କନକ ବ୍ୟୁରୋ : ଶିମିଳିପାଳ ଅଭୟାରଣ୍ୟ ନିକଟବର୍ତୀ ଅଂଚଳରୁ ପୁଣି ଜବତ ହେଲା ଦେଶୀ ବନ୍ଧୁକ । ଶିମିଳିପାଳ ପୋଲିସର ସର୍ଚ୍ଚ ଅପରେସନ୍ ବେଳେ ୭୧ଟି ଦେଶୀ ବନ୍ଧୁକ ଜବତ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନ୍ ଜାରି ରହିଥିବାବେଳେ ଏତେ ପରିମାଣର ବନ୍ଧୁକ ଜବତ ହୋଇଥିବା ସୂଚନା ଦେଇଛି ଶିମିଳିପାଳ ପୋଲିସ । ଶିମିଳିପାଳ ସଂଲଗ୍ନ ୯ଟି ଥାନା ଅଧିନରେ ଥିବା ଗାଁ ଗୁଡିକରେ ସର୍ଚ୍ଚ ଅପରେସନ୍ କରି ୭୧ଟି ଦେଶୀ ବନ୍ଧୁକ ଜବତContinue reading “ଶିମିଳିପାଳ ପୋଲିସକୁ ବଡ ସଫଳତା । ସର୍ଚ୍ଚ ଅପରେସନ ବେଳେ ଜବତ ହେଲା ୭୧ ଦେଶୀ ବନ୍ଧୁକ, ଅଭୟାରଣ୍ୟକୁ ଶିକାର ଓ ଶିକାରୀ ମୁକ୍ତ କରିବାକୁ ଚାଲିଛି ତଲାସୀ ଅଭିଯାନ । “
Tag Archives: News
ଗାଜାରେ ଇସ୍ରାଏଲର ଗ୍ରାଉଣ୍ଡ ଅପରେସନ । ହମାସର ୬୦୦ ଆଡ୍ଡା ଧ୍ୱଂସ ।
କନକ ବ୍ୟୁରୋ : ଗାଜାରେ ହମାସ ବିପକ୍ଷରେ ଇସ୍ରାଏଲ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି । ଗାଜାକୁ ୩ ପାଶ୍ୱର୍ରୁ ଘେରି ଅପରେସନକୁ ଜୋରଦାର କରିଛି ଇସ୍ରାଏଲ ସେନା । ଘାତକ ଟ୍ୟାଙ୍କର ସହ ଆଗକୁ ବଢୁଛି ଇସ୍ରାଏଲ ସେନା । କେବଳ ଗ୍ରାଉଣ୍ଡ ଅପରେସନ ନୁହେଁ ବରଂ ଆକାଶପଥରୁ ମଧ୍ୟ ହମାସର ଆଡ୍ଡା ଉପରେ ଆକ୍ରମଣ କରି ଚାଲିଛି ଇସ୍ରାଏଲ । ଏବେସୁଦ୍ଧା ଗ୍ରାଉଣ୍ଡ ଅପରେସନରେ ହମାସର ୬୦୦ରୁ ଅଧିକ ଆଡ୍ଡାକୁ ଧ୍ୱଂସ କରିଛି ଇସ୍ରାଏଲContinue reading “ଗାଜାରେ ଇସ୍ରାଏଲର ଗ୍ରାଉଣ୍ଡ ଅପରେସନ । ହମାସର ୬୦୦ ଆଡ୍ଡା ଧ୍ୱଂସ ।”
ନିର୍ବାଚନ ପୂର୍ବରୁ ବ୍ରହ୍ମଗିରି ବିଜେଡିରେ ଫାଟ । ସଂଜୟ ଦାସ ବର୍ମାଙ୍କୁ ବିରୋଧ କରିବା ନେଇ ଶତାଧିକ କର୍ମୀଙ୍କୁ କରାଗଲା ଶପଥ ପାଠ
କନକ ବ୍ୟୁରୋ: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ସଜବାଜ ହେଲେଣି ନେତା ଓ କର୍ମୀ । କିଏ ହେବ ନେତା, କାହାକୁ ମିଳିବ ଏହାକୁ ନେଇ ଆରମ୍ଭ ହୋଇ ଗଲାଣି ଅଙ୍କ କଷା । ଏହାରି ଭିତର ବ୍ରହ୍ମଗିରିରେ ଦେଖିବାକୁ ମିଳିଛି ଏକ ରୋଚକ ଦୃଶ୍ୟ । ବ୍ରହ୍ମଗିରିରେ ବିଜେଡି ଜିଲ୍ଲା ପରିଷଦ କୈଳାଶ ପରିଡାଙ୍କ ନେତୃତ୍ୱରେ ଆୟୋଜିତ ହୋଇଛି ବିରାଟ ବୈଠକ । ବୈଠକରେ ସଂଜୟ ଦାସ୍ ବର୍ମାଙ୍କୁ ବୟକଟ୍ କରାଯିବା ସହ ନୂଆContinue reading “ନିର୍ବାଚନ ପୂର୍ବରୁ ବ୍ରହ୍ମଗିରି ବିଜେଡିରେ ଫାଟ । ସଂଜୟ ଦାସ ବର୍ମାଙ୍କୁ ବିରୋଧ କରିବା ନେଇ ଶତାଧିକ କର୍ମୀଙ୍କୁ କରାଗଲା ଶପଥ ପାଠ”
ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କଲେ ନୂୂଆ ରାଜ୍ୟପାଳ ରଘୁବର ଦାସ । ଶପଥ ପୂର୍ବରୁ ଭୋଳାବାବାଙ୍କ ଆଶିଷ ନେଲେ । ଦିନ ୧୧ଟା ୪୫ରେ ନେବେ ଶପଥ ।
କନକ ବ୍ୟୁରୋ: ଆଜି ରାଜ୍ୟକୁ ମିଳିବ ନୂଆ ରାଜ୍ୟପାଳ । ରାଜ୍ୟର ୨୬ତମ ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିବେ ରଘୁବର ଦାସ । ଶପଥ ଗ୍ରହଣ ପୂର୍ବରୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ରଘୁବର ଦାସ । ଦିନ ୧୧ ଟା ୪୫ରେ ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏହାପୂର୍ବରୁ ସେ ଗତକାଲି ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ଆଉ ପରେ ରାଜଭବନରେ ପହଞ୍ଚିବା ପରେ ନୂଆ ରାଜ୍ୟପାଳଙ୍କୁContinue reading “ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କଲେ ନୂୂଆ ରାଜ୍ୟପାଳ ରଘୁବର ଦାସ । ଶପଥ ପୂର୍ବରୁ ଭୋଳାବାବାଙ୍କ ଆଶିଷ ନେଲେ । ଦିନ ୧୧ଟା ୪୫ରେ ନେବେ ଶପଥ । “
ମହାରାଷ୍ଟ୍ରରେ ସଂରକ୍ଷଣ ନିଆଁ । ୨ ବିଧାୟକଙ୍କ ଘର ପୋଡିଲେ,ଟେକା ପଥର ମାଡ କଲେ ଉପଦ୍ରବକାରୀ । ବଢୁଛି ମରାଠା ସମ୍ପ୍ରଦାୟଙ୍କୁ ସଂରକ୍ଷଣ ଦାବି
କନକ ବ୍ୟୁରୋ: ମହାରାଷ୍ଟ୍ରରେ ଆରକ୍ଷଣ ତାତି । ମରାଠା ସଂରକ୍ଷଣ ଆନ୍ଦୋଳନ ଏବେ ହିଂସାତ୍ମକ ରୂପ ନେବା ଆରମ୍ଭ କରିଛି । ଦୁଇ ଦିନରେ ୨ ବିଧାୟକଙ୍କ ଘର ପୋଡି ଦେଲେଣି ଉପଦ୍ରବକାରୀ । କେବଳ ସେତିକି ନୁହେଁ ସରକରୀ ବସରେ ବି ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ । ପୁଣେ, ବିଡ୍ରେ ଆନ୍ଦୋଳନକାରୀମାନେ ଜଣେ ଏନ୍ସିପି ବିଧାୟକଙ୍କ ଘର ଜାଳି ଦେଇଛନ୍ତି । ଏନସିପି ବିଧାୟକ ପ୍ରକାଶ ସୋଲାଙ୍କେଙ୍କ ଘରେ ଭଙ୍ଗାରୁଜା କରିବା ସହ ନିଆଁContinue reading “ମହାରାଷ୍ଟ୍ରରେ ସଂରକ୍ଷଣ ନିଆଁ । ୨ ବିଧାୟକଙ୍କ ଘର ପୋଡିଲେ,ଟେକା ପଥର ମାଡ କଲେ ଉପଦ୍ରବକାରୀ । ବଢୁଛି ମରାଠା ସମ୍ପ୍ରଦାୟଙ୍କୁ ସଂରକ୍ଷଣ ଦାବି”
ଋଣ ବୋଝ ସହିନପାରି ଜୀବନ ହାରିଲେ ଅଭିନେତ୍ରୀ । ମୃତ୍ୟୁ ପୂର୍ବର ଭିଡିଓ ହେଉଛି ଭାଇରାଲ ।
କନକ ବ୍ୟୁରୋ: ମାଲାୟାଲମ୍ ଅଭିନେତ୍ରୀ ରେଞ୍ଜୁଷା ମେନନ୍ ଙ୍କ ମୃତଦେହ ତିରୁବନନ୍ତପୁରମର ଶ୍ରୀକର୍ୟ୍ୟସ୍ଥିତ ତାଙ୍କ ଆପାର୍ଟମେଣ୍ଟରୁ ମିଳିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୩୫ ବର୍ଷୀୟ ଅଭିନେତ୍ରୀ ତାଙ୍କ ସ୍ୱାମୀ ମନୋଜଙ୍କ ସହ ରହୁଥିବା ଫ୍ଲାଟରେ ଝୁଲନ୍ତା ଅବସ୍ଥାରେ ମିଳିଥିଲେ। ରିପୋର୍ଟ ଅନୁଯାୟୀ, ସେ ଆତ୍ମହତ୍ୟା କରିଥିବା ପୁଲିସ ନିଶ୍ଚିତ କରିଛି । ଅଭିନେତ୍ରୀ ଜଣକ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ ବୋଲି ଜଣାପଡିଛି । ପରେ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରେଞ୍ଜୁଷାContinue reading “ଋଣ ବୋଝ ସହିନପାରି ଜୀବନ ହାରିଲେ ଅଭିନେତ୍ରୀ । ମୃତ୍ୟୁ ପୂର୍ବର ଭିଡିଓ ହେଉଛି ଭାଇରାଲ ।”
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନରେ ସାରା ଦେଶରେ ରନ୍ ଫର ୟୁନିଟି ଗଣଦୌଡ । ଗୁଜରାଟ ଏକତା ନଗରରେ ସାମିଲ ହେଲେ ପ୍ରଧାନମନ୍ତ୍ରୀଙ୍କ ସହ , ଗୃହମନ୍ତ୍ରୀ ।
କନକ ବ୍ୟୁରୋ: ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ । ଏଥିପାଇଁ ସାରା ଦେଶରେ ପାଳିତ ହେଉଛି ରନ୍ ଫର ୟୁନିଟି କାର୍ଯ୍ୟକ୍ରମ । କିଛି ସମୟ ପରେ ଗୁଜୁରାଟ ଏକତା ନଗରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରଧାନମନ୍ତ୍ରୀ । ବିଏସ୍ଏଫ୍ ଓ ବିଭିନ୍ନ ରାଜ୍ୟ ପୋଲିସ ଦ୍ୱାରା ରାଷ୍ଟ୍ରୀୟ ଏକତା ପରେଡ୍ର ଆୟୋଜନ କରାଯିବ । ସିଆରପିଏଫ୍ର ସବୁContinue reading “ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନରେ ସାରା ଦେଶରେ ରନ୍ ଫର ୟୁନିଟି ଗଣଦୌଡ । ଗୁଜରାଟ ଏକତା ନଗରରେ ସାମିଲ ହେଲେ ପ୍ରଧାନମନ୍ତ୍ରୀଙ୍କ ସହ , ଗୃହମନ୍ତ୍ରୀ ।”
ଆଜି କୋର୍ଟରେ ହାଜର ହୋଇପାରନ୍ତି ମାହାଙ୍ଗା ବିଜେଡି ବିଧାୟକ ପ୍ରତାପ ଜେନା । ଅକ୍ଟୋବର ୩୧ ତାରିଖରେ ହାଜର ହେବାକୁ ନୋଟିସ୍ କରିଥିଲେ କୋର୍ଟ
କନକ ବ୍ୟୁରୋ: ମହାଙ୍ଗା ଡବଲ ମର୍ଡର ମାମଲା । ଆଜି କୋର୍ଟରେ ହାଜର ହୋଇପାରନ୍ତି ମାହାଙ୍ଗା ବିଜେଡି ବିଧାୟକ ପ୍ରତାପ ଜେନା । ଅକ୍ଟୋବର ୩୧ ତାରିଖରେ ହଜାର ହେବାକୁ ନୋଟିସ୍ କରିଥିଲେ ସାଲେପୁର ଜେଏମଏଫସି କୋର୍ଟର୍ । ଗତ ସେପ୍ଟେମ୍ବର ପ୍ରତାପଙ୍କ ବିରୋଧରେ ତଦନ୍ତ ଜାରି ରଖିବା ସହ ଭୁବନେଶ୍ୱର କୋର୍ଟକୁ ମାମଲା ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତଥ୍ୟ, ପ୍ରମାଣ, ସାକ୍ଷୀଙ୍କ ବୟାନ ଆଧାରରେ ପ୍ରତାପଙ୍କ ବିରୋଧରେ ଆସିଥିବା ହତ୍ୟା ଅଭିଯୋଗରContinue reading “ଆଜି କୋର୍ଟରେ ହାଜର ହୋଇପାରନ୍ତି ମାହାଙ୍ଗା ବିଜେଡି ବିଧାୟକ ପ୍ରତାପ ଜେନା । ଅକ୍ଟୋବର ୩୧ ତାରିଖରେ ହାଜର ହେବାକୁ ନୋଟିସ୍ କରିଥିଲେ କୋର୍ଟ”
କଳାକାରଙ୍କ କଳିକୁ ନେଇ ପ୍ରଯୋଜକ ଦୁଇ ଭାଗ । ମନୋଜଙ୍କ ଉପରୁ ବାସନ୍ଦ ଉଠାଇବାକୁ ମନା କଲା ୟୁସିସିସି, ସେପଟେ ସପକ୍ଷରେ ବାହାରିଲା ଓଏଫପିଡିଓ
କନକ ବ୍ୟୁରୋ: ମନୋଜ ମିଶ୍ରଙ୍କ ବାସନ୍ଦ ପ୍ରସଙ୍ଗକୁ ନେଇ ଦୁଇ ଭାଗ ହୋଇଯାଇଛିନ୍ତି ପ୍ରାଯୋଜକ । ମନୋଜଙ୍କ ସପକ୍ଷରେ ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସର ବାସନ୍ଦ ଲଗାଇଥିବା ବେଳେ ତାଙ୍କ ସମର୍ଥନରେ ବାହାରିଛି ଓଡ଼ିଶା ଫିଲ୍ମ ପ୍ରଡ୍ୟୁସର୍ସ ଆଣ୍ଡ ଡିଷ୍ଟ୍ରିବ୍ୟୁଟର୍ସ ଗିଲ୍ଡ । ମନୋଜ ମିଶ୍ର ତାଙ୍କ ଫିଲ୍ମ ମାଇଣ୍ଡ ଗେମକୁ ବିଭିନ୍ନ ହଲରେ କାଢିଦିଆଯିବାକୁ ନେଇ ସେ ଡ୍ରିଷ୍ଟ୍ରିବ୍ୟୁଟର୍ସମାନଙ୍କୁ ଦୋଷ ଦେଉଛନ୍ତିି । ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶା ଫିଲ୍ମ ପ୍ରଡ୍ୟୁସର୍ସ ଆଣ୍ଡContinue reading “କଳାକାରଙ୍କ କଳିକୁ ନେଇ ପ୍ରଯୋଜକ ଦୁଇ ଭାଗ । ମନୋଜଙ୍କ ଉପରୁ ବାସନ୍ଦ ଉଠାଇବାକୁ ମନା କଲା ୟୁସିସିସି, ସେପଟେ ସପକ୍ଷରେ ବାହାରିଲା ଓଏଫପିଡିଓ”
୮ ବର୍ଷର ଶିଶୁକୁ ଝାମ୍ପି ନେଲା କଲରାପତରିଆ ବାଘ । ପିଲାଙ୍କ ସହ ଅଗଣାରେ ଖେଳୁଥିବା ବେଳେ ଶିଶୁକୁ ଉଠାଇନେଲା ବାଘ । ନୂଆପଡା କଟିଙ୍ଗପାଣି ଗାଁର ଘଟଣା
କନକ ବ୍ୟୁରୋ: ୮ ବର୍ଷର ଶିଶୁକୁ ଝାମ୍ପି ନେଲା କଲରାପତରିଆ ବାଘ । ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗାଁରୁ ଆସିଛି ଏଭଳି ଏକ ଅଭାବନୀୟ ଖବର । ଘର ପାଖରେ ଖେଳୁଥିବା ବେଳେ ଶିଶୁକୁ ଟାଣି ନେଇଥିଲା ବାଘ । କିଛି ସମୟରେ କ୍ଷତାକ୍ତ ଅବସ୍ଥାରେ ଶିଶୁଟିର ମୃତଦେହ ଉଦ୍ଧାର କରାଯାଇଥିଲା । ଘଟଣା ପରେ ସ୍ଥାନୀୟ ଗାଁରେ ଉତେଜନା ଦେଖା ଦେଇଥିଲା । ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।Continue reading “୮ ବର୍ଷର ଶିଶୁକୁ ଝାମ୍ପି ନେଲା କଲରାପତରିଆ ବାଘ । ପିଲାଙ୍କ ସହ ଅଗଣାରେ ଖେଳୁଥିବା ବେଳେ ଶିଶୁକୁ ଉଠାଇନେଲା ବାଘ । ନୂଆପଡା କଟିଙ୍ଗପାଣି ଗାଁର ଘଟଣା”