୂରତା କଥା ଦୋହରାଇଲା ବିଜେଡି”
କଂଗ୍ରେସରେ କୁଚକ୍ରୀ ଗୋଷ୍ଠୀ କିଏ? ନିଲମ୍ବନ ପରେ ପ୍ରେସମିଟ୍ କରି ଚିରଞ୍ଜୀବ ବିଶ୍ୱାଳ ଉଠାଇଲେ ପ୍ରଶ୍ନ
କନକ ବ୍ୟୁରୋ: କଂଗ୍ରେସରୁ ନିଲମ୍ବିତ ହେବାର ୨ ଦିନ ପରେ ମନର କ୍ଷୋଭ ପ୍ରକାଶ କରିଛନ୍ତି ଚିରଂଜୀବି ବିଶ୍ୱାଳ । ସାମ୍ବାଦିକ ସମ୍ମିଳନୀ ଜରିଆରେ, ନାଁ ନନେଇ ଅନେକ ନେତାଙ୍କୁ ଟାର୍ଗେଟ କରିଛନ୍ତି । କିଛି କୁଚକ୍ରୀ ଗୋଷ୍ଠୀଙ୍କ ପାଇଁ ଏଭଳି ଅବସ୍ଥା ହୋଇଥିବା କହିଛନ୍ତି ଚିରଂଜୀବ । ସସପେଣ୍ଡ ହୋଇଥିଲେ ବି ଦଳରେ ସେ ଏବେ ବି ରହିଛନ୍ତି । ଆଉ ଆସନ୍ତା ନିର୍ବାଚନ ଲଢିବେ ବୋଲି ମଧ୍ୟ ସ୍ପଷ୍ଟ ସଂକେତ ଦେଇଛନ୍ତି । କଂଗ୍ରେସରୁContinue reading “କଂଗ୍ରେସରେ କୁଚକ୍ରୀ ଗୋଷ୍ଠୀ କିଏ? ନିଲମ୍ବନ ପରେ ପ୍ରେସମିଟ୍ କରି ଚିରଞ୍ଜୀବ ବିଶ୍ୱାଳ ଉଠାଇଲେ ପ୍ରଶ୍ନ”
ବିଦ୍ୟୁତ ଶକ୍ତି କ୍ଷେତ୍ରରେ ସୃଷ୍ଟି ହେବ ପ୍ରତିଭାବାନ ମାନବ ସମ୍ବଳ: ଟାଟା ପାୱାର-ସରାଙ୍ଗର ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ
କନକ ବ୍ୟୁରୋ: ଟାଟା ପାୱାର ସର୍ବଦା ଯୁବପିଢ଼ିଙ୍କୁ ସହାୟତା ଦେଇଥାଏ ଏବଂ ନିଯୁକ୍ତି ହାସଲ କରିବା ପାଇଁ ଆବଶ୍ୟକ ଦକ୍ଷତା ପ୍ରଦାନ କରି ସେମାନଙ୍କୁ ସଶକ୍ତ କରିବା ଦିଗରେ କାର୍ଯ୍ୟ କରୁଛି । ସେହି ପ୍ରତିବଦ୍ଧତା ଅନୁସାରେ, ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ ପରିପ୍ରେକ୍ଷୀରେ ବିଦ୍ୟୁତ ଶକ୍ତି କ୍ଷେତ୍ରର ଉଦୀୟମାନ ଧାରା ଓ ପ୍ରଯୁକ୍ତି ଉପରେ ପାଠପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ସମୃଦ୍ଧ କରିବା ପାଇଁ କମ୍ପାନୀ ପକ୍ଷରୁ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଜିଆଇଟି) ସହିତContinue reading “ବିଦ୍ୟୁତ ଶକ୍ତି କ୍ଷେତ୍ରରେ ସୃଷ୍ଟି ହେବ ପ୍ରତିଭାବାନ ମାନବ ସମ୍ବଳ: ଟାଟା ପାୱାର-ସରାଙ୍ଗର ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ”
ବୁଗୁଡାରେ ଶିକ୍ଷକ ମରୁଡି, ୨୭ଟି ସ୍କୁଲରେ ନାହାନ୍ତି ଆବଶ୍ୟକୀୟ ଶିକ୍ଷକ। ଜଣେ ଶିକ୍ଷକରେ ଚାଲିଛି ମହାମୟୀ ଉଚ୍ଚ ବିଦ୍ୟାଳୟ
କନକ ବ୍ୟୁରୋ: ଜଣେ ମାତ୍ର ଶିକ୍ଷକରେ ଚାଲିଛି ସ୍ମାର୍ଟ ସ୍କୁଲ । ପିଲାମାନେ କେବଳ ଗଣିତ ହିଁ ପଢୁଛନ୍ତି । କାରଣ ଏଠାରେ କେବଳ ଗଣିତ ଶିକ୍ଷକ ହିଁ ଅଛନ୍ତି । ଶିକ୍ଷକ ଅଭାବରୁ ଅନ୍ୟ ସବୁ ବିଷୟରେ ବହି ଖୋଲା ହୋଇନାହିଁ । ଗଣିତ ପଢାଉଥିବା ଶିକ୍ଷକ ହିଁ ପ୍ରଧାନ ଶିକ୍ଷକ । ପିଲାଙ୍କୁ ପାଠ ପଢାଇବା ସହ ବିଦ୍ୟାଳୟର ସମସ୍ତ କାଗଜପତ୍ର କାମ କରୁଛନ୍ତି । ଯେଉଁଦିନ ବିଦ୍ୟାଳୟ କାଗଜପତ୍ର କାମରେ ଶିକ୍ଷକ ରହୁଛନ୍ତିContinue reading “ବୁଗୁଡାରେ ଶିକ୍ଷକ ମରୁଡି, ୨୭ଟି ସ୍କୁଲରେ ନାହାନ୍ତି ଆବଶ୍ୟକୀୟ ଶିକ୍ଷକ। ଜଣେ ଶିକ୍ଷକରେ ଚାଲିଛି ମହାମୟୀ ଉଚ୍ଚ ବିଦ୍ୟାଳୟ”
ଗାଁରେ ନାହିଁ ନେଟୱାର୍କ, ସିଗନାଲ ପାଇଁ ଚାଳରେ ଟଙ୍ଗା ହେଉଛି ମୋବାଇଲ। ଫୋନରେ କଥା ହେବା ପାଇଁ ଗାଁ ମୁଣ୍ଡ ଗଛ ମୂଳ ଭରସା
କନକ ବ୍ୟୁରୋ: ଗାଁରେ ମୋବାଇଲ ସିଗନାଲ୍ ନଥିବାରୁ ବହୁ ଅସୁବିଧା ଭୋଗୁଛନ୍ତି ଲୋକ । ଚାଳରେ ଟଙ୍ଗା ହେଉଛି ମୋବାଇଲ୍ । ସିଗନାଲ୍ ଆସିବା ଆଶାରେ ମୋବାଇଲ ଫୋନକୁ ପଲିଥିନରେ ପୁରାଇ ଘର ଚାଳରେ ଟାଙ୍ଗୁଛନ୍ତି ଲୋକେ । କାରଣ ଏଇଠି ମୋବାଇଲ ରହିଲେ, ସିଗନାଲ୍ ରହୁଛି । ଫୋନ କଲ୍ ଆସୁଛି, କଥା ହେବା ପାଇଁ ଗାଁ ମୁଣ୍ଡ ଗଛ ମୂଳରେ ବସିବାକୁ ପଡୁଛି । ନହେଲେ ବିନା ନେଟୱାର୍କରେ ଖେଳନା ପାଲଟିଯାଉଛି ମୋବାଇଲ୍ ।Continue reading “ଗାଁରେ ନାହିଁ ନେଟୱାର୍କ, ସିଗନାଲ ପାଇଁ ଚାଳରେ ଟଙ୍ଗା ହେଉଛି ମୋବାଇଲ। ଫୋନରେ କଥା ହେବା ପାଇଁ ଗାଁ ମୁଣ୍ଡ ଗଛ ମୂଳ ଭରସା”
ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ମାଥିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କୁ ମିଳିଲା ନାହିଁ ବେଡ୍। ଅପରେସନ୍ ପରେ ତଳେ ଶୋଇଲେ ମହିଳା
କନକ ବ୍ୟୁରୋ: ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଆଙ୍କୁ ସମ୍ମାନର ସାଂଘାତିକ ସତ । ମାଲକାନଗିରି ଜିଲ୍ଲା ମାଥିଲି ସବ୍ ଡିଭିଜନ ମେଡିକାଲରୁ ଆସିଛି ଏପରି ବିକଳ ଚିତ୍ର । କିଏ ଅସ୍ୱାସ୍ଥ୍ୟକର ପରିବେଶରେ ଶୋଇଛି ତ ଆଉ କିଏ ସ୍ୱାସ୍ଥ୍ୟକେନ୍ଦ୍ର ବାହାରେ ପଡିରହିଛି । ଏହିଭଳି ଚିତ୍ର ହିଁ ବୟାନ କରୁଛି ଆମ ସ୍ୱାସ୍ଥ୍ୟ କେନ୍ଦ୍ରରେ କିପରି ସେବା ଯୋଗାଇ ଦିଆଯାଉଛି । ଗତକାଲି ମାଥିଲିContinue reading “ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ମାଥିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କୁ ମିଳିଲା ନାହିଁ ବେଡ୍। ଅପରେସନ୍ ପରେ ତଳେ ଶୋଇଲେ ମହିଳା”