କନକ ବ୍ୟୁରୋ : ଆଜି ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୩ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଆଜି ଅପରାହ୍ନ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଚନ୍ଦ୍ରଯାନ-୩ । ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯିବ । କୋଟି କୋଟି ଭାରତୀୟଙ୍କ ନଜର ଏହା ଉପରେ ରହିଛି । ଏହି ସଫଳ ମିଶନ ପାଇଁ ସମସ୍ତ ଆବଶ୍ୟକ ପାରାମିଟର ପୂରଣ ହୋଇଥିବାରୁ ଇସ୍ରୋର ମିଶନ ପ୍ରସ୍ତୁତି ସମୀକ୍ଷା କମିଟି ଉତକ୍ଷେପଣ ପାଇଁContinue reading “ମହାକାଶ ବିଜ୍ଞାନ କ୍ଷେତ୍ରରେ ଇତିହାସ ରଚିବ ଭାରତ : ଅପରାହ୍ନରେ ଶ୍ରୀହରିକୋଟା ଲଞ୍ଚପ୍ୟାଡରୁ ଉତକ୍ଷେପଣ ହେବ ଚନ୍ଦ୍ରଯାନ-୩; ଏଲଭିଏମ୍- ଥ୍ରି ଉପରେ ସମସ୍ତଙ୍କ ନଜର”
Tag Archives: News
ବସ ଓ କଣ୍ଟେନର ମୁହାଁମୁହିଁ ଧକ୍କା : ୨ ଆହତ, କୋକସରା ଡାକ୍ତରଖାନାରେ ଭର୍ତ୍ତି
କନକ ବ୍ୟୁରୋ : କୋକସରା ବ୍ଲକ ଆମପାଣି ଘାଟିରେ ୨୬ ନମ୍ବର ଜାତୀୟ ରାପଥରେ ଏକ ଯାତ୍ରୀବାହୀ ବସ ଓ କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ବେଳେ ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାପଡିଛି । ୨ ଆହତଙ୍କୁ କୋକସରା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ବସଟି ହାଇଦ୍ରାବାଦରୁ କଲମପୁର ଆସୁଥିବା ବେଳେ ଆଜି ସକାଳେ ଆମପାଣି ଘାଟି ରାସ୍ତାରେ ବିପରୀତ ଦିଗରୁ ଆସୁଥିବା କଣ୍ଟେନରContinue reading “ବସ ଓ କଣ୍ଟେନର ମୁହାଁମୁହିଁ ଧକ୍କା : ୨ ଆହତ, କୋକସରା ଡାକ୍ତରଖାନାରେ ଭର୍ତ୍ତି”
ଚନ୍ଦ୍ରଯାନ-୩ ମିଶନକୁ ଲିଡ୍ କରୁଛନ୍ତି ‘ରକେଟ୍ ଓମ୍ୟାନ୍’ : କିଏ ଏହି ମହିଳା ଯାହାକୁ ମିଳିଛି ମିଶନର ଗୁରୁ ଦାୟିତ୍ୱ?
କନକ ବ୍ୟୁରୋ: ଆଜି ଦ୍ୱିପହର ୨ଟା ୩୫ ମିନିଟରେ ଉଡାଣ ଭରିବ ଚନ୍ଦ୍ରଯାନ-୩ । ୬୧୫ କୋଟି ବଜେଟରେ ନିର୍ମିତ ଏହି ମିଶନ୍ ୫୦ ଦିନର ଯାତ୍ରା ପରେ ଚନ୍ଦ୍ରମାର ଦକ୍ଷିଣ ଧ୍ରୁବ ନିକଟରେ ଲ୍ୟାଣ୍ଡିଙ୍ଗ କରିବ । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ ର ଅବତରଣର ଗୁରୁ ଦାୟିତ୍ୱ ମିଳିଛି ମହିଳା ବୈଜ୍ଞାନିକ ଋତୁ କରିଧାଲଙ୍କୁ । ସେ ଚନ୍ଦ୍ରଯାନ-୩ ମିଶନର ମିଶନ୍ ନିର୍ଦ୍ଦେଶିକା ଭାବେ ଗୁରୁ ଦାୟିତ୍ୱ ନିର୍ବାହ କରୁଛନ୍ତି । ଆଜି ଭାରତ ପାଇଁ ଏକContinue reading “ଚନ୍ଦ୍ରଯାନ-୩ ମିଶନକୁ ଲିଡ୍ କରୁଛନ୍ତି ‘ରକେଟ୍ ଓମ୍ୟାନ୍’ : କିଏ ଏହି ମହିଳା ଯାହାକୁ ମିଳିଛି ମିଶନର ଗୁରୁ ଦାୟିତ୍ୱ?”
ପ୍ରେମିକର ବାହାବେଦୀରେ ପ୍ରେମିକାର ଧାରଣା : ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ; ଖଣ୍ଡନ କଲେ ପୁଅ ଘର ଲୋକ
କନକ ବ୍ୟୁରୋ : ପ୍ରେମିକର ବାହାବେଦୀରେ ପ୍ରେମିକାଙ୍କ ଧାରଣା । ରାତିସାରା ଧାରଣାରେ ବସି ରହିଲେ ଯୁବତୀ । ନିମାପଡା ବ୍ଲକ ବଳଙ୍ଗା ଥାନା ତୋଟା ସାହିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବାହାବେଦିରେ ଅନଶନରେ ବସି ରହିଛନ୍ତି ମହିଳା । କାଲି ମଙ୍ଗନ ଥିବା ବେଳେ ଆଜି ବାହାଘର । ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଘରେ କୁଣିଆ ଭର୍ତ୍ତି ହୋଇଛନ୍ତି । ଭୋଜିଭାତ ପାଇଁ ମଧ୍ୟ ସବୁ ପ୍ରସ୍ତୁତି ସରିଛିContinue reading “ପ୍ରେମିକର ବାହାବେଦୀରେ ପ୍ରେମିକାର ଧାରଣା : ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ; ଖଣ୍ଡନ କଲେ ପୁଅ ଘର ଲୋକ”
ଆଜି ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ : ଯାନବାହନ ଚଳାଚଳ ଠପ, ଦୋକାନ ବଜାର ବନ୍ଦ
କନକ ବ୍ୟୁରୋ : ୪ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ମାଲକକାନଗିର ବନ୍ଦ ପାଳନ । ଜିଲ୍ଲା ସଦର ମହକୁମା ସହ ବ୍ଳକ ସ୍ତରରେ ପିକେଟିଂ କରି ରାସ୍ତାରୋକ । ଯାନବାହାନ ଚଳାଚଳ ଠପ୍ ହୋଇଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ଟାଟା ବିଦ୍ୟୁତ କମ୍ପାନୀର ମନମୁଖୀ ବିଲ ଆଦାୟକୁ ବିରୋଧ । ଜିଳ୍ଲା ଚିକିତ୍ସାଳୟରେ ଡାକ୍ତର ପଦବୀ ପୂରଣ, ୫ ବର୍ଷ ଧରି ନିର୍ମାଣ କାମ ସରିଥିବା ବିଇଡି କଲେଜContinue reading “ଆଜି ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ : ଯାନବାହନ ଚଳାଚଳ ଠପ, ଦୋକାନ ବଜାର ବନ୍ଦ”
ମୋଦୀଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ‘ଲିଜନ୍ ଅଫ୍ ଅନର’ ସମ୍ମାନ: ଏହାକୁ ପାଇବାରେ ମୋଦୀ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ
କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଅଛନ୍ତି । ଏହି ଅବସରରେ ତାଙ୍କୁ ଦିଆଯାଇଛି ଫ୍ରାନ୍ସର ସର୍ବୋଚ୍ଚ ‘ଲିଜନ୍ ଅଫ୍ ଅନର’ ସମ୍ମାନ । ଏହି ପୁରସ୍କାର ଶ୍ରେଷ୍ଠ ରାଜନେତା ଏବଂ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ଦିଆଯାଏ । ଏହା ପୂର୍ବରୁ ଫ୍ରାନ୍ସର ରାଷ୍ଟ୍ରପତି ମେକ୍ରୋ ମଧ୍ୟ ମୋଦୀଙ୍କ ସମ୍ମାନରେ ରାତ୍ରୀ ଭୋଜନର ଆୟୋଜନ କରିଥିଲେ । ଫ୍ରାନ୍ସ ଦ୍ୱାରା ଦିଆଯାଇଥିବା ଏହି ସର୍ବୋଚ୍ଚ ସମ୍ମାନ ମୋଦୀଙ୍କୁ ବିଦେଶରୁ ମିଳିଥିବା ବିଭିନ୍ନ ଶୀର୍ଷContinue reading “ମୋଦୀଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ‘ଲିଜନ୍ ଅଫ୍ ଅନର’ ସମ୍ମାନ: ଏହାକୁ ପାଇବାରେ ମୋଦୀ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ”
ଧକ୍କା ଦେଲା ଟ୍ରକ୍, ଓଲଟିଲା ଯାତ୍ରୀବାହୀ ବସ : ୭ ଯାତ୍ରୀ ଆହତ, ହସ୍ପିଟାଲରେ ଭର୍ତ୍ତି
କନକ ବ୍ୟୁରୋ : ପୁଣି ବସ ଦୁର୍ଘଟଣା। ପ୍ରଧାନ ନାମକ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ । ୬୦ ନମ୍ବର ଜାତୀୟ ରାଜପଥ ଜଳେଶ୍ଵର ଥାନା ଶାନ୍ତିଆ ବାଇପାସ ନିକଟରେ ଦୁର୍ଘଟଣା । ବସକୁ ପଛପଟୁ ଧକ୍କା ଦେଲା ଟ୍ରକ । ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ବସଟି ଓଲଟି ପଡିଛି । ଭୁବନେଶ୍ବରରୁ ପଶ୍ଚିମବଙ୍ଗ କଲିକତା ଅଭିମୁଖେ ଯାଉଥିଲା ପ୍ରଧାନ ବସ । ବସରେ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ବସରେ ଯାଉଥିବା ସୂଚନା । ୭Continue reading “ଧକ୍କା ଦେଲା ଟ୍ରକ୍, ଓଲଟିଲା ଯାତ୍ରୀବାହୀ ବସ : ୭ ଯାତ୍ରୀ ଆହତ, ହସ୍ପିଟାଲରେ ଭର୍ତ୍ତି”
ଜାଲ୍ ସାର୍ଟିଫିକେଟରେ ୧୮ବର୍ଷର ଶିକ୍ଷକ ଚାକିରି : ଶିକ୍ଷକଙ୍କ ବିରୋଧରେ ଥାନାରେ ଅଭିଯୋଗ
କନକ ବ୍ୟୁରୋ : ଜାଲ୍ ସାର୍ଟିଫିକେଟ ବ୍ୟବହାର କରି ଚାକିରି ହାତେଇଥିବା ଅଭିଯୋଗ, ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା । ଜାଲ ସାର୍ଟିଫିକେଟ ଦେଇ ଦୀର୍ଘ ୧୮ ବର୍ଷ ହେବ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟକରି ମୋଟା ଅଙ୍କର ଦରମା ନେଇ ଆସୁଥିଲେ କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡର ଡ଼ମପଡା ବ୍ଲକ ଶିକ୍ଷା ଅଧିକାରୀ ବଳରାମ ପାଇକରାୟ । ବିଭିନ୍ନ ସ୍କୁଲରେ ଦୀର୍ଘ ୧୮ ବର୍ଷ ଧରି ଶିକ୍ଷକତା କରୁଥିବା ଢ଼ଂସର ଗ୍ରାମର ବଳରାମ ପାଇକରାୟ ଯୁକ୍ତତିନିContinue reading “ଜାଲ୍ ସାର୍ଟିଫିକେଟରେ ୧୮ବର୍ଷର ଶିକ୍ଷକ ଚାକିରି : ଶିକ୍ଷକଙ୍କ ବିରୋଧରେ ଥାନାରେ ଅଭିଯୋଗ “
ବିଲାତି ଦର ଆକାଶଛୁଆଁ : ବାହାଘରରେ ନବ ଦମ୍ପତିଙ୍କୁ ବିଲାତି ଉପହାର ଦେଲେ ଶୁଭେଚ୍ଛୁକ
କନକ ବ୍ୟୁରୋ : ବିଲାତି ଦର ଆକାଶଛୁଆଁ । ବାହାଘରରେ ନବ ଦମ୍ପତିଙ୍କୁ ବିଲାତି ଉପହାର ଦେଲେ ଶୁଭେଚ୍ଛୁକ । ବିଲାତିର ଏବେ ବଜାର ଦର କିଲୋ ପ୍ରତି ୨୦୦ ଟଙ୍କା ପାଖାପାଖି ଥିଲା । ଏବେ ଏହା ୧୩୦ରୁ ୧୫୦ ଟଙ୍କା ଦରରେ ବିକ୍ରି ହେଉଛି । ଏପରି ସମୟରେ ପ୍ରୀତିଭୋଜନ ଦିନ ନବଦମ୍ପତିଙ୍କୁ କିଛି ବନ୍ଧୁ ବିଲତି ଉପହାର ଦେଇଛନ୍ତି । ଘଟଣାଟି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଆରବନ୍ଧ ପଞ୍ଚାୟତ ଉପରଡ଼ିହା ଗ୍ରାମରContinue reading “ବିଲାତି ଦର ଆକାଶଛୁଆଁ : ବାହାଘରରେ ନବ ଦମ୍ପତିଙ୍କୁ ବିଲାତି ଉପହାର ଦେଲେ ଶୁଭେଚ୍ଛୁକ”
କାହାକୁ ଖୁସି କରିବାକୁ ଭୁଲ୍ ବିଜ୍ଞାପନ ? ଫାଇଭଟି ସଚିବଙ୍କ ଢେଙ୍କାନାଳ ଗସ୍ତ ବେଳେ ଭୁଲ ବିଜ୍ଞାପନକୁ ନେଇ ଅସନ୍ତୋଷ; ପ୍ରସୂତି କହିଲେ ନେବେ ଆଇନର ସାହାଯ୍ୟ
କନକ ବ୍ୟୁରୋ : ଫାଇଭଟି ସଚିବ ଭି କେ ପାଣ୍ଡିଆନ ଢ଼େଙ୍କାନାଳ ଜିଲ୍ଲା ଗସ୍ତ କରିଥିଲେ । ଏହି ସମୟରେ ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ ସଚିବ । କିନ୍ତୁ ଏହି ସମୟରେ ହସ୍ପିଟାଲରେ ଲାଗିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବିଜ୍ଞାପନରେ ସମସ୍ତ ରୋଗୀ ମାଗଣାରେ ଉପଯୁକ୍ତ ଚିକିତ୍ସା ପାଉଥିବାରୁ ମୁଖ୍ୟମନ୍ତ୍ରୀକୁ ଧନ୍ୟବାଦ୍ ଦେଉଥିବା କିଛି ପୋଷ୍ଟର୍ ଲାଗିଥିଲା । କିନ୍ତୁ ଲାଗିଥିବା ପୋଷ୍ଟରରେ ଯେଉଁ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛନ୍ତି ସେମାନେ ସେହିContinue reading “କାହାକୁ ଖୁସି କରିବାକୁ ଭୁଲ୍ ବିଜ୍ଞାପନ ? ଫାଇଭଟି ସଚିବଙ୍କ ଢେଙ୍କାନାଳ ଗସ୍ତ ବେଳେ ଭୁଲ ବିଜ୍ଞାପନକୁ ନେଇ ଅସନ୍ତୋଷ; ପ୍ରସୂତି କହିଲେ ନେବେ ଆଇନର ସାହାଯ୍ୟ”