କନକ ବ୍ୟୁରୋ : ଚନ୍ଦ୍ରଯାନ ୩ ପାଇଁ କାଉଣ୍ଟଡାଉନ୍ ଆରମ୍ଭ । ଆସନ୍ତାକାଲି ଅପରାହ୍ଣ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ । ଚନ୍ଦ୍ରର ଅପହଞ୍ଚ ଅଞ୍ଚଳରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି । ୨୪ ଘଣ୍ଟା ଧରି ଚାଲିଥିବା ‘ଲଞ୍ଚ ରିହର୍ସାଲ୍’ ଶେଷ ହୋଇଛି ବୋଲି ଇସ୍ରୋ ମଙ୍ଗଳବାର ଟ୍ୱିଟ୍ କରିଛି । ଭାରତର ତୃତୀୟ ଚନ୍ଦ୍ର ଅନୁସନ୍ଧାନ ମିସନ ଚନ୍ଦ୍ରଯାନ-୩ ଏଲ୍ଭିଏମ୍୩ ଲଞ୍ଚରର ଚତୁର୍ଥ କାର୍ଯ୍ୟକ୍ଷମ ମିସନରେ ଉତ୍କ୍ଷେପଣ ପାଇଁ ପ୍ରସ୍ତୁତ ହୋଇ ରହିଛି। ଏହାContinue reading “ଚନ୍ଦ୍ରଯାନ ୩ ପାଇଁ କାଉଣ୍ଟଡାଉନ୍ ଆରମ୍ଭ : ଆସନ୍ତାକାଲି ଶ୍ରୀହରିକୋଟାରୁ ହେବ ଉତକ୍ଷେପଣ; ଚନ୍ଦ୍ରର ଅପହଞ୍ଚ ଅଞ୍ଚଳରେ ପହଞ୍ଚିବାକୁ ଲକ୍ଷ୍ୟ”
Tag Archives: News
୨ଟା ଟମାଟୋ ପାଇଁ ସ୍ୱାମୀକୁ ଛାଡି ଚାଲିଗଲା ସ୍ତ୍ରୀ । ଉଜୁଡିଗଲା ସୁଖର ସଂସାର
କନକ ବ୍ୟୁରୋ: ଏବେ ବଜାରରେ ଟମାଟୋ ଦର ଆକାଶଛୁଆଁ । ଅନେକ ରୋଷେଇ ଘରକୁ ଟମାଟୋ ଆସିବା ବନ୍ଦ ହୋଇଗଲାଣି । ଏଭଳି ସ୍ଥିତିରେ ୨ଟା ଟମାଟୋ ପାଇଁ ଉଜୁଡିଯାଇଛି ଗୋଟିଏ ପରିବାର । କଥା ହେଉଛି ଟମାଟୋ ଦର ଚଢା ଥିବାବେଳେ ସ୍ତ୍ରୀ’ଙ୍କୁ ନ ପଚାରି ୨ଟି ଟମାଟୋ ରାନ୍ଧି ଦେଇଥିବାରୁ ମଧ୍ୟପ୍ରଦେଶର ଶହଡ଼ୋଲ୍ ଜିଲ୍ଲାରେ ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ସହ କଳହ କରି ଘରଛାଡ଼ି ଚାଲିଯାଇଛନ୍ତି । ରିପୋର୍ଟ ଅନୁସାରେ, ‘ଟିଫିନ୍ ସର୍ଭିସ୍’Continue reading “୨ଟା ଟମାଟୋ ପାଇଁ ସ୍ୱାମୀକୁ ଛାଡି ଚାଲିଗଲା ସ୍ତ୍ରୀ । ଉଜୁଡିଗଲା ସୁଖର ସଂସାର”
ବାହାନଗା ଟ୍ରେନ୍ ଦୁର୍ଘଟଣା : ଜାତୀୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ; ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାରୁ ନିର୍ଦ୍ଦେଶ
କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ଜାତୀୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ । ଏନେଇ ରେଳ ବୋର୍ଡ ଅଧ୍ୟକ୍ଷ ଓ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରିଛନ୍ତି ଏନଏଚଆରସି । ଏହି ଘଟଣାରେ ଆଜି ପର୍ଯ୍ୟନ୍ତ କି କି ପଦକ୍ଷେପ ନିଆଯାଇଛି ୪ସପ୍ତାହ ମଧ୍ୟରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଏନଏଚଆରସି । ମଙ୍ଗଳବାର ମାନବାଧିକାର କର୍ମୀ ତଥା ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ପକ୍ଷରୁ ଏନଏଚଆରସିରେ ହୋଇଥିବା ଆବେଦନର ଶୁଣାଣି ହୋଇଥିଲା । ରେଳContinue reading “ବାହାନଗା ଟ୍ରେନ୍ ଦୁର୍ଘଟଣା : ଜାତୀୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ; ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାରୁ ନିର୍ଦ୍ଦେଶ”
ବିଦ୍ୟୁତ୍ କାଟକୁ ନେଇ ରାସ୍ତାକୁ ଓହ୍ଲାଇଲେ ଲୋକେ : କଟକ–ବାଙ୍କୀ ରାସ୍ତାରେ ଧାରଣା ଦେଲେ ଶତାଧିକ ଗ୍ରାମବାସୀ
କନକ ବ୍ୟୁରୋ : ବିଦ୍ୟୁତ୍ କାଟକୁ ନେଇ ରାସ୍ତାକୁ ଓହ୍ଲାଇଲେ ଲୋକେ । ବାଙ୍କି ଥାନା ଅନ୍ତର୍ଗତ ହରିରାଜପୁର ଗାଁରେ ଗତକାଲି ରାତିରୁ ବିଦ୍ୟୁତ୍ କଟିଥିବା ବେଳେ ଲୋକେ ଅସହ୍ୟ ଗରମ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ । ଏନେଇ ବିଦ୍ୟୁତ୍ ବିଭାଗକୁ ଜଣାଇଥିଲେ ମଧ୍ୟ ବିଦ୍ୟୁତ୍ କର୍ମଚାରୀ ଗ୍ରାମବାସୀଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ । ଫଳରେ ବାଧ୍ୟ ହୋଇ ଗ୍ରାମବାସୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କଟକ–ବାଙ୍କୀ ରାସ୍ତାରେ ଶତାଧିକ ଗ୍ରାମବାସୀ ଧାରଣା ଦେଇଛନ୍ତି । ଆନ୍ଦୋଳନ ଯୋଗୁଁContinue reading “ବିଦ୍ୟୁତ୍ କାଟକୁ ନେଇ ରାସ୍ତାକୁ ଓହ୍ଲାଇଲେ ଲୋକେ : କଟକ–ବାଙ୍କୀ ରାସ୍ତାରେ ଧାରଣା ଦେଲେ ଶତାଧିକ ଗ୍ରାମବାସୀ”
ବିଧାୟକଙ୍କୁ ଚାପୁଡା ମାରିଲେ ମହିଳା । ବନ୍ୟା ପ୍ରଭାବିତ ଅଞ୍ଚଳ ଦେଖିବାକୁ ଆସିଥିଲେ ବିଧାୟକ
କନକ ବ୍ୟୁରୋ: ହରିୟାଣାର ଅନେକ ଜିଲ୍ଲା ଏବେ ବନ୍ୟା ଜଳରେ ବୁଡିଛି । କୈଥଲ ଯମୁନାନଗର, ପଞ୍ଚକୁଲା, ସମେତ ଏକାଧିକ ଜିଲ୍ଲାରେ ଆଲର୍ଟ ଜାରି ହୋଇଛି । କୈଥଲରେ ବନ୍ୟା ପୀଡିତଙ୍କ ସ୍ଥିତି ଦେଖିବାକୁ ଆସିଥିବା ବିଧାୟକଙ୍କୁ ଶକ୍ତ ଚାପୁଡା ମାରିଲେ ମହିଳା । ସେଠାକୁ କାହିଁକି ଆସିଛନ୍ତି ବୋଲି ରାଗି ପଚାରିବା ସହ ତାଙ୍କୁ ଚାପୁଡା ମାରିଥିଲେ । ଅବଶ୍ୟ ସେଠାରେ ଥିବା ପୁଲିସ କର୍ମୀ ମହିଳାଙ୍କୁ ସେଠାରୁ କାଢି ନେଇଥିଲେ । ସୂଚନା ମୁତାବକ,Continue reading “ବିଧାୟକଙ୍କୁ ଚାପୁଡା ମାରିଲେ ମହିଳା । ବନ୍ୟା ପ୍ରଭାବିତ ଅଞ୍ଚଳ ଦେଖିବାକୁ ଆସିଥିଲେ ବିଧାୟକ”
କୋଇଡ଼ାରେ ହାତୀ ଆତଙ୍କ : ବିଳମ୍ବିତ ରାତିରେ ଘର ଭାଙ୍ଗି ମହିଳାଙ୍କୁ ଦଳିଦେଲା ଦନ୍ତା
କନକ ବ୍ୟୁରୋ : ହାତୀ ଆକ୍ରମଣରେ ଗଲା ମହିଳାଙ୍କ ଜୀବନ । ରାତିରେ ଶୋଇଥିବା ବେଳେ ଦଳିଦେଲା ଦନ୍ତା । ସୁନ୍ଦରଗଡ଼ କୋଇଡ଼ା ଥାନା ଅନ୍ତର୍ଗତ ଡେଙ୍ଗୁଳା ଗାଁର ୩୬ ବର୍ଷୀୟା ସୀତା ମୁଣ୍ଡାଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି । ମଧ୍ୟ ରାତିରେ ଏକ ଦନ୍ତାହାତୀ ତାଙ୍କ ଘରେ ପଶି ଘର ଭାଙ୍ଗିଥିବା ବେଳେ ଜୀବନ ବିକଳରେ ପରିବାର ଲୋକ ବାହାରି ଆସିଥିଲେ । ହେଲେ ସୀତା ମୁଣ୍ଡାଙ୍କୁ ହାତୀ ଦଳି ଦେବାରୁ ତାଙ୍କୁ ମୃତ୍ୟୁContinue reading “କୋଇଡ଼ାରେ ହାତୀ ଆତଙ୍କ : ବିଳମ୍ବିତ ରାତିରେ ଘର ଭାଙ୍ଗି ମହିଳାଙ୍କୁ ଦଳିଦେଲା ଦନ୍ତା”
କଟକ ଆସିବେ ରାଷ୍ଟ୍ରପତି : ଏସସିବି ଛାତ୍ର ସଂସଦ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ
କନକ ବ୍ୟୁରୋ : ଆସନ୍ତା ୨୬ ତାରିଖରେ କଟକ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏସସିବି ମେଡିକାଲ କଲେଜ ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଏସସିବି ଗସ୍ତରେ ଆସୁଥିବାରୁ କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ଆୟୋଜନ କରିବା ପାଇଁ ଛାତ୍ର ସଂସଦ ସହିତ ମେଡିକାଲ କଲେଜ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରସ୍ତୁତି ଚଳାଇଛନ୍ତି । ଏଥିପାଇଁ ଆଜି ଏସସିବି କଲେଜ କାଉନସିଲ୍ ବୈଠକ ଡକାଯାଇଛିContinue reading “କଟକ ଆସିବେ ରାଷ୍ଟ୍ରପତି : ଏସସିବି ଛାତ୍ର ସଂସଦ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ”
ଗୁନା ସାହୁ ହତ୍ୟାକାଣ୍ଡ ଘଟଣା : ଅଭିଯୁକ୍ତକୁ ଗିରଫ ଦାବିରେ ରାତିସାରା ଧାରଣା; ପଥର ପକାଇ ଥାନା ଆଗରେ ରୋଷେଇ କଲେ ପ୍ରତିବାଦକାରୀ
କନକ ବ୍ୟୁରୋ : ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ସାରା ରାତି ଗ୍ରାମବାସୀ ଧାରଣାରେ ବସିଲେ । କୃଷ୍ଣପ୍ରସାଦ ମୁଣ୍ଡାବର ଗାଁର ଗୁନା ସାହୁ ହତ୍ୟାକାଣ୍ଡ ଘଟଣାରେ ଗାଁର ଶତାଧିକ ମହିଳା ଓ ପୁରୁଷ କୃଷ୍ଣପ୍ରସାଦ ଥାନା ସମ୍ମୁଖରେ ରାତି ସାରା ଆନ୍ଦୋଳନ କରିଛନ୍ତି । ଥାନା ସମ୍ମୁଖରେ ରୋଷେଇ କରି ଖାଇଛନ୍ତି ଲୋକେ । ପଥର ପକାଇ କୃଷ୍ଣପ୍ରସାଦ ଥାନାକୁ ଅବରୋଧ କରିଛନ୍ତି । ଗତ ୨୬ ତାରିଖରେ ମୁଣ୍ଡାବର ଗାଁର ଗୁନା ସାହୁଙ୍କୁ ଅତିContinue reading “ଗୁନା ସାହୁ ହତ୍ୟାକାଣ୍ଡ ଘଟଣା : ଅଭିଯୁକ୍ତକୁ ଗିରଫ ଦାବିରେ ରାତିସାରା ଧାରଣା; ପଥର ପକାଇ ଥାନା ଆଗରେ ରୋଷେଇ କଲେ ପ୍ରତିବାଦକାରୀ”
ସ୍ୱାମୀ ବିବେକାନନ୍ଦଙ୍କ ବିରୋଧରେ ବିବାଦୀୟ ବୟାନ । ଇସ୍କନ୍ ଲଗାଇଲା ବ୍ୟାନ୍ । ଏବେ ପ୍ରାୟଶ୍ଚିତ କରିବେ ଯୁବ ସନ୍ନ୍ୟାସୀ ଅମୋଘ ଲିଲା
କନକ ବ୍ୟୁରୋ: ସ୍ୱାମୀ ବିବେକାନନ୍ଦଙ୍କ ଉପରେ ଅମୋଘ ଦେଲେ ବିବାଦୀୟ ଟିପ୍ପଣୀ। ପ୍ରାୟଶ୍ଚିତ କରିବାକୁ ଯିବେ ଗୋବର୍ଦ୍ଧନ ପର୍ବତ । ଜଣାଶୁଣା ଯୁବ ସନ୍ନ୍ୟାସୀ ତଥା ମୋଟିଭେସନାଲ ସ୍ପିକର ଅମୋଘ ଲିଲା ଦାସ ନିଜର ମନ୍ତବ୍ୟକୁ ନେଇ ଏବେ ହରଡଘଣାରେ । ସ୍ୱାମୀ ବିବେକାନନ୍ଦ ଓ ତାଙ୍କ ପରମପୂଜ୍ୟ ଗୁରୁ ଶ୍ରୀରାମକୃଷ୍ଣ ପରମହଂସଙ୍କ ବିରୋଧରେ ଏଭଳି ଟିପ୍ପଣୀ ଦେଇଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ବିଜୁଳି ବେଗରେ ଭାଇରାଲ ହେଉଛି । ଏହାକୁ ନେଇ ବୁଦ୍ଧିଜୀବୀ ମହଲରେContinue reading “ସ୍ୱାମୀ ବିବେକାନନ୍ଦଙ୍କ ବିରୋଧରେ ବିବାଦୀୟ ବୟାନ । ଇସ୍କନ୍ ଲଗାଇଲା ବ୍ୟାନ୍ । ଏବେ ପ୍ରାୟଶ୍ଚିତ କରିବେ ଯୁବ ସନ୍ନ୍ୟାସୀ ଅମୋଘ ଲିଲା”
ଉଛୁଳିଲା ଯମୁନା ନଦୀ : ୪୫ ବର୍ଷର ରେକର୍ଡ ଭାଙ୍ଗିଲା ଜଳସ୍ତର; ଦିଲ୍ଲୀର ତଳିଆ ଅଞ୍ଚଳରେ ପଶିଲା ପାଣି
କନକ ବ୍ୟୁରୋ : ୪୫ ବର୍ଷର ରେକର୍ଡ ଭାଙ୍ଗିଛି ଯମୁନା ନଦୀର ଜଳସ୍ତର । ଦିଲ୍ଲୀରେ ଯମୁନା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏହାର ବିପଦ ସଙ୍କେତ ୨୦୫ ଦଶମିକ ୩୩ ମିଟର ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ୨୦୮ ଦଶମିକ ୪୧ ମିଟରରେ ପହଞ୍ଚିଛି । ୧୯୭୮ ମସିହାରେ ଯମୁନାର ଜଳସ୍ତର ସର୍ବାଧିକ ୨୦୭ ଦଶିମକ ୪୯ ମିଟର ପର୍ଯ୍ୟନ୍ତ ବଢିଥିଲା । ଜଳସ୍ତର ବଢୁଥିବାରୁ ଦିଲ୍ଲୀ ପ୍ରତି ବିପଦ ସୃଷ୍ଟିContinue reading “ଉଛୁଳିଲା ଯମୁନା ନଦୀ : ୪୫ ବର୍ଷର ରେକର୍ଡ ଭାଙ୍ଗିଲା ଜଳସ୍ତର; ଦିଲ୍ଲୀର ତଳିଆ ଅଞ୍ଚଳରେ ପଶିଲା ପାଣି”