କନକ ବ୍ୟୁରୋ: କଂଗ୍ରେସ ନେତୃତ୍ୱରେ ଆଜି ବେଙ୍ଗାଲୁରୁରେ ବିରୋଧୀ ଦଳଙ୍କ ବୈଠକ ଆରମ୍ଭ ହେବାକୁ ଯାଉଛି । କଂଗ୍ରେସର କହିବା କଥା ଯେ ଏହି ବୈଠକ ଭାରତର ରାଜନୀତି ପାଇଁ ଗେମଚେଞ୍ଜର ସାବ୍ୟସ୍ଥ ହେବ । ସୂଚନା ଅନୁସାରେ, କଂଗ୍ରେସର କହିବା କଥା ଯେ ବିରୋଧୀ ଦଳର ନାମ ୟୁପିଏ ରଖାଯାଉ କିମ୍ବା ଅନ୍ୟ କିଛି ରଖାଯାଉ ତାହାର ନିଷ୍ପତ୍ତି ଅନ୍ୟ ବିରୋଧୀ ଦଳଙ୍କ ଉପରେ ଛାଡିଦିଆଯାଉ । କଂଗ୍ରେସକୁ ଏଥିରେ କୌଣସି ଆପତ୍ତି ନାହିଁ ।Continue reading “ବଦଳିପାରେ ୟୁପିଏର ନାଁ, ସାବରକରକୁ ନେଇ ସମସ୍ତେ ଚୁପ୍…ବେଙ୍ଗାଲୁରୁରେ ବିରୋଧୀ ଏକତାର ଭିତିରି କଥା ।”
Tag Archives: News
ସହରାଞ୍ଚଳରେ ଜଳବନ୍ଦୀକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି: ମୌସୁମୀ ପୂର୍ବରୁ କାହିଁକି ଡ୍ରେନେଜ୍ ପ୍ରତି ଧ୍ୟାନ ଦିଆଯାଇ ନାହିଁ କଲା ପ୍ରଶ୍ନ
କନକ ବ୍ୟୁରୋ: ବର୍ଷା ଦିନେ ସହର ଗୁଡିକରେ ଜଳବନ୍ଦୀ ସମସ୍ୟା ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ସହରାଂଚଳରେ ଜଳବନ୍ଦୀ ସମସ୍ୟା ନେଇ ସରକାରଙ୍କ ଉପରେ ବର୍ଷିଲା ରାଜ୍ୟ ବିଜେପି । କିଛି ଘଂଟାର ବର୍ଷାରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଗଲା । କଟକରେ ସହରୀ ବନ୍ୟା ପ୍ରାଣନେଲା । ଭଦ୍ରକରେ ଡାକ୍ତରଖାନା ଏବେ ବି ପାଣି ଘେରରେ ରହିଛି । ଏଥିପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଛି ବିଜେପି ।Continue reading “ସହରାଞ୍ଚଳରେ ଜଳବନ୍ଦୀକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି: ମୌସୁମୀ ପୂର୍ବରୁ କାହିଁକି ଡ୍ରେନେଜ୍ ପ୍ରତି ଧ୍ୟାନ ଦିଆଯାଇ ନାହିଁ କଲା ପ୍ରଶ୍ନ”
ବଡ଼ପଣ ଦେଖାଇଲେ ପୂର୍ବତନ ଆର୍ମି ଅଫିସର । ଆର୍ମି ଅପରେସନ୍ ଭଳି ବୁଦ୍ଧି ଖଟାଇଲେ, ହଜିଯାଇଥିବା ଲୋକର ପର୍ସ ଫେରାଇଲେ ।
କନକ ବ୍ୟୁରୋ: ଦୁନିଆରେ ଏବେ ବି ବଞ୍ଚିଛି ମଣିଷପଣିଆ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ପୂର୍ବତନ ଆର୍ମି ଅଫିସର । ରାଉରକେଲାରୁ ପାଇଥିଲେ ଟଙ୍କା ଭର୍ତ୍ତି ମନି ପର୍ସ, ଆର୍ମି ବୁଦ୍ଧି ଖଟାଇ ଶେଷରେ ଉପଯୁକ୍ତ ଲୋକଙ୍କୁ ଫେରାଇଲେ ମନି ପର୍ସ ସହ ହଜାର ହଜାର ଟଙ୍କା । ସୂଚନା ଅନୁସାରେ ଗତ ୬ ତାରିଖରେ ଯାଜପୁର ରୋଡ ଅଞ୍ଚଳର ଦୀପକ ମହାରଣା ନିକ ଗାଡ଼ିରେ ବ୍ୟକ୍ତିଗତ କାମରେ ରାଉରକେଲା ଯାଇଥିଲେ । ଆଉContinue reading “ବଡ଼ପଣ ଦେଖାଇଲେ ପୂର୍ବତନ ଆର୍ମି ଅଫିସର । ଆର୍ମି ଅପରେସନ୍ ଭଳି ବୁଦ୍ଧି ଖଟାଇଲେ, ହଜିଯାଇଥିବା ଲୋକର ପର୍ସ ଫେରାଇଲେ ।”
ଖବର ପ୍ରସାରଣ ପରେ ତ୍ରୁଟି ସୁଧାରିବାକୁ ଚେଷ୍ଟା: ଖ୍ୟାତି ସମ୍ପନ୍ନ ବିଶିଷ୍ଟ କଥାକାର ମନୋଜ ଦାସଙ୍କ ସ୍ମୃତିପୀଠ ପାଇଁ ପ୍ରଶାସନର ହୋର୍ଡିଂକୁ କପଡା ଦ୍ୱାରା ଢଙ୍କାଗଲା
କନକ ବ୍ୟୁରୋ: ଖବର ପ୍ରସାରଣ ପରେ ତ୍ରୁଟିକୁ ଘୋଡ଼ାଇବାକୁ ଉଦ୍ୟମ । ମନୋଜ ଦାସଙ୍କୁ କବି ବୋଲି ଦର୍ଶାଇ କରାଯାଇଥିବା ଫଳକକୁ ଘୋଡ଼ାଇ ଦେଲା ପ୍ରଶାସନ । ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କଥାକାର, ବିଶିଷ୍ଟ ଔପନ୍ୟାସିକ, ପ୍ରାବନ୍ଧିକ ପଦ୍ମ ବିଭୂଷଣ ମନୋଜ ଦାସଙ୍କୁ କିଏ ବା ନଜାଣେ । ତାଙ୍କ ଜନ୍ମମାଟି ବାଲେଶ୍ୱର ଭୋଗରାଇ ବ୍ଲକ ଶଙ୍ଖାରୀ ଗାଁରେ ରାଜ୍ୟ ସରକାର ମନୋଜ ମନ୍ମଥ ସ୍ମାରକୀ ସ୍ମୃତିପୀଠ ନିର୍ମାଣ କରୁଛନ୍ତି । ୬ କୋଟି ୯୦ ଲକ୍ଷ ଟଙ୍କାContinue reading “ଖବର ପ୍ରସାରଣ ପରେ ତ୍ରୁଟି ସୁଧାରିବାକୁ ଚେଷ୍ଟା: ଖ୍ୟାତି ସମ୍ପନ୍ନ ବିଶିଷ୍ଟ କଥାକାର ମନୋଜ ଦାସଙ୍କ ସ୍ମୃତିପୀଠ ପାଇଁ ପ୍ରଶାସନର ହୋର୍ଡିଂକୁ କପଡା ଦ୍ୱାରା ଢଙ୍କାଗଲା”
ମାର୍କେଟ ବିଲ୍ଡିଂ ବନ୍ଦ ନେଇ ସମୟ ମାଗିଲେ ବିଏମସି କମିଶନର : ଉଭୟ ପକ୍ଷରୁ ସହଯୋଗ କରିବାକୁ କଲେ ଅନୁରୋଧ
କନକ ବ୍ୟୁରୋ : ମାର୍କେଟ୍ ବିଲ୍ଡିଂ ବନ୍ଦ ପ୍ରସଙ୍ଗରେ ସମୟ ମାଗିଲେ ବିଏମସି କମିଶନର । ଉଭୟ ପକ୍ଷଙ୍କୁ ସହଯୋଗ କରିବାକୁ ଅନୁରୋଧ କଲେ କମିଶନର୍ ବିଜୟ ଅମୃତଲାଲ କୁଲାଙ୍ଗେ । ପୂର୍ବରୁ ୨ ଥର ମାର୍କେଟ୍ ବିଲ୍ଡିଂ କର୍ମକର୍ତାଙ୍କ ସହ ବୈଠକ ହୋଇଛି । ସେଠାରେ କିଛି ଆଇନଗତ ସମସ୍ୟା ଥିବାରୁ ଟିକେ ସମୟ ଦରକାର ବୋଲି କହିଛନ୍ତି ବିଏମସି କମିଶନର । ମାର୍କେଟ୍ ବିଲ୍ଡିଂରେ ସ୍ଥାୟୀ ଓ ଅସ୍ଥାୟୀ ବ୍ୟବସାୟୀ ସଂଘ ଭିତରେ କିଛିContinue reading “ମାର୍କେଟ ବିଲ୍ଡିଂ ବନ୍ଦ ନେଇ ସମୟ ମାଗିଲେ ବିଏମସି କମିଶନର : ଉଭୟ ପକ୍ଷରୁ ସହଯୋଗ କରିବାକୁ କଲେ ଅନୁରୋଧ”
୨୪ ବନାମ ୩୪ : କିଏ ମାରିବ ବାଜି ? ଲୋକସଭା ନିର୍ବାଚନ ପୂର୍ବରୁ ଉଭୟ ପକ୍ଷଙ୍କ ବୈଠକ ଉପରେ ସମସ୍ତଙ୍କର ନଜର
କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପାଇଁ ବିରୋଧୀଙ୍କ ଦ୍ୱିତୀୟ ମେଳି । ଆଜି ବେଙ୍ଗାଲୁରୁରେ ୨୪ ବିରୋଧୀ ଦଳଙ୍କୁ ନେଇ ବୈଠକ ହେବାର ଅଛି । ଦୁଇ ଦିନ ଧରି ହେବାକୁ ଥିବା ଏହି ବୈଠକରେ ନେତୃତ୍ୱ ନେଉଛି କଂଗ୍ରେସ । ଆଜି ରାତିରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ନୈଶ ଭୋଜି ରହିଛି । ବୈଠକରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀନି ପ୍ରସ୍ତୁତ କରାଯିବ । ଯେଉଁଥିରେ ନିର୍ବାଚନରେ ସିଟ୍ ଭାଗବଂଟା ନେଇ ମଧ୍ୟContinue reading “୨୪ ବନାମ ୩୪ : କିଏ ମାରିବ ବାଜି ? ଲୋକସଭା ନିର୍ବାଚନ ପୂର୍ବରୁ ଉଭୟ ପକ୍ଷଙ୍କ ବୈଠକ ଉପରେ ସମସ୍ତଙ୍କର ନଜର”
ଏଣିକି ଏଲଇଡି ବଲରୁ ମିଳିବ ହାଇସ୍ପିଡ୍ ଇଣ୍ଟରନେଟ୍ ଲିଫି ଟେକ୍ନୋଲୋଜି ହେବ ଗେମ୍ ଚେଞ୍ଜର
କନକ ନ୍ୟଜ୍: ଏମିତି ତ ଭାରତରେ ୪ଜି ପରେ ଏବେ ୫ଜି ସେବାକୁ ଚାତକ ପରି ଚାହିଁଛନ୍ତି । ୪ଜିଠାରୁ ୫ଜିର ସ୍ପିଡ ଅଧିକ ଥିବାରୁ ଏଥିପାଇଁ ଲୋକଙ୍କ ଆଗ୍ରହ ବେଶ୍ ରହିଛି । ହେଲେ ଆପଣ ଜାଣନ୍ତି କି ଭବିଷ୍ୟତରେ ଏଲଇଡି ବଲରୁ ବି ମିଳିବ ଇଣ୍ଟରନେଟ୍ ସେବା । ତା ପୁଣି ଏମିତି ସେମିତି ନୁହେଁ ପୁରା ହାଇସ୍ପିଡ୍ ଇଣ୍ଟରନେଟ୍ ସର୍ଭିସ୍ । ଯଦି ଆପଣଙ୍କ ମନରେ ପ୍ରଶ୍ନ ଆସୁଥାଏ ଯେ, ଏହା କିପରିContinue reading “ଏଣିକି ଏଲଇଡି ବଲରୁ ମିଳିବ ହାଇସ୍ପିଡ୍ ଇଣ୍ଟରନେଟ୍ ଲିଫି ଟେକ୍ନୋଲୋଜି ହେବ ଗେମ୍ ଚେଞ୍ଜର”
୪୮ଘଣ୍ଟାରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା : ପ୍ରଭାବରେ ୧୯ରୁ ୨୨ ଯାଏଁ ବର୍ଷା
କନକ ବ୍ୟୁରୋ : ଦୁର୍ବଳ ହେଲା ଲଘୁଚାପ କ୍ଷେତ୍ର । ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେପଟେ, ୪୮ଘଣ୍ଟାରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ପ୍ରଭାବରେ ୧୯ରୁ ୨୨ ଯାଏଁ ବର୍ଷା ସମ୍ଭାବନା ନେଇ ଆକଳନ କରାଯାଇଛି । ସେପଟେ, ଆଜି ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର,Continue reading “୪୮ଘଣ୍ଟାରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା : ପ୍ରଭାବରେ ୧୯ରୁ ୨୨ ଯାଏଁ ବର୍ଷା”
କ୍ଲଷ୍ଟର ବମକୁ ନେଇ କାହିଁକି ଭୟଭୀତ ଋଷ ? ଏହି ବମ୍ କାହିଁକି ଏତେ ଘାତକ? ଜାଣନ୍ତୁ…
କନକ ବ୍ୟୁରୋ : କ୍ଲଷ୍ଟର ବମ୍, ଯାହାକୁ ନେଇ ଋଷ ଓ ଆମେରିକା ପରଷ୍ପରକୁ ନାଲିଆଖି ଦେଖାଇଛନ୍ତି । ୟୁକ୍ରେନକୁ ଆମେରିକା କ୍ଲଷ୍ଟର ବମ୍ ସପ୍ଲାଏ କରିବା ନେଇ କହିବା ପରେ ଚିହିଁକି ଉଠିଛି ଋଷ । ଋଷ ରାଷ୍ଟ୍ରପତି ପୁଟିନ୍ କହିଛନ୍ତି, ଏଭଳି କୌଣସି କାମ ନକରୁ ଆମେରିକା । ଆମ ପାଖରେ ବି ବିପୁଳ ପରିମାଣରେ କ୍ଲଷ୍ଟର ବମ୍ ରହିଛି । ୟୁକ୍ରେନକୁ କ୍ଲଷ୍ଟର ବମ୍ ସପ୍ଲାଏ କରିବା ନେଇ ଆମେରିକାର ଏହି ବୟାନContinue reading “କ୍ଲଷ୍ଟର ବମକୁ ନେଇ କାହିଁକି ଭୟଭୀତ ଋଷ ? ଏହି ବମ୍ କାହିଁକି ଏତେ ଘାତକ? ଜାଣନ୍ତୁ…”
ବିଦ୍ୟାଳୟର ଅସୁବିଧା ଜଣାଇବାକୁ ପଦଯାତ୍ରା : ୩୪୦ ପିଲାଙ୍କ ପାଇଁ ମାତ୍ର ୩ ଶିକ୍ଷକ ; ଅଧାବାଟରେ ଆସି ବୁଝାଇଲେ ଶିକ୍ଷା ଅଧିକାରୀ
କନକ ବ୍ୟୁରୋ : ବିଦ୍ୟାଳୟର ଅସୁବିଧା ଜଣାଇବାକୁ ପଦଯାତ୍ରା । ସ୍କୁଲରେ ଶିକ୍ଷକ ଅଭାବକୁ ନେଇ ୪ କିଲୋମିଟର ବାଟ ଚାଲିଛନ୍ତି ଛାତ୍ରଛାତ୍ରୀ । ବାରିପଦା ଲକ୍ଷ୍ମୀପୋଷି ସୁବର୍ଣ୍ଣରେଖା ଏଜୁକେସନ କମ୍ପୋଜାଏଟ୍ ପ୍ରୋଜେକ୍ଟ ହାଇସ୍କୁଲର ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କୁ ଗୁହାରୀ ଜଣାଇବାକୁ ପାଦରେ ଚାଲି ଚାଲି ବାହାରିଥିଲେ । ଅଧା ବାଟରେ ଅତିରିକ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ସ୍କୁଲ ଫେରିଥିଲେ ପିଲା । ବିଦ୍ୟାଳୟରେ ୩୩୯ ପିଲାଙ୍କୁ ପାଠ ପଢ଼ାଇବାକୁ ଅଛନ୍ତି ୩ଜଣContinue reading “ବିଦ୍ୟାଳୟର ଅସୁବିଧା ଜଣାଇବାକୁ ପଦଯାତ୍ରା : ୩୪୦ ପିଲାଙ୍କ ପାଇଁ ମାତ୍ର ୩ ଶିକ୍ଷକ ; ଅଧାବାଟରେ ଆସି ବୁଝାଇଲେ ଶିକ୍ଷା ଅଧିକାରୀ”