ହୁ ହୁ ହୋଇ ବଢୁଛି ଟମାଟୋ ଦର  । ଗାଜିଆବାଦରେ ଟମାଟୋ ଦର ପାର କଲାଣି ଦ୍ୱିଶତକ, ଚଣ୍ଡିଗଡରେ ସେହୱାଗଙ୍କ ଟେଷ୍ଟର ସର୍ବାଧିକ ସ୍କୋର ଠାରୁ ଅଧିକ ଟମାଟୋ ମୂଲ୍ୟ ।

କନକ ବ୍ୟୁରୋ : ଦେଶରେ ହୁ ହୁ ହୋଇ ବଢୁଛି ଟମାଟୋ ଦର । ଏହି ଦର କେବେ ଖସିବ ତାହା କହିବା ମୁସ୍କିଲ । ଟମାଟୋର  ଏଭଳି ଦରବୃଦ୍ଧି ପୂର୍ବରୁ କେବେ ଦେଖିନଥିଲେ ଖାଉଟି । ଯେଉଁଥିପହାଣ୍ଡିଶାଳରେ ଏବେ ହାହାକାର ପଡିଛି । ଟମାଟୋ ଦର ହ୍ରାସ କରିବାକୁ ସରକାର ବିଭିନ୍ନ ଉପାୟ ଆପଣାଉଥିଲେ ମଧ୍ୟ ଦର କମିବା ପରିବର୍ତ୍ତେ ବଢି ଚାଲିଛି । ଏବେ ଦେଶର କିଛି ସ୍ଥାନରେ ଟମାଟୋ ଦର ୨୫୦ ଟଙ୍କାରୁContinue reading “ହୁ ହୁ ହୋଇ ବଢୁଛି ଟମାଟୋ ଦର  । ଗାଜିଆବାଦରେ ଟମାଟୋ ଦର ପାର କଲାଣି ଦ୍ୱିଶତକ, ଚଣ୍ଡିଗଡରେ ସେହୱାଗଙ୍କ ଟେଷ୍ଟର ସର୍ବାଧିକ ସ୍କୋର ଠାରୁ ଅଧିକ ଟମାଟୋ ମୂଲ୍ୟ ।”

ପରମ୍ପରା ଅନୁସାରେ ପୁରୀରେ ଚାଲିଛି ରଥ ଭଙ୍ଗା କାମ : ପ୍ରଥମ ପର୍ଯ୍ୟାୟରେ ଭଙ୍ଗାଯାଉଛି ସୁଭଦ୍ରାଙ୍କ ରଥ

କନକ ବ୍ୟୁରୋ : ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପରେ ଏବେ ଚାଲିଛି ରଥ ଭଙ୍ଗା କାମ । ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଆଜି ଠାରୁ ତିନି ରଥଭଙ୍ଗା କାମ ବିଧିବଦ୍ଧ ଭାବେ ଅରମ୍ଭ ହୋଇଛି । ନିୟମ ଅନୁସାରେ ପ୍ରଥମ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଭଙ୍ଗାଯାଇଛି । ଏହା ପରେ ତାଳଧ୍ୱଜ ରଥ ଭଙ୍ଗାଯିବ । ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବ । ଭୋଇ ସର୍ଦ୍ଦାର ଅନୁକୂଳ କରିବା ପରେ ପଥମେ କଳସରୁ ଆରମ୍ଭ ହୋଇଥିଲା ରଥContinue reading “ପରମ୍ପରା ଅନୁସାରେ ପୁରୀରେ ଚାଲିଛି ରଥ ଭଙ୍ଗା କାମ : ପ୍ରଥମ ପର୍ଯ୍ୟାୟରେ ଭଙ୍ଗାଯାଉଛି ସୁଭଦ୍ରାଙ୍କ ରଥ”

ଟମାଟୋ ବିକି ରୋଜଗାର କରିଥିଲେ ଲକ୍ଷାଧିକ ଟଙ୍କା : ହତ୍ୟା କରି ଲୁଟିନେଲେ ଚୋର

କନକ ବ୍ୟୁରୋ : ବିଭିନ୍ନ ରାଜ୍ୟରେ ଟମାଟୋ ଦର ବଢ଼ି ଚାଲିଛି । ଯେବେଠାରୁ ଟମାଟୋ ଦର ବଢି ଚାଲିଛି, ସେବେଠାରୁ ଅପରାଧିକ ଘଟଣା ବଢିବାରେ ଲାଗିଛି । କାହା କ୍ଷେତରୁ ଲକ୍ଷାଧିକ ଟଙ୍କାର ଟମାଟୋ ଚୋରି ତ ଆଉ କେଉଁଠି ମାରପିଟ ଓ ହତ୍ୟା । କିଛି ରାଜ୍ୟରେ ଏବେ ଟମାଟୋ କିଲୋ ୨୦୦ ଉପରେ ରହିଛି । ତେବେ ଏହି ଟମାଟୋ ବିକି ଲକ୍ଷାଧିକ ଟଙ୍କା ରୋଜଗାର କରିଥିବା ଜଣେ ସଫଳ ଚାଷୀଙ୍କର ଶେଷରେContinue reading “ଟମାଟୋ ବିକି ରୋଜଗାର କରିଥିଲେ ଲକ୍ଷାଧିକ ଟଙ୍କା : ହତ୍ୟା କରି ଲୁଟିନେଲେ ଚୋର”

ବର ଖୋଜି ଆଣିଲେ ମିଳିବ ୪ଲକ୍ଷ ଟଙ୍କା । ବିଜ୍ଞାପନ ଦେଲେ ଯୁବତୀ

କନକ ବ୍ୟୁରୋ: ବିବାହ କରିବାକୁ ବର ଖୋଜି ଆଣିବ ମିଳିବ ୪ଲକ୍ଷରୁ ଅଧିକ ଟଙ୍କା । ଏଭଳି ବିଜ୍ଞାପନ ଦେଇଛନ୍ତି ଲସ୍ ଆଞ୍ଜେଲ୍ସର ଜଣେ ଯୁବତୀ । ଦୀର୍ଘ ଦିନ ଏକାକୀ ଜୀବନ କାଟିବା ପରେ ଏବେ ବିବାହ କରିବାକୁ ମନ ବଳାଇଛନ୍ତି ହେଲେ ଉପଯୁକ୍ତ ବର ମିଳୁନଥିବାରୁ ଏଥିପାଇଁ ବିଜ୍ଞାପନ ଦେଇଛନ୍ତି । ସୂଚନା ମୁତାବକ, ଲସ୍ ଆଞ୍ଜେଲ୍ସରେ ରୁହନ୍ତି ୩୫ ବର୍ଷୀୟା ଟିଲେ କୋଲସନ୍ । ସେଠାରେ ସେ କର୍ପୋରେଟ୍‌ ଲିଟିଗେସନ୍‌ ଆର୍ଟର୍ଣ୍ଣି ଭାବେContinue reading “ବର ଖୋଜି ଆଣିଲେ ମିଳିବ ୪ଲକ୍ଷ ଟଙ୍କା । ବିଜ୍ଞାପନ ଦେଲେ ଯୁବତୀ”

ମିନି ସ୍କର୍ଟ କିମ୍ବା ଚିରା ଫଟା ଜିନ୍ସ ପିନ୍ଧି ମନ୍ଦିରକୁ ଆସନ୍ତୁ ନାହିଁ । ଉତ୍ତରପ୍ରଦେଶର ଏହି ମନ୍ଦିରରେ ଲାଗିଲା ପୋଷ୍ଟର ।

କନକ ବ୍ୟୁରୋ : ମନ୍ଦିରରେ ନିର୍ଦ୍ଦିଷ୍ଟ ପୋଷାକ ପରିଧାନ ଏବେ ବିଭିନ୍ନ ସ୍ଥାନରେ ଆଲୋଚନାର ବିଷୟ ପାଲଟିଛି । ଅନେକ ମନ୍ଦିରରେ ନିର୍ଦ୍ଦିଷ୍ଟ କିଛି ପୋଷାକ ପରିଧାନ ଉପରେ କଟକଣା ଲଗାଯାଇଥିବା ବେଳେ କିଛି ମନ୍ଦିରରେ ସ୍ୱତନ୍ତ୍ର ବସ୍ତ୍ର ପିନ୍ଧିଲେ ହିଁ ପ୍ରବେଶ ଅନୁମତି ମିଳିଥାଏ । ଆଉ ଏହିକ୍ରମରେ ଉତ୍ତରପ୍ରଦେଶର ଇଟାବା ଜିଲ୍ଲା କାଳୀ ବାଂହ ସିଦ୍ଧ ପୀଠରେ ମନ୍ଦିର ପ୍ରଶାସନ ପକ୍ଷରୁ ପୋଷ୍ଟର ଲଗାଯାଇଛି । ଯେଉଁ ପୋଷ୍ଟରରେ ସିଧାସଳଖ ଲେଖାଯାଇଛି ଯେ, ସମସ୍ତContinue reading “ମିନି ସ୍କର୍ଟ କିମ୍ବା ଚିରା ଫଟା ଜିନ୍ସ ପିନ୍ଧି ମନ୍ଦିରକୁ ଆସନ୍ତୁ ନାହିଁ । ଉତ୍ତରପ୍ରଦେଶର ଏହି ମନ୍ଦିରରେ ଲାଗିଲା ପୋଷ୍ଟର ।”

ମା’ ତାରିଣୀଙ୍କ ପ୍ରସିଦ୍ଧ ଆଷାଢି ପୂଜା ଧୁମଧାମରେ ପାଳିତ : ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

କନକ ବ୍ୟୁରୋ : ଘଟଗାଁର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପ୍ରସିଦ୍ଧ ଆଷାଢି ପୂଜା ବେଶ ଧୁମଧାମରେ ପାଳିତ ହୋଇଛି । ଏଥିପାଇଁ ମା’ଙ୍କ ମନ୍ଦିର ଓ ମନ୍ଦିର ପରିସରରେ ଥିବା ଦୁଆରଶୁଣି ମନ୍ଦିର ବନ୍ଦ ରହିଥିଲା । ସଂଧ୍ୟାରେ ମା’ଙ୍କ ମାର୍ଜନା, ବଡ଼ସିଂହାର ବେଶ, ମଙ୍ଗଳ ଆଳତୀ ସହ ପୂଜାର୍ଚ୍ଚନା କରିଥିଲେ ଦେହୁରି । ସମସ୍ତ ପୂଜାବିଧି ପରେ ମା’ଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ପହଡ଼ ଖୋଲିବା ପରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କContinue reading “ମା’ ତାରିଣୀଙ୍କ ପ୍ରସିଦ୍ଧ ଆଷାଢି ପୂଜା ଧୁମଧାମରେ ପାଳିତ : ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା”

କୁନି ଶିଶୁ କାନ୍ଦୁଥିଲା, ମା’ ଶୋଇବାକୁ ଚାହୁଁଥିଲା । ଶେଷର କୁନି ଶିଶୁ ଚୁପ୍ କରିବାକୁ କ୍ଷୀର ବୋତଲରେ ମା’ ମିଶାଇଲା ଡ୍ରଗ୍ସ, ଆଉ ତା ପରେ…

କନକ ବ୍ୟୁରୋ : ମା’ ନା ରାକ୍ଷସୀ । କୁନି ଛୁଆ କାନ୍ଦିଲା ବୋଲି ସବୁଦିନ ଶୁଆଇଦେଲା ମା’ । ଏଭଳି ଏକ ଘଟଣା ଆମେରିକାର ଫ୍ଲୋରିଡାରୁ ସାମ୍ନାକୁ ଆସିଛି । ୯ ମାସର ଶିଶୁର ମୃତ୍ୟୁ ହୋଇଥିବା ବେଳେ ଏଥିରେ ମା’ର ସମ୍ପୃକ୍ତି ରହିଛି । ମିଳିଥିବା ସୂଚନା ମୁତାବକ, ୨୬ ଜୁନରେ ଫ୍ଲୋରିଡାର ଏକ ଘରୁ ୯ ମାସର ଶିଶୁ ବେହୋସ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରେ ତାକୁ ବଞ୍ଚାଇବାକୁ ଚେଷ୍ଟା କରାଯାଇଥିଲେContinue reading “କୁନି ଶିଶୁ କାନ୍ଦୁଥିଲା, ମା’ ଶୋଇବାକୁ ଚାହୁଁଥିଲା । ଶେଷର କୁନି ଶିଶୁ ଚୁପ୍ କରିବାକୁ କ୍ଷୀର ବୋତଲରେ ମା’ ମିଶାଇଲା ଡ୍ରଗ୍ସ, ଆଉ ତା ପରେ…”

ନନ୍ଦନକାନନକୁ ଆସିବେ ନୂଆ ଅତିଥି : ଅରୁଣାଚଳ ପ୍ରଦେଶରୁ ଆସିବେ ଗିବନ ଓ ଚିତାବିରାଡ଼ି

କନକ ବ୍ୟୁରୋ : ନନ୍ଦନକାନନକୁ ଆସିବେ ନୂଆ ଅତିଥି । ବାଘ ଓ ଘଡ଼ିଆଳ ବଦଳରେ ଆସିବେ ଗିବନ ଓ ଚିତାବିରାଡ଼ି । ଅରୁଣାଚଳ ପ୍ରଦେଶର ଇଟାନଗର ଚିଡ଼ିଆଖାନାରୁ ଦୁଇଟି ବାଘ ଓ ତିନିଟି ଘଡ଼ିଆଳ କୁମ୍ଭୀର ବଦଳରେ ଏକ ହଳ ହୁଲକ୍ ଗିବନ ଓ ଏକ ହଳ ଚିତା ବିରାଡ଼ି ଆସିବେ । ଏଥିପାଇଁ ଇଟାନଗର ଚିଡ଼ିଆଖାନାର ପ୍ରାଣୀ ଚିକିତ୍ସକ ଡକ୍ଟର ସୋରାଙ୍ଗ ତଡ଼ାପ ନନ୍ଦନକାନନରେ ପହଞ୍ଚି ପୂର୍ବରୁ ହୋଇଥିବା ଚୁକ୍ତିପତ୍ରରେ ସ୍ୱାକ୍ଷର କରି ଦୁଇଟିContinue reading “ନନ୍ଦନକାନନକୁ ଆସିବେ ନୂଆ ଅତିଥି : ଅରୁଣାଚଳ ପ୍ରଦେଶରୁ ଆସିବେ ଗିବନ ଓ ଚିତାବିରାଡ଼ି”

ବାହାନଗା ଟ୍ରେନ ଦୁର୍ଘଟଣା ମାମଲା : ଆଉ ୧୦ ରେଳ କର୍ମଚାରୀଙ୍କୁ ସମନ; ସେପଟେ, ଆଜି କୋର୍ଟରେ ହାଜର ହେବେ ୩ ଅଭିଯୁକ୍ତ

କନକ ବ୍ୟୁରୋ : ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ଆଜି ସରିବ ୩ ଅଭିଯୁକ୍ତଙ୍କ ରିମାଣ୍ଡ । ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବେ ଅଭିଯୁକ୍ତ ସିନିୟର ସେକ୍ସନ ଇଞ୍ଜିନିୟରିଂ ଅରୁଣ ମହାନ୍ତି, ସେକ୍ସନ ଇଞ୍ଜିନିୟରିଂ ମହମ୍ମଦ ଅମ୍ମୀର ଖାନ ଓ ଟେକ୍ନିସିଆନ ପପୁ କୁମାର । ଗିରଫ ୩ ରେଳ ଅଧିକାରୀଙ୍କୁ ମାରାଥନ ଜେରା କରାଯାଇଛି । ସିଗନାଲ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ କେଉଁ ପରିସ୍ଥିତିରେ ଏମିତି ହେଲା,Continue reading “ବାହାନଗା ଟ୍ରେନ ଦୁର୍ଘଟଣା ମାମଲା : ଆଉ ୧୦ ରେଳ କର୍ମଚାରୀଙ୍କୁ ସମନ; ସେପଟେ, ଆଜି କୋର୍ଟରେ ହାଜର ହେବେ ୩ ଅଭିଯୁକ୍ତ”

ନିଖୋଜ ହୋଇଥିବା ଛାତ୍ରଙ୍କ ମିଳିଲା ସନ୍ଧାନ : ୮ ଦିନ ଧରି ନିଖୋଜ ଥିଲେ ମୈତ୍ରି ବିହାରର ଜୋଗେଶ ବାଲାଜୀ

କନକ ବ୍ୟୁରୋ : ମିଳିଲା ନିଖୋଜ ଯୋଗେଶ ବାଲାଜିଙ୍କ ସନ୍ଧାନ । ଜେନାପୁର ରେଳ ଷ୍ଟେସନରୁ ଯୋଗେଶଙ୍କୁ ଉଦ୍ଧାର କରିଛି ମୈତ୍ରୀ ବିହାର ପୋଲିସ । ପିଲାଟିକୁ ଉଦ୍ଧାର କରିବା ପରେ ଭୁବନେଶ୍ୱର ଆଣୁଛି ପୁଲିସ । ୮ ଦିନ ହେଲା ନିଖୋଜ ଥିଲେ ଯୋଗେଶ ବାଲାଜି ଲିଙ୍ଗାଡ଼ି । ପୁଅକୁ ନପାଇ ଗତକାଲି ମୈତ୍ରୀ ବିହାର ଥାନା ଆଗରେ ଧାରଣା ଦେଇଥିଲେ ଯୋଗେଶଙ୍କ ବାପା ମା’ । ତାଙ୍କ ହଜିଲା ପୁଅକୁ ଫେରାଇ ଆଣିବାକୁ ଆକୁଳContinue reading “ନିଖୋଜ ହୋଇଥିବା ଛାତ୍ରଙ୍କ ମିଳିଲା ସନ୍ଧାନ : ୮ ଦିନ ଧରି ନିଖୋଜ ଥିଲେ ମୈତ୍ରି ବିହାରର ଜୋଗେଶ ବାଲାଜୀ”

Design a site like this with WordPress.com
Get started