ଜଗତସିଂହପୁର ମାଛଗାଁ କେନାଲରେ ଦୁଇଟି ଘାଇ: ୨୦ ଫୁଟ ଘାଇ ସୃଷ୍ଟି ହେବାପରେ ଆଖାପାଖ ଅଂଚଳରେ ମାଡିଗଲା ପାଣି

କନକ ବ୍ୟୁରୋ: ଜଗତସିଂହପୁର ମାଛଗାଁ କେନାଲରେ ୨ଟି ଘାଇ ସୃଷ୍ଟି । ଗୋଟିଏ ଦଳେଇ ଘାଇ ନିକଟରେ ଅନ୍ୟଟି ତରିକୁନ୍ଦ ନିକଟରେ । ଦୁଇଟି ସ୍ଥାନରେ ପାଖାପାଖି ୨୦ ଫୁଟର ଘାଇ ସୃଷ୍ଟି ହୋଇଛି । ଘାଇ ଯୋଗୁଁ କଟକ-ଜଗତସିଂହପୁର ୫୫ ନମ୍ବର ଜାତୀୟ ରାଜପଥରେ ଲହଡି ମାରୁଛି ପାଣି । ତେଣୁ ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି । କେନାଲ ପାଣି ଆଖାପାଖ ଗାଁରେ ପଶିଛି । ନିକଟରେ ଥିବା ଦୋକାନ ଘରରେ ପାଣିContinue reading “ଜଗତସିଂହପୁର ମାଛଗାଁ କେନାଲରେ ଦୁଇଟି ଘାଇ: ୨୦ ଫୁଟ ଘାଇ ସୃଷ୍ଟି ହେବାପରେ ଆଖାପାଖ ଅଂଚଳରେ ମାଡିଗଲା ପାଣି”

ଘୁର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ । ଉତର ଓଡିଶା-ପାଶ୍ୱର୍ବର୍ତୀ ପଶ୍ଚିମବଙ୍ଗ ଉପତ୍ୟକାରେ ଲଘୁଚାପ ସୃଷ୍ଟି । ୧୮ରେ ସୃଷ୍ଟି ହେବ ଆଉ ଏକ ଘୁର୍ଣ୍ଣିବଳୟ

କନକ ବ୍ୟୁରୋ : ବଂଗୋପସାଗରରେ ଘୁର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ । ଉତର ଓଡିଶା-ପାଶ୍ୱର୍ବର୍ତୀ ପଶ୍ଚିମବଙ୍ଗ ଉପତ୍ୟକାରେ ଲଘୁଚାପ ସୃଷ୍ଟି ହୋଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ଗତ ୨୪ ଘଂଟାରେ ରାଜ୍ୟରେ ମୌସୁମୀ ପ୍ରବାହ ସକ୍ରିୟ ସହ ୨୭ ଦଶମିକ ୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ୱାଭାବିକ ବର୍ଷା ୧୩ ଦଶମିକ ୫ ମିଲିମିଟର ତୁଳନାରେ ୧୦୩ ପ୍ରତିଶତ ଅଧିକ । ସେହିପରି ଗତContinue reading “ଘୁର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ । ଉତର ଓଡିଶା-ପାଶ୍ୱର୍ବର୍ତୀ ପଶ୍ଚିମବଙ୍ଗ ଉପତ୍ୟକାରେ ଲଘୁଚାପ ସୃଷ୍ଟି । ୧୮ରେ ସୃଷ୍ଟି ହେବ ଆଉ ଏକ ଘୁର୍ଣ୍ଣିବଳୟ”

ଭୂକମ୍ପରେ ଥରିଲା ଆମେରିକାର ଆଲାସ୍କା: ରିକ୍ଟର ସ୍କେଲରେ ତିବ୍ରତା ୭.୪, ସୁନାମୀକୁ ନେଇ ଆଲର୍ଟ ଜାରି

କନକ ବ୍ୟୁରୋ: ଆମେରିକାର ଆଲାସ୍କାରେ ଆଜି ବଡ ଧରଣର ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଏହି ଭୂକମ୍ପର ତିବ୍ରତା ରେକ୍ଟର ସ୍କେଲରେ ୭.୪ ରେକର୍ଡ କରାଯାଇଛି । ଏହି ଭୂକମ୍ପର ଝଟକା ଏତେ ଅଧିକ ଥିଲା ଯେ ଏନେଇ ସୁନାମୀ ଆଲର୍ଟ ଦିଆଯାଇଛି । ଏହି ଭୂକମ୍ପ ୯.୩ କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା । ହେଲେ ଏବେ ଯାଏଁ ଭୂକମ୍ପକୁ ନେଇ ହୋଇଥିବା କ୍ଷୟକ୍ଷତି ବିଷୟରେ କୌଣସି ସୂଚନା ମିଳିନାହିଁ । The postContinue reading “ଭୂକମ୍ପରେ ଥରିଲା ଆମେରିକାର ଆଲାସ୍କା: ରିକ୍ଟର ସ୍କେଲରେ ତିବ୍ରତା ୭.୪, ସୁନାମୀକୁ ନେଇ ଆଲର୍ଟ ଜାରି”

ଆସନ୍ତାକାଲି ବିରୋଧୀ ଦଳ ବୈଠକ । ଯୋଗଦେବେ ୨୪ ରାଜନୈତିକ ଦଳ

କନକ ବ୍ୟୁରୋ : ଆସନ୍ତାକାଲି ବିରୋଧୀ ଦଳ ବୈଠକ । ବେଙ୍ଗାଲୁରୁରେ ବସିବ ଏହି ବୈଠକ । ଏହା ପୂର୍ବରୁ ବୈଠକ ହେବାକୁ ଥିବା ସ୍ଥାନର ସମୀକ୍ଷା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା , କଂଗ୍ରେସ୍ ନେତା ରଣଦୀପ ସୁରଜେୱାଲା । କଂଗ୍ରେସ ନେତୃତ୍ୱରେ ଏହି ବୈଠକ ବସୁଛି । ପାଟନାରେ ପ୍ରଥମ ମିଳିତ ବିରୋଧୀ ବୈଠକ ହୋଇଥିଲା । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ଏହି ବୈଠକ ବସିଥିଲା । ବୈଠକରେ ପ୍ରାୟ ୧୮Continue reading “ଆସନ୍ତାକାଲି ବିରୋଧୀ ଦଳ ବୈଠକ । ଯୋଗଦେବେ ୨୪ ରାଜନୈତିକ ଦଳ”

ନୂଆପଡା ବିରୁନପଦରରେ ଭାଲୁ ଆତଙ୍କ । ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

କନକ ବ୍ୟୁରୋ : ନୂଆପଡା ବିରୁନପଦରରେ ଭାଲୁ ଆତଙ୍କ । ଭାଲୁ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର । ମୃତକ ବିରୁନପଦର ଗାଁର ଘନଶ୍ୟାମ ପଟେଲ । ସକାଳୁ ଘନଶ୍ୟାମ ତାଙ୍କ ପୁଅ ସହ ଦାବରିମୁଣ୍ଡା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ଉଭୟଙ୍କୁ ଭାଲୁ ଆକ୍ରମଣ କରିଥିଲା । ବାପା-ପୁଅଙ୍କ ଚିତ୍କାର ଶୁଣି ଗାଁଲୋକ ଧାଇଁ ଆସି ଭାଲୁକୁ ଘଉଡାଇଥିଲେ । ତେବେ ସେତେବେଳକୁ ଭାଲୁ ଆକ୍ରମଣରେ ଘନଶ୍ୟାମଙ୍କ ମୃତ୍ୟୁ ହୋଇସାରିଥିଲା ।Continue reading “ନୂଆପଡା ବିରୁନପଦରରେ ଭାଲୁ ଆତଙ୍କ । ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର”

ରାଜ୍ୟର ୬୪ ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା । ୪୬ ଜଣ ବିଧାୟକଙ୍କ ନାମରେ ଗୁରୁତର ଅପରାଧିକ ମାମଲା, ଏଡିଆର ରିପୋର୍ଟରେ ପ୍ରକାଶ

କନକ ବ୍ୟୁରୋ : ଓଡ଼ିଶାର ୪୪ ପ୍ରତିଶତ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଏଡିଆର ରିପୋର୍ଟ ଅନୁସାରେ ଓଡ଼ିଶାର ୧୪୫ ବିଧାୟକଙ୍କର ବିଶ୍ଳେଷଣ କରାଯାଇଥିଲା । ସେଥି ମଧ୍ୟରୁ ୬୪ ଜଣ ବିଧାୟକ ବା ୪୪ ପ୍ରତିଶତଙ୍କ ନାମରେ ଅପରାଧିକ ମାମଲା ରହିଛି । ୪୬ ଜଣ ବିଧାୟକଙ୍କ ନାମରେ ଗୁରୁତର ଅପରାଧିକ ମାମଲା ରହିଥିବା ରିପୋର୍ଟରେ ଉଲ୍ଲେଖ ଅଛି । ଦୁଇଜଣ ବିଧାୟକଙ୍କ ବିରୋଧରେ ହତ୍ୟା ମାମଲା ରହିଛି । ତେବେ ଦେଶରContinue reading “ରାଜ୍ୟର ୬୪ ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା । ୪୬ ଜଣ ବିଧାୟକଙ୍କ ନାମରେ ଗୁରୁତର ଅପରାଧିକ ମାମଲା, ଏଡିଆର ରିପୋର୍ଟରେ ପ୍ରକାଶ”

ଓଡିଶାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ । ୪ଜିଲ୍ଲା ଗସ୍ତ କରିବେ ନିତ୍ୟାନନ୍ଦ ରାୟ

କନକ ବ୍ୟୁରୋ : ୪ ଦିନିଆ ଓଡିଶା ଗସ୍ତରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ବିଜେପିର ପ୍ରବାସ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିତ୍ୟାନନ୍ଦ ରାୟ ଓଡିଶା ଆସିଛନ୍ତି । ଆଜି ସକାଳୁ ସେ ଭୁବନେଶ୍ୱରରେ ପଂହଚିଛନ୍ତି । ଏହାପରେ କନ୍ଧମାଳ , ବୌଦ୍ଧ , ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ୪ ସଂସଦୀୟ କ୍ଷେତ୍ରରେ ବିଜେପି ୨୦୧୯ ସାଧାରଣ ନିର୍ବାଚନରେ ହାରି ୨ୟ ସ୍ଥାନରେ ଥିଲାContinue reading “ଓଡିଶାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ । ୪ଜିଲ୍ଲା ଗସ୍ତ କରିବେ ନିତ୍ୟାନନ୍ଦ ରାୟ”

ମା’ କୁ ବିକଳ ହୋଇ ଡାକୁଥିଲା ପୁଅ, ଆଖି ଆଗରେ ସମୁଦ୍ରରେ ଭାସିଗଲେ ମହିଳା

କନକ ବ୍ୟୁରୋ: ଏବେ ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେଉଛି । ମୁମ୍ବାଇ ବାନ୍ଦ୍ରା ବିଚରେ ମଜାମସ୍ତି କରୁଥିବା କାଳ ହେଲା । ବିଚ୍ କୂଳରେ ବସି ଭିଡିଓ କରୁଥିବା ଦମ୍ପତ୍ତିଙ୍କୁ ସମୁଦ୍ର ଲହରୀ ଧକ୍କା ଦେବାରୁ ସମୁଦ୍ର ଲହରୀରେ ଭାସିଗଳେ ମହିଳା । କୂଳରେ କୁନି ପୁଅ ମା’ ମା’ ବୋଲି ଚିକ୍ରାର କରୁଥିବାବେଳେ ମା’ କିନ୍ତୁ ଆଖିପିଛୁଳାକେ ପାଣିରେ ବୁଡିଯାଇଥିଲେ । ମହିଳା ଜଣକ ୩୨ ବର୍ଷୀୟା ଜ୍ୟୋତି ସୋନାର ବୋଲିContinue reading “ମା’ କୁ ବିକଳ ହୋଇ ଡାକୁଥିଲା ପୁଅ, ଆଖି ଆଗରେ ସମୁଦ୍ରରେ ଭାସିଗଲେ ମହିଳା”

‘ଚନ୍ଦ୍ରଯାନ-୩’ ଟିମ୍‌ରେ କେନ୍ଦ୍ରାପଡା ପୁଅ ଶୁଭାଶିଷ ସାମଲ । ପରିବାରକୁ ଛୁଟୁଛି ଶୁଭେଚ୍ଛାର ସୁଅ

କନକ ବ୍ୟୁରୋ: ‘ଚନ୍ଦ୍ରଯାନ-୩ ଅଭିଯାନରେ ସାମିଲ ହୋଇ ଚର୍ଚ୍ଚାକୁ ଆସିଛନ୍ତି ଶୁଭାଶିଷ ସାମଲ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଳକ ମୁକୁନ୍ଦପୁର ଗ୍ରାମରେ। ଶୁଭାଶିଷ (୨୮) ଦୋହଳିସ୍ଥିତ ବିବି ମଡେଲ୍‌ ହାଇସ୍କୁଲରୁ ୨୦୦୯ରେ ମାଟ୍ରିକ ପାସ୍‌ କରିଥିଲେ। ଜଣେ ଟେକ୍‌ନିସିଆନ୍ ହେବା ଲକ୍ଷ୍ୟରେ ପ୍ରଥମେ ୩ ବର୍ଷ ଆଇଟିଆଇ ପଢିବା ପରେ ସିଟିଟିସିରେ ତିନି ବର୍ଷ ପଢିଥିଲେ। ପରେ ଇସ୍ରୋରେ ନିଯୁକ୍ତି ପାଇବାରେ ସଫଳ ହୋଇଥିଲେ। ୨୦୧୮ ମସିହାରୁ ସେ ଇସ୍ରୋରେ କାର୍ୟ୍ୟରତ ଅଛନ୍ତି। ଚନ୍ଦ୍ରପୃଷ୍ଠକୁContinue reading “‘ଚନ୍ଦ୍ରଯାନ-୩’ ଟିମ୍‌ରେ କେନ୍ଦ୍ରାପଡା ପୁଅ ଶୁଭାଶିଷ ସାମଲ । ପରିବାରକୁ ଛୁଟୁଛି ଶୁଭେଚ୍ଛାର ସୁଅ”

ଫେସବୁକରେ ଲାଇଭ କରି ଯୁବକଙ୍କ ଆତ୍ମହତ୍ୟା । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

କନକ ବ୍ୟୁରୋ: ଝାରସୁଗୁଡା ବଡମାଳ ଥାନା ବୃନ୍ଦାମାଲ ଷ୍ଟେସନପଡାରେ ଅଭାବନୀୟ ଘଟଣା । ଫେସବୁକ୍ ଲାଇଭ କରି ଯୁବକଙ୍କ ଆତ୍ମହତ୍ୟା । ବେକରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତି ଅଟଳ ସିଂ । ଖବର ପାଇ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ । ଅଟଳ ଏକ କମ୍ପାନିରେ ଡ୍ରାଇଭାର ଭାବେ କାମ କରୁଥିବା ଜଣାପଡିଛି । ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ସ୍ପଷ୍ଟ ଭାବରେ ଜଣାପଡିନଥିବାContinue reading “ଫେସବୁକରେ ଲାଇଭ କରି ଯୁବକଙ୍କ ଆତ୍ମହତ୍ୟା । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ”

Design a site like this with WordPress.com
Get started