କନକ ବ୍ୟୁରୋ: ଆଜି ବିଶ୍ୱକପରେ ସବୁଠୁ ବଡ଼ ମୁକାବିଲା । ପଏଣ୍ଟ ଟେବୁଲର ଦୁଇ ଟପ୍ ଟିମଙ୍କ ମଧ୍ୟରେ ହେବ ଲଢେଇ । କୋଲକାତାର ଇଡେନ ଗାର୍ଡେନରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଉଭୟ ଟିମ ଏବେ ଫୁଲ ଫର୍ମରେ ରହିଥିବାରୁ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ । ବିଶ୍ୱକପରେ ଭାରତ ୭ ଟି ମ୍ୟାଚରୁ ୭ ଟି ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ୭ ଟି ରୁContinue reading “ଆଜି ବିଶ୍ୱକପରେ ସବୁଠୁ ବଡ଼ ମୁକାବିଲା । କୋଲକାତା ଇଡେନ ଗାର୍ଡେନରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା”
Tag Archives: News
ଆଜି ଜନ୍ମମାଟି ଗୋପ ମଲ୍ଲଗାଁରେ ପହଞ୍ଚିିବ ସହିଦ ଓଡ଼ିଆ ଯବାନଙ୍କ ମରଶରୀର । ବିଏସଏଫର ଗୁଇନ୍ଦା ବିଭାଗରେ ହାବିଲଦାର ମେଜର ଭାବେ କରୁଥିଲେ କାର୍ଯ୍ୟ ।
କନକ ବ୍ୟୁରୋ: ଆଜି ଜନ୍ମମାଟି ପୁରୀ ଜିଲ୍ଲା ଗୋପ ମଲ୍ଲଗାଁରେ ପହଂଚିବ ସହିଦ ଓଡ଼ିଆ ଯବାନଙ୍କ ମରଶରୀର । ସଂଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବ ପ୍ରତାପ ପରିଡ଼ାଙ୍କ ମୃତଦେହ । ଏହା ପରେ ତାଙ୍କ ଗାଁକୁ ମରଶରୀର ନିଆଯିବ । ଗୋପର ବିଭିନ୍ନ ସଂଗଠନ ତରଫରୁ ପିପିଲିଠାରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ବୀର ସହିଦଙ୍କ ଅନ୍ତିମ ସଂସ୍କାର ନିଜ ଗାଁରେ କରାଯିବ । ମେଘାଳୟ ଓ ବାଂଲାଦେଶ ସୀମା ତୁରା ନିକଟରେContinue reading “ଆଜି ଜନ୍ମମାଟି ଗୋପ ମଲ୍ଲଗାଁରେ ପହଞ୍ଚିିବ ସହିଦ ଓଡ଼ିଆ ଯବାନଙ୍କ ମରଶରୀର । ବିଏସଏଫର ଗୁଇନ୍ଦା ବିଭାଗରେ ହାବିଲଦାର ମେଜର ଭାବେ କରୁଥିଲେ କାର୍ଯ୍ୟ ।”
ପରୀକ୍ଷା ଖାତାରେ ଛାତ୍ର ଉଠାଇଲେ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ । ଉତ୍ତର ଖାତାରେ ଲେଖିଲେ, ଆମର ଶିକ୍ଷକ ନାହାନ୍ତି, ଅଧିକ ଆଶା କରନି
କନକ ବ୍ୟୁରୋ: ପରୀକ୍ଷା ଖାତାରେ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଲେ ଛାତ୍ର । ଶିକ୍ଷକ ନଥିବା ବେଳେ କେମିତି ପାଠ ପଢିବୁ ବୋଲି ଉତ୍ତର ଖାତାରେ ଲେଖିଲେ ନବମ ଶ୍ରେଣୀ ଛାତ୍ର । ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ଏହାର ଉତ୍ତର ଖାତା । ଯାଜପୁର ଅଡ଼ଙ୍ଗସ୍ଥିତ ପ୍ରହଲ୍ଲାଦ ଚନ୍ଦ୍ର ବ୍ରହ୍ମଚାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ରହିଛି । ୬ମାସ ହେବ ସ୍କୁଲର ସଂସ୍କୃତ ଏବଂ ଇତିହାସ ଶିକ୍ଷକଙ୍କୁ ଡେପୁଟେସନରେ ପଠାଇ ଦିଆଯାଇଥିବାContinue reading “ପରୀକ୍ଷା ଖାତାରେ ଛାତ୍ର ଉଠାଇଲେ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ । ଉତ୍ତର ଖାତାରେ ଲେଖିଲେ, ଆମର ଶିକ୍ଷକ ନାହାନ୍ତି, ଅଧିକ ଆଶା କରନି “
ଏଥର ବାଲିଯାତ୍ରାରେ ମିଳିବ ବ୍ୟାଙ୍କକର ମଜ୍ଜା । ଆସୁଛି ଅଣ୍ଡର ୱାଟର ଟର୍ନେଲ ଆକ୍ୱାରିୟମ ।
କନକ ବ୍ୟୁରୋ: ଏଥର ଜମିବ ବାଲିଯାତ୍ରା । ବାଲିଯାତ୍ରାରେ ମିଳିବ ବ୍ୟାଙ୍କକର ମଜ୍ଜା । ପଥମ ଥର ପାଇଁ ବାଲିଯାତ୍ରାକୁ ଆସୁଛି ଅଣ୍ଡର ୱାଟର ଟର୍ନେଲ ଆକ୍ୱାରିୟମ । ୨୫୦ ଫୁଟ ଲମ୍ବ ଏବଂ ୬୦ ଫୁଟ ଚଉଡ଼ା ଏହି ଆକ୍ୱାରିୟମରେ ମଜା ଉଠାଇପାରିବେ ଲୋକେ । ଆକ୍ୱାରିୟମରେ ସାର୍କ, ତିମି, ଅକ୍ଟୋପସ୍ ୫ ହଜାର ପ୍ରକାରର ମାଛ ଦେଖିପାରିବେ ଦର୍ଶକ । ସମୁଦ୍ର ଭିତରେ ଚାଲିଚାଲି ଯିବା ଭଳି ଅନୁଭବ କରିପାରିବେ ଦର୍ଶକ । ଚାରିପଟେContinue reading “ଏଥର ବାଲିଯାତ୍ରାରେ ମିଳିବ ବ୍ୟାଙ୍କକର ମଜ୍ଜା । ଆସୁଛି ଅଣ୍ଡର ୱାଟର ଟର୍ନେଲ ଆକ୍ୱାରିୟମ ।”
ଗ୍ରୀନ କରିଡରରେ ଗଲା ବ୍ରେନ ଡେଡ୍ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ୬ ଜଣ ବ୍ୟକ୍ତି ପାଇବେ ନୂଆ ଜୀବନ ।
କନକ ବ୍ୟୁରୋ: ଗ୍ରୀନ କରିଡରରେ ଗଲା ବ୍ରେନ ଡେଡ୍ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ସ୍ୱତନ୍ତ୍ର ବ୍ୟବସ୍ଥା ଥିବା ଆମ୍ବୁଲାନ୍ସରେ ସୁରକ୍ଷିତ ଭାବେ ଅଙ୍ଗଗୁଡିକୁ ଏୟାରପୋର୍ଟକୁ ନିଆଯାଇଥିଲା । ସେଠାରୁ ଚାର୍ଟାର୍ଡ ଫ୍ଲାଇଟରେ କୋଲକାତା, ଚେନ୍ନାଇ ପଠାଯାଇଛି । କଟକ ବଡ଼ ମେଡିକାଲ ଓ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ମଧ୍ୟ ଅଙ୍ଗ ପଠାଯାଇଛି । ଏଥିରେ ସମୟ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଗ୍ରୀନ କରିଡର କରାଯାଇଥିଲା । ଅର୍ଥାତ୍ ବାଟରେ ଯେପରି କୌଣସି ସମସ୍ୟା ନଉପୁଜିବContinue reading “ଗ୍ରୀନ କରିଡରରେ ଗଲା ବ୍ରେନ ଡେଡ୍ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ୬ ଜଣ ବ୍ୟକ୍ତି ପାଇବେ ନୂଆ ଜୀବନ ।”
ପୁଲିସ ନାଁରେ ସାଂଘାତିକ ଅଭିଯୋଗ । ଦିବ୍ୟାଙ୍ଗ ଯୁବକଙ୍କୁ ମାଡ ମାରି ଲହୁଲୁହାଣ କଲା ପୋଲିସ ।
କନକ ବ୍ୟୁରୋ: ପୁଲିସ ନାଁରେ ଅଭିଯୋଗ । ଦିବ୍ୟାଙ୍ଗ ଯୁବକ ରାଜେନ୍ଦ୍ର ନାହାକଙ୍କୁ ମାଡ ମାରି ପୁଲିସ ଲହୁଲୁହାଣ କରିିଥିବା ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଶ୍ୟାମସୁନ୍ଦରପୁର ଗାଁରେ ଏଭଳି ଘଟଣା ଘଟିଛି । ଏହି ଗାଁରେ ବାଣ ତିଆରି ହେଉଥିବା ଖବର ପାଇ ପୁଲିସ ଚଢାଉ କରିଥିଲା । ଗାଁରୁ ବାଣ ଜବତ ହୋଇଥିବାବେଳେ ରାଜେନ୍ଦ୍ରଙ୍କ ଘରକୁ ବି ପୁଲିସ ଯାଇଥିଲା । ଅଭିଯୋଗ ଅନୁସାରେ, ଏହି ସମୟରେ ପୁଲିସ ଲୁହାContinue reading “ପୁଲିସ ନାଁରେ ସାଂଘାତିକ ଅଭିଯୋଗ । ଦିବ୍ୟାଙ୍ଗ ଯୁବକଙ୍କୁ ମାଡ ମାରି ଲହୁଲୁହାଣ କଲା ପୋଲିସ ।”
ପାଇପଲାଇନ ଫାଟି ପୋଖରୀରେ ଭାସୁଛି ଡିଜେଲ । ସଂଗ୍ରହ ହେଲାଣି ୬ହଜାର ଲିଟରରୁ ଅଧିକ ଡିଜେଲ ।
କନକ ବ୍ୟୁରୋ: ଆଇଓସିଏଲ ପାଇପଲାଇନ ଫାଟି ପୋଖରୀରେ ଭାସୁଛି ଡିଜେଲ । ନାକେଦମ ହେଲାଣି ବୈଷୟିକ ଟିମ୍, ସଂଗ୍ରହ ହେଲାଣି ୬ହଜାର ଲିଟରରୁ ଅଧିକ ଡିଜେଲ । କେନ୍ଦ୍ରାପଡା ଆଳି ନରେନ୍ଦ୍ରପୁର ଭେଡା ଦେଇ ଯାଇଥିବା ଆଇଓସିଏଲ ପାଇପଲାଇନ ଫାଟି ସ୍ଥାନୀୟ ଅଞ୍ଚଳରେ ଡିଜେଲ ଭାସୁଥିବା ଦେଖିବାକୁ ମିଳିଛି । ଖବର ପାଇବା ପରେ ଆଇଓସିଏଲ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ୬ହଜାର ଲିଟରରୁ ଅଧିକ ଡିଜେଲ ସଂଗ୍ରହ କରିଛନ୍ତି । ଫଟା ପାଇପଲାଇନରୁ ଡିଜେଲContinue reading “ପାଇପଲାଇନ ଫାଟି ପୋଖରୀରେ ଭାସୁଛି ଡିଜେଲ । ସଂଗ୍ରହ ହେଲାଣି ୬ହଜାର ଲିଟରରୁ ଅଧିକ ଡିଜେଲ । “
ଝାରପଡା ଜେଲରେ କଟିଲା ଟୁଟୁ ନାୟକଙ୍କ ରାତି । ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ମାମଲାରେ ଗିରଫ କରିଛନ୍ତି ପ୍ରଯୋଜକ ।
କନକ ବ୍ୟୁରୋ: ଜେଲରେ କଟିଲା ଟୁଟୁଙ୍କ ରାତି । ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରି ଗିରଫ ହୋଇଥିବା ପ୍ରଯୋଜକ ଟୁଟୁ ନାୟକଙ୍କ ଶନିବାର ରାତି ଝାରପଡା ଜେଲରେ କଟିଛି । ସାମ୍ବାଦିକାଙ୍କ ଅଭିଯୋଗ ପରେ ପୁଲିସ ଟୁଟୁଙ୍କୁ ଗିରଫ କରି ଗତକାଲି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିଲା । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡା ଜେଲ ଯିବାକୁ ପଡିଥିଲା । ତେବେ ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ । ସେ ପୁଣି ଜେଲରେContinue reading “ଝାରପଡା ଜେଲରେ କଟିଲା ଟୁଟୁ ନାୟକଙ୍କ ରାତି । ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ମାମଲାରେ ଗିରଫ କରିଛନ୍ତି ପ୍ରଯୋଜକ ।”
ଯନ୍ତାରେ ପଡ଼ିଲା ମଣିଷଖିଆ ବାଘ । ବାଘକୁ କାବୁ କଲା ବନ ବିଭାଗ ।
କନକ ବ୍ୟୁରୋ: ଯନ୍ତାରେ ପଡ଼ିଲା ମଣିଷଖିଆ ବାଘ । ଗତ ୫ ଦିନ ଧରି ନୂଆପଡ଼ା ଜିଲ୍ଲାରେ ଆତଙ୍କ ଖେଳାଇଥିବା ବାଘକୁ କାବୁ କରିଛି ବନ ବିଭାଗ । ନୂଆପଡ଼ାରେ ସୁନାବେଡା ଅଭୟାରଣ୍ୟରେ କଲରାପତରିଆ ବାଘ ଆତଙ୍କ ଦେଖିବାକୁ ମିଳିଥିଲା । ୨୪ ଘଣ୍ଟାରେ ଦ୍ୱିତୀୟ ଥର ପାଇଁ ଆକ୍ରମଣ କରିଥିଲା । ମହିଳାଙ୍କୁ ଆକ୍ରମଣର ୨୪ ଘଣ୍ଟା ନ ପୁରୁଣୁ ଆଉ ଜଣେ ୮ବର୍ଷର ଶିଶୁକୁ ଆକ୍ରମଣ କରିଥିଲା ବାଘ । ୮ ବର୍ଷର ଶିଶୁContinue reading “ଯନ୍ତାରେ ପଡ଼ିଲା ମଣିଷଖିଆ ବାଘ । ବାଘକୁ କାବୁ କଲା ବନ ବିଭାଗ ।”
କୋରାପୁଟ ପରବ ମଂଚରେ ଏକାଠି ହେଲେ ସାଂସଦ ସପ୍ତଗିରି ଉଲାକା ଓ ବିଧାୟକ ତାରା ବାହୀନିପତି, କୋଳାକୋଳି ହେବା ସହ ମଂଚରେ ନାଚିଲେ ଦୁଇ କଂଗ୍ରେସ ନେତା
କନକ ବ୍ୟୁରୋ : ଗୋଟିଏ ମଂଚରେ ଏକାଠି ହେଲେ ମାମୁଁ-ଭଣଜା । କୋଳାକୋଳି ହେଲେ, ପରସ୍ପରର ହାତ ମିଳାଇଲେ । ଆଉ ଖୁବ୍ ନାଚିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୋରିଗୁମ୍ମାରେ ଆୟୋଜିତ ପରବ ଉତ୍ସବରେ । ଉତ୍ସବରେ ସାମିଲ ହୋଇଥିଲେ ଜୟପୁର ବିଧାୟକ ତାରା ବାହିନୀପତି ଓ କୋରାପୁଟ ସଂସଦ ସପ୍ତଗିରି ଉଲାକା । ଯେତେବେଳେ ଦୁଇ ନେତା ଏକାଠି ଗୋଟିଏ ମଂଚରେ ଥିଲେ, ସେତେବେଳର ଦୃଶ୍ୟ ବେଶ୍ ରୋଚକ ଥିଲା । ଦୁହେଁContinue reading “କୋରାପୁଟ ପରବ ମଂଚରେ ଏକାଠି ହେଲେ ସାଂସଦ ସପ୍ତଗିରି ଉଲାକା ଓ ବିଧାୟକ ତାରା ବାହୀନିପତି, କୋଳାକୋଳି ହେବା ସହ ମଂଚରେ ନାଚିଲେ ଦୁଇ କଂଗ୍ରେସ ନେତା”