କନକ ବ୍ୟୁରୋ : ଭୁବନେଶ୍ୱରର ସୈନିକ ସ୍କୁଲ ପଛପଟେ ଥିବା ଡମ୍ଫିୟାର୍ଡରେ ବିଏମସିର ଆବର୍ଜନା ପାହାଡରେ ଏବେ ତ୍ରାହି ତ୍ରାହି ଡାକୁଛନ୍ତି ସ୍ଥାନୀୟ ଲୋକେ । ନାକଫଟା ଦୁର୍ଗନ୍ଧରେ ଫାଟିପଡୁଛି ପୁରା ପରିବେଶ ଫାଟିପଡୁଛି । ଲୋକେ ଘର ଭିତରେ ତାଟି କବାଟ ପକାଇ ରହୁଛନ୍ତି । ଗତ ମେ’ ମାସ ୧୭ ତାରିଖରୁ ଭୁବନେଶ୍ୱର ଦାରୁଠେଙ୍ଗରେ କୌଣସି ଅଳିଆ ପଡୁନାହିଁ । ସହରର ସମସ୍ତ ଅଳିଆ ପଡୁଛି ସୈନିକ ସ୍କୁଲ ପଛପଟେ ଥିବା ରଙ୍ଗମାଟିଆ ଡମ୍ପିଂୟାର୍ଡରେContinue reading “ଗନ୍ଧରେ ଫାଟି ପଡୁଛି ପରିବେଶ, ପାଠ ପଢିପାରୁନାହାନ୍ତି ପିଲା”
Tag Archives: News
ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ ନାମ । ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ହେଲା ପରିଣତ
କନକ ବ୍ୟୁରୋ : କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଆଜି ଭବାନୀପାଟଣା ଯାଇ ରେଣ୍ଡୋ ମାଝୀ ମେଡିକାଲ କଲେଜର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୪୮୧ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଭବାନିପାଟଣା ମେଡିକାଲ କଲେଜ ଓ ହସ୍ପିଟାଲକୁ ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ ରେଣ୍ଡୋ ମାଝୀଙ୍କ ନାଁରେ ନାମିତ କରାଯାଇଛି । ୨ ଦଶନ୍ଧି ଧରି ଜିଲ୍ଲାରେ ମେଡିକାଲ କଲେଜ୍ ନେଇ ହେଉଥିବା ଦାବି ପୂରଣ ହୋଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିContinue reading “ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟ ନାମ । ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ହେଲା ପରିଣତ”
ଗରିବଙ୍କ ହାତରେ କଳାଟଙ୍କା ଦେଉଛି କିଏ? ଖୋଳତାଡ଼ ଆରମ୍ଭ କଲେ ଇଡି ଓ ଇଓଡବ୍ଲୁ
କନକ ବ୍ୟୁରୋ : ଗରିବ ଦିନ ମଜୁରିଆଙ୍କ ହାତରେ ପ୍ରତିଦିନ କିଏ ଧରାଇ ଦେଉଛି ୨୦୦୦ ଟଙ୍କିଆ ନୋଟ୍? ୨୦ ହଜାର ଟଙ୍କା ବଦଳ କରିବାକୁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ପ୍ରତିଦିନ ଆସୁଥିବାରୁ ଏହି ସନ୍ଦେହ ବଢିବାରେ ଲାଗିଛି । କେଉଁ ଧନୀ ବ୍ୟକ୍ତିଙ୍କ କଳା ଟଙ୍କାକୁ ଧଳା କରିବା ପାଇଁ ଏମାନେ ବାରମ୍ବାର ଆରବିଆଇ ଆଂଚଳିକ କାର୍ଯ୍ୟାଳୟ ଆଗରେ ଧାଡି ଲଗାଉଛନ୍ତି? କଳାଧନର ସେହି କୁବେରଙ୍କୁ ଖୋଜିବା ପାଇଁ ଏବେ ତତ୍ପରତା ଆରମ୍ଭ ହୋଇଛି ।Continue reading “ଗରିବଙ୍କ ହାତରେ କଳାଟଙ୍କା ଦେଉଛି କିଏ? ଖୋଳତାଡ଼ ଆରମ୍ଭ କଲେ ଇଡି ଓ ଇଓଡବ୍ଲୁ”
ମାଲାୟଲମ ଅଭିନେତ୍ରୀଙ୍କ ଦୁଃଖଦ ବିୟୋଗ । ୮ମାସର ଥିଲେ ଗର୍ଭବତୀ, ଏବେ ଆଇସିୟୁରେ ପିଲା
କନକ ବ୍ୟୁରୋ : ମାଲାୟଲମ ଇଣ୍ଡଷ୍ଟ୍ରିଜରେ ଶୋକର ଛାୟା ଖେଳିଯାଇଛି । ଟେଲିଭିଜନର ପ୍ରସିଦ୍ଧ କଳାକାର ଡ.ପ୍ରିୟାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ୩୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ସୂଚନା ଥାଉ କି, ଅଭିନେତ୍ରୀ ପ୍ରିୟା ୮ମାସର ଗର୍ଭବତୀ ଥିଲେ । ତାଙ୍କ ମୃତ୍ୟୁ ନେଇ ଅଭିନେତା କିଶୋର ସତ୍ୟା ଦେଇଛନ୍ତି । ସେ ସୋସିଆଲ ମିଡିଆରେ ପ୍ରିୟାଙ୍କ ଫଟୋ ସେୟାର କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । କିଶୋର ସତ୍ୟା ଲେଖିଛନ୍ତି କି,Continue reading “ମାଲାୟଲମ ଅଭିନେତ୍ରୀଙ୍କ ଦୁଃଖଦ ବିୟୋଗ । ୮ମାସର ଥିଲେ ଗର୍ଭବତୀ, ଏବେ ଆଇସିୟୁରେ ପିଲା”
୧୨ ବର୍ଷ ହେଲା ବାଉଁଶ ପୋଲ ପାଲଟିଛି ଭରସା । ବିରୋଧ ପାଇଁ ସଜବାଜ ହେଲେଣି ଗାଁ ଲୋକ ।
କନକ ବ୍ୟୁରୋ: ୧୨ ବର୍ଷ ହେଲା ବାଉଁଶ ପୋଲ ପାଲଟିଛି ଭରସା । ଶୁଣୁନି ପ୍ରଶାସନ । ବିରୋଧ ପାଇଁ ସଜବାଜ ହେଲେଣି ଗାଁର ଲୋକେ । ପୋଲସରା ବଡପଙ୍କଳ ପଞ୍ଚାୟତର ଚଣ୍ଡିରାମଚନ୍ଦ୍ରପୁରରେ ଗମନାଗମନ ସମସ୍ୟା । ଯିବା ଆସିବା ପାଇଁ ପ୍ରତିବର୍ଷ ଲୋକେ ବାଉଁଶ ଏକାଠି କରି ବାଘୁଆ ନଦୀ ଉପରେ ପୋଲ ତିଆରି କରୁଛନ୍ତି । ଆଉ ତାରି ଉପରେ ବିପଦସଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଛନ୍ତି ଛୋଟରୁ ବଡ ସମସ୍ତେ । ଘରୁContinue reading “୧୨ ବର୍ଷ ହେଲା ବାଉଁଶ ପୋଲ ପାଲଟିଛି ଭରସା । ବିରୋଧ ପାଇଁ ସଜବାଜ ହେଲେଣି ଗାଁ ଲୋକ ।”
କଇଁଛଙ୍କ ଅଣ୍ଡାଦାନ ସମୟ ଥିବାରୁ ସୁରକ୍ଷା ନେଇ ବ୍ୟବସ୍ଥା । ବନ୍ଦ ହେଲା ମାଛ ମରା, ଟ୍ରଲର ଚଳାଚଳ ଉପରେ ରୋକ୍ ।
କନକ ବ୍ୟୁରୋ: କଇଁଛ ଋତୁ ପାଇଁ ଆରମ୍ଭ ହୋଇଛି କଟକଣା । କଇଁଛ ମାନଙ୍କ ଏବେ ଅଣ୍ଡା ଦାନ ସମୟ । କଇଁଛଙ୍କ ଏନ୍ତୁଡିଶାଳ କୁହଯାଉଥିବା ଗହୀର ମଥାରେ ଏବେ ସେମାନଙ୍କ ସୁରକ୍ଷା ଉପରେ ଦିଆଯାଇଛି ଗୁରୁତ୍ୱ । ଗହୀରମଥା ସମେତ ଧାମରା ମୁହାଁଣରୁ ଦେବୀ ମୁହାଣ ଯାଏଁ ୧୬୦ କିଲୋମିଟର ପର୍ଯ୍ୟନ୍ତ ଲାଗିଛି କଟକଣା । ନଭେମ୍ବର ୧ ତାରିଖରୁ ମଇ ମାସ ୩୧ ତାରିଖ ଯାଏଁ ୭ ମାସ ଧରି ମାଛଧରିବାରୁ ନେଇ ବୋଟ୍,Continue reading “କଇଁଛଙ୍କ ଅଣ୍ଡାଦାନ ସମୟ ଥିବାରୁ ସୁରକ୍ଷା ନେଇ ବ୍ୟବସ୍ଥା । ବନ୍ଦ ହେଲା ମାଛ ମରା, ଟ୍ରଲର ଚଳାଚଳ ଉପରେ ରୋକ୍ । “
ସୀମା ଡେଉଁଛି କଳାକାରଙ୍କ କଳି: ପୁଣି ମନୋଜ ମିଶ୍ରଙ୍କୁ ଅରିନ୍ଦମଙ୍କ ଟାର୍ଗେଟ୍ ।
କନକ ବ୍ୟୁରୋ: ଥମୁନି କଳାକାର କଳି । କମିବା ବଦଳରେ ଆହୁରି ତେଜୁଛି ସିନେ କଳାକାରଙ୍କ କଳି । ନିଜ ନିଜ ଭିତରେ ଦୋଷ ଲଦାଲଦି, ଆରୋପ ପ୍ରତ୍ୟାରୋପ ଜୋରଦାର ଚାଲୁଥିବା ବେଳେ ଜଣେ ପରେ ଜଣେ କଳାକାର ସାମ୍ନାକୁ ଆସି ନିଜ ମତ ରଖୁଛନ୍ତି । ଗୋଟେ ପଟେ କଳାକାରଙ୍କ ମତ ଓଡିଆ ସିନେ ଜଗତର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ମଝିରେ ମଝିରେ ନେତାଙ୍କ ଏଣ୍ଟ୍ରି ନିଆଁରେ ଘିଅ ଢାଳିବା ପରିContinue reading “ସୀମା ଡେଉଁଛି କଳାକାରଙ୍କ କଳି: ପୁଣି ମନୋଜ ମିଶ୍ରଙ୍କୁ ଅରିନ୍ଦମଙ୍କ ଟାର୍ଗେଟ୍ ।”
ଅନ୍ଧାରରେ ଭବିଷ୍ୟତ । ଗୋଟିଏ ଘରେ ଦୁଇଟି ଶ୍ରେଣୀ ପିଲାଙ୍କ ପାଠପଢା । କଳାପଟା ଦୁଇ ଭାଗ କରି ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ଚାଲିଛି ଶିକ୍ଷାଦାନ
କନକ ବ୍ୟୁରୋ: ବିପର୍ଯ୍ୟସ୍ତ ହୋଇପଡିଛି ଶିକ୍ଷା ବ୍ୟବସ୍ଥା । ଅନ୍ଧାରରେ ଗଡୁଛି ପିଲାଙ୍କ ଭବିଷ୍ୟତ । କେଉଁଠି ପିଲାଙ୍କ ପାଇଁ ଶ୍ରେଣୀ ଗୃହନଥିବା ବେଳେ କେଉଁଠି ବିପଦ ସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି ପିଲାମାନେ । ସେହିଭଳି ନିଆଳି ରତନପୁର ସରକାରୀ ଉଚ୍ଚ ବିଦ୍ୟାଳୟରରୁ ଆସିଥିବା ଖବର ହିଁ କହିଦେଉଛି ଶିକ୍ଷା ବ୍ୟବସ୍ଥା କିଭଳି ଚାଲିଛି । ୪ଟି ଶ୍ରେଣୀଗୃହରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପଢୁଛନ୍ତି ପାଠ । ବିଦ୍ୟାଳୟ ଘର ନଥିବାରୁ ଗୋଟିଏContinue reading “ଅନ୍ଧାରରେ ଭବିଷ୍ୟତ । ଗୋଟିଏ ଘରେ ଦୁଇଟି ଶ୍ରେଣୀ ପିଲାଙ୍କ ପାଠପଢା । କଳାପଟା ଦୁଇ ଭାଗ କରି ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ଚାଲିଛି ଶିକ୍ଷାଦାନ”
କାନ୍ଦୁଛି ବରଗଡ ଆତ୍ମା । ସମସ୍ୟା ଭିତରେ ଚିନିକଳ କର୍ମଚାରୀ । କାମ ହରାଇବା ପରେ ପରିବାର ଚଳାଇବା ନେଇ ବଢୁଛି ଚିନ୍ତା
କନକ ବ୍ୟୁରୋ: କାନ୍ଦୁଛି ବରଗଡ଼ର ଆତ୍ମା । ଭୋକ ଉପାସରେ ଚିନି କଳର କର୍ମଚାରୀ । କାହିଁକି ବନ୍ଦ ହୋଇଯାଇଛି ଚିନି କଳ? ଚିନିକଳ ବନ୍ଦ ପାଇଁ ଦାୟୀ କିଏ ? ଏନେଇ ଅନେକ ପ୍ରଶ୍ନ ଉଠୁଛି । ଚିନିକଳ ବନ୍ଦ ହୋଇଯିବା ଯୋଗୁ ଏହା ଉପରେ ନିର୍ଭର କରୁଥିବା ଅନେକ ପରିବାର ଦାନା ମୁଠାଏ ଯୋଗାଡ କରିପାରୁନାହାନ୍ତି । ରୋଜଗାର ହରାଇ ଭୋକ ଉପାସରେ ବିତୁଛି ଜୀବନ । ରାଜ୍ୟ ସରକାର ନୂଆ ଶିଳ୍ପ ପ୍ରତିଷ୍ଠାContinue reading “କାନ୍ଦୁଛି ବରଗଡ ଆତ୍ମା । ସମସ୍ୟା ଭିତରେ ଚିନିକଳ କର୍ମଚାରୀ । କାମ ହରାଇବା ପରେ ପରିବାର ଚଳାଇବା ନେଇ ବଢୁଛି ଚିନ୍ତା”
ଥମୁନି ବୌଦ୍ଧ ବନ୍ଧାପଥର ଗାଁ ବିସ୍ଥାପିତଙ୍କ ଦୁଃଖ କାହାଣୀ । ମନ୍ଦିର ଯୋଗୁ ସ୍ଥାନାନ୍ତର ପରେ ତାଳ ବାହୁଙ୍ଗା ତଳେ ବିତୁଛି ଜୀବନ
କନକ ବ୍ୟୁରୋ: ମନ୍ଦିର ଆଗ, ମଣିଷ ପଛ । ମନ୍ଦିର ପାଇଁ ବିସ୍ଥାପିତ ପରିବାରର ବଢୁଛି ଦୁଃଖ । ରାସ୍ତା କଡରେ କାଟୁଛନ୍ତି ଯାଯାବର ଜୀବନ । ବୌଦ୍ଧ ହରଭଙ୍ଗା ବ୍ଲକ ବନ୍ଧାପଥର ଗାଁରୁ ବିସ୍ଥାପିତ ହୋଇଥିବା ଲୋକେ ଏବେ ବି ଅବହେଳିତ ହୋଇ ପଡିରହିଛନ୍ତି । ମନ୍ଦିର ପାଇଁ ୩୦ରୁ ୩୫ ପରିବାରଙ୍କୁ ବିସ୍ଥାପିତ କରାଯାଇଥିବା ବେଳ ଏବେ ତାଳ ବାହୁଙ୍ଗା ତଳେ ବିତୁଛି ସେମାନଙ୍କ ଜୀବନ । ପେଟ ପାଟଣା ପାଇଁ ଖଜୁରୀ ପତ୍ରContinue reading “ଥମୁନି ବୌଦ୍ଧ ବନ୍ଧାପଥର ଗାଁ ବିସ୍ଥାପିତଙ୍କ ଦୁଃଖ କାହାଣୀ । ମନ୍ଦିର ଯୋଗୁ ସ୍ଥାନାନ୍ତର ପରେ ତାଳ ବାହୁଙ୍ଗା ତଳେ ବିତୁଛି ଜୀବନ”