କନକ ବ୍ୟୁରୋ: ଇଡି ଜାଲରେ ଆମ ଆଦମୀ ପାର୍ଟି । ମଦ ଦୁର୍ନୀତି ମାମଲାରେ ମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସମନ ଜାରି କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ନଭେମ୍ବର ୨ରେ କେଜରିୱାଲଙ୍କୁ ହାଜର ହେବାକୁ କୁହାଯାଇଛି । ଏହି ମାମଲାରେ ଏପ୍ରିଲରେ ସିବିଆଇ ଅରବିନ୍ଦ କେଜରିୱାଲଙ୍କୁ ପଚରାଉଚରା କରିଥିଲା । ଏହା ଆମ ଆଦମୀ ପାର୍ଟିକୁ ବଡ ଝଟକା ବୋଲି କୁହାଯାଉଛି । ମଦ ଦୁର୍ନୀତି ମାମଲାରେ ଆପ୍ ନେତାContinue reading “କେଜ୍ରିୱାଲଙ୍କୁ ଇଡି ନୋଟିସ୍ । ମଦ ଦୁର୍ନୀତି ମାମଲାରେ ଉପମୁଖ୍ୟଙ୍କ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଇଡି ସମନ । ୨ ତାରିଖରେ ହାଜର ହେବେ”
Tag Archives: News
ଓଡ଼ିଶାକୁ ମିଳିବ ନୂଆ ରାଜ୍ୟପାଳ । ଆଜି ଶପଥ ନେବେ ରଘୁବୀର ଦାସ । ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପରେ ଶପଥ ଗ୍ରହଣ ଉତ୍ସବ
କନକ ବ୍ୟୁରୋ: ଆଜି ରାଜ୍ୟକୁ ମିଳିବ ନୂଆ ରାଜ୍ୟପାଳ । ଆଜି ରାଜ୍ୟର ୨୬ତମ ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିବେ ରଘୁବର ଦାସ । ସକାଳ ୧୦ ଟାରେ ଲିଙ୍ଗରାଜଙ୍କ ଦର୍ଶନ ପରେ ରାଜ୍ୟପାଳ ଭାବେ ଶପଥ ନେବେ । ଦିନ ୧୧ ଟା ୪୫ରେ ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏହାପୂର୍ବରୁ ସେ ଗତକାଲି ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ଆଉ ପରେ ରାଜଭବନରେ ପହଞ୍ଚିବାContinue reading “ଓଡ଼ିଶାକୁ ମିଳିବ ନୂଆ ରାଜ୍ୟପାଳ । ଆଜି ଶପଥ ନେବେ ରଘୁବୀର ଦାସ । ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପରେ ଶପଥ ଗ୍ରହଣ ଉତ୍ସବ”
୮ ତାରିଖ ଯାଏଁ ବସ ଘୁଂଚିଲା ବସ ଧର୍ମଘଟ: ବସ ମାଲିକ ସଂଘରେ ପରବର୍ତୀ ବୈଠକରେ ନିଆଯିବ ନିଷ୍ପତି
କନକ ବ୍ୟୁରୋ: ୮ ତାରିଖ ଯାଏଁ ଘୁଂଚିଲା ବସ ଧର୍ମଘଟ । ୮ ତାରିଖ ଆୟୋଜିତ ଅଲ ଓଡିଶା ବୈଠକରେ ଏ ନେଇ ନିଷ୍ପତି ନିଆଯିବ । ବସ ମାଲିକ ସଂଘ ଆଜି ଏହି ବଡ ନିଷ୍ପତି ନେଇଛି । ତେବେ ୧ ତାରିଖରେ କଳାହାଣ୍ଡିରେ ଲକ୍ଷ୍ମୀ ବସ ଯୋଜନା ଆରମ୍ଭ ହେବ । ଆଉ ଏହି ଦିନ ବ୍ଲକରୁ ଜିଲ୍ଲାରୁ ବସ ଗଡିବ ତାହାହେଲେ ଭବାନୀପାଟଣାରେ ୨୪ ଘଂଟା ଘରୋଇ ବସ ଚଳାଚଳ କରିବ ନାହିଁContinue reading “୮ ତାରିଖ ଯାଏଁ ବସ ଘୁଂଚିଲା ବସ ଧର୍ମଘଟ: ବସ ମାଲିକ ସଂଘରେ ପରବର୍ତୀ ବୈଠକରେ ନିଆଯିବ ନିଷ୍ପତି”
ଅଡୁଆରେ ଅଭିନେତା ସଂଜୟ ଦତ୍ତ, ରାପର ବାଦଶାହା: ବେଟିଂ ଆପରେ ଆଇପିଏଲ ପ୍ରମୋସନ ଅଭିଯୋଗ ନେଇ ମୁମ୍ବାଇ ସାଇବର ଥାନାରେ ମାମଲା ରୁଜୁ
କନକ ବ୍ୟୁରୋ: ଅଡୁଆରେ ବଲିଉଡ ଅଭିନେତା ସଂଜୟ ଦତ ଓ ରାପର ବାଦଶାହା । ଅଭିଯୋଗ ଘେରରେ ଥିବା ଫେୟାରପ୍ଲେ ଅନଲାଇନ ବେଟିଂ ଆପରେ ଆଇପିଏଲର ପ୍ରଚାର କରିବା ଅଭିଯୋଗରେ ମୁମ୍ବାଇ ସାଇବର ଥାନାରେ ଏଫଆଇଆର ରୁଜୁ କରାଯାଇଥିବା ସୂଚନା ମିଳିଛି । ସୋମବାର ମୁମ୍ବାଇ ଥାନାରେ ପହଁଚି ଜେରାର ସମ୍ମୁଖୀନ ହୋଇଛନ୍ତି ବାଦଶାହା । ସବୁଠୁ ବଡ କଥା ହେଉଛି ଅଭିଯୋଗ ଘେରରେ ଥିବା ମହାଦେବ ଅନଲାଇନ ବେଟିଂ ଆପ ଓ ଫେୟାରପ୍ଲେ ଆପର କନେକ୍ସନContinue reading “ଅଡୁଆରେ ଅଭିନେତା ସଂଜୟ ଦତ୍ତ, ରାପର ବାଦଶାହା: ବେଟିଂ ଆପରେ ଆଇପିଏଲ ପ୍ରମୋସନ ଅଭିଯୋଗ ନେଇ ମୁମ୍ବାଇ ସାଇବର ଥାନାରେ ମାମଲା ରୁଜୁ”
ସିଲଂରେ ଚାଲିଛି ଭାରତ-ମାଲେସିୟା ସମରଭ୍ୟାସ: ଉଭୟ ଦେଶର ୧୯୦ ଯବାନ ଯୁଦ୍ଧାଭ୍ୟାସରେ ସାମିଲ
କନକ ବ୍ୟୁରୋ: ସିଲଂରେ ଭାରତ ଓ ମାଲେସିଆ ସମରାଭ୍ୟାସ ଚାଲିଛି । ଅକ୍ଟୋବର ୨୩ରୁ ଏହା ଆରମ୍ଭ ହୋଇଥିବା ବେଳେ ନଭେମ୍ବର ୫ ଯାଏଁ ଚାଲିବ । ଉଭୟ ଦେଶର ୧୯୦ ଯବାନ ଯୁଦ୍ଧାଭ୍ୟାସରେ ସାମିଲ ହୋଇଛନ୍ତି । ଜଳ, ସ୍ଥଳ, ଆକାଶପଥରେ ଅତ୍ୟାଧୁନିକ ପ୍ରତିରକ୍ଷା ପ୍ରଣାଳୀ ସହ କଳାକୌଶଳ ଦେଖାଉଛି ଉଭୟ ଦେଶର ସେନା । ଦୁଇ ଦେଶ ମଧ୍ୟରେ ସାମରିକ ସର୍ମ୍ପକ ମଜବୁତ ଲକ୍ଷ୍ୟରେ ଏହି ସମରାଭ୍ୟାସ କରାଯାଉଛି । The post ସିଲଂରେContinue reading “ସିଲଂରେ ଚାଲିଛି ଭାରତ-ମାଲେସିୟା ସମରଭ୍ୟାସ: ଉଭୟ ଦେଶର ୧୯୦ ଯବାନ ଯୁଦ୍ଧାଭ୍ୟାସରେ ସାମିଲ”
ସଂରକ୍ଷଣ ଦାବିରେ ଜଳୁଛି ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲା: ଏନସିପି ବିଧାୟକଙ୍କ ଘର ପୋଡିଲେ, ଟେକା ପଥର ମାଡ କଲେ ଉପଦ୍ରବକାରୀ
କନକ ବ୍ୟୁରୋ: ମରାଠା ସଂରକ୍ଷଣ ଆନ୍ଦୋଳନ ମହାରାଷ୍ଟ୍ରରେ ହିଂସାତ୍ମକ ରୂପ ନେଇଛି । ବିଡରେ ମରାଠା ସଂରକ୍ଷଣ ଆନ୍ଦୋଳନକାରୀ ମାନେ ବିଧାୟକଙ୍କ ଘର ଜାଳି ଦେଇଛନ୍ତି । ଏନସିପି ବିଧାୟକ ପ୍ରକାଶ ସୋଲାଙ୍କେଙ୍କ ଘରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ । ଘରର ବେସମେଂଟରେ ଥିବା ଗାଡିରେ ପ୍ରଥମେ ନିଆଁ ଲଗାଇଥିଲେ । ପରେ ଏହା ଭୟଙ୍କର ରୂପ ନେଇଥିଲା । ଦେଖୁ ଦେଖୁ ପୂରା ନିଆଁ ଘରକୁ ବ୍ୟାପି ଯାଇଥିଲା ।Continue reading “ସଂରକ୍ଷଣ ଦାବିରେ ଜଳୁଛି ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲା: ଏନସିପି ବିଧାୟକଙ୍କ ଘର ପୋଡିଲେ, ଟେକା ପଥର ମାଡ କଲେ ଉପଦ୍ରବକାରୀ”
ଗୁଜରାଟରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ଶୋ, ଅମ୍ବାଜୀ ମନ୍ଦିରରେ କଲେ ପୂଜାପାଠ ଓ ଆଳତି: ରାଜ୍ୟବାସୀଙ୍କୁ ୬ହଜାର କୋଟି ଟଙ୍କାର ଭେଟି
କନକ ବ୍ୟୁରୋ: ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟବାସୀଙ୍କୁ ୬ହଜାର କୋଟି ଟଙ୍କା ପ୍ରକଳ୍ପର ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଗୁଜରାଟର ବନାସକାଂଟରେ ମୋଦୀ ବିରାଟ ରୋଡ ଶୋ କରିଛନ୍ତି । ରୋଡ ଶୋ ପରେ ଗୁଜରାଟର ଅମ୍ବାଜି ମନ୍ଦିରରେ ପହଂଚି ପୂଜାର୍ଚ୍ଚନା କରିଥିଲେ ପ୍ରଧାନମନ୍ତ୍ରୀ । ମଙ୍ଗଳବାର ସକାଳ ୮ଟାରେ ସେ କେଭଡିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଷ୍ଟାଚ୍ୟୁ ଅଫ୍ ୟୁନିଟରେ ପୁଷ୍ପମାଲ୍ୟ ଅପର୍ଣContinue reading “ଗୁଜରାଟରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ଶୋ, ଅମ୍ବାଜୀ ମନ୍ଦିରରେ କଲେ ପୂଜାପାଠ ଓ ଆଳତି: ରାଜ୍ୟବାସୀଙ୍କୁ ୬ହଜାର କୋଟି ଟଙ୍କାର ଭେଟି”
ରିଲିଜ୍ ହେଲା “ଓଁ ସ୍ୱାହା” ଚଳଚ୍ଚିତ୍ରର ଅଡିଓ
କନକ ବ୍ୟୁରୋ: ସି.ଆର ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ, ଏଲ. ଟି ପ୍ରଡ଼କସନ୍ ସହଯୋଗୀତାରେ ବିଜୟ ଦ୍ବିବେଦୀ ପ୍ରଯୋଜିତ ଏବଂ ଏସ. ଦିଲ୍ଲୀପ ପଣ୍ଡା ନିର୍ଦ୍ଦେଶିତ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର “ଓଁ ସ୍ୱାହା” ର ଅଡିଓ ରିଲିଜ୍ କାର୍ୟ୍ୟକ୍ରମ ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲ ରେ ମହାଡ଼ମ୍ବରରେ ହୋଇଯାଇଛି । ଗୀତଗୁଡିକୁ ଗୀତିକାର ଡକ୍ଟର ନିର୍ମଳ ନାୟକ ଏବଂ ହର ବାରିକ ଲେଖିଛନ୍ତି । ସେଇ ଗୀତଗୁଡିକୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମଳୟContinue reading “ରିଲିଜ୍ ହେଲା “ଓଁ ସ୍ୱାହା” ଚଳଚ୍ଚିତ୍ରର ଅଡିଓ”
ପିଆଜ ବଜାରରେ ଲାଗିଛି ନିଆଁ । କାର୍ତ୍ତିକ ମାସର ଆରମ୍ଭରେ ପିଆଜ ଦର ଆକାଶଛୁଆଁ
କନକ ବ୍ୟୁରୋ: ଆକାଶ ଛୁଆଁ ପିଆଜ ଦର । ଗୋଦାମରେ ଯେଗାଣ ବିଭାଗର ଯାଂଚ । ପିଆଜ ଦର ବୃଦ୍ଧି ପାଉଥିବାରୁ କଟକ ଛତ୍ରବଜାରର ବିଭିନ୍ନ ଗୋଦାମରେ ଯାଂଚ କରିଛି ଯୋଗାଣ ବିଭାଗ ଟିମ୍ । କେତେ ଷ୍ଟକ୍ ଅଛି ବା ଗଚ୍ଛିତ ଥିବା ଷ୍ଟକ୍ର ବିଲ୍, ସେସବୁର ଯାଂଚ କରାଯାଇଛି । ଏହାଛଡ଼ା କେତେ ବିକ୍ରି ହେଉଛି, ତାହା ମଧ୍ୟ ଯାଂଚ କରୁଛି ଟିମ୍ । ଅନିୟମିତତା ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଯୋଗାଣContinue reading “ପିଆଜ ବଜାରରେ ଲାଗିଛି ନିଆଁ । କାର୍ତ୍ତିକ ମାସର ଆରମ୍ଭରେ ପିଆଜ ଦର ଆକାଶଛୁଆଁ “
୮ ବର୍ଷର ପୁଅକୁ ଝାମ୍ପିନେଲା କଲରାପତରିଆ ବାଘ: ଘର ପାଖରେ ଖେଳୁଥିଲା ବେଳେ ଝାମ୍ପିନେଲା ବାଘ
କନକ ବ୍ୟୁରୋ: ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ଜଣେ ୮ ବର୍ଷ ବୟସର ବାଳକକୁ କଲରାପତରିଆ ଟେକି ନେଇଛି। ଆଜି ସନ୍ଧ୍ୟା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ନିକଟ କଟିଙ୍ଗାପାଲି ଗାଁରେ। ପରେ ବନ ବିଭାଗର କର୍ମଚାରୀମାନେ ବାଳକର ମୃତଦେହକୁ ଜଙ୍ଗଲ ଭିତରୁ ଉଦ୍ଧାର କରିଛନ୍ତି। ଏହି ଅପ୍ରୀତିକର ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। The post ୮ ବର୍ଷର ପୁଅକୁ ଝାମ୍ପିନେଲା କଲରାପତରିଆ ବାଘ: ଘରContinue reading “୮ ବର୍ଷର ପୁଅକୁ ଝାମ୍ପିନେଲା କଲରାପତରିଆ ବାଘ: ଘର ପାଖରେ ଖେଳୁଥିଲା ବେଳେ ଝାମ୍ପିନେଲା ବାଘ”