ବିଧାନସଭାରେ ମହେଶ୍ୱରଙ୍କ ଶେଷ ଦର୍ଶନ କଲେ ମନ୍ତ୍ରୀ ଓ ବିଧାୟକ, ଦିଆଗଲା ଗାର୍ଡ ଅଫ୍ ଅନର । ପୁରୀ ସ୍ୱର୍ଗଦ୍ୱାରରେ ହେବ ଅନ୍ତିମ ସଂସ୍କାର ।

କନକ ବ୍ୟୁରୋ : ବିଧାନସଭା ପରିସରରେ ପହଞ୍ଚିଲା ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ମରଶରୀର । ସମସ୍ତ ମନ୍ତ୍ରୀ ଓ ବିଧାୟକ ମହେଶ୍ୱରଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବିଧାନସଭା ପରିସରରେ ମହେଶ୍ୱରଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର । ଏହାପୂର୍ବରୁ ବିଜେଡି କାର୍ଯ୍ୟାଳୟରେ ମହେଶ୍ୱରଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି କାର୍ଯ୍ୟାଳୟରେ ଦଳୀୟ ନେତା ଓ କର୍ମୀ ମହେଶ୍ୱରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେContinue reading “ବିଧାନସଭାରେ ମହେଶ୍ୱରଙ୍କ ଶେଷ ଦର୍ଶନ କଲେ ମନ୍ତ୍ରୀ ଓ ବିଧାୟକ, ଦିଆଗଲା ଗାର୍ଡ ଅଫ୍ ଅନର । ପୁରୀ ସ୍ୱର୍ଗଦ୍ୱାରରେ ହେବ ଅନ୍ତିମ ସଂସ୍କାର ।”

ଦିବଙ୍ଗତ ମହେଶ୍ୱର ମହାନ୍ତିଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ କାର୍ଯ୍ୟାଳୟରେ ଦେଲେ ଶେଷ ଶ୍ରଦ୍ଧାଞ୍ଜଳି ।

କନକ ବ୍ୟୁରୋ : ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କୁ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ କାର୍ଯ୍ୟାଳୟରେ ମହେଶ୍ୱରଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳୀୟ ନେତା ଓ କର୍ମୀ ମଧ୍ୟ ମହେଶ୍ୱରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହାପୂର୍ବରୁ ମହେଶ୍ୱରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଶୋକବ୍ୟକ୍ତ କରିଥିଲେ । ଦଳୀୟ କାର୍ଯ୍ୟାଳୟରେ ପହଞ୍ଚି ମହେଶ୍ୱରଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀContinue reading “ଦିବଙ୍ଗତ ମହେଶ୍ୱର ମହାନ୍ତିଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ କାର୍ଯ୍ୟାଳୟରେ ଦେଲେ ଶେଷ ଶ୍ରଦ୍ଧାଞ୍ଜଳି ।”

ଶଙ୍ଖ ଭବନରେ ମହେଶ୍ୱରଙ୍କ ପାର୍ଥିବ ଶରୀର । ଶେଷ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ଦଳୀୟ ନେତା ।

କନକ ବ୍ୟୁରୋ : ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ ପରେ ତାଙ୍କ ପାର୍ଥିବ ଶରୀରକୁ ଶଙ୍ଖ ଭବନକୁ ନିଆଯାଇଛି । ହସ୍ପିଟାଲରୁ ସିଧାସଳଖ ଦଳୀୟ କାର୍ଯ୍ୟାଳୟକୁ ନିଆଯାଇଛି ମହେଶ୍ୱରଙ୍କ ମରଶରୀର ।  ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ଦଳୀୟ ନେତା । ଦଳର ବରିଷ୍ଠ ନେତା ଓ କର୍ମକର୍ତ୍ତା ମହେଶ୍ୱରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି । ଶଙ୍ଖ ଭବନରେ ଶେଷ ଦର୍ଶନ ପରେ ତାଙ୍କର ପାର୍ଥିବ ଶରୀରକୁ ବିଧାନସଭାକୁ ନିଆଯିବ । ସେଠାରେContinue reading “ଶଙ୍ଖ ଭବନରେ ମହେଶ୍ୱରଙ୍କ ପାର୍ଥିବ ଶରୀର । ଶେଷ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ଦଳୀୟ ନେତା ।”

ମହେଶ୍ୱରଙ୍କ ପରଲୋକରେ ଧର୍ମେନ୍ଦ୍ରଙ୍କ ଶୋକପ୍ରକାଶ । କହିଲେ, ବ୍ୟକ୍ତିଗତ ସମ୍ପର୍କ ବହୁତ ଘନିଷ୍ଠ ଥିଲା, ତାଙ୍କ ସହ ଥିବା ସ୍ମୃତି ସ୍ମରଣୀୟ ହୋଇ ରହିବ । 

କନକ ବ୍ୟୁରୋ : ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି, ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ମହେଶ୍ୱର ମହାନ୍ତିଙ୍କ ବିୟୋଗରେ ଟ୍ୱିଟ୍ କରି ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ଟ୍ୱିଟ୍ କରି କହିଛନ୍ତି, ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ମହେଶ୍ୱର ମହାନ୍ତିଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ବହୁତ ଘନିଷ୍ଠ ଥିଲା ।Continue reading “ମହେଶ୍ୱରଙ୍କ ପରଲୋକରେ ଧର୍ମେନ୍ଦ୍ରଙ୍କ ଶୋକପ୍ରକାଶ । କହିଲେ, ବ୍ୟକ୍ତିଗତ ସମ୍ପର୍କ ବହୁତ ଘନିଷ୍ଠ ଥିଲା, ତାଙ୍କ ସହ ଥିବା ସ୍ମୃତି ସ୍ମରଣୀୟ ହୋଇ ରହିବ । “

ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ । ଶୋକବ୍ୟକ୍ତ କଲେ ରାଜ୍ୟପାଳ ଓ ବାଚସ୍ପତି ।

କନକ ବ୍ୟୁରୋ : ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ମହେଶ୍ୱରଙ୍କୁ ଦକ୍ଷ ବିଧାୟକ, କ୍ରିୟାଶୀଳ ମନ୍ତ୍ରୀ ଓ ଲୋକପ୍ରିୟ ରାଜନେତା ଭାବରେ ପ୍ରକାଶ କରି ଶୋକସନ୍ତପ ପରିବାରବର୍ଗ, ଆତ୍ମୀୟସ୍ୱଜନ ଓ ଅନୁଗାମୀମାନଙ୍କୁ ସମବେଦନା ଜ୍ଞାପନ କରିଛନ୍ତି । ବରିଷ୍ଠ ରାଜନେତା ତଥା ପୂର୍ବତନ ବାଚସ୍ପତି ଓ ମନ୍ତ୍ରୀ ମହେଶ୍ଵର ମହାନ୍ତିଙ୍କ ପରଲୋକରେ ମାନ୍ୟବର ରାଜ୍ୟପାଳ ଗଭୀର ଶୋକ ବ୍ୟକ୍ତ କରିଛନ୍ତି l ତାଙ୍କୁ ଦକ୍ଷ ବିଧାୟକ, କ୍ରିୟାଶୀଳContinue reading “ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ । ଶୋକବ୍ୟକ୍ତ କଲେ ରାଜ୍ୟପାଳ ଓ ବାଚସ୍ପତି ।”

ଛତିଶଗଡ଼ରେ ନିର୍ବାଚନ ବେଳେ ମାଓ ହିଂସା । ସୁୁକୁମାରେ ଆଇଡି ବିସ୍ଫୋରଣ । ସିଆରପିଏଫ କୋବ୍ରା ବାଟାଲିୟନର ଜଣେ ଯବାନ ଆହତ

କନକ ବ୍ୟୁରୋ : ଛତିଶଗଡ଼ ନିର୍ବାଚନ ପୂର୍ବରୁ ମାଓ ହିଂସା । କାଙ୍କେର ଓ ନାରାୟଣପୁର ଜିଲ୍ଲାରେ ବିସ୍ଫୋରଣ ହୋଇଛି । ଏଥିରେ ୨ ଯବାନ ଓ ଦୁଇ ଜଣ ପୁଲିଂ କର୍ମଚାରୀ ଆହତ ହୋଇଛନ୍ତି । କାଙ୍କେର ଜିଲ୍ଲା ଛେଟେବିଟିଆ ଥାନା ଙ୍ଗୋୱାହିଠାରେ ୩ଟି ବିସ୍ଫୋରଣ ହୋଇଥିଲା । ୪ଟି ପୁଲିଂ ଦଳକୁ ନେଇ ଯବାନ ଯାଉଥିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ ବିଏସଏଫ୍ ଯବାନ ଆହତ ହୋଇଛନ୍ତି । ସେହିପରି ନାରାୟଣପୁରରେContinue reading “ଛତିଶଗଡ଼ରେ ନିର୍ବାଚନ ବେଳେ ମାଓ ହିଂସା । ସୁୁକୁମାରେ ଆଇଡି ବିସ୍ଫୋରଣ । ସିଆରପିଏଫ କୋବ୍ରା ବାଟାଲିୟନର ଜଣେ ଯବାନ ଆହତ”

ମହେଶ୍ୱର ମହାନ୍ତିଙ୍କ ପରଲୋକରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । କହିଲେ, ଏହା ଓଡିଶା ପାଇଁ ବଡ କ୍ଷତି

କନକ ବ୍ୟୁରୋ : ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ । ଓଡିଶା ପାଇଁ ବଡ କ୍ଷତି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକପ୍ରିୟ ନେତା ଭାବେ ସେ ସୁନାମ ଅର୍ଜନ କରିଥିଲେ । ଜଣେ ଦକ୍ଷ ସଂଗଠକ ଭାବେ ତାଙ୍କର ସୁନାମ ଥିଲା । ରାଜ୍ୟ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମୀକା ନିଭାଇଥିଲେ । ପୁରୀ ଅଞ୍ଚଳର ବିକାଶ ତାଙ୍କର ଭୂମିକାକୁ ଅମର ରଖିବ । ପରଲୋକଗତ ଆତ୍ମାର ସଦଗତିContinue reading “ମହେଶ୍ୱର ମହାନ୍ତିଙ୍କ ପରଲୋକରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । କହିଲେ, ଏହା ଓଡିଶା ପାଇଁ ବଡ କ୍ଷତି”

ବିଶ୍ୱକପରେ ଭାରତର ବିଜୟକୁ ସହିପାରୁନି ପାକିସ୍ତାନ । ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ଗୌଣ ନଜରରେ ଦେଖୁଛନ୍ତ ଅସହିଷ୍ଣୁ ପାକିସ୍ତାନ କ୍ରିକେଟର

କନକ ବ୍ୟୁରୋ : ଚଳିତ ବିଶ୍ୱକପରେ ଭାରତର ବିଜୟ ଅଭିଯାନ ଜାରି ରହିଛି । ଲଗାତର ୮ଟି ମ୍ୟାଚ୍ ଜିତି ୧୬ ପଏଣ୍ଟ ସହ ତାଲିକାର ଶୀର୍ଷରେ ରହିଛି ଦଳ । ବୋଲରଙ୍କ ପ୍ରଦର୍ଶନକୁ ନେଇ ଏବେ ସବୁଠି ଚର୍ଚ୍ଚା । ହେଲେ ଭାରତର ବିଜୟକୁ ସହଜରେ ଗ୍ରହଣ କରିପାରୁନାହିଁ ଚିର ପ୍ରତିନ୍ଦ୍ୱନ୍ଦି ପାକିସ୍ତାନ । ଅସହିଷ୍ଣୁ ପାକିସ୍ତାନ କ୍ରିକେଟରମାନେ ଭାରତର ପ୍ରଦର୍ଶନକୁ ଗୌଣ ନଜରରେ ଦେଖିବା ଆରମ୍ଭ କରିଛନ୍ତି । ନିଜ ଦଳର ସଂଘର୍ଷ ବଦଳରେContinue reading “ବିଶ୍ୱକପରେ ଭାରତର ବିଜୟକୁ ସହିପାରୁନି ପାକିସ୍ତାନ । ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ଗୌଣ ନଜରରେ ଦେଖୁଛନ୍ତ ଅସହିଷ୍ଣୁ ପାକିସ୍ତାନ କ୍ରିକେଟର”

ଯେଉଁ ଦଳ ପରିଚୟ ଦେଇଛି ତାକୁ କେବେ ଧୋକା ଦେବିନି । ବିଜେଡିକୁ ଯିବା ନେଇ ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଲେ କୁସୁମ ଟେଟେ

କନକ ବ୍ୟୁରୋ : ବିଜେଡିକୁ ଯିବା ନେଇ ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା କୁସୁମ ଟେଟେ । ବିଜେଡିକୁ ଯିବା ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି । କହିଛନ୍ତି, ବିଜେଡିକୁ କାନ୍ଦିକାନ୍ଦି ଟିକେଟ ମାଗିଥିଲି ଦେଇନଥିଲେ । ତାଙ୍କ ସହ ବିଜେଡି ଯାହା କରିଛି ସେ କେବେ ଭୁଲି ପାରିବେନି । ଯେଉଁ ଦଳ ପରିଚୟ ଦେଇଛି ତାକୁ କେମିତି ଧୋକା ଦେବି । ଏହା କେବଳ ଅପପ୍ରଚାର ବୋଲି କହିଛନ୍ତି କୁସୁମ ଟେଟେ ।Continue reading “ଯେଉଁ ଦଳ ପରିଚୟ ଦେଇଛି ତାକୁ କେବେ ଧୋକା ଦେବିନି । ବିଜେଡିକୁ ଯିବା ନେଇ ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଲେ କୁସୁମ ଟେଟେ”

ଛତିଶଗଡ଼ ଓ ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ । ନଜର ରଖିଛି ଡ୍ରୋନ୍

କନକ ବ୍ୟୁରୋ : ଆଜି ଛତିଶଗଡ଼ରେ ବିଧାନସଭା ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୨୦ ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ମୋଟ୍ ୭ଟି ଜିଲ୍ଲାରେ ଏହି ନିର୍ବାଚନ ମଣ୍ଡଳୀ ଗୁଡ଼ିକ ରହିଛି । ମାଓବାଦୀ ପ୍ରଭାବିତ ବସ୍ତର ଡିଭିଜନ୍ ସମେତ ରାଜନନ୍ଦଗାଓଁ, ମୋହଲା-ମାନପୁର-ଅମ୍ବାଗଡ଼ଚୌକି, କବିରଧାମ ଏବଂ ଖୈରାଗଡ଼-ଛୁଇଖାଦାନ-ଗଣ୍ଡାଇରେ ନିର୍ବାଚନ ହେବ । ମୋହଲା-ମାନପୁର, ଅନ୍ତଗଡ଼, ଭାନୁପ୍ରତାପପୁର, କାଙ୍କେର, ଦାନ୍ତେୱାଡା, ବିଜାପୁର ପରି ୧୦ଟି ଆସନରେ ସକାଳ ୭ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଭୋଟ୍Continue reading “ଛତିଶଗଡ଼ ଓ ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ । ନଜର ରଖିଛି ଡ୍ରୋନ୍”

Design a site like this with WordPress.com
Get started