ଟମାଟୋ କରିଦେଲା କୋଟିପତି । ନିଜ ବ୍ୟବସାୟକୁ ନେଇ ଚର୍ଚ୍ଚାରେ ତୁକାରାମ

କନକ ବ୍ୟୁରୋ: ଟମାଟୋ କରିଦେଲା କୋଟିପତି । କଥାଟି ଆଶ୍ଚର୍ଯ୍ୟ ଲାଗଥିଲେ ମଧ୍ୟ ସତ । ଗତ କିଛି ଦିନ ହେବ ଟମାଟୋ ସହ ବିଭିନ୍ନ ପନିପରିବା ଦର ଏତେ ମାତ୍ରାରେ ବଢ଼ିଯାଇଛି ଯେ ଲୋକମାନେ ପନିପରିବା କିଣିବାକୁ ଡ଼ରିଲେଣି । ତେବେ ମହାରାଷ୍ଟ୍ର ପୁନେ ନାରାୟଣଗଂଜ ଅଂଚଳର ତୁକାରାମ ଭାଗୋଜୀ ଗାୟକର ଏବଂ ତାଙ୍କ ପରିବାର ଏକ ମାସରେ ଟମାଟୋ ବିକ୍ରି କରି ଏକ କୋଟି ୫୦ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିଛନ୍ତି ।Continue reading “ଟମାଟୋ କରିଦେଲା କୋଟିପତି । ନିଜ ବ୍ୟବସାୟକୁ ନେଇ ଚର୍ଚ୍ଚାରେ ତୁକାରାମ”

ନକଲି ସୁନା ଶଙ୍ଖ ଦେଇ ଠକିନେଲେ ଲକ୍ଷଲକ୍ଷ ଟଙ୍କା  । ୨ ଅଭିଯୁକ୍ତ ଗିରଫ

କନକ ବ୍ୟୁରୋ: ମହଙ୍ଗା ପଡିଲା ନକଲି ସୁନା ଶଙ୍ଖ କାରବାର । ଦୁଇ ଜଣଙ୍କୁ ବାନ୍ଧିଲା ଉମରକୋଟ ଥାନା ପୁଲିସ । ନକଲି ସୁନା ଶଙ୍ଖ ବିକ୍ରି କରି ୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ୨ ଅଭିଯୁକ୍ତ ହେଲେ ଉମରକୋଟ ଥାନା କାନାକୋଟ ଗାଁର ସୁରେନ୍ଦ୍ର ହରିଜନ ଓ  ଡାବୁଗାଁ ଥାନା କଇଗାଁର ବଳରାମ ପନାକା । ତାମିଲନାଡୁର ଜଣେ ବ୍ୟକ୍ତିଙ୍କୁ ଦୁହେଁ ନକଲି ସୁନାContinue reading “ନକଲି ସୁନା ଶଙ୍ଖ ଦେଇ ଠକିନେଲେ ଲକ୍ଷଲକ୍ଷ ଟଙ୍କା  । ୨ ଅଭିଯୁକ୍ତ ଗିରଫ”

ନବରଙ୍ଗପୁରରେ ନାକେଦମ କଲାଣି ଜଙ୍ଗଲୀ ହାତୀ, ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ । ସେପଟେ କେନ୍ଦୁଝରରେ ପିରତ୍ୟକ୍ତ କୂଅରେ ଖସି ପଡିଲା ହାତୀ

କନକ ବ୍ୟୁରୋ: ନାକେଦମ୍ କଲାଣି ଜଙ୍ଗଲୀ ହାତୀ । ନବରଙ୍ଗପୁର ଭରୁଆମୁଣ୍ଡା ଜଙ୍ଗଲରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । କଳାହାଣ୍ଡି ଜଙ୍ଗଲକୁ ଘଉଡାଇବା ପାଇଁ ଉଦ୍ୟମ କରୁଛି ବନ ବିଭାଗ । ଘଟଣାସ୍ଥଳରେ ଝରିଗାଁ ଡେପୁଟି ରେଞ୍ଜର, ଫରେଷ୍ଟର, ମଇଦଳପୁର ବନ ବିଭାଗ ଅଧିକାରୀ, ଡାବୁଗାଁ ରେଞ୍ଜର ଓ ୱାଇଲ୍ଡ ଲାଇଫ୍ର ସମସ୍ତ ଟିମ୍ ଜଙ୍ଗଲୀ ହାତୀ ଉପରେ ନଜର ରଖିଛନ୍ତି । ଗାଁ ଭିତରକୁ ଯେପରି ହାତୀ ପ୍ରବେଶ ନକରିବ ସେଥିପ୍ରତି ଧ୍ୟାନ ଦିଆଯାଉଛିContinue reading “ନବରଙ୍ଗପୁରରେ ନାକେଦମ କଲାଣି ଜଙ୍ଗଲୀ ହାତୀ, ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ । ସେପଟେ କେନ୍ଦୁଝରରେ ପିରତ୍ୟକ୍ତ କୂଅରେ ଖସି ପଡିଲା ହାତୀ”

ପିକଅପ ଭ୍ୟାନ ତଳେ ଚାପି ହୋଇଗଲା ୪ ବର୍ଷର ଶିଶୁ କନ୍ୟା । ଅଡବା ଥାନା ଗାଣ୍ଡାଗୁଡା ଗାଁରେ ଉତେତ୍ତଜନା, ଡ୍ରାଇଭରକୁ ନିସ୍ତୁକ ମାଡ

କନକ ବ୍ୟୁରୋ: ଗଜପତି ଜିଲ୍ଲା ଅଡବା ଥାନା ଗଣ୍ଡାଗୁଡା ଗାଁରେ ଦୁର୍ଘଟଣା । ପରିବା ବୋଝେଇ ପିକଅପ୍ ଭ୍ୟାନ ଚାପାରେ ୪ ବର୍ଷର ଶିଶୁକନ୍ୟା ମୃତ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଡ୍ରାଇଭରକୁ ଅଟକ ରଖି ପ୍ରବଳ ମାଡ ମାରିଛନ୍ତି ଗାଁଲୋକ । ଖବର ପାଇ ଅଡବା ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ଡ୍ରାଇଭରଙ୍କୁ ଉଦ୍ଧାର କରିଛି । ସକାଳୁ ଗାଁକୁ ପରିବା ବିକ୍ରି ପାଇଁ ଏକ ପିକଅପ୍ ଭ୍ୟାନContinue reading “ପିକଅପ ଭ୍ୟାନ ତଳେ ଚାପି ହୋଇଗଲା ୪ ବର୍ଷର ଶିଶୁ କନ୍ୟା । ଅଡବା ଥାନା ଗାଣ୍ଡାଗୁଡା ଗାଁରେ ଉତେତ୍ତଜନା, ଡ୍ରାଇଭରକୁ ନିସ୍ତୁକ ମାଡ”

ସମ୍ବଲପୁର ଗସ୍ତରେ ୫ଟି ସଚିବ । ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରିବା ସହ ସମେଲେଇ ପ୍ରକଳ୍ପର କଲେ ସମୀକ୍ଷା

କନକ ବ୍ୟୁରୋ: ସମ୍ବଲପୁର ଗସ୍ତରେ ୫ ଟି ସଚିବ ଭିକେ ପାଣ୍ଡିଆନ୍ । ସମ୍ବଲପୁର ଗସ୍ତର ୨ୟ ଦିନରେ ଆଜି ସକାଳୁ ସମଲେଇ ମନ୍ଦିରରେ ପହଞ୍ଚି ମା’ ସମଲେଇଙ୍କୁ ଦର୍ଶନ କରିଛନ୍ତି । ଏହାସହ ସମଲେଇ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିଛନ୍ତି । ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପ କାମ ଶେଷ ହେବ ବୋଲି କହିଛନ୍ତି ଭିକେ ପାଣ୍ଡିଆନ୍ । ପରେ ରେଢାଖୋଲ ନିର୍ବାଚନ ମଣ୍ଡଳୀର ହୁମା ବକ୍ର ମନ୍ଦିର ପରିଦର୍ଶନ କରିବା ସହ ସ୍ଥାନୀୟ ଜନସାଧାରଣContinue reading “ସମ୍ବଲପୁର ଗସ୍ତରେ ୫ଟି ସଚିବ । ମା’ ସମଲେଶ୍ୱରୀଙ୍କୁ ଦର୍ଶନ କରିବା ସହ ସମେଲେଇ ପ୍ରକଳ୍ପର କଲେ ସମୀକ୍ଷା”

ଜୋରଧରିଲା ଶ୍ରୀମନ୍ଦିର ଚାରିଦ୍ୱାର ଦର୍ଶନ ଦାବି । ଦାବି ପୂରଣ ନହେଲେ ଅନଶନ ଚେତାବନୀ

କନକ ବ୍ୟୁରୋ: ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜୋର ଧରିଲା ଶ୍ରୀମନ୍ଦିର ଚାରି ଦ୍ୱାର ଦର୍ଶନ ଦାବି । ବାରମ୍ବାର ଦାବି ସତ୍ତେ୍ୱ ଜିଲ୍ଲା ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବାରୁ ଏହା ବିରୋଧରେ ମୁଣ୍ଡ ଟେକିଲାନି ଆନ୍ଦୋଳନ । ଚାରି ଦ୍ୱାର ଖୋଲିବା ଦାବିରେ ପୁରୀ ସଚେତନ ମଞ୍ଚ ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ଭ ହେଉଛି । ୧ ଲକ୍ଷ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ହେଉଛି । ୮ ଦିନ ଧରି ଏହି ଦସ୍ତଖତ ଅଭିଯାନ ଚାଲିବContinue reading “ଜୋରଧରିଲା ଶ୍ରୀମନ୍ଦିର ଚାରିଦ୍ୱାର ଦର୍ଶନ ଦାବି । ଦାବି ପୂରଣ ନହେଲେ ଅନଶନ ଚେତାବନୀ”

ଦିଲ୍ଲୀରେ ଜାରି ରହିଛି ବର୍ଷା । ଲାଲକିଲ୍ଲା, ରାଜଘାଟ, ଅକ୍ଷରଧାମ ଭଳି ବିଭିନ୍ନ ସ୍ଥାନରେ ଅସମ୍ଭାଳ ପାଣି

କନକ ବ୍ୟୁରୋ : ବିଦେଶରୁ ଫେରି ଦିଲ୍ଲୀ ବନ୍ୟାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବନ୍ୟା ପରିସ୍ଥିତିର କିପରି ମୁକାବିଲା କରାଯାଉଛି ସେନେଇ ରାଜ୍ୟପାଳ ଭି.କେ ସେକ୍ସେନାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଦିଲ୍ଲୀରେ ବନ୍ୟା ସ୍ଥିତି ଏବେବି ସଙ୍ଗୀନ ରହିଛି । ଦେଶର ରାଜଧାନୀର ବହୁ ଅଂଚଳ ଜଳବନ୍ଦୀ ରହିଛି । ଯମୁନା ନଦୀର ଜଳସ୍ତର କମିଥିଲେ ସୁଦ୍ଧା ଏବେ ବି ବିପଦସଙ୍କେତ ଟପି ଜଳସ୍ତର ପ୍ରବାହିତ ହେଉଛି । ୨୬Continue reading “ଦିଲ୍ଲୀରେ ଜାରି ରହିଛି ବର୍ଷା । ଲାଲକିଲ୍ଲା, ରାଜଘାଟ, ଅକ୍ଷରଧାମ ଭଳି ବିଭିନ୍ନ ସ୍ଥାନରେ ଅସମ୍ଭାଳ ପାଣି”

ଆଜି ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା । ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ, ଗତକାଲି ଭଦ୍ରକରେ ସର୍ବାଧିକ ୧୬୫ ମିଲିମିଟର ବର୍ଷା ରେକର୍ଡ ।

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାଶ୍ୱବର୍ତୀ ଉତ୍ତର ଓଡ଼ିଶା- ପଶ୍ଚିମବଙ୍ଗ ଉପକୂଳର ବାୟୁମଣ୍ଡଳରେ ୫ ଦଶମିକ ୮ କିମି ଉଚ୍ଚତା ପର୍ଯ୍ୟନ୍ତ ପୂର୍ଣ୍ଣବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଜି ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, ଝାରରସୁଗୁଡା, ବରଗଡ଼, ନୂଆପଡ଼ା, କଳାହାଣ୍ଡି, କେରାପୁଟ ଓ ନବରଙ୍ଗପୁର ଜିଲ୍ଲା ପାଇଁ ଅରେଂଜContinue reading “ଆଜି ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା । ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ, ଗତକାଲି ଭଦ୍ରକରେ ସର୍ବାଧିକ ୧୬୫ ମିଲିମିଟର ବର୍ଷା ରେକର୍ଡ ।”

୧୧ କେଭି ବିଦ୍ୟୁତ ତାର ଛିଡିପଡିବାରୁ ୬ କାଉଡିଆ ଭକ୍ତଙ୍କ ମୃତ୍ୟୁ, ୫ ଗୁରୁତର

କନକ ବ୍ୟୁରୋ: ମହାଦେବଙ୍କୁ ଜଳାଭିଷେକ କରିବାକୁ ଯାଉଥିବା ବେଳେ ଅଘଟଣ । ବିଦ୍ୟୁତ୍ ଆଘାତରେ ଗଲା ୬ଜଣ କାଉଡିଆ ଭକ୍ତଙ୍କ ଜୀବନ, ଅନ୍ୟ ୫ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ମେରଟର ପରିକ୍ଷିତଗଡ଼ ଅଞ୍ଚଳରେ । ପାଣି ନେଇ ଯାଉଥିବାବେଳେ ହଠାତ୍ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସେମାନଙ୍କ ଉପରେ ଛିଡିପଡିଥିଲା । ଫଳରେ ଏଭଳି ଭୟାନକ ଦୁର୍ଘଟଣା ଘଟିଛି ।Continue reading “୧୧ କେଭି ବିଦ୍ୟୁତ ତାର ଛିଡିପଡିବାରୁ ୬ କାଉଡିଆ ଭକ୍ତଙ୍କ ମୃତ୍ୟୁ, ୫ ଗୁରୁତର”

ଜଗତସିଂହପୁର ମାଛଗାଁ କେନାଲରେ ଦୁଇଟି ଘାଇ । କଟକ-ଜଗତସିଂହପୁର ୫୫ ନମ୍ବର ଜାତୀୟ ରାଜପଥରେ ପାଣି

କନକ ବ୍ୟୁରୋ : ଜଗତସିଂହପୁର ମାଛଗାଁ କେନାଲରେ ୨ଟି ଘାଇ ସୃଷ୍ଟି । ଗୋଟିଏ ଦଳେଇ ଘାଇ ନିକଟରେ ଅନ୍ୟଟି ତରିକୁନ୍ଦ ନିକଟରେ । ଦୁଇଟି ସ୍ଥାନରେ ପାଖାପାଖି ୨୦ ଫୁଟର ଘାଇ ସୃଷ୍ଟି ହୋଇଛି । ଘାଇ ଯୋଗୁଁ କଟକ-ଜଗତସିଂହପୁର ୫୫ ନମ୍ବର ଜାତୀୟ ରାଜପଥରେ ଲହଡି ମାରୁଛି ପାଣି । ତେଣୁ ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି । କେନାଲ ପାଣି ଆଖାପାଖ ଗାଁରେ ପଶିଛି । ନିକଟରେ ଥିବା ଦୋକାନ ଘରରେContinue reading “ଜଗତସିଂହପୁର ମାଛଗାଁ କେନାଲରେ ଦୁଇଟି ଘାଇ । କଟକ-ଜଗତସିଂହପୁର ୫୫ ନମ୍ବର ଜାତୀୟ ରାଜପଥରେ ପାଣି”

Design a site like this with WordPress.com
Get started