କନକ ବ୍ୟୁରୋ : ଫାଇଭ-ଟି ସଚିବଙ୍କ ଢେଙ୍କାନାଳ ଗସ୍ତ ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭ୍ରାଟ । ବିଜୁ ସ୍ୱାସ୍ଥ୍ୟ କାର୍ଡରୁ ସୁଫଳ ପାଇଥିବା ହିତାଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିବା ପୋଷ୍ଟର ମରାଯାଇଥିଲା । ସେହି ପୋଷ୍ଟରରେ ଥିବା ମହିଳାଙ୍କ ନାଁକୁ ନେଇ ମୁହଁ ଖୋଲିଲେ ମହିଳାଙ୍କ ସ୍ୱାମୀ । କହିଲେ, ଯୋଜନାରେ ଲାଭ ପାଇନାହାନ୍ତି ତାଙ୍କ ସ୍ତ୍ରୀ । ଏଭଳି ଅଭିଯୋଗ ପରେ ସଂପୃକ୍ତ ମହିଳାଙ୍କ ପୋଷ୍ଟର ଚିରି ଦେଇଛନ୍ତି ମେଡିକାଲ କର୍ତୃପକ୍ଷ । ଢେଙ୍କାନାଳContinue reading “ଭଲ କାମ ନାଁରେ ଭୁଲ କାମ । ମିଳିନି ସୁବିଧା,ହେଲେ ପୋଷ୍ଟରରେ ନାଁ”
Tag Archives: News
ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡ କରିବ ଚନ୍ଦ୍ରଯାନ୍-୩ । ଆଜି ପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି ଜହ୍ନର ଏହି ଅଞ୍ଚଳ । ପଢନ୍ତୁ, କାହିଁକି….
କନକ ବ୍ୟୁରୋ: ଚନ୍ଦ୍ରଯାନ-୨ ଭଳି ଚନ୍ଦ୍ରର ସାଉଥ୍ ପୋଲ୍ ବା ଦକ୍ଷିଣ ମେରୁ ନିକଟରେ ଚନ୍ଦଯାନ-୩ ଅବତରଣ କରିବ ବୋଲି ଲକ୍ଷ୍ୟ ରଖାଯାଇଛି । ତେବେ ଯଦି ସବୁକିଛି ଠିକ୍ଠାକ୍ ଚାଲେ, ତେବେ ଚନ୍ଦ୍ରର ୭୦ ଡିଗ୍ରୀ ଦକ୍ଷିଣ ଅକ୍ଷାଂଶରେ ଅବତରଣ କରିବ ଲ୍ୟାଣ୍ଡର – ବିକ୍ରମ ଓ ରୋଭର – ପ୍ରଜ୍ଞାନ । ଯାହା ବିଶ୍ୱ ପାଇଁ ନୂଆ ଉପଳବ୍ଧି ଆଣିବ । କାରଣ ଏପର୍ଯ୍ୟନ୍ତ ଚନ୍ଦ୍ରର ଦକ୍ଷିଣ ମେରୁର ଏତେ ନିକଟବର୍ତୀ ଅଞ୍ଚଳରେ ପହଞ୍ଚିContinue reading “ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡ କରିବ ଚନ୍ଦ୍ରଯାନ୍-୩ । ଆଜି ପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି ଜହ୍ନର ଏହି ଅଞ୍ଚଳ । ପଢନ୍ତୁ, କାହିଁକି….”
ପ୍ରେମ ପାଇଁ ପୁଣି ସୀମା ଡେଇଁଲେ ପ୍ରେମିକା । ଭାରତ ଆସିବା ପରେ ମିଳିଲା ଧୋକା । ପ୍ରେମ ଆଳରେ ବିକିବାକୁ ଚେଷ୍ଟା କରୁଥିଲା ପ୍ରେମିକ ।
କନକ ବ୍ୟୁରୋ: ସୀମା ହୈଦର ଏବଂ ସଚିନଙ୍କ ପ୍ରେମ କାହାଣୀ ତ ଆପଣ ସମସ୍ତେ ଜାଣିଥିବେ । ନିଜ ପ୍ରେମ ପାଇଁ ସୀମା ପାକିସ୍ତାନର ସୀମା ଡେଇଁ ଭାରତ ଚାଲିଆସିଛନ୍ତି ଏବଂ ଏଠାରେ ନିଜର ଜୀବନ ଅତିବାହିତ କରୁଛନ୍ତି । ଏବେ ସେହିଭଳି ଆଉ ଏକ ଖବର ଆସିଛି ପଶ୍ଚିମବଙ୍ଗ ରାଜ୍ୟରୁ । ବାଂଲାଦେଶର ଜଣେ ଯୁବତୀ ପ୍ରେମରେ ପଡି ସୀମା ପାର୍ ହେବା ସହିତ ଭାରତ ଚାଲିଆସିଛନ୍ତି । ତେବେ ସୀମା-ସଚିନଙ୍କ ପ୍ରେମ କାହାଣୀ ଭଳି ବାଂଲାଦେଶରୁContinue reading “ପ୍ରେମ ପାଇଁ ପୁଣି ସୀମା ଡେଇଁଲେ ପ୍ରେମିକା । ଭାରତ ଆସିବା ପରେ ମିଳିଲା ଧୋକା । ପ୍ରେମ ଆଳରେ ବିକିବାକୁ ଚେଷ୍ଟା କରୁଥିଲା ପ୍ରେମିକ । “
ମହାରାଷ୍ଟ୍ର କ୍ୟାବିନେଟ ସଂପ୍ରସାରଣ, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ
କନକ ବ୍ୟୁରୋ : କିଛିଦିନ ଧରି ଅଟକି ରହିଥିବା ମହାରାଷ୍ଟ୍ର କ୍ୟାବିନେଟର ସଂପ୍ରସାରଣ ହୋଇଛି । ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଏନସିପି ନେତା ଅଜିତ ପାୱାରଙ୍କୁ ଅର୍ଥ ମନ୍ତଣାଳୟ ମିଳିବା ସହ ଯୋଜନା ବିଭାଗ ବି ମଳିଛି । ସେହିଭଳି ଶରଦ ପାୱାରଙ୍କୁ ଛାଡି ଆସିଥିବା ଏନସିପି ନେତା ଛଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ ଓ ହସନ ମୁଶାରିଫଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଛି । ଧନଞ୍ଜୟ ମୁଣ୍ଡେଙ୍କୁ କୃଷି ବିଭାଗ ମିଳିଥିବା ବେଳେContinue reading “ମହାରାଷ୍ଟ୍ର କ୍ୟାବିନେଟ ସଂପ୍ରସାରଣ, ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ”
୪୦ରୁ ୪୨ ଦିନରେ ଚନ୍ଦ୍ରରେ ପହଞ୍ଚିବ ଚନ୍ଦ୍ରଯାନ୍-୩ । ଜାଣନ୍ତୁ, କାହିଁକି ଲାଗିବ ଏତେ ଦିନ? ଏହା ପଛର କାରଣ କଣ?
କନକ ବ୍ୟୁରୋ: ଚନ୍ଦ୍ରଯାନ-୩କୁ ଚନ୍ଦ୍ରରେ ପହଞ୍ଚିବାକୁ ଲାଗିବ ୪୦ରୁ ୪୨ ଦିନ । ପୂର୍ବରୁ ୪ ଦିନରେ ଆମେରିକା ଓ ଋଷ ଚନ୍ଦ୍ରରେ ପହଞ୍ଚିଥିବାବେଳେ, ସାଢେ ଚାରି ଦିନରେ ଚନ୍ଦ୍ରରେ ପହଞ୍ଚିଥିଲା ଚୀନ୍ । ତେଣୁ ପ୍ରଶ୍ନ ଉଠୁଛି, ଭାରତକୁ ଏତେ ସମୟ କାହିଁକି ଲାଗିବ? ୪ ଦିନରେ ଚନ୍ଦ୍ରରେ ପହଞ୍ଚିଥିଲେ ଆମେରିକା, ଋଷ ଚୀନକୁ ଲାଗିଥିଲା ସାଢେ ୪ ଦିନ ଭାରତକୁ ଲାଗିପାରେ ୪୦ରୁ ୪୨ ଦିନ ଶ୍ରୀହରିକୋଟା ଲଞ୍ଚ ପ୍ୟାଡରୁ ଲଞ୍ଚ ହେଇସାରିଛି ଚନ୍ଦ୍ରଯାନContinue reading “୪୦ରୁ ୪୨ ଦିନରେ ଚନ୍ଦ୍ରରେ ପହଞ୍ଚିବ ଚନ୍ଦ୍ରଯାନ୍-୩ । ଜାଣନ୍ତୁ, କାହିଁକି ଲାଗିବ ଏତେ ଦିନ? ଏହା ପଛର କାରଣ କଣ?”
କୁନୋ ନ୍ୟାସନାଲ ପାର୍କରେ ପୁଣି ଏକ ଚିତାର ମୃତ୍ୟୁ, ପାର୍କ ଭିତରୁ ମିଳିଲା ମୃତଦେହ
କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାର ଭାରତ ଅଣାଯାଇଥିବା ଚିତା ମଧ୍ୟରୁ ଗୋଟିଏ ପରେ ଗୋଟିଏ ଚିତାର ମୃତ୍ୟୁ ହେବାରେ ଲାଗିଛି । ଶୁକ୍ରବାର ସକାଳେ ପାର୍କ ଭିତରୁ ସୁରଜ ନାମକ ଏକ ଚିତାର ମୃତ୍ୟୁଦେହ ଉଦ୍ଧାର ହୋଇଛି । ବାଘଙ୍କ ରକ୍ଷଣା ବେକ୍ଷଣ ଦାୟିତ୍ୱରେ ଥିବା କର୍ମଚାରୀମାନେ ପାର୍କ ଭିତରୁ ଚିତାର ମୃତଦେହ ଉଦ୍ଧାର କରିଛନ୍ତି । ସୂଚନା ଥାଉକି ୩ ଦିନ ପୂର୍ବରୁ ମଧ୍ୟ ତେଜସ୍ ନାମକ ଏକ ଚିତାର ମୃତ୍ୟୁ ହୋଇଥିଲା ।Continue reading “କୁନୋ ନ୍ୟାସନାଲ ପାର୍କରେ ପୁଣି ଏକ ଚିତାର ମୃତ୍ୟୁ, ପାର୍କ ଭିତରୁ ମିଳିଲା ମୃତଦେହ”
ଚନ୍ଦ୍ରଯାନ-୩ର ସଫଳ ପରୀକ୍ଷଣ । ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି
କନକ ବ୍ୟୁରୋ : ଚନ୍ଦ୍ରଯାନ-୩ର ପରୀକ୍ଷଣ ପରେ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ ମାଧ୍ୟମରେ ବୈଜ୍ଞାନିକଙ୍କ ପ୍ରତିଭାକୁ ସଲାମ କରିଥିବା ବେଳେ ମହାକାଶରେ ଭାରତ ନୂଆ ଅଧ୍ୟାୟ ଲେଖିଲା ବୋଲି ଟ୍ୱିଟ୍ କରିଛନ୍ତି । ବୈଜ୍ଞାନିକଙ୍କ ଅକ୍ଳାନ୍ତ ପରିଶ୍ରମର ଏହା ହେଉଛି ପରିଣାମ ବୋଲି ମୋଦୀ ଲେଖିଛନ୍ତି । ସେପଟେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମଧ୍ୟ ଇସ୍ରୋର ଏଭଳି ସଫଳତାକୁ ନେଇ ବୈଜ୍ଞାନିକମାନଙ୍କୁContinue reading “ଚନ୍ଦ୍ରଯାନ-୩ର ସଫଳ ପରୀକ୍ଷଣ । ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି”
ମହାରାଷ୍ଟ୍ରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ସସପେନ୍ସ ଶେଷ, ଅଜିତ ପାୱାରଙ୍କ ଇଚ୍ଛା ପୂରଣ! ଏନସିପିକୁ ମିଳୁଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ
କନକ ବ୍ୟୁରୋ: ମହାରାଷ୍ଟ୍ରରେ ଅ୍ନେକ ସମୟର ଅପେକ୍ଷା ପରେ ମୁଖ୍ୟମନ୍ତ୍ରୀ ସିନ୍ଦେ ନବନିଯୁକ୍ତ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗର ବଣ୍ଟନ ଉପରେ ମୋହର ଲଗାଇଛନ୍ତି । ଏନସିପି କୋଟାରେ ସାତଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ପଡିଛି । ଏଥିରେ ଅର୍ଥ ମନ୍ତ୍ରାଳୟ ମଧ୍ୟ ସାମିଲ ରହିଛି । ଅନେକ ଦିନ ଧରି ଏହି ବିଭାଗକୁ ନେଇ ଅନେକ ଟଣାଓଟରା ଜାରିରହିଥିଲା । ସେହିଭଳି ଯୋଜନା, ଖାଦ୍ୟ ଏବଂ ଯୋଗାଣ, ମହିଳା ଏବଂ ଶିଶୁ କଲ୍ୟାଣ, କୃଷି, ବିପର୍ଯ୍ୟୟ ପ୍ରଶମନ ଭଳିContinue reading “ମହାରାଷ୍ଟ୍ରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ସସପେନ୍ସ ଶେଷ, ଅଜିତ ପାୱାରଙ୍କ ଇଚ୍ଛା ପୂରଣ! ଏନସିପିକୁ ମିଳୁଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ “
ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ବଡ ଉପହାର । ସରକାରୀ କର୍ମଚାରୀଙ୍କୁ ମିଳିବ ୪୨ ପ୍ରତିଶତ ମହଙ୍ଗା ଭତ୍ତା
କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ଖୁସି କହିଲେ ନସରେ । କାରଣ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ଦେଇଛନ୍ତିି ବଡ ଉପହାର । ରାଜ୍ୟର ସବୁ ସରକାରୀ କର୍ମଚାରୀଙ୍କୁ କେନ୍ଦ୍ର ସରକାରୀଙ୍କ ଭଳି ସମାନ ମହଙ୍ଗା ଭତ୍ତା ଦେବାକୁ ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶର ସବୁ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ୩ କି ୪ ପ୍ରତିଶତ ନୁହେଁ ଏକାଥରକେ ୪୨ ପ୍ରତିଶତ ମହଙ୍ଗା ଭତ୍ତା ମିଳିବ । ଜାନୁଆରୀ ମାସରୁ ଜୁନ୍ ମାସ ଯାଏଁContinue reading “ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ବଡ ଉପହାର । ସରକାରୀ କର୍ମଚାରୀଙ୍କୁ ମିଳିବ ୪୨ ପ୍ରତିଶତ ମହଙ୍ଗା ଭତ୍ତା”
ଚନ୍ଦ୍ରକୁ ଗଲା ଚନ୍ଦ୍ରଯାନ-୩ । ଲ୍ୟାଣ୍ଡିଂ ସମୟରେ ତ୍ରୁଟି ଦେଖାଦେଲେ ମାତ୍ର ୯୬ ମିଲିସେକେଣ୍ଡରେ ସୁଧାରିବ ବିକ୍ରମ ଲ୍ୟାଣ୍ଡର ।
କନକ ବ୍ୟୁରୋ : ଚନ୍ଦ୍ରକୁ ଗଲା ଚନ୍ଦ୍ରଯାନ-୩ । ଶ୍ରୀହରିକୋଟାସ୍ଥିତ ଲଞ୍ଚପ୍ୟାଡରୁ ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ହୋଇଛି । ଏହା ୩ଟି ସୋପାନ ସଫଳତାର ସହ ଅତିକ୍ରମ କରି ମହାକାଶରେ ପହଞ୍ଚିଛି । ଏଲଭିଏମ୩-ଏମ୪ ରକେଟ ଜରିଆରେ ଏହା ମହାକାଶରେ ପହଞ୍ଚିଛି । ଆସନ୍ତା ଦେଢ ମାସ ମଧ୍ୟରେ ଏହା ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ମ୍ୟାନଜିନସ-ୟୁ କ୍ରେଟର ପାଖରେ ଅବତରଣ କରିବ । ଚନ୍ଦ୍ରଯାନ ଚନ୍ଦ୍ର ଆଡକୁ ଗତି କରିବା ପୂର୍ବରୁ ପୃଥ୍ୱିବୀ ପୃଷ୍ଠର ଚତୁଃପାଶ୍ୱର୍ରେ ୫Continue reading “ଚନ୍ଦ୍ରକୁ ଗଲା ଚନ୍ଦ୍ରଯାନ-୩ । ଲ୍ୟାଣ୍ଡିଂ ସମୟରେ ତ୍ରୁଟି ଦେଖାଦେଲେ ମାତ୍ର ୯୬ ମିଲିସେକେଣ୍ଡରେ ସୁଧାରିବ ବିକ୍ରମ ଲ୍ୟାଣ୍ଡର ।”