ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି : ସକାଳ ୮ଟା ୩୦ ସୁଦ୍ଧା ପାରାଦୀପରେ ସର୍ବାଧିକ ବର୍ଷା ରେକର୍ଡ

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ସକାଳ ୮ଟା ୩୦ ସୁଦ୍ଧା ବର୍ଷା ରେକର୍ଡ କରାଯାଇଛି । ପାରାଦୀପରେ ସର୍ବାଧିକ ୧୦୫ ମିମି ବର୍ଷା ରେକର୍ଡ କରାଯାଇଛି । ପୁରୀ ୮୮.୬, ଢେଙ୍କାନାଳ ୭୦, ନୟାଗଡ ୪୩.୧, କଟକ ୪୧.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୧୪.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେପଟେ, ପ୍ରବଳ ବର୍ଷାକୁ ନେଇ ସତର୍କ କଲା ପାଣିପାଗ ବିଭାଗ ।Continue reading “ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି : ସକାଳ ୮ଟା ୩୦ ସୁଦ୍ଧା ପାରାଦୀପରେ ସର୍ବାଧିକ ବର୍ଷା ରେକର୍ଡ”

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚନ୍ଦନ କାଠରେ ତିଆରି ସୀତାର୍, ତାଙ୍କ ପତ୍ନୀଙ୍କୁ ଶିଲ୍କ ଶାଢୀ ଉପହାର । ପଢନ୍ତୁ, ଫ୍ରାନ୍ସରେ କାହାକୁ କଣ ଉପହାର ଦେଲେ ମୋଦୀ?

କନକ ବ୍ୟୁରୋ: ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ନିଜର ଗସ୍ତ ସାରି ଫ୍ରାନ୍ସକୁ ବିଦାୟ ଜଣାଇସାରିଛନ୍ତି । ମୋଦୀ ତାଙ୍କର ଏହି ଫ୍ରାନ୍ସ ଗସ୍ତ ସମୟରେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍, ତାଙ୍କ ପତ୍ନୀ ବ୍ରିଗିଟ୍ ମାକ୍ରନ୍, ପ୍ରଧାନମନ୍ତ୍ରୀ ଏଲିଜାବେଥ୍ ବୋର୍ନ ସମେତ ସିନେଟର ଅଧ୍ୟକ୍ଷ ପ୍ରମୁଖଙ୍କୁ ଭେଟିଥିଲେ । ତେବେ ଫ୍ରାନ୍ସକୁ ବିଦାୟ ଜଣାଇବା ପୂର୍ବରୁ ମୋଦୀ ବିଦେଶ ମାଟିରେ ଭାରତୀୟ ଶିଳ୍ପକଳାର ବିଭିନ୍ନ ଉପହାର ସେମାନଙ୍କୁ ଭେଟି ଦେଇଛନ୍ତି । ମୋଦୀContinue reading “ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚନ୍ଦନ କାଠରେ ତିଆରି ସୀତାର୍, ତାଙ୍କ ପତ୍ନୀଙ୍କୁ ଶିଲ୍କ ଶାଢୀ ଉପହାର । ପଢନ୍ତୁ, ଫ୍ରାନ୍ସରେ କାହାକୁ କଣ ଉପହାର ଦେଲେ ମୋଦୀ?”

ପ୍ରବଳ ବର୍ଷା ନେଇ ଟ୍ୱିନସିଟିକୁ ସତର୍କ କଲା ପାଣିପାଗ ବିଭାଗ : ଆଗାମୀ ୨ଘଣ୍ଟା ଯାଏଁ ତୀବ୍ର ବୃଷ୍ଟିପାତ ଚେତାବନୀ

କନକ ବ୍ୟୁରୋ : ପ୍ରବଳ ବର୍ଷାକୁ ନେଇ ସତର୍କ କଲା ପାଣିପାଗ ବିଭାଗ । କଟକ ଓ ଭୁବନେଶ୍ୱରରେ ବର୍ଷା ନେଇ ସତର୍କତା । ଆଗାମୀ ୨ଘଣ୍ଟା ଯାଏଁ ତୀବ୍ର ବୃଷ୍ଟିପାତ ଚେତାବନୀ । ଘଣ୍ଟାପ୍ରତି ୧ରୁ ୨ ସେଣ୍ଟିମିଟର ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷିଲେ ୨ରୁ ୩ ସେଣ୍ଟିମିଟର ବର୍ଷା ସମ୍ଭାବନା ରହିଛି । ସହରର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମିବା ନେଇ ଆକଳନ କରାଯାଇଛି । ଆବଶ୍ୟକ ନଥିଲେ ବାହାରକୁContinue reading “ପ୍ରବଳ ବର୍ଷା ନେଇ ଟ୍ୱିନସିଟିକୁ ସତର୍କ କଲା ପାଣିପାଗ ବିଭାଗ : ଆଗାମୀ ୨ଘଣ୍ଟା ଯାଏଁ ତୀବ୍ର ବୃଷ୍ଟିପାତ ଚେତାବନୀ”

ସମୁଦ୍ରରେ ବଢିବ ଭାରତର ଶକ୍ତି । ନୌସେନାରେ ସାମିଲ ହେବେ ୨୬ ରାଫେଲ, ଗୁରୁତ୍ୱପୂର୍ଣ୍ଣ ଡିଲକୁ ମଞ୍ଜୁରୀ

କନକ ବ୍ୟୁରୋ: ଭାରତୀୟ ନୌସେନାକୁ ନୂଆ ଜ୍ଞାନକୌଶଳରେ ନିର୍ମିତ ଲଢୁଆ ବିମାନ ରାଫେଲ କିଣିବାକୁ ହୋଇଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଯାଇଛି । ଏହି ଆଧାରରେ ନୌସେନାକୁ ୨୬ଟି ରାଫେଲ ମିଳିବ । ଡସାଲ୍ଟ ଏଭିଏସନର ଅଧ୍ୟକ୍ଷ ଓ ସିଇଓ ଏରିକ୍ ଟ୍ରେପିୟର କହିଛନ୍ତି ଯେ, ତାଙ୍କ ସଂସ୍ଥା ରାଫେଲ ସହ ଭାରତୀୟ ନୌସେନାର ଆଶା ପୂରଣ କରିବେ । ଫ୍ରାନ୍ସଠାରୁ ୨୬ଟି ରାଫେଲ ସହ ଫ୍ରାନ୍ସ ଦ୍ୱାରା ନିର୍ମିତ  ୩ଟି ସ୍କର୍ପିନ୍ କ୍ୟାଟାଗରୀର ବୁଡାଜାହାଜ କିଣିବାକୁ ଡିଲContinue reading “ସମୁଦ୍ରରେ ବଢିବ ଭାରତର ଶକ୍ତି । ନୌସେନାରେ ସାମିଲ ହେବେ ୨୬ ରାଫେଲ, ଗୁରୁତ୍ୱପୂର୍ଣ୍ଣ ଡିଲକୁ ମଞ୍ଜୁରୀ”

କୁନୋ ଜାତୀୟ ଉଦ୍ୟାନରେ ପୁଣି ଏକ ଚିତାର ମୃତ୍ୟୁ : ୫ ମାସରେ ଗଲା ଅଷ୍ଟମ ଚିତାର ଜୀବନ; ମୃତ୍ୟୁର କାରଣ ଅସ୍ପଷ୍ଟ

କନକ ବ୍ୟୁରୋ : ଦେଶରେ ଚିତା ପ୍ରକଳ୍ପକୁ ପୁଣି ଏକ ଝଟକା ଲାଗିଛି । ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ପୁଣି ଏକ ଚିତାର ମୃତ୍ୟୁ ହୋଇଛି । ତେଜସର ମୃତ୍ୟୁ ପରେ ପୁଣି ସୂରଜର ମୃତ୍ୟୁ ହୋଇଛି । ଏହାରି ଭିତରେ ୫ ମାସ ମଧ୍ୟରେ ୮ଟି ଚିତାଙ୍କର ମୃତ୍ୟୁ ହେଲାଣି । ତେବେ ପାଟ୍ରୋଲିଂ ଟିମ୍ ଚିତା ସୂରଜକୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଗତContinue reading “କୁନୋ ଜାତୀୟ ଉଦ୍ୟାନରେ ପୁଣି ଏକ ଚିତାର ମୃତ୍ୟୁ : ୫ ମାସରେ ଗଲା ଅଷ୍ଟମ ଚିତାର ଜୀବନ; ମୃତ୍ୟୁର କାରଣ ଅସ୍ପଷ୍ଟ”

ରାଜ୍ୟରେ ଆସନ୍ତା ୩ରୁ ୪ ଦିନ ବର୍ଷା ସମ୍ଭାବନା : କାଲି ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ; ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କନକ ବ୍ୟୁରୋ : ରାଜ୍ୟରେ ଆସନ୍ତା ୩ରୁ ୪ ଦିନ ବର୍ଷା ସମ୍ଭାବନା । କାଲିସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ପ୍ରଭାବରେ ବଢ଼ିବ ବର୍ଷାର ପରିମାଣ । ଆଜି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନେର ଶୁକ୍ରବାର ଦିନ ବର୍ଷା ହୋଇଥିବା ବେଳେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବୋଲଶ୍ୱର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ନବରଙ୍ଗପୁର, ନୂଆପଡ଼ା ଓ ବଲାଙ୍ଗୀର ଆଦି ଜିଲ୍ଲାର କେତେକ ସ୍ଥାନରେContinue reading “ରାଜ୍ୟରେ ଆସନ୍ତା ୩ରୁ ୪ ଦିନ ବର୍ଷା ସମ୍ଭାବନା : କାଲି ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ; ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ”

ମାଲୁଦ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଟଙ୍କା ହଡପ : ସ୍କୁଲ ଖାତାର ଜମା ଟଙ୍କାରୁ ୩୦ ହଜାର ଟଙ୍କା କ୍ୟାସିୟର ହଡପ କରିଥିବା ଅଭିଯୋଗ

କନକ ବ୍ୟୁରୋ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକର ମାଲୁଦ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ଟଙ୍କାକୁ ହଡ଼ପ କରି ନେଇଗଲେ ମାଲୁଦ ଗ୍ରାମ୍ୟ ବ୍ୟାଙ୍କ କ୍ୟାସିଅର ଅନିଲି ଶବର । ହାଇସ୍କୁଲ ଖାତାର ଜମା ଟଙ୍କାରୁ ୩୦ ହଜାର ଟଙ୍କା ହଡ଼ପ କରିଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ମାଲୁଦ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ଜେନା ମାଲୁଦ ଗ୍ରାମ୍ୟ ବ୍ୟାଙ୍କରେ ଲିଖିତ ଅଭିଯୋଗ କରିଛନ୍ତି । ଖୁବଶୀଘ୍ର ଉକ୍ତ ଟଙ୍କାକୁ ୫Continue reading “ମାଲୁଦ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଟଙ୍କା ହଡପ : ସ୍କୁଲ ଖାତାର ଜମା ଟଙ୍କାରୁ ୩୦ ହଜାର ଟଙ୍କା କ୍ୟାସିୟର ହଡପ କରିଥିବା ଅଭିଯୋଗ”

ବ୍ରାଉନସୁଗାର ମାଫିଆ ସୋମନାଥ ଭୁଜବଳ ହତ୍ୟା ମାମଲା : ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ପ୍ରଧାନକୁ ଗିରଫ କଲା ପୋଲିସ

କନକ ବ୍ୟୁରୋ : ବହୁଚର୍ଚ୍ଚିତ ବ୍ରାଉନସୁଗାର ମାଫିଆ ସୋମନାଥ ଭୁଜବଳ ହତ୍ୟାକାଣ୍ଡ ମାମଲାରେ ଖୋର୍ଦ୍ଧା ଟାଉନ ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ପ୍ରଧାନ ଓରଫ ସଂଜୁକୁ ଗିରଫ କରିଛି । ଏହା ସହ ସଞ୍ଜୟ ନିକଟରେ ଥିବା ୫ଟି ଗାଡ଼ି, ଚାରିଟି ବନ୍ଧୁକ ଓ ୧୧ଟି ଜୀବନ୍ତ ଗୁଳି ସହ ଅନ୍ୟ ମାରଣାସ୍ତ୍ର ଜବତ କରିଛି । ଗତ ୫-୬ ଦିନ ଧରି ପୁଲିସ ମୁଖ୍ୟ ଅଭିଯୁକ୍ତ ସଞ୍ଜୟର ୫ଜଣ ଘନିଷ୍ଠ ସହଯୋଗୀଙ୍କୁ ଆଣି ପଚରାଉଚୁରାContinue reading “ବ୍ରାଉନସୁଗାର ମାଫିଆ ସୋମନାଥ ଭୁଜବଳ ହତ୍ୟା ମାମଲା : ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ପ୍ରଧାନକୁ ଗିରଫ କଲା ପୋଲିସ”

କଟାମୁଣ୍ଡ ଯୋଡିଦେଲେ ଡାକ୍ତର । ଦୁର୍ଘଟଣାରେ କଟିଯାଇଥିଲା ନାବାଳକର ମୁଣ୍ଡ

କନକ ବ୍ୟୁରୋ: ବିଶ୍ୱର ଆଉ ଏକ ବିରଳ ଅପରେସନ୍, ଯାହାକୁ ସମ୍ଭବ କରି ଦେଖାଇଛନ୍ତି ଇସ୍ରାଏଲର ଏକ ଡାକ୍ତରୀ ଟିମ୍ । ଏକ କାର ଦୁର୍ଘଟଣାରେ ୧୨ ବର୍ଷର ପୁଅ ସୁଲେମାନ୍ ହସନର ମୁଣ୍ଡ ଶରୀରଠାରୁ କକଟି ସାମାନ୍ୟ ଲାଗିଥିଲା । ହେଲେ କାଳ ବିଳମ୍ବ ନକରି ଏହାକୁ ଅସ୍ତ୍ରୋପଚାର ମାଧ୍ୟମରେ ଯୋଡିଦେଲେ ଇସ୍ରାଏଲର ଡାକ୍ତରୀ ଦଳ । ଦି ଟାଇମ୍ସ ଅଫ୍ ଇସ୍ରାଏଲର ରିପୋର୍ଟ ମୁତାବକ, ହସନ ସାଇକେଲ ଚଲାଉଥିଲା ।ସେହି ସମୟରେ ତାକୁ ଏକContinue reading “କଟାମୁଣ୍ଡ ଯୋଡିଦେଲେ ଡାକ୍ତର । ଦୁର୍ଘଟଣାରେ କଟିଯାଇଥିଲା ନାବାଳକର ମୁଣ୍ଡ”

ବିଦେଶ ମାଟିରେ ଓଡିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରୟାସ : ଆଗାମୀ ୫ବର୍ଷରେ ୫୦୦ ପୁସ୍ତକ ପ୍ରକାଶ କରିବାକୁ ଲକ୍ଷ୍ୟ

କନକ ବ୍ୟୁରୋ : ବିଦେଶମାଟିରେ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଉଦ୍ୟମ ଜାରି ରଖିଛି ବ୍ଳାକ୍ ଇଗଲ୍ ବୁକ୍ସ । ସାହିତ୍ୟ ଜରିଆରେ ସମାଜକୁ କିଛି ଫେରାଇ ଦେବା ଲକ୍ଷ୍ୟରେ ସୂଦୁର ଆମେରିକାରରୁ ଆରମ୍ଭ ହୋଇଥିଲା ଏହି ଅଭିଯାନ । ଏହି ପ୍ରକାଶନୀ ସଂସ୍ଥା ଏହାରି ଭିତରେ ୩୮୫ଟି ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ପୁସ୍ତକ ପ୍ରକାଶ କରି ସାରିଛି । ଆଗାମୀ ୫ ବର୍ଷରେ ୫୦୦ ପୁସ୍ତକ ପ୍ରକାଶ କରିବା ପାଇଁContinue reading “ବିଦେଶ ମାଟିରେ ଓଡିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରୟାସ : ଆଗାମୀ ୫ବର୍ଷରେ ୫୦୦ ପୁସ୍ତକ ପ୍ରକାଶ କରିବାକୁ ଲକ୍ଷ୍ୟ”

Design a site like this with WordPress.com
Get started