କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲରୁ ଏବେ ସମୟର ସବୁଠାରୁ ବଡ ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ ଦିଲ୍ଲୀ ସରକାରଙ୍କ ବିରୋଧରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ନେଇ କେଜ୍ରିୱାଲଙ୍କ ଦାବିକୁ କଂଗ୍ରେସ ସମର୍ଥନ ଜଣାଇଛି । ଏନେଇ କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବାସଭବନରେ ଚାଲିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକ ଶେଷରେ ଅଧ୍ୟାଦେଶ ପ୍ରସଙ୍ଗରେ କଂଗ୍ରେସର ମତ ସାର୍ବଜନୀନ କରାଯାଇପାରେ । ସୂଚନା ମୁତାବକ ସଂସଦରେContinue reading “ଦିଲ୍ଲୀ ଅଧ୍ୟାଦେଶ ବିବାଦ : କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ଉପରେ କେଜ୍ରିୱାଲଙ୍କୁ ମିଳିଲା କଂଗ୍ରେସର ସମର୍ଥନ”
Tag Archives: News
ମଧ୍ୟପ୍ରାଚ୍ୟରେ ମୋଦୀ ମୋଦୀ: ୟୁଏଇଏକୁ ପ୍ରଧାନମନ୍ତ୍ରୀ ଦିନିକିଆ ଗସ୍ତ ବେଳେ ଜୋରଦାର ସମ୍ବର୍ଦ୍ଧନା, ବୁର୍ଜଖଲିଫାରେ ଝଲସିଲା ମୋଦୀଙ୍କ ଫଟୋ
କନକ ବ୍ୟୁରୋ: ଫ୍ରାନ୍ସ ଗସ୍ତ ସାରି ପ୍ରଧାନମନ୍ତ୍ରୀ ମୋଦୀ ୟୁଏଇରେ ପହଂଚିଥିବା ବେଳେ ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ମୋଦୀ ଏହି ଗସ୍ତ ବେଳେ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାୟେଦଙ୍କୁ ଭେଟି ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲାଚନା କରିଛନ୍ତି । ବିଶେଷକରି ଉଭୟ ଦେଶ ମଧ୍ୟ ବ୍ୟବସାୟିକ ସମ୍ପର୍କ ବଢ଼ାଇବା ଉପରେ ଉଭୟ ନେତା ଗୁରୁତ୍ୱ ଦେଇଛନ୍ତି । ଏବେ ଭାରତ ଓ ୟୁଏଇ ସ୍ଥାନୀୟ ମୁଦ୍ରାରେ ନେଣଦେଶ କରିପାରିବେ ।Continue reading “ମଧ୍ୟପ୍ରାଚ୍ୟରେ ମୋଦୀ ମୋଦୀ: ୟୁଏଇଏକୁ ପ୍ରଧାନମନ୍ତ୍ରୀ ଦିନିକିଆ ଗସ୍ତ ବେଳେ ଜୋରଦାର ସମ୍ବର୍ଦ୍ଧନା, ବୁର୍ଜଖଲିଫାରେ ଝଲସିଲା ମୋଦୀଙ୍କ ଫଟୋ”
ଆଗକୁ ବଢ଼ିଚାଲିଛି ଚନ୍ଦ୍ରଯାନ-୩: ପୃଥିବୀଠାରୁ ୪୨ ହଜାର କିଲୋମିଟର ଦୂରରେ କରୁଛି ପରିକ୍ରମା
କନକ ବ୍ୟୁରୋ: ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ପରେ ସାରା ଦେଶରେ ଖୁସି ଓ ଉତ୍ସାହ ରହିଛି । ହେଲେ ଏବେ ସମସ୍ତିଙ୍କ ନଜର ଅଟକିଛି ଏହାର ଯାତ୍ରା ଉପରେ । ୪୨ ଦିନର ଯାତ୍ରା ପରେ ଚନ୍ଦ୍ରଯାନ-୩ ଏହାର ଗନ୍ତବ୍ୟସ୍ଥଳରେ ପହଂଚିବ । ଅଗଷ୍ଟ ୨୩ ତାରିଖ ସଂଧ୍ୟା ୫ ଟା ୪୭ ମିନିଟରେ ଚନ୍ଦ୍ରପୃଷ୍ଠରେ ଏହା ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଲକ୍ଷ୍ୟ ରଖାଯାଇଛି । ଯଦି ଆବଶ୍ୟକ ହୁଏ, ତେବେ ଏହା ପରିବର୍ତନ କରାଯିବContinue reading “ଆଗକୁ ବଢ଼ିଚାଲିଛି ଚନ୍ଦ୍ରଯାନ-୩: ପୃଥିବୀଠାରୁ ୪୨ ହଜାର କିଲୋମିଟର ଦୂରରେ କରୁଛି ପରିକ୍ରମା “
ଯମୁନାର ଜଳସ୍ତର କମୁଛି, ହେଲେ ଏବେବି ଦିଲ୍ଲୀ ବନ୍ୟା ସ୍ଥିତି ସଙ୍ଗୀନ: ୨୬ ହଜାର ଲୋକଙ୍କୁ କରାଗଲାଣି ସ୍ଥାନାନ୍ତର
କନକ ବ୍ୟୁରୋ: ଦିଲ୍ଲୀରେ ବନ୍ୟା ସ୍ଥିତି ଏବେବି ସଙ୍ଗୀନ ରହିଛି । ଯମୁନା ନଦୀର ଜଳସ୍ତର କମିଚାଲିଛି, ହେଲେ ଏବେବି ଦେଶର ରାଜଧାନୀର ବହୁ ଅଂଚଳ ଜଳବନ୍ଦୀ ରହିଛି । ୨୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ୪୦ରୁ ଅଧିକ କ୍ୟାମ୍ପ କରାଯାଇଛି । ଦିଲ୍ଲୀର ବନ୍ୟା ସ୍ଥିତି ଏବେବି ସଙ୍ଗୀନ ଥିବା ବେଳେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଦିଲ୍ଲୀରେ ବନ୍ୟା ସ୍ଥିିିତି ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗContinue reading “ଯମୁନାର ଜଳସ୍ତର କମୁଛି, ହେଲେ ଏବେବି ଦିଲ୍ଲୀ ବନ୍ୟା ସ୍ଥିତି ସଙ୍ଗୀନ: ୨୬ ହଜାର ଲୋକଙ୍କୁ କରାଗଲାଣି ସ୍ଥାନାନ୍ତର”
ବୟସ ଲୁଚାଇବା ପାଇଁ ଅସ୍ତ୍ରୋପଚାର । ରୁପ ବଦଳାଉଛି କସ୍ମେଟିକ୍ ସର୍ଜରୀ
କନକ ବ୍ୟୁରୋ : ଅନେକ ଅଭିନେତା, ଅଭିନେତ୍ରୀ ଅଧିକ ଆକର୍ଷଣୀୟ ଦେଖାଯିବା ପାଇଁ ନିଜ ଚେହେରାରେ ପରିବର୍ତନ କରୁଛନ୍ତି । ଏକଥା ତ ସଭିଏଁ ଜାଣନ୍ତି । କିନ୍ତୁ ଏବେ ଅଧିକ ସୁନ୍ଦର ଦେଖିଯିବା ପାଇଁ ପ୍ଲାଷ୍ଟିକ ସର୍ଜରୀ ଯୁବପୀଢିଙ୍କ ପସନ୍ଦ ପାଲଟିଛି । ସୁନ୍ଦର ହେବା ପାଇଁ କିଏ ନାକର ଅସ୍ତ୍ରୋପଚାର କରୁଛି ତ କିଏ ଗାଲ ଓ ଆଖିର । ୪୦ରୁ ୪୫ ବର୍ଷ ବୟସ ହେଲା ବେଳକୁ ଚେହରାରେ ଅନେକ ପରିବର୍ତନ ଆସିଯାଏContinue reading “ବୟସ ଲୁଚାଇବା ପାଇଁ ଅସ୍ତ୍ରୋପଚାର । ରୁପ ବଦଳାଉଛି କସ୍ମେଟିକ୍ ସର୍ଜରୀ”
ପୃଥିବୀ ଠାରୁ ଦୂରେଇ ଯାଉଛି ଚନ୍ଦ୍ରଯାନ-୩ । ଚନ୍ଦ୍ରରେ ଓହ୍ଲାଇବାକୁ ଆଉ ପ୍ରାୟ ୪୦ ଦିନ !
କନକ ବ୍ୟୁରୋ : ଭାରତର ବହୁ ପ୍ରତିକ୍ଷିତ ‘ଚନ୍ଦ୍ରଯାନ-୩’ ସଫଳତାର ସହ ଉତ୍କ୍ଷେପଣ ପରେ ଏବେ ସଫ୍ଟ ଲ୍ୟାଣ୍ଡିଂକୁ ଅପେକ୍ଷା । ଦିନ ଯେତିକି ଗଡୁଛି ଉକ୍ରଣ୍ଠା ସେତିକି ବଢିବାରେ ଲାଗିଛି । ପୃଥିବୀର କକ୍ଷ ପଥରେ ଘୁରି ବୁଲୁଥିବା ଚନ୍ଦ୍ରଯାନ-୩କୁ ଅହରହ ନୀରିକ୍ଷଣ କରୁଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା- ଇସ୍ରୋ । ଯାହା ଜଣାପଡିଛି ‘ଚନ୍ଦ୍ରଯାନ-୩’ର ସ୍ଥିତି – ୧୫ ଜୁଲାଇ ଦିନ ୧୨ଟା ୫ରେ ‘ଚନ୍ଦ୍ରଯାନ-୩’ର ପ୍ରଥମ କକ୍ଷପଥରେ ପରିବର୍ତ୍ତନ କରାଯାଇଛି –Continue reading “ପୃଥିବୀ ଠାରୁ ଦୂରେଇ ଯାଉଛି ଚନ୍ଦ୍ରଯାନ-୩ । ଚନ୍ଦ୍ରରେ ଓହ୍ଲାଇବାକୁ ଆଉ ପ୍ରାୟ ୪୦ ଦିନ !”
ସମ୍ବଲପୁର ଗସ୍ତରେ ୫-ଟି ସଚିବ । ବିଜେପିର ଜୋରଦାର ବିରୋଧ
କନକ ବ୍ୟୁରୋ : ବହୁ ବିବାଦ ସତ୍ୱେ ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଯାଇଛନ୍ତି ୫-ଟି ସଚିବ, ଭି.କେ ପାଣ୍ଡିଆନ୍ । ଗସ୍ତର ପ୍ରଥମ ଦିନରେ କୁଚିଣ୍ଡା, ଖିଣ୍ଡା, ରେଂଗାଲୀ ଓ ସମ୍ବଲପୁର ସହରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଲୋକଙ୍କ ସମସ୍ୟା ସମ୍ପର୍କରେ ବୁଝିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି । ଏବଂ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ୭ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ସଚିବ ।Continue reading “ସମ୍ବଲପୁର ଗସ୍ତରେ ୫-ଟି ସଚିବ । ବିଜେପିର ଜୋରଦାର ବିରୋଧ”
ସାଧାରଣ ବର୍ଷାରେ ରାଜଧାନୀରେ ଲହଡି ଭାଙ୍ଗୁଛି ବର୍ଷା ପାଣି, ଦିଲ୍ଲୀ ଉଦାହରଣ ଦେଇ ଅଜବ ଯୁକ୍ତି ବାଢିଲେ ବିଏମସି ମେୟର
କନକ ବ୍ୟୁରୋ : ସାମାନ୍ୟ ବର୍ଷାରେ ବେହାଲ ହୋଇଛି ରାଜଧାନୀ । ସକାଳୁ ରାଜଧାନୀରେ ପ୍ରବଳ ବର୍ଷାରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଲା । ପାଣି ଠିକ ଭାବେ ନ ଯିବା ସହ ଜବରଦଖଲ ଯୋଗୁଁ ବର୍ଷା ହେଲେ ପାଣି ଜମି ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଏମସି ଇଂଜିନିୟର ଆସି ସ୍ଥିତି ବି ପରଖିଥିଲେ । ଆଉ ଡ୍ରେନ ଚୋକ ହୋଇଯିବାକୁ ପାଣି ନିଷ୍କାସିତ ହୋଇପାରିନଥିଲା । ସେହିଭଳି ନୟାପଲ୍ଲୀ ରାଜପଥ କଡରେ ଥିବାContinue reading “ସାଧାରଣ ବର୍ଷାରେ ରାଜଧାନୀରେ ଲହଡି ଭାଙ୍ଗୁଛି ବର୍ଷା ପାଣି, ଦିଲ୍ଲୀ ଉଦାହରଣ ଦେଇ ଅଜବ ଯୁକ୍ତି ବାଢିଲେ ବିଏମସି ମେୟର”
ଆଗକୁ ଆସୁଛି ବଡ଼ ବର୍ଷା ! ସତର୍କ କଲେ ସ୍ୱତନ୍ତ୍ର ରିଲିଫ କମିସନର । ୧୫ ଜୁଲାଇରୁ ୧୯ ଜୁଲାଇ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା
କନକ ବ୍ୟୁରୋ : ଓଡ଼ିଶାକୁ ଫେରିଛି ମୌସୁମୀ । କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ଲଗାଣ ବର୍ଷା । ଗୋଟିଏ ପଟେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଏବଂ ଅନ୍ୟପଟେ ମୌସୁମୀ ନିମ୍ନ ଚାପ ରେଖା ସାଧାରଣ ଅବସ୍ଥାକୁ ଫେରିଛି । ୧୫ରୁ ୧୯ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ସତର୍କ କଲେ ଏସଆରସି ପ୍ରବଳ ବର୍ଷାContinue reading “ଆଗକୁ ଆସୁଛି ବଡ଼ ବର୍ଷା ! ସତର୍କ କଲେ ସ୍ୱତନ୍ତ୍ର ରିଲିଫ କମିସନର । ୧୫ ଜୁଲାଇରୁ ୧୯ ଜୁଲାଇ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା”
ପିଲାଙ୍କ ଟଙ୍କା ହଡପ କରିଦେଲେ ଗ୍ରାମ୍ୟବ୍ୟାଙ୍କ କର୍ମଚାରୀ: କ୍ୟାସିଅରଙ୍କ ବିରୋଧରେ ମାଲୁଦ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଅଭିଯୋଗ
କନକ ବ୍ୟୁରୋ: ସ୍କୁଲ ପିଲାଙ୍କ ଟଙ୍କା ବି ଛାଡିଲେ ନାହିଁ ଗ୍ରାମ୍ୟବ୍ୟାଙ୍କ କର୍ମଚାରୀ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଗ୍ରାମ୍ୟବ୍ୟାଙ୍କ କ୍ୟାସିଅର ଅନିଲ ଶବର ଛାତ୍ରଛାତ୍ରୀଙ୍କ ଆକାଉଁଟରେ ଥିବା ୩୦ ହଜାର ଟଙ୍କା ନେଇଯାଇଥିବା ଜଣାପଡିଛି । ମାଲୁଦ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଟଙ୍କା ହଡପ ହୋଇଥିବା ଜଣାପଡିବା ପରେ ମାଲୁଦ ଗ୍ରାମ୍ୟବ୍ୟାଙ୍କ ଶାଖାରେ ପହଂଚିଥିଲେ ଛାତ୍ରଛାତ୍ରୀ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର ନାଥ ଜେନ ଏନେଇ ବ୍ୟାଙ୍କରେ ଲିଖିତ ଅଭିଯୋଗ କରିଛନ୍ତି । ଏବଂ ଗ୍ରାମ୍ୟContinue reading “ପିଲାଙ୍କ ଟଙ୍କା ହଡପ କରିଦେଲେ ଗ୍ରାମ୍ୟବ୍ୟାଙ୍କ କର୍ମଚାରୀ: କ୍ୟାସିଅରଙ୍କ ବିରୋଧରେ ମାଲୁଦ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଅଭିଯୋଗ”