କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ବିଜୟନଗରମରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଦୁର୍ଘଟଣାରେ ଆହତ ହୋଇଥିବା ୫୦ ଜଣଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଛି । ୧୪ ମୃତକଙ୍କ ମଧ୍ୟରେ ରହିଛନ୍ତି ୨ ଜଣ ରେଳ କର୍ମଚାରୀ । ସେମାନେ ହେଲେ ବିଶାଖପାଟଣା-ରାୟଗଡ଼ା ଲୋକ ପାଇଲଟ । ବିଶାଖାପାଟଣା -ପଲାସା ପାସେଂଜର ଗାର୍ଡ଼ । ସିଗ୍ନାଲ ଓଭର ସୁଟିଂ ଯୋଗୁ ଦୁର୍ଘଟଣା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୂର୍ବତଟ ରେଳପଥର ସିପିଆରଓContinue reading “ବିଜୟନଗରମ୍ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି । ୫୦ ଆହତଙ୍କ ଚାଲିଛି ଚିକିତ୍ସା, ମୃତକଙ୍କ ମଧ୍ୟରେ ୨ ରେଳ କର୍ମଚାରୀ ।”
Tag Archives: News
ବିଜୟନଗରମ ଟ୍ରେନ୍ ଦୁର୍ଘଟଣା । ୪୫ଟି ଟ୍ରେନ ବାତିଲ, ୨୬ଟି ଟ୍ରେନର ଗତିପଥରେ ପରିବର୍ତ୍ତନ । ଜାଣନ୍ତୁ କେଉଁ ଟ୍ରେନ୍ ହୋଇଛି ବାତିଲ ଓ କେଉଁ ଟ୍ରେନର ଗତିପଥରେ ହୋଇଛି ପରିବର୍ତ୍ତନ?
କନକ ବ୍ୟୁରୋ : ବିଜୟନଗରମ ଟ୍ରେନ୍ ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିଭଳି ୫୦ରୁ ଅଧିକ ଆହତ ହୋଇଥିବା ବେଳେ ଜୋରସୋରରେ ଚାଲିଛି ଉଦ୍ଧାରକାର୍ଯ୍ୟ । ଟ୍ରାକ ଉପରେ ବଗି ପଡି ରହିଥିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦୁର୍ଘଟଣା ପରେ ଏହି ରୁଟରେ ଆସିବାକୁ ଥିବା ୪୫ଟି ଟ୍ରେନକୁ ବାତିଲ କରାଯାଇଛି । ସେହିଭଳି ୧୧ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି । ୨୬ଟି ଟ୍ରେନର ଗତିପଥ ପରିବର୍ତ୍ତନContinue reading “ବିଜୟନଗରମ ଟ୍ରେନ୍ ଦୁର୍ଘଟଣା । ୪୫ଟି ଟ୍ରେନ ବାତିଲ, ୨୬ଟି ଟ୍ରେନର ଗତିପଥରେ ପରିବର୍ତ୍ତନ । ଜାଣନ୍ତୁ କେଉଁ ଟ୍ରେନ୍ ହୋଇଛି ବାତିଲ ଓ କେଉଁ ଟ୍ରେନର ଗତିପଥରେ ହୋଇଛି ପରିବର୍ତ୍ତନ? “
ଉଦ୍ଧାରକାର୍ଯ୍ୟ ପରେ ଜୋରଦାର ହୋଇଛି ମରାମତି କାମ । ନିୟୋଜିତ ହୋଇଛନ୍ତି ୯ଶହ କର୍ମଚାରୀ
କନକ ବ୍ୟୁରୋ : ଟ୍ରେନ୍ ଦୁର୍ଘଟଣାରେ ଅନେକ କ୍ଷୟକ୍ଷତି ଘଟିଛି । ଟ୍ରାକ୍ ଉପରେ ପଡିରହିଛି ବଗି । ଏନେଇ ଅନେକ ଟ୍ରେନକୁ ବାତିଲ୍ କରାଯାଇଥିବା ବେଳେ ଅନେକ ଟ୍ରେନର ଗତିପଥକୁ ବଦଳାଯାଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ମରମତି କାମକୁ ଜୋରଦାର କରାଯାଇଛି । ଅପରାହ୍ନ ୪ଟା ସୁଦ୍ଧା ଟ୍ରାକ୍ ମରାମତି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଉଦ୍ଧାର କାର୍ଯ୍ୟ ପରେ ମରାମତି କାମକୁ ଜୋରଦାର କରାଯାଇଛି । ବୈଷୟିକ ଟିମ୍ ପକ୍ଷରୁContinue reading “ଉଦ୍ଧାରକାର୍ଯ୍ୟ ପରେ ଜୋରଦାର ହୋଇଛି ମରାମତି କାମ । ନିୟୋଜିତ ହୋଇଛନ୍ତି ୯ଶହ କର୍ମଚାରୀ”
ଦୁର୍ଘଟଣାସ୍ଥଳକୁ ଗଲେ ରାଜସ୍ୱ ମନ୍ତ୍ରୀ । ସ୍ଥିତି ଅନୁଧ୍ୟାନ କରିବା ସହ ଆହତଙ୍କୁ ଭେଟିବେ ସୁଦାମ ମାର୍ଣ୍ଡି
କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ବିଜୟନଗରମରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆସଂକା ରହିଛି । ଟ୍ରେନ୍ ଭିତରେ ଆହୁରି ଲୋକ ଫସି ରହିଥିବା ସୂଚନା ମିଳିଛି । ଆଉ ଏହାରି ଭିତରେ ସ୍ଥିତି ପରଖିବା ପାଇଁ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଘଟଣାସ୍ଥଳକୁ ଗଲେ ରାଜସ୍ୱ ମନ୍ତ୍ରୀ । ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାContinue reading “ଦୁର୍ଘଟଣାସ୍ଥଳକୁ ଗଲେ ରାଜସ୍ୱ ମନ୍ତ୍ରୀ । ସ୍ଥିତି ଅନୁଧ୍ୟାନ କରିବା ସହ ଆହତଙ୍କୁ ଭେଟିବେ ସୁଦାମ ମାର୍ଣ୍ଡି”
ଟ୍ରେନ୍ ଦୁର୍ଘଟଣା : ୩୩ ଟ୍ରେନ୍ ବାତିଲ
କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ବିଜୟନଗରମରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା ପରେ ୩୩ ଟ୍ରେନ୍ ବାତିଲ କରାଯାଇଛି । ଭୁବନେଶ୍ୱରରୁ ଛାଡିବାକୁ ଥିବା ଭୁବନେଶ୍ୱର- ବିଶାଖାପାଟଣା ଇଂଟରସିଟି ଏକ୍ସପ୍ରେସ୍ ବାତିଲ କରାଯାଇଛି । ବିଶାଖାପାଟଣାରୁ ଛାଡିବାକୁ ଥିବା ବିଶାଖାପାଟଣା-ଭୁବନେଶ୍ୱର ଇଂଟରସିଟି ଏକ୍ସପ୍ରେସ୍ ମଧ୍ୟ ବାତିଲ ହୋଇଛି । ବିଶାଖାପାଟଣାରୁ ଯିବାକୁ ଥିବା ବିଶାଖାପାଟଣା-ପଲାସା ପାସେଞ୍ଜର ଓ ପଲାସାରୁ ଛାଡିବାକୁ ଥିବା ପଲାସା-ବିଶାଖାପାଟଣା ପାସେଞ୍ଜର ମଧ୍ୟ ବାତିଲ କରାଯାଇଛି । ସେହିପରି ବିଶାଖାପାଟଣାରୁ ବାହାରୁଥିବା ବିଶାଖାପାଟଣା-ତିରୁପତି ଓ ତିରୁପତିରୁContinue reading “ଟ୍ରେନ୍ ଦୁର୍ଘଟଣା : ୩୩ ଟ୍ରେନ୍ ବାତିଲ”
ଏବେ ବି ବଗି ଭିତରେ ରହିଛି ମୃତଦେହ । ମୃତକଙ୍କ ମଧ୍ୟରେ ଓଡ଼ିଶାର କେହି ନଥିବା ସୂଚନା
କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ବିଜୟନଗରମରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଏବେ ବି ଦୁର୍ଘଟଣାଗ୍ରସ୍ତ ଟ୍ରେନର ବଗି ଭିତରେ ରହିଛି ମୃତଦେହ । ମୃତଦେହ ଉଦ୍ଧାର କରିବା ପାଇଁ ଉଦ୍ୟମ କରାଯାଉଛି । ଏନେଇ କନକ ନ୍ୟୁଜ୍କୁ ସୂଚନା ଦେଇଛନ୍ତି ବିଶାଖାପାଟନମ୍ର ଯୁଗ୍ମ ଜିଲ୍ଲାପାଳ କେ ମୟୂର ଅଶୋକ । ମୃତକଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତଦେହ ଚିହ୍ନଟ ହୋଇଛି । ଏହା ମଧ୍ୟରେ ଓଡ଼ିଶାର କେହି ନାହାନ୍ତି,Continue reading “ଏବେ ବି ବଗି ଭିତରେ ରହିଛି ମୃତଦେହ । ମୃତକଙ୍କ ମଧ୍ୟରେ ଓଡ଼ିଶାର କେହି ନଥିବା ସୂଚନା”
ଆନ୍ଧ୍ର ଓଡ଼ିଶା ସୀମାରେ ରେଳ ଦୁର୍ଘଟଣା : ଦୁଃଖ ପ୍ରକାଶ କରିବା ସହ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ
କନକ ବ୍ୟୁରୋ : ରେଳ ଦୁର୍ଘଟଣାରେ ମୃତ ସମସ୍ତ ଯାତ୍ରୀଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପା ମୂଳକ ରାଶି ଦିଆଯିବ । ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ମୃତାହତଙ୍କୁ ସହାୟତା ରାଶି ଦିଆଯିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଟ୍ରେନ୍ ଦୁର୍ଘଟଣାରେ ମୃତାହତ ଯାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇ ଗଭୀର ଦୁଃଖପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଭାବିତଙ୍କୁ ସମସ୍ତ ପ୍ରକାରContinue reading “ଆନ୍ଧ୍ର ଓଡ଼ିଶା ସୀମାରେ ରେଳ ଦୁର୍ଘଟଣା : ଦୁଃଖ ପ୍ରକାଶ କରିବା ସହ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ”
ଟ୍ରେନ୍ ଦୁର୍ଘଟଣାକୁ ନେଇ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ
କନକ ବ୍ୟୁରୋ : ଟ୍ରେନ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ସ୍ୱତନ୍ତ୍ର ରିଲିଫ କମିସନର, ରାୟଗଡା ଓ କୋରାପୁଟ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଟ୍ରେନ୍ ଦୁର୍ଘଟଣା ନେଇ ଆଲର୍ଟ ମୋଡରେ ରାଜ୍ୟ ସରକାର । ରାୟଗଡ଼ା, କୋରାପୁଟ ଜିଲ୍ଲାContinue reading “ଟ୍ରେନ୍ ଦୁର୍ଘଟଣାକୁ ନେଇ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ”
ଲଗାତର ଷଷ୍ଠ ବିଜୟ ସହ ଚଳିତ ବିଶ୍ୱକପ ସେମିଫାଇନାଲ ଦ୍ୱାର ଦେଶରେ ଭାରତ । ଇଂଲଣ୍ଡକୁ ୧୦୦ ରନରେ ହରାଇଲା ରୋହିତ ବାହିନୀ
କନକ ବ୍ୟୁରୋ : ଚଳିତ କ୍ରିକେଟ ବିଶ୍ୱକପରେ ସେମିଫାଇନାଲ ପ୍ରବେଶର ଦ୍ୱାର ଦେଶରେ ପହଞ୍ଚିଯାଇଛି ଭାରତ । ଇଂଲଣ୍ଡକୁ ଶହେ ରନରେ ହରାଇଦେଇଛି ରୋହିତ ବାହିନୀ । ଏଯାଏଁ ଖେଳିଥିବା ଲଗାତାର ୬ଟି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ପଏଂଟ ଟେବୁଲର ଶୀର୍ଷରେ ପହଂଚିଛି । ଶନିବାର ମ୍ୟାଚରେ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିପାରିନଥିଲେ ମଧ୍ୟ ମାପଚୁପ ବୋଲିଂ ବଳରେ ଭାରତ ଏହି ବିଜୟ ହାସଲ କରିଛି । ଲକ୍ଷେ୍ନøରେ ଖେଳାଯାଇଥିବା ମ୍ୟାରେ ଇଂଲଣ୍ଡକୁ ୨୩୦ ରନରContinue reading “ଲଗାତର ଷଷ୍ଠ ବିଜୟ ସହ ଚଳିତ ବିଶ୍ୱକପ ସେମିଫାଇନାଲ ଦ୍ୱାର ଦେଶରେ ଭାରତ । ଇଂଲଣ୍ଡକୁ ୧୦୦ ରନରେ ହରାଇଲା ରୋହିତ ବାହିନୀ “
ଓଡିଶାରେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ଟାଟାନଗରରୁ ପୁରୁଷୋତମ ଏକ୍ସପ୍ରେସରେ ଆସି ଭୋରରେ ପହଞ୍ଚିଲେ ଶ୍ରୀକ୍ଷେତ୍ର
କନକ ବ୍ୟୁରୋ : ଓଡିଶାରେ ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ଟାଟାନଗରରୁ ପୁରୁଷୋତମପୁର ଏକ୍ସପ୍ରେସରେ ଆସି ଭୋରରେ ପୁରୀ ପହଞ୍ଚିଛନ୍ତି । ରେଳ ଷ୍ଟେସନରୁ ସିଧା ରାଜଭବନ ଯାଇ ବିଶ୍ରାମ ନେଉଛନ୍ତି ନୂଆ ରାଜ୍ୟପାଳ । ପୂର୍ବାହ୍ନ ୧୦ଟାରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବା କାର୍ଯ୍ୟକ୍ରମ ରହିଛି । ଏହାପରେ ପୁରୀରୁ ସେ ଭୁବନେଶ୍ୱର ଆସି ରାଜଭବନରେ ରାତ୍ରୀ ଯାପନ କରିିବେ । ଆସନ୍ତାକାଲି ସକାଳ ୮ଟା ୪୫ ମିନିଟରେContinue reading “ଓଡିଶାରେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ଟାଟାନଗରରୁ ପୁରୁଷୋତମ ଏକ୍ସପ୍ରେସରେ ଆସି ଭୋରରେ ପହଞ୍ଚିଲେ ଶ୍ରୀକ୍ଷେତ୍ର “