ପାର୍ବଣ ଋତୁରେ କେନ୍ଦ୍ର ସରକାରଙ୍କ ବମ୍ପର ଜିଏସିଟି ଆଦାୟ । ଅକ୍ଟୋବରରେ ସରକାରଙ୍କୁ ମିଳିଲା ୧.୭୨ ଲକ୍ଷ କୋଟି ଟଙ୍କାର ଜିଏସଟି

କନକ ବ୍ୟୁରୋ : ପାର୍ବଣ ମାସରେ ରେକର୍ଡ ଭାଙ୍ଗିଲା ଜିଏସଟି ଆଦାୟ । ଅକ୍ଟୋବର ମାସରେ ୧ କୋଟି ୭୨ ଲକ୍ଷର ଜିଏସଟି ସଂଗ୍ରହ ହୋଇଛି । ୨୦୧୭ମସିହାରେ ଜିଏସଟି ଲାଗୁ ହେବା ପରେ ଅକ୍ଟୋବର ୨୦୨୩ରେ ଏହା ଦ୍ୱିତୀୟ ସର୍ବାଧିକ ମାସିକ ଜିଏସଟି ଆଦାୟ । ଏହା ପୂର୍ବରୁ ଏପ୍ରିଲ ୨୦୨୩ରେ ୧କୋଟି ୮୭ଲକ୍ଷର ଜିଏସଟି ଆଦାୟ କରାଯାଇଥିଲା ଯାହା ସର୍ବାଧିକ ମାସିକ ଜିଏସଟି ଆଦାୟ । ୨୦୨୨ ଅକ୍ଟୋବର ତୁଳନାରେ ଚଳିତ ବର୍ଷ ଅକ୍ଟୋବରContinue reading “ପାର୍ବଣ ଋତୁରେ କେନ୍ଦ୍ର ସରକାରଙ୍କ ବମ୍ପର ଜିଏସିଟି ଆଦାୟ । ଅକ୍ଟୋବରରେ ସରକାରଙ୍କୁ ମିଳିଲା ୧.୭୨ ଲକ୍ଷ କୋଟି ଟଙ୍କାର ଜିଏସଟି”

ମରାଠା ସଂରକ୍ଷଣ ତାତି, ଜଳୁଛି ମହାରାଷ୍ଟ୍ର । ଦିନକରେ ୯ ଓ ୧୩ ଦିନରେ ୨୬ଜଣଙ୍କ ଆତ୍ମହତ୍ୟା

କନକ ବ୍ୟୁରୋ : ସରଂକ୍ଷଣ ଦାବି ନେଇ ଜଳୁଛି ମହାରାଷ୍ଟ୍ର । ଗୋଟେ କି ଦୁଇଟି ଜିଲ୍ଲା ନୁହେଁ ଅଧିକାଂଶ ଜିଲ୍ଲାର ଉଗ୍ର ରୂପ ନେଇଛି ସଂରକ୍ଷଣ ଆନ୍ଦୋଳନ । ସାଧାରଣ ଜନତାଙ୍କଠୁ ନେଇ ରାଜନେତା । ପ୍ରଦର୍ଶନକାରୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି । କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିବା ମରାଠା ସଂରକ୍ଷଣ ଆନ୍ଦୋଳନ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଏହି ଦାବିକୁ ନେଇ ମଙ୍ଗଳବାର ୯ଜଣ ଆତ୍ମହତ୍ୟା କରିଥିବା ସୂଚନା ମିଳିଛିContinue reading “ମରାଠା ସଂରକ୍ଷଣ ତାତି, ଜଳୁଛି ମହାରାଷ୍ଟ୍ର । ଦିନକରେ ୯ ଓ ୧୩ ଦିନରେ ୨୬ଜଣଙ୍କ ଆତ୍ମହତ୍ୟା”

ହାଜର ହେବା ପୂର୍ବରୁ ଏଥିକ୍ସ କମିଟିକୁ ଟିଏମସି ସାଂସଦଙ୍କ ଚିଠି । ମହୁଆ ମୋଇତ୍ରା କହିଲେ ଅପରାଧିକ ମାମଲାର ଯାଂଚ କରିପାରିବେନି ସଂସଦୀୟ କମିଟି

କନକ ବ୍ୟୁରୋ : ଅପରାଧିକ ମାମଲାର ଯାଂଚ କରିପାରିବେନି ସଂସଦୀୟ କମିଟି । ଏହି ଅଧିକାର କେବଳ ଅନୁସନ୍ଧାନକାରୀ ସଂସ୍ଥା କରିପାରିବ ବୋଲି ସେ କହିଛନ୍ତି । ଏଭଳି କିଛି ଦାବି କରି ଏଥିକ୍ସ କମିଟି ନିକଟକୁ ଚିଠି ଲେଖିଲେ ଟିଏମସି ସାଂସଦ ମୋହୁଆ ମୋଇତ୍ରା । କ୍ୟାସ ଫର କ୍ୱେରି ମାମଲାରେ ଫସିଥିବା ମୋହୁଆ ମୋଇତ୍ରା ଚିଠି ଲେଖି ଏଥିକ୍ସ କମିିିଟିରେ ଏଭଳି କିଛି ଦାବି କରିଛନ୍ତି । ଏଥିସହ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କୁ ତଦନ୍ତContinue reading “ହାଜର ହେବା ପୂର୍ବରୁ ଏଥିକ୍ସ କମିଟିକୁ ଟିଏମସି ସାଂସଦଙ୍କ ଚିଠି । ମହୁଆ ମୋଇତ୍ରା କହିଲେ ଅପରାଧିକ ମାମଲାର ଯାଂଚ କରିପାରିବେନି ସଂସଦୀୟ କମିଟି”

ଦିଲ୍ଲୀରେ ଚିନ୍ତା ବଢାଇଛି ବାୟୁ ପ୍ରଦୂଷଣ । ଅଣନିଶ୍ୱାସୀ ରାଜଧାନୀବାସୀ

କନକ ବ୍ୟୁରୋ : ଧୂଆଁ ବଳୟରେ ଦେଶର ରାଜଧାନୀ ନୂଆଦିଲ୍ଲୀ । ଦିନକୁ ଦିନ ଦିଲ୍ଲୀ ଏବଂ ଆଖପାଖ ଅଂଚଳରେ ବାୟୁ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି । ଦିନ ଆରମ୍ଭରୁ ବିଷାକ୍ତ ବାୟୁ ପୁରା ବାୟୁମଣ୍ଡଳରେ ଆସ୍ତରଣ ସୃଷ୍ଟି କରିବା ସହିତ କୁହୁଡି ଚାଦର ଭଳି ଭ୍ରମ ସୃଷ୍ଟି କରୁଛି । ବାୟୁ ପ୍ରଦୂଷଣ ପ୍ରଭାବ ରାଜଧାନୀବାସୀଙ୍କ ପାଇଁ ଅସହ୍ୟ ହୋଇଛି । ଶ୍ୱାସ ଜନିତ ସମସ୍ୟା ସାଙ୍ଗକୁ ବିଭିନ୍ନ ରୋଗର ବିପଦ ଦେଖାଦେଇଛି ।Continue reading “ଦିଲ୍ଲୀରେ ଚିନ୍ତା ବଢାଇଛି ବାୟୁ ପ୍ରଦୂଷଣ । ଅଣନିଶ୍ୱାସୀ ରାଜଧାନୀବାସୀ”

ଇସ୍ରାଏଲ ହମାସ ଯୁଦ୍ଧରେ ‘ୟେମେନ ହୁତି’ର ଏଣ୍ଟ୍ରି । ଇରାନ ସମର୍ଥିତ ବିଦ୍ରୋହୀ ସଂଗଠନ ‘ହୁତି’ ଇସ୍ରାଏଲ ଉପରେ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଡ଼

କନକ ବ୍ୟୁରୋ : ଯୁଦ୍ଧ ପହଁଚିଛି ୨୬ଦିନରେ । ଏହା ଭିତରେ ପାଲେଷ୍ଟାଇନକୁ ସମର୍ଥନ ଜଣାଇ ଆସୁଥିବା ଇରାନ ସମର୍ଥିତ ଆତଙ୍କୀ ସଂଗଠନ ୟେମେନ ହୁତି ଯୁଦ୍ଧରେ ଏଟ୍ରିଂ କରିଛି । ମିଳିଥିବା ସୂଚନା ଅନୁସାରେ ଇସ୍ରାଏଲକୁ ଲକ୍ଷ୍ୟ କରି ୟେମେନର ଏହି ବିଦ୍ରୋହୀ ସଂଗଠନ ହୁତି ଇସ୍ରାଏଲ ଉପରେ ଡ୍ରୋନ ଓ ବାଲେଷ୍ଟାଇ ମିସାଇଲ ମାଡ କରୁଥିବା ଜଣାପଡିଛି । ପାଲେଷ୍ଟାଇନବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଯୁଦ୍ଧକୁ ଓହ୍ଲାଉଥିବା ମଙ୍ଗଳବାର ଘୋଷଣା କରିଥିଲା ଆତଙ୍କୀ ସଂଗଠନContinue reading “ଇସ୍ରାଏଲ ହମାସ ଯୁଦ୍ଧରେ ‘ୟେମେନ ହୁତି’ର ଏଣ୍ଟ୍ରି । ଇରାନ ସମର୍ଥିତ ବିଦ୍ରୋହୀ ସଂଗଠନ ‘ହୁତି’ ଇସ୍ରାଏଲ ଉପରେ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଡ଼”

ଜ୍ୱର, ଥଣ୍ଡା ପରେ ବି ଛାଡୁନି କାଶ । ବଦଳୁଥିବା ପାଗ ପାଇଁ ବଢୁଛି ରୋଗ!

କନକ ବ୍ୟୁରୋ : ଋତୁ ବଦଳୁଥିବାରୁ, ଲୋକଙ୍କୁ ଥଣ୍ଡା ଜ୍ୱର ହେଉଛି । ଏପରିକି ଜ୍ୱର କମିଯିବା ପରେ ମଧ୍ୟ ଖଣ୍ଡିକାଶ ଦୀର୍ଘ ଦିନ ଲାଗି ରହୁଛି । ବିଭିନ୍ନ ଚିକିତ୍ସା ପଦ୍ଧତି ଆପଣେଇଲେ ମଧ୍ୟ କମୁ ନାହିଁ  । ଏବେ ସାରା ରାଜ୍ୟରେ ଏଭଳି ଲକ୍ଷଣ ଥିବା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆସନ୍ତୁ ଦେଖିବା ଲୋକଙ୍କ ଠାରେ କଣ ଲକ୍ଷଣ ସବୁ ଦେଖା ଯାଉଛି । କ’ଣ ଦେଖା ଯାଉଛି ଲକ୍ଷଣ? ଲହରାContinue reading “ଜ୍ୱର, ଥଣ୍ଡା ପରେ ବି ଛାଡୁନି କାଶ । ବଦଳୁଥିବା ପାଗ ପାଇଁ ବଢୁଛି ରୋଗ!”

ଦାମୀ ଗାଡ଼ିର ଦୁର୍ଘଟଣା । ନିରୀହ ଭୋଗିଲେ ଯନ୍ତ୍ରଣା

କନକ ବ୍ୟୁରୋ : ଶୁଖୁନି ଆଖିର ଲୁହ । ଥମୁନି ଛାତିର କୋହ । ଗୋଟିଏ ପଟେ ପରିବାରର ଦୁଃଖ ଆଉ ଅନ୍ୟପଟେ ବଡ଼ ଭାଇର ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା । ଜୀବନର ଦୋଛକିରେ ଛିଡା ହୋଇଥିବା ପରିବାର ଏବେ ନିରୁପାୟ । ପରିବାରର ଏକମାତ୍ର ରୋଜଗାରିଆ ପୁଅ, ହସ୍ପିଟାଲ ବେଡରେ ଜୀବନ ସହ ସଂଘର୍ଷ କରୁଛନ୍ତି । ପୂର୍ବରୁ ସିଆଇଏସଏଫ ଯବାନ ଭାବରେ କାର୍ଯ୍ୟ କରୁଥିଲେ । ଏବେ ଭୁବନେଶ୍ୱରରେ ରହି ଛୋଟ ମୋଟContinue reading “ଦାମୀ ଗାଡ଼ିର ଦୁର୍ଘଟଣା । ନିରୀହ ଭୋଗିଲେ ଯନ୍ତ୍ରଣା”

ତେଜିଲା ପୁରୀ ଖଜାକୁ ଜିଆଇ ଟ୍ୟାଗ ଦାବି । ଜାଣନ୍ତୁ ଖଜାର ଉତ୍ପତି ଓଡିଶାରେ ନା ବିହାରରେ

କନକ ବ୍ୟୁରୋ : ଓଡ଼ିଶାରେ ଖଜାର ପରମ୍ପରା ବହୁ ପୁରୁଣା । ବର୍ଷ ବର୍ଷ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଠାରେ ଲାଗି ହୋଇ ଆସୁଛି ଖଜା । ଛପନ ଭୋଗର ଅଂଶବିଶେଷ ଭାବେ ପରିଚୟ ପାଇଛି ଖଜା । ହେଲେ, ପୁରୀର ଖଜାକୁ ସ୍ୱୀକୃତି ମିଳିବାର ଢ଼େର ପୂର୍ବରୁ ବିହାର ଖଜାକୁ ମିଳିଛି ଜିଆଇ ମାନ୍ୟତା । ଯାହାକୁ ନେଇ ଜୋରଧରିଛି ଚର୍ଚ୍ଚା । ପୁରୀ ଖଜାକୁ କେବେ ମିଳିବ ଜିଆଇ ଟ୍ୟାଗ୍? ଖଜାର ଉତ୍ପତି ଯଦିContinue reading “ତେଜିଲା ପୁରୀ ଖଜାକୁ ଜିଆଇ ଟ୍ୟାଗ ଦାବି । ଜାଣନ୍ତୁ ଖଜାର ଉତ୍ପତି ଓଡିଶାରେ ନା ବିହାରରେ”

ମନ୍ତ୍ରୀଙ୍କ ସ୍ୱର ନକଲ କରି ଅନ୍ୟକୁ ଠକୁଥିଲେ ଯୁବକ । ବାନ୍ଧିଲା କଟକ ସାଇବର ପୋଲିସ

କନକ ବ୍ୟୁରୋ : କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସ୍ୱରକୁ ନକଲି କରି ଫୋନରେ ଜଣେ ହୋଟେଲ ମାଲିକଙ୍କ ସହ କଥା ହୋଇ, ଜଣେ ଠକ କେମିତି ଠକେଇ ପାଇଁ ଯୋଜନା କରିଥିଲା ତାହା ଆମେ ଆପଣଙ୍କୁ ଜଣାଇଥିଲୁ । କିନ୍ତୁ ପ୍ରକୃତରେ ସେହି ଠକ ଜଣଙ୍କ କିଏ ତାହା ସାମନାକୁ ଆସିନଥିଲା । ଏତେ ଦିନ ପରେ ସାମନାକୁ ଯାହା ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନାଁContinue reading “ମନ୍ତ୍ରୀଙ୍କ ସ୍ୱର ନକଲ କରି ଅନ୍ୟକୁ ଠକୁଥିଲେ ଯୁବକ । ବାନ୍ଧିଲା କଟକ ସାଇବର ପୋଲିସ”

ବଢୁଛି କଳାକାର ବିବାଦ । ମନୋଜ ମିଶ୍ରଙ୍କ ସମର୍ଥନରେ ପଶ୍ଚିମ ଓଡିଶାର ବିଭିନ୍ନ ସଂଗଠନ, ବିଭିନ୍ନ ସ୍ଥାନରେ ଚାଲିଛି ପୋଷ୍ଟର ଚିରା

କନକ ବ୍ୟୁରୋ : କଳାକାରଙ୍କ କଳି ଧିରେ ଧିରେ କେଉଁ ଆଡକୁ ଗତି କରୁଛି ଏ ହେଉଛି ତାର ଗୋଟିଏ ସଂକେତ । ଅଭିନେତା ମନୋଜ ମିଶ୍ରଙ୍କୁ ସମର୍ଥନ କରି ପଶ୍ଚିମଓଡିଶାର ବିଭିନ୍ନ ସଂଗଠନ ଆଗକୁ ଆସିଛନ୍ତି । ସଂଗଠନର ସଦସ୍ୟମାନେ ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଓଡିଆ ଫିଲ୍ମର ପୋଷ୍ଟର ଚିରିବା ସହ, ଅନୁଭବ ଓ ଅରିନ୍ଦମଙ୍କ କୁଶପୁତଳିକା ଦାହ କରୁଛନ୍ତିି । ମନୋଜଙ୍କ ଉପରୁ ବାସନ୍ଦ ପ୍ରତ୍ୟାହାର ଦାବି କରୁଛନ୍ତି । ବାସନ୍ଦ ନଉଠାଇଲେContinue reading “ବଢୁଛି କଳାକାର ବିବାଦ । ମନୋଜ ମିଶ୍ରଙ୍କ ସମର୍ଥନରେ ପଶ୍ଚିମ ଓଡିଶାର ବିଭିନ୍ନ ସଂଗଠନ, ବିଭିନ୍ନ ସ୍ଥାନରେ ଚାଲିଛି ପୋଷ୍ଟର ଚିରା”

Design a site like this with WordPress.com
Get started