କାର୍ଯ୍ୟାଳୟ ଭିତରେ ପଶି କମ୍ପାନୀ ସିଇଓ ଓ ଏମଡିଙ୍କୁ ଭୁଜାଲି ଭୁଷି ହତ୍ୟା । ପ୍ରତିଶୋଧ ପରାୟଣ ହୋଇ ହତ୍ୟା କଲେ କମ୍ପାନୀ ୩ ପୂର୍ବତନ କର୍ମଚାରୀ ।

କନକ ବ୍ୟୁରୋ: ବେଙ୍ଗାଲୁରରେ ଘଟିଛି ଭୟଙ୍କର ହତ୍ୟାକାଣ୍ଡ । କାର୍ଯ୍ୟାଳୟ ଭିତରେ ପଶି କମ୍ପାନୀର ସିଇଓ ଓ ଏମଡିକୁ ଭୁଜାଲି ଭୁଷି ହତ୍ୟା କରାଯାଇଛି । ତେବେ ଏହି ହତ୍ୟା ଆଉ କେହି ନୁହେଁ କମ୍ପାନୀର ପୂର୍ବତନ କର୍ମଚାରୀ କରିଛନ୍ତି । ପ୍ରତିଶୋଧ ପରାୟଣ ହୋଇ ଏହି ହତ୍ୟା କରିଥିବା ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି । ବେଙ୍ଗାଲୁରର ଡବଲ ମର୍ଡର ସିଇଓ ଓ ଏମଡିଙ୍କୁ ହତ୍ୟା ଭୁଜାଲି ଭୁଷିଲେ ପୂର୍ବତନ କର୍ମଚାରୀ ୨୪ ଘଣ୍ଟା ପରେ ୩Continue reading “କାର୍ଯ୍ୟାଳୟ ଭିତରେ ପଶି କମ୍ପାନୀ ସିଇଓ ଓ ଏମଡିଙ୍କୁ ଭୁଜାଲି ଭୁଷି ହତ୍ୟା । ପ୍ରତିଶୋଧ ପରାୟଣ ହୋଇ ହତ୍ୟା କଲେ କମ୍ପାନୀ ୩ ପୂର୍ବତନ କର୍ମଚାରୀ ।”

ଜୁଲାଇ ୧୪ରେ ଇତିହାସ ରଚିବାକୁ ଯାଉଛି ଭାରତ । ଚର୍ଚ୍ଚାରେ ଇସ୍ରୋ ବୈଜ୍ଞାନିକ ଡକ୍ଟର ରିତୁ କାରିଧାଲ ।

କନକ ବ୍ୟୁରୋ: ଖୁବଶୀଘ୍ର ଦେଶର ସବୁଠୁ ବଡ ମହାକାଶ ମିଶନ ଚନ୍ଦ୍ରଯାନ-୩ର ଉତକ୍ଷେପଣ ହେବାକୁ ଯାଉଛି । ଜୁଲାଇ ୧୪ରେ ଶ୍ରୀହରିକୋଟାର ସତୀଶ ଧୱନ ସ୍ପେଶ ସେଣ୍ଟରରୁ ଚନ୍ଦ୍ରଯାନ-୩ର ଲଞ୍ଚ କରାଯିବ । ତେବେ ଏହା ଭିତରେ ଚର୍ଚ୍ଚା ସାଉଣ୍ଟିଛନ୍ତି ଇସ୍ରୋ ବୈଜ୍ଞାନିକ ଡକ୍ଟର ରିତୁ କାରିଧାଲ । କାରଣ ମିଶନ ଚନ୍ଦ୍ରଯାନ-୩ର ଗୁରୁଦାୟିତ୍ୱ ସମ୍ଭାଳିଛନ୍ତି ରିତୁ କାରିଧାଲ । ରକେଟ ୱମ୍ୟାନ ଭାବେ ଜଣା ଯାଉଥିବା ରିତୁ ମହାକାଶ ବିଜ୍ଞାନରେ ଦୀର୍ଘ ଦିନର ଅନୁଭବ ରହିଛିContinue reading “ଜୁଲାଇ ୧୪ରେ ଇତିହାସ ରଚିବାକୁ ଯାଉଛି ଭାରତ । ଚର୍ଚ୍ଚାରେ ଇସ୍ରୋ ବୈଜ୍ଞାନିକ ଡକ୍ଟର ରିତୁ କାରିଧାଲ ।”

ମହଙ୍ଗା ଟମାଟୋ ମାଡ଼ରୁ ମିଳିବ ଆଶ୍ୱସ୍ତି । ଜୁଲାଇ ୧୪ରୁ ଦିଲ୍ଲୀ-ଏନସିଆରରେ ଉପଭୋକ୍ତାଙ୍କୁ ସୁଲଭ ଦରରେ ମିଳିବ ଟମାଟୋ 

କନକ ବ୍ୟୁରୋ: ଦେଶରେ ଟମାଟୋ ଦରରେ ନିୟନ୍ତ୍ରଣ ଆଣିବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଉଠାଇଛନ୍ତି । କେନ୍ଦ୍ର ସରକାର ନେଫେଡ ଓ ଏନସିସିଏଫକୁ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରୁ ଟମାଟୋ କିଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି । ଖାଉଟି ବ୍ୟାପାର ମନ୍ତ୍ରାଳୟ ଏକ ବିବୃତି ଜାରି କରି କହିଛି, ଜୁଲାଇ ୧୪ ତାରିଖରୁ ଦିଲ୍ଲୀ-ଏନସିଆର ଅଞ୍ଚଳର ଗ୍ରାହକଙ୍କୁ ଖୁଚୁରାContinue reading “ମହଙ୍ଗା ଟମାଟୋ ମାଡ଼ରୁ ମିଳିବ ଆଶ୍ୱସ୍ତି । ଜୁଲାଇ ୧୪ରୁ ଦିଲ୍ଲୀ-ଏନସିଆରରେ ଉପଭୋକ୍ତାଙ୍କୁ ସୁଲଭ ଦରରେ ମିଳିବ ଟମାଟୋ “

ପରିବା ପରେ ଚାଉଳ ଚିନ୍ତା: ବଢିବାରେ ଲାଗିଛି ଚାଉଳ ଦର, ଚିନ୍ତାରେ ମଧ୍ୟବିତ୍ତ ପରିବାର

କନକ ବ୍ୟୁରୋ: କେବଳ ପରିବା ବଜାର ନୁହେଁ ଚାଉଳ ଦୋକାନ ଯିବାକୁ ଭୟ କଲେଣି ଗ୍ରାହକ । ମାତ୍ର କିଛି ଦିନ ଭିତରେ ଚାଉଳ ଦର ଉପର ମୁହାଁ ହେବାରେ ଲାଗିଛି । ଉଭୟ ଉଷୁନା ଓ ଅରୁଆ ଚାଉଳ ଦାମ ବଢିଚାଲିଛି । କ୍ୱିଂଟାଲ ପିଛା ଚାଉଳ ଦର ୭ଶହରୁ ଅଧିକ ଟଙ୍କା ଯାଏଁ ବୃଦ୍ଧି ପାଇଛି । କିଲୋ ପିଛା ୫ ଟଙ୍କାରୁ ୮ ଟଙ୍କା ବଢିଛି । ଏଭଳି ସ୍ଥିତିରେ, ମଧ୍ୟବିତ ପରିବାରକୁContinue reading “ପରିବା ପରେ ଚାଉଳ ଚିନ୍ତା: ବଢିବାରେ ଲାଗିଛି ଚାଉଳ ଦର, ଚିନ୍ତାରେ ମଧ୍ୟବିତ୍ତ ପରିବାର”

ଉତ୍ତର ଭାରତରେ ଜଳପ୍ରଳୟ । ବର୍ଷା, ବନ୍ୟା, ଭୂସ୍ଖଳନରେ ଗଲାଣି ଶହେରୁ ଅଧିକ ଜୀବନ । ଦିଲ୍ଲୀରେ ୪୫ବର୍ଷର ରେକର୍ଡ ଭାଙ୍ଗି ବୋହୁଛି ଯମୁନା ନଦୀ ।

କନକ ବ୍ୟୁରୋ: ଜଳପ୍ରଳୟରେ ତ୍ରାହି ତ୍ରାହି ଡାକୁଛି ଉତ୍ତର ଭାରତ । ଲଗାଣ ବର୍ଷା, ବନ୍ୟା ଓ ଭୂସ୍ଖଳନରେ ଯାଉଛି ଧନଜୀବନ । ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ଜମ୍ମୁକଶ୍ମୀର ପରି ପାହାଡିଆ ରାଜ୍ୟ ସହ ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ଆସାମ ଓ ପଞ୍ଜାବରେ ବେହାଲ ହୋଇଛି ସ୍ଥିତି । ଏବେ ସୁଦ୍ଧାର ୯୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହ ଲକ୍ଷ ଲକ୍ଷ ଲୋକ ବାସହରା ହୋଇଛନ୍ତି । ଦେଶରେ ଜଳପ୍ରଳୟ ଉବୁଟୁବୁ ଉତରଭାରତ ଅଧା ଭାରତରେ ଜଳContinue reading “ଉତ୍ତର ଭାରତରେ ଜଳପ୍ରଳୟ । ବର୍ଷା, ବନ୍ୟା, ଭୂସ୍ଖଳନରେ ଗଲାଣି ଶହେରୁ ଅଧିକ ଜୀବନ । ଦିଲ୍ଲୀରେ ୪୫ବର୍ଷର ରେକର୍ଡ ଭାଙ୍ଗି ବୋହୁଛି ଯମୁନା ନଦୀ ।”

ଆତଙ୍କ ଖେଳାଇଲାଣି ଆଖିଧରା ରୋଗ: ବଜାରରେ ମିଳୁନି ଆଇଡ୍ରପ ଓ ଔଷଧ

କନକ ବ୍ୟୁରୋ: ଗାଁରୁ ସହର ଯାଏଁ ଏବେ ଚାରିଆଡେ ବ୍ୟାପୁଛି ଆଖିଧରା ରୋଗ । ପ୍ରଥମେ ବିନ୍ଧାଟଣା, ତା ପରେ ଆଖିରୁ ପାଣି ବାହାରୁଛି, ଆଉ ରାତି ପାହିଲାବେଳକୁ ଆଖିଧରା ରୋଗ । ସ୍କୁଲ ଛାତ୍ରଛାତ୍ରୀଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ଆଖିଧରା ରୋଗରେ ପୀଡିତ ହୋଇଛନ୍ତି । ଆଉ ଆଖିଧରା ରୋଗ ହେଲେ ରୋଗୀକୁ ଡାକ୍ତର ଆଇଡ୍ରପ ପକାଇବାକୁ ପରାମର୍ଶ ଦେଉଛନ୍ତି ତେଣୁ ଔଷଧ ଦୋକାନଗୁଡିକରେ ବଢିଛି ଆଇ ଡ୍ରପ ବିକ୍ରି ସଂଖ୍ୟ। ।Continue reading “ଆତଙ୍କ ଖେଳାଇଲାଣି ଆଖିଧରା ରୋଗ: ବଜାରରେ ମିଳୁନି ଆଇଡ୍ରପ ଓ ଔଷଧ”

କମୁନି ରାହୁଲ ଗାନ୍ଧୀଙ୍କ ଅଡୁଆ । ସୁପ୍ରିମକୋର୍ଟରେ କ୍ୟାଭିଏଟ୍ ଦାଖଲ କଲେ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ।

କନକ ବ୍ୟୁରୋ: ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କ ଅଡ଼ୁଆ କମିବାର ନାଁ ନେଉନାହିଁ । ଏହି ମାମଲାରେ ଏବେ ସୁପ୍ରିମ କୋର୍ଟରେ କ୍ୟାଭିଏଟ୍ ଦାଖଲ କରିଛନ୍ତି ଗୁଜରାଟର ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ । କୌଣସି ପକ୍ଷକୁ ନଶୁଣିବା ଯାଏଁ କୌଣସି ନିର୍ଦ୍ଦେଶାନାମା ଜାରି ନକରିବାକୁ ପୂର୍ଣ୍ଣେଶ ମୋଦୀ ତାଙ୍କ କ୍ୟାଭିଏଟରେ କହିଛନ୍ତି । ସୁପ୍ରିମକୋର୍ଟ ୱେବସାଇଟ୍ ଅନୁସାରେ, ରାହୁଲ ଗାନ୍ଧୀଙ୍କ ମାନହାନୀ ମାମଲାରେ ପୂର୍ଣ୍ଣେଶ ମୋଦୀ ଜୁଲାଇ ୭ ତାରିଖରେ କାଭିଏଟ୍ ଫାଇଲ୍Continue reading “କମୁନି ରାହୁଲ ଗାନ୍ଧୀଙ୍କ ଅଡୁଆ । ସୁପ୍ରିମକୋର୍ଟରେ କ୍ୟାଭିଏଟ୍ ଦାଖଲ କଲେ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ।”

କଂଗ୍ରେସର ମୌନ ସତ୍ୟାଗ୍ରହ: ରାହୁଲଙ୍କ ସଦସ୍ୟ ପଦ ରଦ୍ଧର ପ୍ରତିବାଦ

କନକ ବ୍ୟୁରୋ: କଂଗ୍ରେସର ପୋଷ୍ଟର ବୟ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦ ରଦ୍ଧ ହେବା, ବିରୋଧ କରି ଦେଶବ୍ୟାପି ପ୍ରତିବାଦ କରିଛି କଂଗ୍ରେସ । ତେବେ ଏଥର କଂଗ୍ରେସ କୌଣସି ବନ୍ଦ ଡାକରା କିମ୍ବା ବିକ୍ଷୋଭ ନକରି, ମୌନ ସତ୍ୟାଗ୍ରହ କରିଛି । ଭୁବନେଶ୍ୱରରେ କଂଗ୍ରେସ ଭବନ ସମ୍ମୁଖରେ ଓପିସିସି ପକ୍ଷରୁ ମୌନ ସତ୍ୟାଗ୍ରହ କରାଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକ, ଓଡିଶା ପ୍ରଭାରୀ ଚେଲା କୁମାରଙ୍କ ସମେତ ସମେତ ଦଳର ବହୁ ନେତା ଓContinue reading “କଂଗ୍ରେସର ମୌନ ସତ୍ୟାଗ୍ରହ: ରାହୁଲଙ୍କ ସଦସ୍ୟ ପଦ ରଦ୍ଧର ପ୍ରତିବାଦ”

ପିଲାଙ୍କ ୟୁନିଫର୍ମରେ ସବୁଜ ରଙ୍ଗର ଆବଶ୍ୟକତା କ’ଣ? ‘ପୋଷାକର ରଙ୍ଗ ନୁହେଁ ଶିକ୍ଷାର ମାନ ବଦଳିବା ଦରକାର’

କନକ ବ୍ୟୁରୋ: ସ୍କୁଲ ୟୁନିଫର୍ମରେ ଲାଗିଛି ରାଜନୀତିର ରଙ୍ଗ । ସ୍କୁଲ ପିଲାଙ୍କ ପୋଷାକର ରଙ୍ଗ ବଦଳିବା ପରେ ଯେଉଁ ଆଶଙ୍କା କରାଯାଉଥିଲା, ଅବିକଲ ସେଇଆ ଦେଖିବାକୁ ମିଳିଛି । ପିଲାଙ୍କ ୟୁନିଫର୍ମରେ ଥିବା ସବୁଜ ରଙ୍ଗ ଭିତରେ, ଶାସକ ବିଜୁ ଜନତା ଦଳର ଦଳୀୟ ରଙ୍ଗ ଖୋଜିବାକୁ ଉଦ୍ୟମ କରିଛନ୍ତି ବିରୋଧୀ । ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜ ୟୁନିଫର୍ମର ରଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ସହ ଉଠାଇଛନ୍ତି ଏକାଧିକ ପ୍ରଶ୍ନ- ନବମ-ଦଶମContinue reading “ପିଲାଙ୍କ ୟୁନିଫର୍ମରେ ସବୁଜ ରଙ୍ଗର ଆବଶ୍ୟକତା କ’ଣ? ‘ପୋଷାକର ରଙ୍ଗ ନୁହେଁ ଶିକ୍ଷାର ମାନ ବଦଳିବା ଦରକାର’”

ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ: ‘ଜନଶୁଣାଣି ନୁହେଁ ଜନସଭା’

କନକ ବ୍ୟୁରୋ: ୫-ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ବିରୋଧୀ ତୀବ୍ର ସମାଲୋଚନା କରୁଥିବା ବେଳେ ଏହାର ଜବାବ ଦେବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି । ଗୋଟିଏ କଥା ଉପରେ ଜୋର ଦିଆଯାଇଛି । ତାହା ହେଉଛି, ସଚିବଙ୍କ ଗସ୍ତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହିଁ ହେଉଛି । ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ଜିଲ୍ଲାରେ କରାଯାଉଥିବା ଜନଶୁଣାଣି କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ ପୁଣିContinue reading “ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ: ‘ଜନଶୁଣାଣି ନୁହେଁ ଜନସଭା’”

Design a site like this with WordPress.com
Get started