କନକ ବ୍ୟୁରୋ: ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେଡି ଉପ ସଭାପତି ଭାସ୍କର ରାଓଙ୍କ ପିଛା ଛାଡୁନି ବିବାଦ । ପ୍ରଥମେ ନିଜ ଦଳର ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ଆରୋପ ପରେ ଏବେ ଜିଲ୍ଲା ଆଦିବାସୀ ମହାସଂଘ ଭାସ୍କରଙ୍କ ବିରୋଧରେ ରଣହୁଙ୍କାର ଦେଇଛି । ବିଜେଡି କାଉନସିଲର ଭାଗିରଥି ମାଣ୍ଡାଙ୍ଗୀଙ୍କ ହତ୍ୟା ପଛରେ ଭାସ୍କର ରାଓଙ୍କ ହାତ ଥିବା ଅଭିଯୋଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସିବିଆଇ ତଦନ୍ତ ଦାବି କରିଛି ଆଦିବାସୀ ମହାସଂଘ । ଏହି ଦାବିରେ ଶହContinue reading “ଭାସ୍କର ରାଓଙ୍କ ପିଛା ଛାଡୁନି ବିବାଦ । ପୂର୍ବତନ ରାଜ୍ୟସଭା ସାଂସଦଙ୍କ ବିରୋଧରେ ଆଦିବାସୀ ମହାସଂଘର ରଣହୁଙ୍କାର ।”
Tag Archives: News
ଗ୍ୟାସ ପାଇଁ ସ୍ତ୍ରୀକୁ ହତ୍ୟା । ଚୁଲିରେ ରୋଷେଇ ନକରି ଗ୍ୟାସରେ ରୋଷେଇ କରିବାରୁ ସ୍ତ୍ରୀ ଜୀବନ ନେଲା ସ୍ୱାମୀ ।
କନକ ବ୍ୟୁରୋ: ଗ୍ୟାସ ପାଇଁ ସ୍ତ୍ରୀକୁ ହତ୍ୟା । ଆସ୍କା ଧରାକୋଟ ବ୍ଲକ ରୁଗୁମୁ ଗ୍ରାମରୁ ଆସିଛି ଏଭଳି ଚାଂଚଲ୍ୟକର ଘଟଣା । ସୂଚନା ଅନୁସାରେ, ଘରେ ରୋଷେଇ ପାଇଁ ସ୍ୱାମୀ ଓ ସ୍ତ୍ରୀ ମଧ୍ୟ ପ୍ରବଳ ଝଗଡ଼ା ହୋଇଥିଲା । କାଠ ଚୁଲାରେ ରୋଷେଇ କରିବାକୁ ସ୍ୱାମୀ କହିଥିଲେ । କିନ୍ତୁ ସ୍ତ୍ରୀ ଗ୍ୟାସରେ ରୋଷେଇ କରିବାରୁ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଆଉ ପରେ ଝଗଡ଼ା ଉଗ୍ର ରୂପ ନେଇଥିଲା ଏବଂ ସ୍ତ୍ରୀକୁ ହତ୍ୟାContinue reading “ଗ୍ୟାସ ପାଇଁ ସ୍ତ୍ରୀକୁ ହତ୍ୟା । ଚୁଲିରେ ରୋଷେଇ ନକରି ଗ୍ୟାସରେ ରୋଷେଇ କରିବାରୁ ସ୍ତ୍ରୀ ଜୀବନ ନେଲା ସ୍ୱାମୀ ।”
ଛାତ୍ରୀଙ୍କ ତଣ୍ଟି କାଟିଦେଲେ ସହପାଠୀ । ଛାତ୍ରୀ ଜଣକ ହଷ୍ଟେଲ ରୁମରେ ଶୋଇଥିବାବେଳେ ଆକ୍ରମଣ
କନକ ବ୍ୟୁରୋ: ସହପାଠୀଙ୍କ ତଣ୍ଟି କାଟିଦେଲେ ଛାତ୍ରୀ । ଅନୁଗୁଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ମହିଳା ଛାତ୍ରାବାସରେ ଜଣେ ଛାତ୍ରୀ ନିଜ ସହପାଠୀଙ୍କ ତଣ୍ଟି କାଟିଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି । ଘଟଣା ସମ୍ପର୍କରେ ପରିବାର ଲୋକେ ଅନୁଗୁଳ ଥାନାରେ ଅଭିଯୋଗ କରିଛନ୍ତି । ହଷ୍ଟେଲରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ କେହି ସହପାଠୀ ତାଙ୍କ ତଣ୍ଟି କାଟିଦେଇଥିବା ପରିବାର ଲୋକେ କହିଛନ୍ତି । ସୂଚନାContinue reading “ଛାତ୍ରୀଙ୍କ ତଣ୍ଟି କାଟିଦେଲେ ସହପାଠୀ । ଛାତ୍ରୀ ଜଣକ ହଷ୍ଟେଲ ରୁମରେ ଶୋଇଥିବାବେଳେ ଆକ୍ରମଣ”
ଥାନାରେ ହାଜର ହେଲେ ପ୍ରଯୋଜକ ଟୁଟୁ ନାୟକ , ଥାନା ଭିତରେ ପଚରାଉଚରା ଜାରି । ନିଜ ଆଡୁ ମାମଲା ରୁଜୁ କଲେ ମହିଳା କମିଶନ ଅଧ୍ୟକ୍ଷା ।
କନକ ବ୍ୟୁରୋ: ଅଭିଯୋଗ ପରେ ଥାନାରେ ହାଜର ହେଲେ ପ୍ରଯୋଜକ ଟୁଟୁ ନାୟକ । ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ନେଇ ଖାରବେଳନଗର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଟୁଟୁ ନାୟକଙ୍କୁ ଉଠାଇ ଆଣିଥିଲା ପୁଲିସ । ଥାନାରେ ତାଙ୍କୁ ପଚରାଉଚରା କରୁଛି ପୋଲିସ । ଶୁକ୍ରବାର ଜଣେ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ମାମଲାରେ ବଢ଼ିଲା ଟୁଟୁ ନାୟକଙ୍କ ଅଡୁଆ ।Continue reading ” ଥାନାରେ ହାଜର ହେଲେ ପ୍ରଯୋଜକ ଟୁଟୁ ନାୟକ , ଥାନା ଭିତରେ ପଚରାଉଚରା ଜାରି । ନିଜ ଆଡୁ ମାମଲା ରୁଜୁ କଲେ ମହିଳା କମିଶନ ଅଧ୍ୟକ୍ଷା ।”
ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ, ଏଏସଆଇକୁ ମିଳିଛି ଅନୁମତି । ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
କନକ ବ୍ୟୁରୋ : ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ । ଏନେଇ ଏଏସଆଇକୁ ଅନୁମତି ଦିଆଯାଇଛି । ପରିଚାଳନା ବୈଠକ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ପରିଚାଳନା ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଲେଜର ସ୍କାନିଂ ପାଇଁ ଏଏସଆଇ ଅନୁମତି ମାଗିଥିଲା । ଲେଜର ସ୍କାନିଂ ପାଇଁ ଅନୁମତି ଦିଆଯାଇଛି । କାର୍ତ୍ତିକ ବ୍ରତ ଚାଲୁଥିବାରୁ ଏବେ ଭକ୍ତଙ୍କର ଭିଡ ରହୁଛି ।Continue reading “ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ, ଏଏସଆଇକୁ ମିଳିଛି ଅନୁମତି । ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।”
‘ଏବେ ମୁଁ ଅବସର ନେଇପାରିବି’ । ରାଲିରେ ପୁଅ ଦୁଷ୍ୟନ୍ତର ଭାଷଣ ଶୁଣିବା ପରେ ରାଜନୀତି ଛାଡିବାକୁ ସଙ୍କେତ ଦେଲେ ବସୁନ୍ଧରା ରାଜେ
କନକ ବ୍ୟୁରୋ: ରାଜସ୍ଥାନରେ ଏବେ ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି । ଏଭଳି ସମୟରେ ରାଜନୀତି ଛାଡିବାକୁ ସଙ୍କେତ ଦେଇଛନ୍ତି ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ବସୁନ୍ଧରା ରାଜେ । ଝାଲାୱାଡରେ ଆୟୋଜିତ ଏ ଜନସଭାରେ ନିଜ ସାଂସଦ ପୁଅ ଦୁଷ୍ୟନ୍ତ ସିଂହଙ୍କ ଭାଷଣ ଶୁଣିବା ପରେ ନିଜେ ଜନସଭାକୁ ସମ୍ବୋଧନ କରିଥିଲେ । ଏହି କ୍ରମରେ ବସୁନ୍ଧରା କହିଥିଲେ, ‘ମୋ ପୁଅ କଥା ଶୁଣିବା ପରେ ମୋତେ ଲାଗୁଛି ଏବେ ମୋତେ ରିଟାୟରମେଣ୍ଟContinue reading “‘ଏବେ ମୁଁ ଅବସର ନେଇପାରିବି’ । ରାଲିରେ ପୁଅ ଦୁଷ୍ୟନ୍ତର ଭାଷଣ ଶୁଣିବା ପରେ ରାଜନୀତି ଛାଡିବାକୁ ସଙ୍କେତ ଦେଲେ ବସୁନ୍ଧରା ରାଜେ”
ଡାକ୍ତରୀ ପଢା ପରେ ରାଜନୀତି ପାଇଁ ଉତ୍ସାହ । ମଧ୍ୟପ୍ରଦେଶରେ ଆକର୍ଷଣୀୟ ପ୍ରତିଯୋଗିତା, ନିର୍ବାଚନୀ ମଇଦାନରେ ଅଜା-ନାତୁଣୀ ଲଢେଇ
କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟ କରିଲାଭଳି ଦୃଶ୍ୟ । ରାଜନୀତିକୁ ନେଇ ୮୦ ବର୍ଷୀୟ ଅଜା ଓ ୨୭ ବର୍ଷୀୟ ନାତୁଣୀ ଭିତରେ ଲଢେଇ । ୨୩୦ ବିଧାନସଭା ଆସନ ପାଇଁ ନଭେମ୍ବର ୧୭ ରେ ଭୋଟ୍ ଦିଆଯିବା ଆରମ୍ଭ ହେବ ଏହା ଭିତରେ ସେଙ୍ଗରୁଲି ଜିଲ୍ଲାର ଦେବସର ବିଧାନସଭା ଆସନ ପାଇଁ ଗୋଟିଏ ପରିବାରରୁ ଅଜା ଓ ନାତୁଣୀଙ୍କ ମଧ୍ୟରେ ଆକର୍ଷଣୀୟ ପ୍ରତିଯୋଗିତା ଦେଖିବାକୁ ମିଳିବ । କଂଗ୍ରେସ ଯେଉଁଠି ୮୦Continue reading “ଡାକ୍ତରୀ ପଢା ପରେ ରାଜନୀତି ପାଇଁ ଉତ୍ସାହ । ମଧ୍ୟପ୍ରଦେଶରେ ଆକର୍ଷଣୀୟ ପ୍ରତିଯୋଗିତା, ନିର୍ବାଚନୀ ମଇଦାନରେ ଅଜା-ନାତୁଣୀ ଲଢେଇ”
ସ୍ୱାସ୍ଥ୍ୟକର୍ମୀଙ୍କୁ ଅବହେଳା ଅଭିଯୋଗ । ନର୍ସିଂ ପରୀକ୍ଷା ଫଳରେ ଅନିୟମିତତା ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ ପରୀକ୍ଷାର୍ଥୀ
କନକ ବ୍ୟୁରୋ: ଓଡ଼ିଶାରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଅବହେଳା ଅଭିଯୋଗ । ନର୍ସିଂ ପରୀକ୍ଷା ଫଳରେ ଅନୀୟମିତତା ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ ବସିଲେ ପରୀକ୍ଷାର୍ଥୀ । ପରୀକ୍ଷାର୍ଥୀଙ୍କୁ କେଉଁ କାରଣରୁ ଅଯୋଗ୍ୟ ଘୋଷିତ କରାଗଲା ସେନେଇ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭା ଅଧିନରେ ନର୍ସିଂ ଅଫିସର ପଦବୀ ପାଇଁ ବାହାରିଥିଲା ବିଜ୍ଞାପନ । ପ୍ରାୟ ୨୦ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରେ ୪ ହଜାର ଶହେ ଜଣ ଶହେ ଜଣ ଉତୀର୍ଣ୍ଣ ହୋଇଥିଲେ ।Continue reading “ସ୍ୱାସ୍ଥ୍ୟକର୍ମୀଙ୍କୁ ଅବହେଳା ଅଭିଯୋଗ । ନର୍ସିଂ ପରୀକ୍ଷା ଫଳରେ ଅନିୟମିତତା ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ ପରୀକ୍ଷାର୍ଥୀ”
ମହିଳା ସାମ୍ବାଦିକାଙ୍କୁ ମାଡ ମାରିବା ଘଟଣା । ପ୍ରଯୋଜକ ଟୁଟୁ ନାୟଙ୍କ ପାଇଁ ବଢିଲା ଅଡୁଆ, ଅଭିଯୋଗ ପରେ ଥାନାରେ ହାଜର ହେଲେ ଟୁଟୁ
କନକ ବ୍ୟୁରୋ : ଜଣେ ମହିଳା ସାମ୍ବାଦିକାଙ୍କୁ ଚାପୁଡା ମାରିବା ଘଟଣାରେ ଏବେ ପ୍ରଯୋଜକ ଟୁଟୁ ନାୟକଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ଆଜି ଥାନାରେ ହାଜର ହୋଇଛନ୍ତି ଟୁଟୁ ନାୟକ । ମହିଳା ସାମ୍ବାଦିକ ଜଣଙ୍କ ଏଭଳି ଅଭିଯୋଗ କରିବା ପରେ ଟୁଟୁ ନାୟକ ଏହା ଉପରେ ସ୍ପଷ୍ଟିକରଣ ଦେଇଥିଲେ । ସେ କହିଥିଲେ କି ସଂପୃକ୍ତ ସାମ୍ବାଦିକ ଜଣଙ୍କ ତାଙ୍କର ପରିଚିତ । ସେContinue reading “ମହିଳା ସାମ୍ବାଦିକାଙ୍କୁ ମାଡ ମାରିବା ଘଟଣା । ପ୍ରଯୋଜକ ଟୁଟୁ ନାୟଙ୍କ ପାଇଁ ବଢିଲା ଅଡୁଆ, ଅଭିଯୋଗ ପରେ ଥାନାରେ ହାଜର ହେଲେ ଟୁଟୁ”
କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ । ଟାଟାରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ହାଜର ହେଲେ ପ୍ରଦୀପ ପାଣୀଗ୍ରାହୀ ।
କନକ ବ୍ୟୁରୋ : ଜେଏମଏଫସି କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବ୍ରହ୍ମପୁର ଜେଏମଏଫସି କୋର୍ଟରେ ହାଜର ହୋଇଛନ୍ତି ପ୍ରଦୀପ । କୋର୍ଟରେ ପାଠକ ବାପ-ପୁଅ ବି ହାଜର ହୋଇଛନ୍ତି । ଟାଟାରେ ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗ ମାମଲାରେ ହାଜର ହୋଇଛନ୍ତି ପ୍ରଦୀପ ଓ ପାଠକ ବାପ-ପୁଅ । ଏହାପୂର୍ବରୁ ଠକେଇ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ ପ୍ରଦୀପ । ଜେଲରେ ଦୀର୍ଘ ଦିନ ରହିବା ପରେ ଜାମିନରେContinue reading “କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ । ଟାଟାରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ହାଜର ହେଲେ ପ୍ରଦୀପ ପାଣୀଗ୍ରାହୀ । “