ଭାରତ ଆସିବା ପୂର୍ବରୁ ସ୍ୱାମୀଙ୍କଠାରୁ ଲକ୍ଷାଧିକ ଟଙ୍କା ଆଣିଥିଲେ କି ସୀମା ! ପାକିସ୍ତାନରୁ ଭାରତ ଆସିଥିବା ସୀମାଙ୍କ ଗୁମର ଖୋଲିଲେ ସ୍ୱାମୀ !

କନକ ବ୍ୟୁରୋ : ଶତ୍ରୃ ଦେଶ ପାକିସ୍ତାନରୁ ଭାରତ ଆସିଥିବା ସୀମାଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଗ୍ରେଟର ନୋଏଡ଼ାର ସଚିନଙ୍କ ସହ ପବଜୀ ଖେଳରୁ ସୀମାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବାବେଳେ ଏବେ ସେ ଭାରତରେ ଅଛନ୍ତି । ତେବେ ସୀମାଙ୍କ ସ୍ୱାମୀ ଏବେ ମଧ୍ୟ ପତ୍ନୀଙ୍କୁ ଫେରାଇ ନେବାକୁ ଚାହୁଁଛନ୍ତି । ତାଙ୍କର ୪ ଛୁଆ ମଧ୍ୟ ପାକିସ୍ତାନ ଫେରି ଆସନ୍ତୁ ବୋଲି ନିବେଦନ କରିଛନ୍ତି । ସୀମାଙ୍କ ସ୍ୱାମୀ ଗୁଲାମContinue reading “ଭାରତ ଆସିବା ପୂର୍ବରୁ ସ୍ୱାମୀଙ୍କଠାରୁ ଲକ୍ଷାଧିକ ଟଙ୍କା ଆଣିଥିଲେ କି ସୀମା ! ପାକିସ୍ତାନରୁ ଭାରତ ଆସିଥିବା ସୀମାଙ୍କ ଗୁମର ଖୋଲିଲେ ସ୍ୱାମୀ !”

କକ୍ଷପଥରେ ଚନ୍ଦ୍ରଯାନ-୩ । ଚନ୍ଦ୍ରପୃଷ୍ଟରେ ଅବତରଣକୁ ଅପେକ୍ଷା, ଇସ୍ରୋରେ ଖୁସିର ମାହୋଲ

କନକ ବ୍ୟୁରୋ: ସଫଳତାର ସହ ଅର୍ବିଟରେ ପହଞ୍ଚିଛି ଚନ୍ଦ୍ରଯାନ-୩ । ଏବେ ଚନ୍ଦ୍ରପୃଷ୍ଠରେ ଏହାର ଅବତରଣକୁ ସମସ୍ତଙ୍କ ଅପେକ୍ଷା । ଯଦି ଏହା ସଫଳ ହୁଏ ତେବେ ଆମେରିକା, ଚୀନ ଓ ସୋଭିଏତ୍ ସଂଘ ପରେ ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ଚତୁର୍ଥ ସ୍ଥାନ ହାସଲ କରିବ ଭାରତ । ୨୦୧୯ରେ ଚନ୍ଦ୍ରଯାନ-୨ର ଉତକ୍ଷେପଣ ସଫଳ ହୋଇଥିଲେ ବି ଚନ୍ଦ୍ରପୃଷ୍ଠରେ ଏହାର ଅବତରଣ ବିଫଳ ହୋଇଯାଇଥିଲା । ଫଳରେ ଇସ୍ରୋ ବୈଜ୍ଞାନିକଙ୍କ ମଧ୍ୟରେ ଏକପ୍ରକାର ନିରାଶା ଖେଳିଯାଇଥିଲା ।Continue reading “କକ୍ଷପଥରେ ଚନ୍ଦ୍ରଯାନ-୩ । ଚନ୍ଦ୍ରପୃଷ୍ଟରେ ଅବତରଣକୁ ଅପେକ୍ଷା, ଇସ୍ରୋରେ ଖୁସିର ମାହୋଲ”

ଆସନ୍ତା ମାସରେ ଚନ୍ଦ୍ରପୃଷ୍ଠ ଛୁଇଁବ ଚନ୍ଦ୍ରଯାନ । ଶ୍ରୀହରିକୋଟା ଲଞ୍ଚପ୍ୟାଡରୁ ଯାତ୍ରା ଆରମ୍ଭ

କନକ ବ୍ୟୁରୋ: ଆନ୍ଧ୍ର ଶ୍ରୀହରିକୋଟାରୁ ଉତକ୍ଷେପଣ ହୋଇଯାଇଛି ଚନ୍ଦ୍ରଯାନ-୩ କିନ୍ତୁ ଏହାକୁ ଚନ୍ଦ୍ରରେ ପହଞ୍ଚିବାକୁ ପାଖାପାଖି ମାସେ ସମୟ ଲାଗିବ । ଅଗଷ୍ଟ ୨୩/୨୪ ତାରିଖ ଆଡକୁ ଏହା ଚନ୍ଦ୍ରପୃଷ୍ଠ ଛୁଇଁବ ବୋଲି ବୈଜ୍ଞାନିକ ଆକଳନ କରିଛନ୍ତି । ଅବଶ୍ୟ ଏହି ତାରିଖ ଆଗପଛ ବି ହୋଇପାରେ ବୋଲି କୁହାଯାଉଛି । ଏହା ପୂର୍ବରୁ ଉତକ୍ଷେପଣ ହୋଇଥିବା ଚନ୍ଦ୍ରଯାନ-୨ ୨୦୧୯ ଜୁଲାଇ ୨୨ ତାରିଖରେ ଲଞ୍ଚ ହୋଇଥିଲା କିନ୍ତୁ ସେପ୍ଟେମ୍ବର ୬-୭ରେ ବିକ୍ରମ ଲ୍ୟାଣ୍ଡର କ୍ରାସ୍ ଲ୍ୟାଣ୍ଡିଙ୍ଗContinue reading “ଆସନ୍ତା ମାସରେ ଚନ୍ଦ୍ରପୃଷ୍ଠ ଛୁଇଁବ ଚନ୍ଦ୍ରଯାନ । ଶ୍ରୀହରିକୋଟା ଲଞ୍ଚପ୍ୟାଡରୁ ଯାତ୍ରା ଆରମ୍ଭ”

ସୁକନ୍ୟା ସମୃଦ୍ଧି ଓ ପିପିଏଫ ନିୟମରେ ସରକାର ଆଣିଲେ ବଡ ପରିବର୍ତ୍ତନ , ଜାଣନ୍ତୁ କ’ଣ ଆସିଲା ନୂଆ ନିୟମ

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ତରଫରୁ ପିପିଏଫ୍ ବା ପବ୍ଲିକ ପ୍ରୋବିଡେଣ୍ଟ ଫଣ୍ଡ ସହ ବରିଷ୍ଠ ନାଗରିକଙ୍କ ସଂଚୟ ଯୋଜନ, ସୁକନ୍ୟା ସମୃଦ୍ଧି ଯୋଜନା, ମହିଳା ସମ୍ମାନ ଯୋଜନା ଓ ଡାକଘର ନିବେଶ ଯୋଜନାରେ ବଡ ପରିବର୍ତ୍ତନ ଆଣିଛନ୍ତି । ଏବେ ଏହିସବୁ ଯୋଜନାରେ ନିବେଶ କରିବାକୁ ହେଲେ ନିବେଶକାରୀଙ୍କ ନିକଟରେ ପ୍ୟାନ କାର୍ଡ ଓ ଆଧାର କାର୍ଡ ଥିବା ବାଧ୍ୟତାମୂଳକ କରାଯାଇଛି । ଏହି ପରିବର୍ତ୍ତନ ୨୦୨୩ ଏପ୍ରିଲ ପହିଲାରୁ ଲାଗୁContinue reading “ସୁକନ୍ୟା ସମୃଦ୍ଧି ଓ ପିପିଏଫ ନିୟମରେ ସରକାର ଆଣିଲେ ବଡ ପରିବର୍ତ୍ତନ , ଜାଣନ୍ତୁ କ’ଣ ଆସିଲା ନୂଆ ନିୟମ”

୨ଟା ୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଗଲା ଚନ୍ଦ୍ରଯାନ-୩ । ଶ୍ରୀହରିକୋଟା ଦ୍ୱିତୀୟ ଲଞ୍ଚପ୍ୟାଡରୁ ହେଲା ଉତକ୍ଷେପଣ

କନକ ବ୍ୟୁରୋ: ଭାରତ ରଚିଲା ଇତିହାସ । ୨ଟା ୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଯାତ୍ରା କଲା ଚନ୍ଦ୍ରଯାନ-୩ । ଆନ୍ଧ୍ର ଶ୍ରୀହରିକୋଟାର ଦ୍ୱିତୀୟ ଲଞ୍ଚପ୍ୟାଡରୁ ଉତକ୍ଷେପଣ ହେଲା ଚନ୍ଦ୍ରଯାନ-୩ । ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯାଇଛି । କୋଟି କୋଟି ଭାରତୀୟଙ୍କ ନଜର ଏହା ଉପରେ ରହିଛି । The post ୨ଟା ୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଗଲା ଚନ୍ଦ୍ରଯାନ-୩ । ଶ୍ରୀହରିକୋଟା ଦ୍ୱିତୀୟ ଲଞ୍ଚପ୍ୟାଡରୁ ହେଲା ଉତକ୍ଷେପଣ first appearedContinue reading “୨ଟା ୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଗଲା ଚନ୍ଦ୍ରଯାନ-୩ । ଶ୍ରୀହରିକୋଟା ଦ୍ୱିତୀୟ ଲଞ୍ଚପ୍ୟାଡରୁ ହେଲା ଉତକ୍ଷେପଣ”

ମହାକାଶ ବିଜ୍ଞାନ କ୍ଷେତ୍ରରେ ଇତିହାସ ରଚିଲା ଭାରତ : ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ଚନ୍ଦ୍ରଯାନ-୩

କନକ ବ୍ୟୁରୋ : ଚନ୍ଦ୍ରକୁ ଉଡିଲା ଚନ୍ଦ୍ରଯାନ-୩ । ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ଚନ୍ଦ୍ରଯାନ-୩ । ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯାଇଛି । କୋଟି କୋଟି ଭାରତୀୟଙ୍କ ନଜର ଏହା ଉପରେ ରହିଛି । ଏହି ସଫଳ ମିଶନ ପାଇଁ ସମସ୍ତ ଆବଶ୍ୟକ ପାରାମିଟର ପୂରଣ ହୋଇଥିବାରୁ ଇସ୍ରୋର ମିଶନ ପ୍ରସ୍ତୁତି ସମୀକ୍ଷା କମିଟି ଉତକ୍ଷେପଣ ପାଇଁ ମଞ୍ଜୁରୀ ଦେଇଛି । କମିଟିର ଅନୁମୋଦନ ପରେ ଲଂଚ ପ୍ରାଧିକରଣର ବୋର୍ଡ ମଧ୍ୟ ଚନ୍ଦ୍ରଯାନ-୩ ମିଶନContinue reading “ମହାକାଶ ବିଜ୍ଞାନ କ୍ଷେତ୍ରରେ ଇତିହାସ ରଚିଲା ଭାରତ : ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ଚନ୍ଦ୍ରଯାନ-୩”

ଦିଲ୍ଲୀ ବନ୍ୟା: ଭୁଲ କାହାର? ଦିଲ୍ଲୀରେ ବନ୍ୟା ପରବର୍ତ୍ତୀ ପଦକ୍ଷେପ ନେଇ ସାମ୍ନାସାମ୍ନି ହେଲେ ଏଲଜି ଏବଂ ମନ୍ତ୍ରୀ 

କନକ ବ୍ୟୁରୋ: ଯମୁନା ନଦୀର ପ୍ରକୋପ କାରଣରୁ ଦିଲ୍ଲୀର ସ୍ଥିତି ସଙ୍ଗୀନ ରହିଛି । ରାଜଧାନୀର ଅଲଗା ଅଲଗା ଜାଗାରେ ପାଣି ଭରିରହିଛି । ଲୋକେ ବି ଏହାକୁ ନେଇ ଅନେକ ଅସୁବିଧାର ସାମ୍ନା କରୁଛନ୍ତି । ତେବେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପର ପର୍ବ ଏବେ ବି ଜାରିରହିଛି । ଶୁକ୍ରବାର ଏହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଯେଉଁଠି ଉପରାଜ୍ୟପାଳ ବିକେ ସକସେନା ଏବଂ ମନ୍ତ୍ରୀ ସୌରଭ ଭରଦ୍ୱାଜContinue reading “ଦିଲ୍ଲୀ ବନ୍ୟା: ଭୁଲ କାହାର? ଦିଲ୍ଲୀରେ ବନ୍ୟା ପରବର୍ତ୍ତୀ ପଦକ୍ଷେପ ନେଇ ସାମ୍ନାସାମ୍ନି ହେଲେ ଏଲଜି ଏବଂ ମନ୍ତ୍ରୀ “

୮୦ଟି ବଲ ପରେ ବିରାଟଙ୍କ ବ୍ୟାଟରୁ ବାହାରିଲା ଚୌକା । ନିଆରା ଢଙ୍ଗରେ ସେଲିବ୍ରେସନ କଲେ କୋହଲି ।

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ ଏବେ ଦୃଢ ସ୍ଥିତିରେ ରହିଛି । ୱେଷ୍ଟଇଣ୍ଡିଜ ମାତ୍ର ୧୫୦ ରନରେ ଅଲଆଉଟ ହୋଇଥିବା ବେଳେ ଯଶସ୍ୱୀ ଜୟସ୍ୱାଲ ଓ ରୋହିତଙ୍କ ଶର୍ମାଙ୍କ ଶତକ ବଳରେ ଭାରତ ଏବେ ବିଶାଳ ସ୍କୋର ଅଭିମୁଖେ ଆଗକୁ ବଢୁଛି । ଭାରତ ୨ ୱିକେଟ ବିନିମୟରେ ୩୧୨ ରନ୍ କରିବା ସହ ୧୬୨ ରନରେ ଆଗୁଆ ରହିଛି । ଏବେ କ୍ରିଜରେ ଜୟସ୍ୱାଲ ଓ କୋହଲି ବ୍ୟାଟିଂContinue reading “୮୦ଟି ବଲ ପରେ ବିରାଟଙ୍କ ବ୍ୟାଟରୁ ବାହାରିଲା ଚୌକା । ନିଆରା ଢଙ୍ଗରେ ସେଲିବ୍ରେସନ କଲେ କୋହଲି ।”

ଶପଥ ନେଲେ ସୁପ୍ରିମକୋର୍ଟର ୨ ନୂଆ ବିଚାରପତି ଜଷ୍ଟିସ୍ ଉଜ୍ଜ୍ୱଲ ଭୁୟାଁ ଓ ଜଷ୍ଟିସ୍ ଏସଭି ଭଟ୍ଟି

କନକ ବ୍ୟୁରୋ : ସୁପ୍ରିମକୋର୍ଟର ୨ ନୂଆ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି । ଜଷ୍ଟିସ୍ ଉଜ୍ଜ୍ୱଲ ଭୁୟାଁ ଓ ଜଷ୍ଟିସ୍ ଏସଭି ଭଟ୍ଟି ସୁପ୍ରିମକୋର୍ଟର ନୂଆ ବିଚାରପତି ଭାବେ ଏବେ ଦାୟିତ୍ୱ ତୁଲାଇବେ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ ଉଭୟଙ୍କୁ ଦିଲ୍ଲୀ ସ୍ଥିତ ଆପେକ୍ସ କୋର୍ଟ ଅଡିଟୋରିଅମରେ ଉଭୟଙ୍କୁ ଶପଥପାଠ କରାଇଛନ୍ତି । ଗତ ସପ୍ତାହରେ ସୁପ୍ରିମକୋର୍ଟ କଲେଜିୟମ୍ ୨ ବିଚାରପତିଙ୍କ ପଦୋନ୍ନତି ପାଇଁ ସୁପାରିଶ କରିଥିଲେ । ଜଷ୍ଟିସ୍ ଉଜ୍ଜ୍ୱଲContinue reading “ଶପଥ ନେଲେ ସୁପ୍ରିମକୋର୍ଟର ୨ ନୂଆ ବିଚାରପତି ଜଷ୍ଟିସ୍ ଉଜ୍ଜ୍ୱଲ ଭୁୟାଁ ଓ ଜଷ୍ଟିସ୍ ଏସଭି ଭଟ୍ଟି”

ବିହାରରେ ରାଜନୈତିକ ଲଢେଇ। ବିରୋଧ ପ୍ରଦର୍ଶନ, ନେତାଙ୍କ ମୃତ୍ୟୁ ଏବଂ ରାଜନୈତିକ ଘଟଣାକ୍ରମ… ୨୪ ଘଣ୍ଟାରେ ହୋଇଛି କଣ?

କନକ ବ୍ୟୁରୋ: ବିହାରରେ ଗୁରୁବାର ବିଜେପିର ପ୍ରଦର୍ଶନ ବେଳେ ପୁଲିସର ଲାଠିଚାର୍ଜରେ ଜଣେ ବିଜେପି ନେତାଙ୍କ ମୃତ୍ୟୁ ହୋଇଛି । ଏହା ପରେ ରାଜ୍ୟରେ ଏହାକୁ ନେଇ ରାଜନୈତିକ ଲଢେଇ ଆରମ୍ଭ ହୋଇଯାଇଛି । ବିଜେପି ନେତାଙ୍କ ମୃତ୍ୟୁକୁ ଦଳ ହତ୍ୟା କରାଯାଇଥିବା ଅଭିଯୋଗ କରିଛି । ଆଜି ଯେତେବେଳେ ବିହାର ବିଧାନସଭାର ମୌସୁମୀ ଅଧିବେଶନର କାର୍ଯ୍ୟ ଆରମ୍ଭ ହୋଇଥିଲା ସେତେବେଳେ ବିଜେପି ବିଧାୟକ ଏହି ପ୍ରସଙ୍ଗରେ ହଙ୍ଗାମା କରିଥିଲେ । ବିଧାୟକ ସଞ୍ଜୟ ସିଂହ ଟେବୁଲContinue reading “ବିହାରରେ ରାଜନୈତିକ ଲଢେଇ। ବିରୋଧ ପ୍ରଦର୍ଶନ, ନେତାଙ୍କ ମୃତ୍ୟୁ ଏବଂ ରାଜନୈତିକ ଘଟଣାକ୍ରମ… ୨୪ ଘଣ୍ଟାରେ ହୋଇଛି କଣ?”

Design a site like this with WordPress.com
Get started