ଆନ୍ଦୋଳନରେ ଉଠୁଛି ପଡୁଛି ହଲିଉଡ । ଲେଖକଙ୍କ ଆନ୍ଦୋଳନରେ ସାମିଲ ହେଲେ କଳାକାର

କନକ ବ୍ୟୁରୋ : ହଲିଉଡରେ ହଲଚଲ । ୬୩ବର୍ଷ ପରେ ହଲିଉଡ ଉପରକୁ ମାଡ଼ି ଆସିଛି ବଡ ବିପଦ । ଯେଉଁଠି ସ୍ଥାନୀୟ କଳାକାରଙ୍କୁ ନେଇ ସବୁବେଳେ ଚଳଚଂଚଳ ରହିଥାଏ ସେଠି ଏବେ ଶୁଭୁଛି ପ୍ରତିବାଦ ଓ ଦାବି ପୂରଣ ପାଇଁ ସ୍ଲୋଗାନ । ଦୁଇଟି ଦାବି ପୂରଣ ପାଇଁ ଚାଲିଛି ପ୍ରଦର୍ଶନ । ବେଶ କିଛି ଦିନ ହେବ ହଲିଉଡର ନାଁ କରା ଲେଖକ ଆନ୍ଦୋଳନକୁ ଓହ୍ଲାଇଥିଲେ । କମ ପାରିଶ୍ରମିକକୁ ବିରୋଧ କରି ଆସୁଛନ୍ତିContinue reading “ଆନ୍ଦୋଳନରେ ଉଠୁଛି ପଡୁଛି ହଲିଉଡ । ଲେଖକଙ୍କ ଆନ୍ଦୋଳନରେ ସାମିଲ ହେଲେ କଳାକାର”

ପଶ୍ଚିମ ଓଡିଶାରେ ‘ମୁଖ୍ୟମନ୍ତ୍ରୀ ସଭାଗୃହ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ୩୩ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଭିତ୍ତିସ୍ଥାପନ

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡିଶାରେ ମୁଖ୍ୟମନ୍ତ୍ରୀ ସଭାଗୃହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ପଶ୍ଚିମ ଓଡିଶାର ପ୍ରାୟ ୨୦୦୦ଟି କଲ୍ୟାଣ ମଣ୍ଡପ ଓ ସ୍ଥାନୀୟ ସଭାଗୃହ ଗୁଡିକର ନିର୍ମାଣ ହାତକୁ ନିଆଯିବ। ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯିବ। ଏହାଦ୍ବାରା ପଶ୍ଚିମ ଓଡିଶାର ଜନସାଧାରଣଙ୍କ ସାମାଜିକ ଓ ସାଂସ୍କୃତିକ ଜୀବନ ଆହୁରି ସକ୍ରିୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 5T ଉପକ୍ରମରେ ଏହି କାର୍ଯ୍ୟକ୍ରମ କରାଯାଉଛିContinue reading “ପଶ୍ଚିମ ଓଡିଶାରେ ‘ମୁଖ୍ୟମନ୍ତ୍ରୀ ସଭାଗୃହ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ୩୩ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଭିତ୍ତିସ୍ଥାପନ”

ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ସରିଲା ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି । ଆଉ ରିମାଣ୍ଡରେ ନେବାକୁ ଆବେଦନ କଲା ନାହିଁ ସିବିଆଇ ।

କନକ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ମାସେରୁ ଅଧିକ ସମୟ ହୋଇଯାଇଥିଲେ ବି ପ୍ରକୃତ ସତ ସାମ୍ନାକୁ ଆସିପାରୁ ନାହିଁ । ଅନ୍ୟପଟେ ସିବିଆଇ ଯେଉଁ ୩ ଜଣଙ୍କୁ ଗିରଫ କରି ପଚରାଉଚରା କରୁଥିଲା, ସେମାନଙ୍କ ରିମାଣ୍ଡ ଅବଧି ସରିଯାଇଛି । ତେବେ ଆଶ୍ଚର୍ଯ୍ୟଜନକ ଭାବେ ସିବିଆଇ ଅଧିକ ରିମାଣ୍ଡ ପାଇଁ ଆବେଦନ କରିନାହିଁ । ଫଳରେ ତିନି ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜକୁ ପଠାଇ ଦିଯାଇଛି । ଏସବୁ ଭିତରେ ଦୁର୍ଘଟଣାର ପ୍ରକୃତContinue reading “ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ସରିଲା ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି । ଆଉ ରିମାଣ୍ଡରେ ନେବାକୁ ଆବେଦନ କଲା ନାହିଁ ସିବିଆଇ ।”

ଦିଲ୍ଲୀକୁ ଯମୁନା ନଦୀର ଯନ୍ତ୍ରଣା । ଶଶ୍ମାନଘାଟରୁ ସୁପ୍ରିମକୋର୍ଟ ସବୁଠି ଜମିଛି ବନ୍ୟାପାଣି, ସେନାଠୁ ସାହାଯ୍ୟ ଲୋଡିଲେ ଦିଲ୍ଲୀ ସରକାର

କନକ ବ୍ୟୁରୋ : ଦିଲ୍ଲୀକୁ ଦୋହଲାଇ ଦେଇଛି ଯମୁନା ନଦୀ ବନ୍ୟା ପାଣି । ପୂରା ରାଜଧାନୀରେ ଯେଉଁଠି ଆଖି ପଡୁଛି ସବୁଠି କେବଳ ବନ୍ୟାପାଣି । ସୁପ୍ରିମକୋର୍ଟଠୁ ନେଇ ଶଶ୍ମାନଘାଟ । ମୁଖ୍ୟମନ୍ତ୍ରୀ ଆବାସଠୁ ନେଇ ସରକାରୀ କାର୍ଯ୍ୟାଳୟ । ସବୁ କିଛି ଯମୁନା ପାଣିରେ ଉବୁଟୁବୁ ହେଉଛି । ବନ୍ୟାପାଣି ପଶିବାଯୋଗୁଁ ରାଜଧାନୀ ଦିଲ୍ଲୀକୁ ପିଇବାପାଣି ଯୋଗାଉଥିବା ତିନୋଟି ୱାଟର ପ୍ଲାଣ୍ଟ ବନ୍ଦ ହୋଇପଡିଛି । ଗୋଟେପଟେ ବନ୍ୟାପାଣିରେ ରାଜଧାନୀବାସୀ ଉବୁଟୁବୁ ହେଉଥିବାବେଳେ ଅନ୍ୟପଟେContinue reading “ଦିଲ୍ଲୀକୁ ଯମୁନା ନଦୀର ଯନ୍ତ୍ରଣା । ଶଶ୍ମାନଘାଟରୁ ସୁପ୍ରିମକୋର୍ଟ ସବୁଠି ଜମିଛି ବନ୍ୟାପାଣି, ସେନାଠୁ ସାହାଯ୍ୟ ଲୋଡିଲେ ଦିଲ୍ଲୀ ସରକାର”

ଚନ୍ଦ୍ରଯାନ-୨ର ତ୍ରୁଟି ସୁଧାରି ସଫଳତା ଆଶାରେ ବୈଜ୍ଞାନିକ । ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କଲେ, ଭାରତ ହେବ ବିଶ୍ୱର ଚତୁର୍ଥ ଦେଶ ।

କନକ ବ୍ୟୁରୋ: ଆଜି ଚନ୍ଦ୍ର ଅଭିମୁଖେ ଆଗକୁ ମାଡି ଚାଲିଥାଏ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଚନ୍ଦ୍ରଯାନ-୩ । ଏହାସହ ଉପରକୁ ଉଠୁଥାଏ ଭାରତୀୟଙ୍କ ଆଶା, ଆକାଂକ୍ଷା ଓ ସ୍ୱପ୍ନ । ଚନ୍ଦ୍ରଯାନ-୨ର ବିଫଳତାରୁ ଶିକ୍ଷା ନେଇ ଏହି ମିସନକୁ ସଫଳ କରିବା ପାଇଁ ୪ ବର୍ଷ ଧରି ଲାଗି ପଡିଥିଲେ ଇସ୍ରୋର ବୈଜ୍ଞନିକ । ଯେଉଁ ତ୍ରୁଟି ରହିଥିଲା, ଯାହା ଯେପରି ପୁନରାବୃତ୍ତି ନହେବ, ସେଥିପ୍ରତି ଦୃଷ୍ଟି ଦିଆଯାଇଛି । କାହିଁକି ବିଫଳ ହୋଇଥିଲା ଚନ୍ଦ୍ରଯାନ-୨?Continue reading “ଚନ୍ଦ୍ରଯାନ-୨ର ତ୍ରୁଟି ସୁଧାରି ସଫଳତା ଆଶାରେ ବୈଜ୍ଞାନିକ । ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କଲେ, ଭାରତ ହେବ ବିଶ୍ୱର ଚତୁର୍ଥ ଦେଶ ।”

ଇତିହାସ ରଚିଲା ଇସ୍ରୋ । ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ । ଚନ୍ଦ୍ରର ସାଉଥ୍ ପୋଲରେ ସଫ୍ଟ ଲ୍ୟାଣ୍ଡିଂ କରିବା ଲକ୍ଷ୍ୟ ।

କନକ ବ୍ୟୁରୋ: ଇତିହାସ ରହିଲା ଭାରତ । ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆକାଶର ଛାତି ଚିରି ଯେତେବେଳେ ସଫଳତାର ସହ ଉପରକୁ ଚନ୍ଦ୍ରଯାନ-୩ ଉଠିଥିଲା, ଖାଲି ଇସ୍ରୋର କଣ୍ଟ୍ରୋଲ ରୁମ ନୁହେଁ, ବରଂ ସାରା ଭାରତ ଖୁସିରେ ଝୁମି ଉଠିଥିଲା । ୪ ବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ଏହି ସଫଳତା ମିଳିଛି । ଉତକ୍ଷେପଣ ହେବାର ୧୬ ମିନିଟ୍ ୯ ସେକେଣ୍ଡ ପରେ ଲ୍ୟାଣ୍ଡର ଓ ରୋଭରକୁ ନେଇ ଚନ୍ଦ୍ର ଅଭିମୁଖେ ଗତିContinue reading “ଇତିହାସ ରଚିଲା ଇସ୍ରୋ । ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ । ଚନ୍ଦ୍ରର ସାଉଥ୍ ପୋଲରେ ସଫ୍ଟ ଲ୍ୟାଣ୍ଡିଂ କରିବା ଲକ୍ଷ୍ୟ ।”

ଦୁଃଖ ବୁଝିଲା ନାହିଁ ପ୍ରଶାସନ । ନିଜ ସମସ୍ୟା ନିଜେ ସୁଧାରିଲେ, ପ୍ରଶାସନକୁ ମୁହଁତୋଡ଼ ଜବାବ୍ ଦେଲେ..

କନକ ବ୍ୟୁରୋ : କେନାଲ ଉପରେ ନିଜେ ତିଆରି କରିଥିବା କାଠ ପୋଲରେ ନିଜେ ଚାଲିଲେ ଆଉ ପ୍ରଶାସନକୁ ଦେଖାଇ ଦେଲେ ଏକତାର ବଳ କେତେ । ପ୍ରଶାସନ ଯଦି ସମସ୍ୟା ନବୁଝେ, ଅଭିଯୋଗ ନଶୁଣେ ତେବେ ଲୋକେ ଏକାଠି ହୁଅନ୍ତି, ଆଉ ନିଜ ସମସ୍ୟାର ଏମିତି ସମାଧାନ କରି ପ୍ରଶାସନକୁ ମୁହଁତୋଡ ଜବାବ୍ ଦିଅନ୍ତି । ଯାହା କରିଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ରଣପୁର ଗାଁର ଯୋଜନାପଡ଼ା ଓ ଝାଙ୍କରପଡ଼ାବାସୀ । ରଣପୁର ଗାଁକୁContinue reading “ଦୁଃଖ ବୁଝିଲା ନାହିଁ ପ୍ରଶାସନ । ନିଜ ସମସ୍ୟା ନିଜେ ସୁଧାରିଲେ, ପ୍ରଶାସନକୁ ମୁହଁତୋଡ଼ ଜବାବ୍ ଦେଲେ..”

ପ୍ରଦୂଷଣ ବଳୟରେ ବନ୍ଦର ନଗରୀ । ଅଣନିଶ୍ୱାସୀ ହେଉଛନ୍ତି ସହରବାସୀ

କନକ ବ୍ୟୁରୋ : ଦେଶର ୮୮ଟି ପ୍ରଦ୍ୟୁଷିତ ସହର ତାଲିକାରେ ରହିଛି ପାରଦୀପ ସମେତ ଓଡିଶାର ୪ଟି ସହର । ଶିଳ୍ପାନୁଷ୍ଠାନରୁ ବାହାରୁଥିବା ମାତ୍ରାଧିକ ଧୂଳି, ଧୁଆଁ ଯୋଗୁଁ ପ୍ରଦୂଷିତ ହେଉଛି ସହର । ସେପଟେ ପ୍ରଦୂଷଣ ରୋକିବାରେ ସହାୟକ ହେଉଥିବା ବେଳାଭୂମିର ଝାଉଁ ଜଙ୍ଗଲ ଓ ହେନ୍ତାଳ ବଣ ଧିରେ ଧିରେ ନଷ୍ଟ ହେଉଛି । ଜଗତସିଂହପୁର ଜିଲ୍ଲାର ୫୮ କିଲୋମିଟର ବେଳାଭୂମିରେ ଥିବା ବିସ୍ତିର୍ଣ୍ଣ ହେନ୍ତାଳ ବନ ଲୋପ ପାଇ ଯାଇଛି । ଅସାଧୁContinue reading “ପ୍ରଦୂଷଣ ବଳୟରେ ବନ୍ଦର ନଗରୀ । ଅଣନିଶ୍ୱାସୀ ହେଉଛନ୍ତି ସହରବାସୀ”

ଚାଷୀଙ୍କୁ କଲବଲ କରୁଛି ନିଅଣ୍ଟିଆ ବର୍ଷା । ନବରଙ୍ଗପୁର ଝରିଗାଁରେ ବର୍ଷା ପାଇଁ ବେଙ୍ଗ ବେଙ୍ଗୁଲି ବାହାଘର

କନକ ବ୍ୟୁରୋ : ବର୍ଷା ପାଇଁ ବେଙ୍ଗ ଭରସା । ଆଷାଢ଼ ଯାଇ ଶ୍ରାବଣ ଅଧା ହେଲାଣି ତଥାପି ଆଖିଦୃଶିଆ ବର୍ଷା ନାହିଁ । ବର୍ଷାକୁ ଅପେକ୍ଷା କରି କରି ନିରାସ ହେଉଥିବା ଚାଷୀ ଇନ୍ଦ୍ର ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ କେଉଁଠି ହୋମଯଜ୍ଞ କରୁଛନ୍ତି ତ କେଉଁଠି ପୂଜାପାଠ କରୁଛନ୍ତି । ନବରଙ୍ଗପୁରରେ ବେଙ୍ଗ-ବେଙ୍ଗୁଲି ବାହାଘର ହୋଇଛି । ବାଜା ବାଜୁଛି ବେଦୀରେ ହଳଦୀ ତେଲ ଲେପନ ଚାଲିଛି । ଆଦିବାସୀ ରୀତିନୀତି ଅନୁଯାୟୀ ବେଙ୍ଗContinue reading “ଚାଷୀଙ୍କୁ କଲବଲ କରୁଛି ନିଅଣ୍ଟିଆ ବର୍ଷା । ନବରଙ୍ଗପୁର ଝରିଗାଁରେ ବର୍ଷା ପାଇଁ ବେଙ୍ଗ ବେଙ୍ଗୁଲି ବାହାଘର”

ଶିମିଳିପାଳରେ ବୁଲୁଛନ୍ତି ମାଳମାଳ ଶିକାରୀ। ଅଭୟାରଣ୍ୟ ନିକଟ ଗାଁରେ ପୁଲିସର ଚଢାଉ, ୩ଟି ଦେଶୀ ବନ୍ଧୁକ ସହ ୩ ଜଣ ଶିକାରୀ ଗିରଫ

କନକ ବ୍ୟୁରୋ : ଶିମିଳିପାଳରେ ବୁଲୁଛନ୍ତି ମାଳମାଳ ଶିକାରୀ । ବନ୍ଧୁକ ଧରି ଅଭୟାରଣ୍ୟ ଭିତରେ ରାଜ କରୁଛନ୍ତି ଶିକାରୀ । ଆଜି ପୁଣି ୩ଟି ବେଆଇନ୍ ବନ୍ଧୁକ ସହ ୩ ଜଣ ଶିକାରୀଙ୍କୁ ଗିରଫ କରିଛି ମୟୁରଭଞ୍ଜ ପୁଲିସ । ଶିମିଳିପାଳ ଅଭୟାରଣ୍ୟ ପାଦ ଦେଶରେ ୨ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ୩ଟି ଦେଶୀ ବନ୍ଧୁକ ସହିତ ୩ ଶିକାରୀଙ୍କୁ ଗିରଫ କରିଛି ମୟୁରଭଞ୍ଜ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ବଡସାହି ଥାନାContinue reading “ଶିମିଳିପାଳରେ ବୁଲୁଛନ୍ତି ମାଳମାଳ ଶିକାରୀ। ଅଭୟାରଣ୍ୟ ନିକଟ ଗାଁରେ ପୁଲିସର ଚଢାଉ, ୩ଟି ଦେଶୀ ବନ୍ଧୁକ ସହ ୩ ଜଣ ଶିକାରୀ ଗିରଫ”

Design a site like this with WordPress.com
Get started