କନକ ବ୍ୟୁରୋ : ଭୁବନେଶ୍ୱର ଏୟାରଫିଲ୍ଡ ଥାନା କେଳା ବସ୍ତିରେ ଜଘନ୍ୟକାଣ୍ଡ । ୩ ବର୍ଷର ଶିଶୁ କନ୍ୟାକୁ ତଣ୍ଟି କାଟି ହତ୍ୟା ଅଭିଯୋଗ । ଦୁଷ୍କର୍ମ ସହ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏୟାରଫିଲ୍ଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେହି ବସ୍ତିର ଜଣେ ଯୁବକ ଏପରି କାଣ୍ଡ ଘଟଣାଇଥିବା ଜଣାପଡ଼ିଛି । ହେଲେ ଅଭିଯୁକ୍ତ ପଡୋଶୀ ସ୍ଥାନୀୟ ଲୋକଙ୍କୁ ଚକମା ଦେଇ ଫେରାର ହୋଇଯାଇଛି । ଅଭିଯୁକ୍ତକୁContinue reading “ଭୁବନେଶ୍ୱର ଏୟାରଫିଲ୍ଡ ଥାନା କେଳା ବସ୍ତିରେ ଜଘନ୍ୟକାଣ୍ଡ । ୩ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ”
Tag Archives: News
ଆଉ ନାହାଁନ୍ତି ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ
କନକ ବ୍ୟୁରୋ : ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ । ୬୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ବ୍ରେନ ଷ୍ଟୋକରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଥିଲା । ଡାକ୍ତରଙ୍କ ଉଦ୍ୟମ ସତ୍ୱେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିନଥିଲା । ୧୯୫୬ ଫେବ୍ରୁଆରୀ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ମହେଶ୍ୱର ମହାନ୍ତି । ୧୯୯୫ ମସିହାରେ ଜନତା ଦଳ ଟିକେଟରେ ପୁରୀ ବିଧାନସଭାରୁ ନିର୍ବାଚିତContinue reading “ଆଉ ନାହାଁନ୍ତି ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ”
ପାଠପଢା +୨, ହେଲେ ଡାକ୍ତର ସାଜି କରୁଥିଲେ ରୋଗୀଙ୍କ ଚିକିତ୍ସା । ଲୋକଙ୍କୁ ଠକୁଥିଲେ ନକଲି ଡାକ୍ତର । କ୍ଲିନିକ୍ ଉପରେ ଚଢ଼ାଉ କରି ଉଠାଇ ନେଲା ପୁଲିସ
କନକ ବ୍ୟୁରୋ: ଲୋକଙ୍କୁ ଠକୁଥିଲେ ଆଉ ଶେଷରେ ବନ୍ଧାହେଲେ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକରେ ସ୍ୱାସ୍ଥ୍ୟସେବା ନାଁରେ ଲୋକଙ୍କୁ ଠକୁଥିବା ଜଣେ ନକଲି ଡାକ୍ତରଙ୍କୁ ଉଠାଇ ନେଇଛି ପୋଲିସ । ଯୁବକ ଜଣକ କଲିକତାର ବୋଲି ଜଣାପଡିଛି । ବିନା ମେଡିକାଲ ଡିଗ୍ରୀ ଓ ସାର୍ଟିଫିକେଟରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିଲେ ସଂପୃକ୍ତ ଯୁବକ । ନିଜେ ଔଷଧ ଦେବା ଠାରୁ ଆରମ୍ଭ କରି ଇଞ୍ଜେକ୍ସନ୍ ମଧ୍ୟ ଦେଉଥିଲେ । ନାଁ: ରାକେଶ ବିଶ୍ୱାସ ଶିକ୍ଷାଗତContinue reading “ପାଠପଢା +୨, ହେଲେ ଡାକ୍ତର ସାଜି କରୁଥିଲେ ରୋଗୀଙ୍କ ଚିକିତ୍ସା । ଲୋକଙ୍କୁ ଠକୁଥିଲେ ନକଲି ଡାକ୍ତର । କ୍ଲିନିକ୍ ଉପରେ ଚଢ଼ାଉ କରି ଉଠାଇ ନେଲା ପୁଲିସ”
ଆସିବ ଚାଟଜିପିଟିର ବିକଳ୍ପ: ଏଲନ ମସ୍କଙ୍କ କମ୍ପାନୀ ‘ଏକ୍ସଏଆଇ’ ବିକାଶ କରୁଛି ପ୍ରଥମ ଏଆଇ ଟୁଲ ‘ଗ୍ରୋକ୍’
କନକ ବ୍ୟୁରୋ: ଚାଟଜିପିଟର ଆସିବ ବିକଳ୍ପ । ଆର୍ଟିିଫିସିଆଲ ଇଂଟିଲିଜେନ୍ସ(ଏଆଇ) ଟେକ୍ନୋଲୋଜିରେ ବିକଶିତ ହୋଇଥିବା ଚାଟଜିପିଟର ବିକଳ୍ପ ଭାବେ ଆସିବ ‘ଗ୍ରୋକ୍’ । ବିଶ୍ୱର ସବୁଠୁ ଧନୀ ଏଲନ ମସ୍କଙ୍କ କମ୍ପାନୀ ‘ଏକ୍ସଏଆଇ’ ତାହାର ପ୍ରଥମ ଏଆଇ ଟୁଲ ‘ଗ୍ରୋକ୍’ର ପରୀକ୍ଷଣ ଆରମ୍ଭ କରିଛି । ଏବେ ଏହାର ବିଟା ପରୀକ୍ଷା ଚାଲିଛି । ପରୀକ୍ଷଣ ସଫଳ ହେବା ପରେ ଏହା ଇଂଟରନେଟରେ ଉପଲବ୍ଧ ହେବ । କିନ୍ତୁ ଏହା କେବଳ ମସ୍କଙ୍କ ଶୋଶିଆଲ ମିଡିଆ ସଂସ୍ଥାContinue reading “ଆସିବ ଚାଟଜିପିଟିର ବିକଳ୍ପ: ଏଲନ ମସ୍କଙ୍କ କମ୍ପାନୀ ‘ଏକ୍ସଏଆଇ’ ବିକାଶ କରୁଛି ପ୍ରଥମ ଏଆଇ ଟୁଲ ‘ଗ୍ରୋକ୍’”
ମଙ୍ଗଳବାର ଛତିଶଗଡ଼-ମିଜୋରାମରେ ବିଧାନସଭା ନିର୍ବାଚନ: ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟରେ ୨୦ ଆସନ, ମଣିପୁରରେ ମୋଟ ୪୦ ଆସନ ପାଇଁ ହେବ ଲଢେଇ
କନକ ବ୍ୟୁରୋ: ମଙ୍ଗଳବାର ଛତିଶଗଡ଼ ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ହେବ । ଛତିଶଗଡରେ ପ୍ରଥମ ପର୍ଯ୍ୟାୟରେ ୨୦ ଟି ଆସନ ପାଇଁ ନିର୍ବାଚନ ହେବ । ମୋଟ ୨୩୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଯେଉଁଥିରେ ୧୯୮ ପୁରୁଷ ଏବଂ ୨୫ ମହିଳା ପ୍ରାର୍ଥୀ ଅଛନ୍ତି । ଛତିଶଗଡ଼ର ମୋଟ ୪୦ ଲକ୍ଷ ୭୮ ହଜାର ୬୮୧ ଭୋଟର ପ୍ରଥମ ପର୍ଯ୍ୟାୟରେ ମତ ସାବ୍ୟସ୍ଥ କରିବେ । ସେହିପରି ମିଜୋରାମରେ ମୋଟ ୪୦Continue reading “ମଙ୍ଗଳବାର ଛତିଶଗଡ଼-ମିଜୋରାମରେ ବିଧାନସଭା ନିର୍ବାଚନ: ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟରେ ୨୦ ଆସନ, ମଣିପୁରରେ ମୋଟ ୪୦ ଆସନ ପାଇଁ ହେବ ଲଢେଇ”
ଆପାର୍ଟମେଣ୍ଟରୁ ବଡ଼ ଧରଣର ଲୁଟ୍ । ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଚୋର । ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
କନକ ବ୍ୟୁରୋ: ରାଜଧାନୀରେ ଡର ଲାଗିଲାଣି । ଆପାର୍ଟମେଣ୍ଟରେ ବି ଅସୁରକ୍ଷିତ ମଣିଲେଣି ଲୋକେ । ଭୁବନେଶ୍ୱରର ପାତ୍ରପଡା ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ବଡ ଧରଣର ଲୁଟ ହୋଇଛି । ଘରେ କେହି ନଥିବାବେଳେ ମୁଖ୍ୟ ଗେଟକୁ ତାଡି ଆପାର୍ଟମେଣ୍ଟରୁ ଶହେ ଭରିରୁ ଅଧିକ ସୁନା ଗହଣା ଲୁଟ କରିଛନ୍ତି ଲୁଟେରା । ଫଳରେ ଆପାର୍ଟମେଣ୍ଟର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି । ୧୦୦ ଭରିର ସୁନା ସଫା! ଅସୁରକ୍ଷିତ ଆପାର୍ଟମେଣ୍ଟ! କେତେ ସୁରକ୍ଷିତ ରାଜଧାନୀ ରାତି?Continue reading “ଆପାର୍ଟମେଣ୍ଟରୁ ବଡ଼ ଧରଣର ଲୁଟ୍ । ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଚୋର । ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ”
କର୍ଣ୍ଣାଟକର କଂଗ୍ରେସ ସରକାର ଭାଙ୍ଗିବାକୁ ଉଦ୍ୟମ: ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ ଜେଡିଏସର ଅଫର
କନକ ବ୍ୟୁରୋ: କର୍ଣ୍ଣାଟକ କଂଗ୍ରେସ ସରକାର ଭାଙ୍ଗିବାକୁ ଉଦ୍ୟମ । ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଅଫର ଦିଆଯାଇଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀ ଶିବକୁମାରଙ୍କ ଏଭଳି ଅଫର ଦେଇ ବିବାଦ ଆରମ୍ଭ କରିଛନ୍ତି । ଯଦି ଶିବକୁମାର କଂଗ୍ରେସ ସରକାରରୁ ନିଜ ସମର୍ଥନଙ୍କ ସହ ଓହରି ଆସନ୍ତି, ତେବେ ଜେଡିଏସ ତାଙ୍କୁ ସମର୍ଥନ କରିବ । ଜେଡିଏସର ୧୯ ବିଧାୟକ ତାଙ୍କୁ ସମର୍ଥନ କରିବା ସହContinue reading “କର୍ଣ୍ଣାଟକର କଂଗ୍ରେସ ସରକାର ଭାଙ୍ଗିବାକୁ ଉଦ୍ୟମ: ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ ଜେଡିଏସର ଅଫର”
ରେଞ୍ଜ ରୋଭର ଦୁର୍ଘଟଣାରେ ଗୁରୁତର ଆହତଙ୍କ ଫେରୁନି ଚେତା । ଟଙ୍କା ଅଭାବରୁ ହୋଇପାରୁନି ଅସ୍ତ୍ରୋପଚାର । ସହାୟତା ପାଇଁ ହାତଯୋଡିଲେ ଭାଇ
କନକ ବ୍ୟୁରୋ: ଭୁବନେଶ୍ୱର ପାୱାର ହାଉସ ଛକରେ ରେଞ୍ଜ ରୋଭର ଦ୍ରୁ୍ଘଟଣାରେ ଆହତ ଯୁବକଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା ଚାଲିିଛି । ଗୁରୁତର ଥିବାରୁ ତାଙ୍କ ଅସ୍ତ୍ରୋପଚାର ବି ସମ୍ଭବ ହୋଇପାରିନାହିଁ । ପାଖରେ ସମ୍ବଳ ନଥିବାରୁ ଜମି ବିକିବାକୁ ବସିଛନ୍ତି କାହ୍ନୁଙ୍କ ପରିବାର । ଦୁର୍ଘଟଣା ଘଟାଇଥିବା ବଡ ଗାଡିର ବଡ ମାଲିକ ବଡ ହୃଦୟ ଦେଖାନ୍ତୁ ବୋଲି କହିଛନ୍ତି ଆହତ ଯୁବକଙ୍କ ଭାଇ ।Continue reading “ରେଞ୍ଜ ରୋଭର ଦୁର୍ଘଟଣାରେ ଗୁରୁତର ଆହତଙ୍କ ଫେରୁନି ଚେତା । ଟଙ୍କା ଅଭାବରୁ ହୋଇପାରୁନି ଅସ୍ତ୍ରୋପଚାର । ସହାୟତା ପାଇଁ ହାତଯୋଡିଲେ ଭାଇ”
ବିଶ୍ୱକପ ସେମି ଫାଇନାଲ ରେସ: ଭାରତ ସହ ଖେଳିବ କେଉଁ ଟିମ? ୪ ନମ୍ବର ସ୍ଥାନ ଦୌଡ଼ରେ ୩ ଦଳ
କନକ ବ୍ୟୁରୋ: ଚାଲିଥିବା ଦିନିିକିଆ ବିଶ୍ୱକପରେ ପ୍ରାୟ ୮୦ ପ୍ରତିଶତ ଲିଗ ମ୍ୟାଚ ସରିଗଲାଣି । ପ୍ରତ୍ୟେକ ଟିମରେ ଆଉ ଗୋଟିଏ, ଦୁଇଟି ଲେଖାଏଁ ମ୍ୟାଚ ବାକି ରହିଛି । ଏପରି ସ୍ଥିତିରେ ସେମି ଫାଇନାଲରେ ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକା ନିଜର ସ୍ଥାନ ପକ୍କା କରିସାରିଛନ୍ତି । ଭାରତ ଏବଂ ଦକ୍ଷିଣ ଆଫ୍ରିକା ୧୬ ଏବଂ ୧୨ ପଏଂଟ ସହ ଟେବୁଲର ପ୍ରଥମ, ଦ୍ୱିତୀୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ୭ ଟି ମ୍ୟାଚରୁContinue reading “ବିଶ୍ୱକପ ସେମି ଫାଇନାଲ ରେସ: ଭାରତ ସହ ଖେଳିବ କେଉଁ ଟିମ? ୪ ନମ୍ବର ସ୍ଥାନ ଦୌଡ଼ରେ ୩ ଦଳ”
ବିଷ ବଳୟରେ ରାଜଧାନୀ: ଏକାଦଶ ପର୍ଯ୍ୟନ୍ତ ସ୍କୁଲ ବନ୍ଦ, ପ୍ରଦୂଷଣ ନେଇ ସତର୍କ କଲେ ବିଶେଷଜ୍ଞ
କନକ ବ୍ୟୁରୋ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏବେ ସରକାରଙ୍କ ଚିନ୍ତା ବଢାଇଦେଇଛି । ଧିରେ ଧିରେ ଶୀତ ବଢୁଥିବା ବେଳେ ଦିଲ୍ଲୀ ବାୟୁର ମାନ ଅଧିକ ଖରାପ ହେବାରେ ଲାଗିଛି । ଆଗକୁ ଦିପାବଳୀ ଆସୁଥିବାରୁ ବାୟୁ ପ୍ରଦୂଷଣ ମାତ୍ରା ଆହୁର ବଢିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ଗାଡି ଚାଳକଙ୍କ ପାଇଁ ପୁଣି ଯୁଗ୍ନ ଅଯୁଗ୍ମ ନିୟମ ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର । ଦୀପାବଳି ପର ଦିନContinue reading “ବିଷ ବଳୟରେ ରାଜଧାନୀ: ଏକାଦଶ ପର୍ଯ୍ୟନ୍ତ ସ୍କୁଲ ବନ୍ଦ, ପ୍ରଦୂଷଣ ନେଇ ସତର୍କ କଲେ ବିଶେଷଜ୍ଞ”