କଳାହାଣ୍ଡିରେ ଗଡିଲା ଲକ୍ଷ୍ମୀ ବସ୍ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ : କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହିଦ ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟ ଉଦଘାଟନୀ ଉତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର କରିଛନ୍ତି ଶୁଭାରମ୍ଭ । ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଗଡିବ ଲକ୍ଷ୍ମୀ ବସ୍ । କମ୍ ପଇସାରେ ଗନ୍ତବ୍ୟସ୍ଥଳକୁ ଯାଇପାରିବେ ଲୋକେ । ଏଣିକି ଗୋଟିଏ ସ୍ଥାନରୁ ଅନ୍ୟଏକ ସ୍ଥାନକୁ ଯିବା ପାଇଁ ଲୋକଙ୍କ ପାଖରେ ରହିବ ଶକ୍ତି ଓ ସାମର୍ଥ୍ୟ । ଯେଉଁContinue reading “କଳାହାଣ୍ଡିରେ ଗଡିଲା ଲକ୍ଷ୍ମୀ ବସ୍ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ”

କଳାହାଣ୍ଡିରେ ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଲୋକାର୍ପିତ । ୧୦୦ ସିଟ୍ ବିଶିଷ୍ଟ ମେଡିକାଲ କଲେଜକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ଭବାନୀପାଟଣାରେ ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର କଳାହାଣ୍ଡି ଜିଲ୍ଲା ଗସ୍ତ କରିବା ସହିତ ଏହି ମେଡିକାଲ କଲେଜର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମେଡିକାଲ କଲେଜର ଛାତ୍ରଙ୍କ ସହ ଆଲୋଚନା କରିବା ସହିତ ସେଠାରେ କିପରି ସୁବିଧା ସୁଯୋଗ ରହିଛି ସେ ନେଇ ଆଲୋଚନା କରିଛନ୍ତି । ୧୦୦ ସିଟ୍ ବିଶିଷ୍ଟ ଏହି ମେଡିକାଲ କଲେଜ କଳାହାଣ୍ଡିର ବିକାଶରେContinue reading “କଳାହାଣ୍ଡିରେ ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଲୋକାର୍ପିତ । ୧୦୦ ସିଟ୍ ବିଶିଷ୍ଟ ମେଡିକାଲ କଲେଜକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ।”

ଆରବିଆଇ ସାମ୍ନାରେ ଇଓଡବ୍ଲୁ ପଚାରୁଛି କାହାର ଏ ଟଙ୍କା? ଫଟୋ ଉଠାଇବା ସହ ନାଁ ଓ ଠିକଣା ସଂଗ୍ରହ କରୁଛି ୨ ଜଣିଆ ଟିମ୍ । 

କନକ ବ୍ୟୁରୋ :୨ ହଜାର ଟଙ୍କା ନୋଟ ବଦଳାଇବାକୁ ଆରବିଆଇ ସାମ୍ନାରେ ଭିଡ ଲାଗିବା ପରେ ଏବେ ଏହାକୁ ନେଇ ତନାଘନା ଆରମ୍ଭ କରିଛି ଇଓଡବ୍ଲୁ । ଟଙ୍କା ବଦଳାଇବାକୁ କିଛି ଦଲାଲ ଦିନ ମଜୁରିଆଙ୍କୁ ଛିଡା କରାଉଥିବାର ଖବର ସାମ୍ନାକୁ ଆସିବା ପରେ ଇଓଡବ୍ଲୁ ଟଙ୍କା ବଦଳାଇବାକୁ ଆରବିଆଇ ସାମ୍ନାରେ ଛିଡା ହୋଇଥିବା ଲୋକଙ୍କୁ ପଚରାଉଚରା ଆରମ୍ଭ କରିଛି । ଟଙ୍କା କାହାର, କେଉଁଠୁ ଆସିଲା, ଏତେ ଦିନ ହେବ କାହିଁକି ଟଙ୍କା ବଦଳାଇନଥିଲେ, ଏContinue reading “ଆରବିଆଇ ସାମ୍ନାରେ ଇଓଡବ୍ଲୁ ପଚାରୁଛି କାହାର ଏ ଟଙ୍କା? ଫଟୋ ଉଠାଇବା ସହ ନାଁ ଓ ଠିକଣା ସଂଗ୍ରହ କରୁଛି ୨ ଜଣିଆ ଟିମ୍ । “

ମହାରାଷ୍ଟ୍ରରେ ତେଜିବାରେ ଲାଗିଛି ମରାଠା ସଂରକ୍ଷଣ ଆନ୍ଦୋଳନ । ଦାବିକୁ ନେଇ ୯ଜଣ ଆତ୍ମହତ୍ୟା କରିଥିବା ସୂଚନା

କନକ ବ୍ୟୁରୋ : ମହାରାଷ୍ଟ୍ରରେ ତେଜିବାରେ ଲାଗିଛି ମରାଠା ସଂରକ୍ଷଣ ଆନ୍ଦୋଳନ । ଏହି ଦାବିକୁ ନେଇ ମଙ୍ଗଳବାର ୯ଜଣ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଗତ ୧୩ ଦିନରେ ୨୬ ଜଣ ଆତ୍ମହତ୍ୟା କରି ସାରିଲେଣି । ଆନ୍ଦୋଳନର ନିଆଁ ତୀବ୍ର ହେବାରେ ଲାଗିଛି । ଏହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସର୍ବଦଳୀୟ ବୈଠକ କରିଛନ୍ତି । ସେପଟେ ଶିବସେନାର ଉଦ୍ଧବ ଗୋଷ୍ଠୀର ବିଧାୟକ ଓ ସାଂସଦଙ୍କୁ ବୈଠକରେ ଡକାଯାଇ ନାହିଁContinue reading “ମହାରାଷ୍ଟ୍ରରେ ତେଜିବାରେ ଲାଗିଛି ମରାଠା ସଂରକ୍ଷଣ ଆନ୍ଦୋଳନ । ଦାବିକୁ ନେଇ ୯ଜଣ ଆତ୍ମହତ୍ୟା କରିଥିବା ସୂଚନା”

ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ ନେଇ ସେନାର ମେଜରଙ୍କୁ ନୀଲମ୍ବିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡରେ ମୁତୟନ ଥିବା ମେଜରଙ୍କୁ ସେନାରୁ ବରଖାସ୍ତ

କନକ ବ୍ୟୁରୋ : ପାକିସ୍ତାନ ଗୁଇନ୍ଦା ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ ନେଇ ସେନାର ମେଜରଙ୍କୁ ନିଲମ୍ବିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡରେ ମୁତୟନ ଥିବା ସେନାର ବଡ ଅଧିକାରୀଙ୍କୁ ସେବାରୁ ବରଖାସ୍ତ କରିଛନ୍ତି ରାଷ୍ଟ୍ରପତି ମୁର୍ମୁ । ୩୧ ଅକ୍ଟୋବରରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ବସିଥିଲା ଉଚ୍ଚ ସ୍ତରୀୟ ଯାଞ୍ଚ କମିଟି । ସେଥିରେ ଏସସିଏଫ୍ ମେଜର ଦୋଷୀ ସାବ୍ୟସ୍ତ ହୋଇଥିଲେ । ଆଉ ଏହାପରେ ରାଷ୍ଟ୍ରପତି ମୁର୍ମୁ ତାଙ୍କୁContinue reading “ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ ନେଇ ସେନାର ମେଜରଙ୍କୁ ନୀଲମ୍ବିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡରେ ମୁତୟନ ଥିବା ମେଜରଙ୍କୁ ସେନାରୁ ବରଖାସ୍ତ”

ବିହାର ଖଜାକୁ ମିଳିଲା ଜିଆଇ ଟ୍ୟାଗ୍ । ପୁରୀ ଖଜାକୁ କେବେ ମିଳିବ ମାନ୍ୟତା ?

କନକ ବ୍ୟୁରୋ : ବିହାର ଖଜାକୁ ମିଳିଲା ମାନ୍ୟତା । ପୁରୀର ଖଜାକୁ କେବେ ମିଳିବ ମାନ୍ୟତା । ସେନେଇ ଜୋର ଧରିଲାଣି ଦାବି । ଖଜାର ଉତ୍ପତି କେଉଁଠି ଓଡ଼ିଶାର ନା ବିହାରର ତାକୁ ନେଇ ଉଠିଛି ପ୍ରଶ୍ନ । କାରଣ ବର୍ଷ ବର୍ଷ ହେବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଖରେ ଲାଗି ହୋଇ ଆସୁଛି ଖଜା । ଛପନ ଭୋଗର ଅଂଶବିଶେଷ ଭାବେ ଖଜାର ନିଆରା ପରିଚୟ ରହିଛି । ପୁରୀ ଖଜାର ରୂପ, ସ୍ୱାଦContinue reading “ବିହାର ଖଜାକୁ ମିଳିଲା ଜିଆଇ ଟ୍ୟାଗ୍ । ପୁରୀ ଖଜାକୁ କେବେ ମିଳିବ ମାନ୍ୟତା ?”

ଆରମ୍ଭ ହେଉଛି ଅଲିଭ୍ ରିଡଲେଙ୍କ ପ୍ରଜନନ ଋତୁ । ୭ ମାସ ଧରି ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ଅଲିଭ୍ ରିଡଲେଙ୍କ ପ୍ରଜନନ ଋତୁ । କେନ୍ଦ୍ରାପଡ଼ା ଗହୀରମଥା ଉପକୂଳକୁ ହେବ ଅଲିଡ୍ ରିଡଲେ କଇଁଛଙ୍କ ଆଗମନ । ଏଥିପାଇଁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଣରୁ ଦେବୀ ମୁହାଣ ଯାଏଁ ୧୬୦ କିଲୋମିଟର ପର୍ଯ୍ୟନ୍ତ କଟକଣା ଲାଗିଛି । ଆଜିଠାରୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ୭ ମାସ ଧରି ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଏଥି ସହContinue reading “ଆରମ୍ଭ ହେଉଛି ଅଲିଭ୍ ରିଡଲେଙ୍କ ପ୍ରଜନନ ଋତୁ । ୭ ମାସ ଧରି ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା”

ପାରାଦୀପରେ ଆଜିଠୁ  ମେ’ ୩୧ ଯାଏଁ ସମୁଦ୍ରରେ ମାଛ ଧରିବା ମନା । ସମୁଦ୍ରକୂଳରୁ ୨୦ କିଲୋମିଟର ଯାଏଁ ଚାଲିପାରିବନି ଯନ୍ତ୍ର ଚାଳିତ ଡଙ୍ଗା ଓ ଟ୍ରଲର । 

କନକ ବ୍ୟୁରୋ : ସମୁଦ୍ର ଭିତରେ ମାଛଧରା ଉପରେ ଲାଗିଲା କଟକଣା । ପାରାଦୀପରେ ନଭେମ୍ବର ୧ରୁ ମେ’ ୩୧ ଯାଏ ଉପକୂଳରୁ ସମୁଦ୍ର ଭିତରକୁ ମାଛ ଧରିବାରେ କଟକଣା ଜାରି କଲେ ସରକାର । ସମୁଦ୍ର କୂଳ ଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଯନ୍ତ୍ର ଚାଳିତ ଡଙ୍ଗା କି ଟ୍ରଲର ଯିବାକୁ ବାରଣ କରାଯାଇଛି । କାରଣ ଏହି ସମୟରେ ଦୂର ସମୁଦ୍ରରୁ କୂଳକୁ ଆସୁଛନ୍ତି ଅଣ୍ଡାଦାନ କରିବାକୁ କଇଁଛ । ସେମାନଙ୍କ ସୁରକ୍ଷାକୁ ପ୍ରାଧାନ୍ୟContinue reading “ପାରାଦୀପରେ ଆଜିଠୁ  ମେ’ ୩୧ ଯାଏଁ ସମୁଦ୍ରରେ ମାଛ ଧରିବା ମନା । ସମୁଦ୍ରକୂଳରୁ ୨୦ କିଲୋମିଟର ଯାଏଁ ଚାଲିପାରିବନି ଯନ୍ତ୍ର ଚାଳିତ ଡଙ୍ଗା ଓ ଟ୍ରଲର । “

ଟଙ୍କା ବଦଳାଇବାକୁ ଆରବିଆଇ ସାମ୍ନାରେ ପ୍ରବଳ ଗହଳି । ପ୍ରଶ୍ନ ଉଠିଲା, କାହା ଟଙ୍କା ବଦଳାଉଛନ୍ତି ଦିନ ମଜୁରିଆ? 

କନକ ବ୍ୟୁରୋ : ଆଜି ବି ଆରବିଆଇ ଆଗରେ ଲୋକଙ୍କ ଗହଳି । ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ସକାଳୁ ସକାଳୁ ଲାଗିଛି ଲମ୍ବା ଲାଇନ୍ । ଆଜି ବି ଆରବିଆଇ ଆଗରେ ଟଙ୍କା ବଦଳାଇବା ପାଇଁ ଭିଡ ଜମାଇଛନ୍ତି ଅନେକ ଦିନ ମଜୁରିଆ । ୩ ଦିନ ହେବ ଏମାନେ ଆସି ଆରବିଆଇ ଆଗରେ ନୋଟ୍ ବଦଳାଇବା ପାଇଁ ଛିଡା ହେଉଛନ୍ତି । ଏତେ ପରିମାଣରେ ୨ ହଜାର ଟଙ୍କିଆ ନୋଟ୍ କେଉଁଠୁContinue reading “ଟଙ୍କା ବଦଳାଇବାକୁ ଆରବିଆଇ ସାମ୍ନାରେ ପ୍ରବଳ ଗହଳି । ପ୍ରଶ୍ନ ଉଠିଲା, କାହା ଟଙ୍କା ବଦଳାଉଛନ୍ତି ଦିନ ମଜୁରିଆ? “

ମୁମ୍ବାଇ ଓ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ଫୁଟିବନି ବାଣ । ମ୍ୟାଚ୍ ପୂର୍ବରୁ ବିସିସିଆଇର ବଡ ନିଷ୍ପତ୍ତି ।

କନକ ବ୍ୟୁରୋ : ମୁମ୍ବାଇ ଓ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ଫୁଟିବନି ବାଣ । ବାୟୂ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ବିସିସିଆଇ । ଏନେଇ ଆଇସିସିକୁ ମଧ୍ୟ ଅବଗତ କରିଛି ବିସିସିଆଇ । ଉଭୟ ଦିଲ୍ଲୀ ଓ ମୁମ୍ବାଇରେ ଏବେ ବାୟୂ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି । ଆସନ୍ତାକାଲି ଶ୍ରୀଲଙ୍କା ବିପକ୍ଷରେ ମୁମ୍ବାଇରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ମ୍ୟାଚ୍ ଆରମ୍ଭ ପୂର୍ବରୁ ଏଭଳି ନିଷ୍ପତ୍ତି ନେଇଛି ବିସିସିଆଇContinue reading “ମୁମ୍ବାଇ ଓ ଦିଲ୍ଲୀରେ ହେବାକୁ ଥିବା ମ୍ୟାଚରେ ଫୁଟିବନି ବାଣ । ମ୍ୟାଚ୍ ପୂର୍ବରୁ ବିସିସିଆଇର ବଡ ନିଷ୍ପତ୍ତି ।”

Design a site like this with WordPress.com
Get started