ପୁଣି ସାମ୍ନାକୁ ଆସିଲା ଆସ୍କା ବିଜେଡ଼ିରେ ଅନ୍ତଃକନ୍ଦଳ । ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କୁ ଖୋଲାଖୋଲି କଲେ ବିରୋଧ

କନକ ବ୍ୟୁରୋ: ଗୋଟିଏ ଛାତ ତଳେ ଅସନ୍ତୁଷ୍ଟ ମେଳି । ନାମକୁ ମାତ୍ର ମାନସିକ ଭୋଜି । ଏହି ଆଳରେ ଆସ୍କା ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ବିରୋଧୀଙ୍କ ସଭା ଦେଖିବାକୁ ମିଳିଛି । ଏମାନଙ୍କ ମେଳି ଆସିକା ରାଜନୈତିକ ପାଣି ପାଗକୁ ସରଗରମ କରିଛି । ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି । ଟିକଟ ହାତେଇବା ପାଇଁ ଚାଲିଛି ସେତିକି କସରତ । ରାଜ୍ୟ ମହିଳା ବିଜେଡି ସାଧାରଣ ସମ୍ପାଦିକା କଳ୍ପନା ଭୋଳଙ୍କ ବାଙ୍ଗରଡା ଗ୍ରାମରେContinue reading “ପୁଣି ସାମ୍ନାକୁ ଆସିଲା ଆସ୍କା ବିଜେଡ଼ିରେ ଅନ୍ତଃକନ୍ଦଳ । ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କୁ ଖୋଲାଖୋଲି କଲେ ବିରୋଧ”

ବହି ବସ୍ତାନୀ ଧରି ବ୍ଲକ କାର୍ଯ୍ୟଳୟରେ ବସିଲେ ଛାତ୍ରଛାତ୍ରୀ । ବିଦ୍ୟାଳୟରେ ଶ୍ରେଣୀ ଗୃହ ସମସ୍ୟାକୁ ନେଇ କଲେ ଅଭିନବ ପ୍ରତିବାଦ ।

କନକ ବ୍ୟୁରୋ: ବହି ବସ୍ତାନି ଧରି ସ୍କୁଲ ବଦଳରେ ବ୍ଲକ କାର୍ଯ୍ୟାଳୟକୁ ପାଠ ପଢିବାକୁ ଗଲେ ପିଲା । ଜଣେ କି ଦୁଇ ଜଣ ନୁହେଁ ୫୦ରୁ ଅଧିକ ଛାତ୍ରଛାତ୍ରୀ ବ୍ଲକ ଭିତରକୁ ଆସିଥିବାର ଦେଖିବାକୁ ମିିଳିଛି । ଆଉ ଛାତ୍ରଛାତ୍ରୀଙ୍କୁ ଦେଖି ବି.ଡି.ଓ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ । ସ୍କୁଲ ସମସ୍ୟା ବିଷୟରେ ଅଭିଯୋଗ କରିବାକୁ ପିଲାମାନ ଆସିଛନ୍ତି ବୋଲି ଜାଣିବା ପରେ ବ୍ଲକ ସମ୍ମିଳନୀ କକ୍ଷରେ ବସାଇ ଥଣ୍ଡା ପାନୀୟ ଦେଇ ଚର୍ଚ୍ଚା କଲେ ।Continue reading “ବହି ବସ୍ତାନୀ ଧରି ବ୍ଲକ କାର୍ଯ୍ୟଳୟରେ ବସିଲେ ଛାତ୍ରଛାତ୍ରୀ । ବିଦ୍ୟାଳୟରେ ଶ୍ରେଣୀ ଗୃହ ସମସ୍ୟାକୁ ନେଇ କଲେ ଅଭିନବ ପ୍ରତିବାଦ ।”

ଫିଲ୍ମ ଷ୍ଟାଇଲରେ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇ ଖସିଯିବାକୁ ବସିଥିଲା ଜଲ୍ଲାଦ ବାପା । ଅନରକିଲିଂର ସତ ସାମ୍ନାକୁ ଆସିବା ପରେ କୋର୍ଟ ଚାଲାଣ କଲା ପୋଲିସ ।

କନକ ବ୍ୟୁରୋ: ଫିଲ୍ମ ଷ୍ଟାଇଲରେ ହତ୍ୟା । ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇ ଖସିଯିବାକୁ ଉଦ୍ୟମ ବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି ଅଭିଯୁକ୍ତ । ତେବେ ପୂରା ଘଟଣାଟି ଥିଲା କିଛି ଏମିତି… କଳାହାଣ୍ଡି ଧର୍ମଗଡ଼ ଥାନା ଅନ୍ତର୍ଗତ ବାଞ୍ଜିପଦର ଗାଁର ନାବାଳକ ସୁନୀଲ ପଟେଲ ଓ ନାବାଳିକା ଜେମାମଣି ପଟେଲଙ୍କ ମଧ୍ୟରେ ୨ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା । ହେଲେ ଏ ସମ୍ପର୍କକୁ ସୁନୀଲଙ୍କ ପରିବାର ଲୋକ ସମର୍ଥନ କରୁଥିବା ବେଳେContinue reading “ଫିଲ୍ମ ଷ୍ଟାଇଲରେ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇ ଖସିଯିବାକୁ ବସିଥିଲା ଜଲ୍ଲାଦ ବାପା । ଅନରକିଲିଂର ସତ ସାମ୍ନାକୁ ଆସିବା ପରେ କୋର୍ଟ ଚାଲାଣ କଲା ପୋଲିସ ।”

ଗାଁ କାହାର, ଆନ୍ଧ୍ରର ନାଁ ଓଡ଼ିଶାର? ବିବାଦ ଭିତରେ ଦୁଇ ରାଜ୍ୟର ଅଧିକାରୀଙ୍କୁ ନେଇ ବସିଥିବା ବୈଠକ ଅଧାରେ ଅଟକିଲା

କନକ ବ୍ୟୁରୋ: କୋରାପୁଟ ଜିଲ୍ଲାର ରାଇପାହାଡ଼ ଗାଁ କାହାର ତାକୁ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ଲାଗିରହିଛି । ଆଜି ଏହାକୁ ନେଇ ବୈଠକ ହୋଇଥିବା ବେଳେ ଅଧାରେ ଅଟକିଛି ଆନ୍ଧ୍ର-ଓଡ଼ିଶା ବୈଠକ । ବୈଠକରେ ଉପଯୁକ୍ତ ନକ୍ସା ଦେଖାଇପାରି ନାହାନ୍ତି ଆନ୍ଧ୍ର କର୍ତୃପକ୍ଷ । ଆଉ ଏକ ତାରିଖ ନିର୍ଦ୍ଧାରଣ ପାଇଁ ଓଡ଼ିଶା ଅଧିକାରୀଙ୍କୁ ନିବେଦନ କରିଛନ୍ତି ଆନ୍ଧ୍ର ଅଧିକାରୀ । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ରାଇପାହାଡ଼ ଗାଁଟି ଓଡ଼ିଶା ସୀମା ଭିତରେContinue reading “ଗାଁ କାହାର, ଆନ୍ଧ୍ରର ନାଁ ଓଡ଼ିଶାର? ବିବାଦ ଭିତରେ ଦୁଇ ରାଜ୍ୟର ଅଧିକାରୀଙ୍କୁ ନେଇ ବସିଥିବା ବୈଠକ ଅଧାରେ ଅଟକିଲା”

କଥା ରଖିଲେ କିନ୍ନର, ସାଜିଲେ ପରିବାର । ଅସହାୟ ଝିଅକୁ ବାହାଦେଇ ଗଢ଼ିଦେଲେ ନୂଆ ସଂସାର ।

କନକ ବ୍ୟୁରୋ: ଅସହାୟ ଝିଅକୁ ସାହା ହେଲେ କିନ୍ନର । ନିଜ ପେଟପଟଣାରୁ କାଟି ଗରିବ ଝିଅକୁ ବାହା କରାଇଛନ୍ତି କିନ୍ନର ସଂଘ । ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ମନ୍ଦିର ବେଢ଼ାରେ ହାତଗଣ୍ଠି ପଡ଼ିଛି । ନବ ଦମ୍ପତିଙ୍କୁ ନିଜ ଝିଅ ଆଉ ଜ୍ୱାଇଁ ଭାବେ ଗ୍ରହଣ କରି ଉଦାହରଣ ସୃଷ୍ଟି କରିଛନ୍ତି ଯାଜପୁର କିନ୍ନର ସଂଘ । ଆଉ କିନ୍ନରମାନଙ୍କ ଏଭଳି ବଡ଼ପଣକୁ ଏବେ ଚାରିଆଡେ ପ୍ରଶଂସା କରାଯାଉଛି । ଯାଜପୁର ପୌରପାଳିକା ନିବାସୀContinue reading “କଥା ରଖିଲେ କିନ୍ନର, ସାଜିଲେ ପରିବାର । ଅସହାୟ ଝିଅକୁ ବାହାଦେଇ ଗଢ଼ିଦେଲେ ନୂଆ ସଂସାର ।”

ଆଇସିସି ଟେଷ୍ଟ ରାଙ୍କି: ଟପ୍-୫ରେ ବଡ ଅଦଳବଦଳ । ନିଜ ଦଳର ଖେଳାଳିଙ୍କୁ ପଛରେ ପକାଇଲେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ।

କନକ ବ୍ୟୁରୋ: ଆସିଲା ଆଇସିସି ଟେଷ୍ଟ ରାଙ୍କିର ତାଜା ରିପୋର୍ଟ । ଆସେସ୍ ସିରିଜର ତୃତୀୟ ମ୍ୟାଚ୍ ଶେଷ ହେବା ପରେ ଆଇସିସି ଏହି ତାଜା ରାଙ୍କି ପ୍ରକାଶ କରିଛି । ତେବେ ଆଇସିସି ଟେଷ୍ଟ ରାଙ୍କିରେ ଟପ୍-୫ ତାଲିକାରେ ବଡ ଧରଣର ଅଦଳବଦଳ ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଟ୍ରାଭିସ୍ ହେଡ୍ ନିଜ ଦଳର ଖେଳାଳି ଷ୍ଟିଭ୍ ସ୍ମିଥ୍ ଏବଂ ମାର୍ନସ ଲାବୁୁସେନଙ୍କ ପଛରେ ପକାଇ ଟେଷ୍ଟ ରାଙ୍କିର ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି ।Continue reading “ଆଇସିସି ଟେଷ୍ଟ ରାଙ୍କି: ଟପ୍-୫ରେ ବଡ ଅଦଳବଦଳ । ନିଜ ଦଳର ଖେଳାଳିଙ୍କୁ ପଛରେ ପକାଇଲେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ।”

ଭଡାଘରେ ରହିବେ ରାହୁଲ ! କଂଗ୍ରେସ ନେତାଙ୍କ ଘରକୁ ଭଡାରେ ନେଇପାରନ୍ତି ରାହୁଲ ଗାନ୍ଧୀ । 

କନକ ବ୍ୟୁରୋ : ଖୁବଶୀଘ୍ର ନୂଆ ଘରକୁ ସିଫ୍ଟ କରିପାରନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ରାହୁଲ ଗାନ୍ଧୀ ଯେଉଁ ଘରକୁ ସିଫ୍ଟ ହେବାକୁ ଯାଉଛନ୍ତି ତାହା ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ଘର । ଉତ୍ତର ନିଜାମୁଦ୍ଦିନରେ ଶୀଲା ଦୀକ୍ଷିତଙ୍କର ଥିବା ଫ୍ଲାଟକୁ ଭଡାରେ ନେଇପାରନ୍ତି ରାହୁଲ । ଏବେ ଏହି ଘରେ ଶୀଲା ଦୀକ୍ଷିତଙ୍କର ପୁଅ ସନ୍ଦୀପ ଦୀକ୍ଷିତ ରହୁଛନ୍ତି ।Continue reading “ଭଡାଘରେ ରହିବେ ରାହୁଲ ! କଂଗ୍ରେସ ନେତାଙ୍କ ଘରକୁ ଭଡାରେ ନେଇପାରନ୍ତି ରାହୁଲ ଗାନ୍ଧୀ । “

ପୋଲିସ-ଜନତାଙ୍କ କଥା କଟାକଟି: ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ କୃଷ୍ଣପ୍ରସାଦ ଥାନା ଘେରାଉ କଲେ ଉତ୍ୟକ୍ତ ଗ୍ରାମବାସୀ

କନକ ବ୍ୟୁରୋ: ପୁଲିସ ଜନତା କଥାକଟାକଟି । ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ । ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କଲେ ପୋଲିସ ଅଧିକାରୀ । ଆଜି ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଘେରାଉ କରିଥିଲେ ଉତ୍ୟକ୍ତ ଗ୍ରାମବାସୀ । ପୋଲିସ ଅଧିକାରୀ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସମୟରେ କଥାକଟାକଟି ହୋଇଥିଲା । ଏହାକୁ ନେଇ ଥାନା ପରିସରରେ ଉତେଜନା ଦେଖିବାକୁ ମିଳିଛି । ଗତ ଜୁନ ୨୬Continue reading “ପୋଲିସ-ଜନତାଙ୍କ କଥା କଟାକଟି: ହତ୍ୟା ଅଭିଯୁକ୍ତଙ୍କୁ ଗିରଫ ଦାବିରେ କୃଷ୍ଣପ୍ରସାଦ ଥାନା ଘେରାଉ କଲେ ଉତ୍ୟକ୍ତ ଗ୍ରାମବାସୀ”

କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ ଗୃହ ଆଗରେ ହଟ୍ଟଗୋଳ । ମୁହାଁମୁହିଁ ହେଲେ ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ପ୍ରିନ୍ସିପାଲ ଏବଂ ମୃତ ଛାତ୍ରଙ୍କ ଅଭିଭାବକ ।

କନକ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ ଗୃହ ଆଗରେ ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟର ପ୍ରିନ୍ସିପାଲ ଓ ମୃତ ଛାତ୍ରଙ୍କ ଅଭିଭାବକଙ୍କ ମଧ୍ୟରେ କଥା କଟାକଟି । କାଲି କୁଆଖାଇ ନଦୀରେ ବୁଡି ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟର ୪ ଜଣ ଏମବିଏ ଛାତ୍ର ପ୍ରାଣ ହରାଇଥିଲେ । ଆଜି କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ସମୟରେ କଲେଜ ପ୍ରିନ୍ସିପାଲ ଓ ଅଭିଭାବକଙ୍କ ମଧ୍ୟରେ କଥା କଟାକଟି ଓ ପାଟିତୁଣ୍ଡ ହୋଇଛି । କଲେଜ କର୍ତୃପକ୍ଷଙ୍କContinue reading “କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ ଗୃହ ଆଗରେ ହଟ୍ଟଗୋଳ । ମୁହାଁମୁହିଁ ହେଲେ ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ପ୍ରିନ୍ସିପାଲ ଏବଂ ମୃତ ଛାତ୍ରଙ୍କ ଅଭିଭାବକ ।”

ପ୍ରେମ ଜାଲରେ ଫଶାଇବା ପରେ କରୁଥିଲା ହତ୍ୟା: ୧୫ ବର୍ଷରେ ୧୬ ଝିଅଙ୍କ ଜୀବନ ନେଇଥିବା ସିରିଏଲ କିଲରର କାହାଣୀ

କନକ ବ୍ୟୁରୋ: ୧୯୯୪ ମସିହାରୁ ୨୦୦୯ । ଆତଙ୍କ ରଚିଥିଲା ସିରିଏଲ କିଲର । ଗୋଆରେ ସୁନ୍ଦର ଝିଅଙ୍କୁ ପ୍ରେମ ଜାଲରେ ଫସାଉଥିଲେ । ଆଉ ପରେ ଦୁପଟାରେ ଗଳା ଚିପି କରୁଥିଲା ହତ୍ୟା । ତେବେ ଏହି ସିରିଏଲ କିଲର ୧୯ରୁ ୨୫ ବର୍ଷର ଝିଅଙ୍କୁ କରୁଥିଲା ଟାର୍ଗେଟ । ଗୋଆରେ ଆତଙ୍କ ରଚିଥିବା ମହାନନ୍ଦ ନାଇକଙ୍କ କାହାଣୀ । ମହାନନ୍ଦ ନାଇକଙ୍କ ଘର ନର୍ଥ ଗୋବାର ତାରାବେଲମ ଗାଁର ମୂଳ ବାସିନ୍ଦା । ନିଜContinue reading “ପ୍ରେମ ଜାଲରେ ଫଶାଇବା ପରେ କରୁଥିଲା ହତ୍ୟା: ୧୫ ବର୍ଷରେ ୧୬ ଝିଅଙ୍କ ଜୀବନ ନେଇଥିବା ସିରିଏଲ କିଲରର କାହାଣୀ”

Design a site like this with WordPress.com
Get started