ନିଳଗିରି ଉପଖଣ୍ଡରେ ଧାନ ବିଲରେ ରୋଗପୋକ ଆତଙ୍କ । ଧାନ ପାଚିବା ଆଗରୁ ପୋକ ଖାଇଗଲେ ଗଛ 

କନକ ବ୍ୟୁରୋ: ଫସଲ ଅମଳ ହେଲେ କରଜ ସୁଝା ହେବ । ପିଲା ଛୁଆଙ୍କ ପାଇଁ ବର୍ଷକର ଆହାର ସଂଗ୍ରହ କରିବେ । ଧାନ ଚାଷ କରିବା ବେଳେ ଏମିତି କିଛି ଆଶା ରଖିଥିଲେ ନିଳଗିରିର ଚାଷୀ । ହେଲେ ଧାନ ପାଚିବା ଆଗରୁ ପୋକ ଖାଇଗଲେ ଗଛ । ରୋଗପୋକ ଲାଗିବାରୁ ଏକର ଏକର ଫସଲ ନଷ୍ଟ ହେବା ପରେ ଚିନ୍ତାରେ ପଡିଯାଇଛନ୍ତି ଚାଷୀ । ଫସଲ ଖାଇ ଯାଉଛନ୍ତି ରୋଗପୋକ । ଚାଷୀଙ୍କୁ ଘାରିଛିContinue reading “ନିଳଗିରି ଉପଖଣ୍ଡରେ ଧାନ ବିଲରେ ରୋଗପୋକ ଆତଙ୍କ । ଧାନ ପାଚିବା ଆଗରୁ ପୋକ ଖାଇଗଲେ ଗଛ “

ଟ୍ରାନ୍ସମିଟର ଖରାପ ହେବାରୁ ଗାଁରେ ମିଳୁନାହିଁ ପିଇବା ପାଣି । ବିଜୁଳି ନଥିବାରୁ କାମରେ ଆସୁନି ଜଳ ଯୋଗାଣ ପ୍ରକଳ୍ପ

କନକ ବ୍ୟୁରୋ : ଅଚଳ ଜଳ ଯୋଗାଣ ପ୍ରକଳ୍ପ । ବିଦ୍ୟୁତ ସରବରାହ ବିଚ୍ଛିନ୍ନ ଯୋଗୁଁ ବନ୍ଦ ହୋଇଯାଇଛି ଜଳ ଯୋଗାଣ । ଫଳରେ ଶୀତରେ ପାଣି ପାଇଁ ହିନସ୍ତା ହେଉଛନ୍ତି ଗ୍ରାମବାସୀ । ୩ ମାସ ହେଲାଣି ଜଳକଷ୍ଟ ଭୋଗୁଛନ୍ତି ଢେଙ୍କାନାଳ କଙ୍କଡାହାଡ଼ ବ୍ଲକ ଦଶୀପୁର ଗ୍ରାମବାସୀ । ପାଣି ପାଇଁ ନଳକୂଅ ପାଖରେ ଗରା ଧରି ଅପେକ୍ଷା କରିଛନ୍ତି ଲୋକେ । ଜଣେ ପରେ ଜଣେ ପାଣି ନେଲେ ପରିବାରର ଶୋଷ ମେଣ୍ଟିବ, ନହେଲେContinue reading “ଟ୍ରାନ୍ସମିଟର ଖରାପ ହେବାରୁ ଗାଁରେ ମିଳୁନାହିଁ ପିଇବା ପାଣି । ବିଜୁଳି ନଥିବାରୁ କାମରେ ଆସୁନି ଜଳ ଯୋଗାଣ ପ୍ରକଳ୍ପ”

ପୂଜା ବେଳେ ପିଆଜ ଦର ବୃଦ୍ଧିକୁ ନେଇ ଅନୁଗୁଳରେ ଅସନ୍ତୋଷ । ରବିବାର ହାଟରେ ପିଆଜ କିଲୋ ୬୦ ଟଙ୍କା

କନକ ବ୍ୟୁରୋ: ପୂଜା ବଜାରରେ ବର୍ଦ୍ଧିତ ଦର ଚିନ୍ତା ବଢାଇ ଦେଇଛି । ଘରେ କୁଣିଆ ଭର୍ତି ହୋଇଥିବା ବେଳେ ପକେଟକୁ ବାଧୁଛି ଦରଦାମ । ପୂଜା ପାର୍ବଣ ସମୟରେ ବନ୍ଧୁବାନ୍ଧବଙ୍କ ଗହଳି ଜମେ । ଭୋଜି ଭାତର ଆସର ଜମେ । ଆଉ ଏତିକି ବେଳେ ଯଦି ପିଆଜ ଦର ଦୁଇଗୁଣା ହେବାରୁ ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ସପ୍ତାହେ ପୂର୍ବରୁ କେଜି ପ୍ରତି ୩୦ ଟଙ୍କାରେContinue reading “ପୂଜା ବେଳେ ପିଆଜ ଦର ବୃଦ୍ଧିକୁ ନେଇ ଅନୁଗୁଳରେ ଅସନ୍ତୋଷ । ରବିବାର ହାଟରେ ପିଆଜ କିଲୋ ୬୦ ଟଙ୍କା”

ଲମତାପୁଟରେ ସ୍ୱାମୀ-ସ୍ତ୍ରୀ ଓ ସେ’ରୁ ହତ୍ୟାକାଣ୍ଡ । ପ୍ରେମିକକୁ ବିଷ ଦେଇ ଦେଲେ ମହିଳା । ଘଟଣା ଚପାଇ ଦେବା ପାଇଁ ବୁଦା ମୁଳେ ମୃତଦେହ ଫିଙ୍ଗି ଦେଇଥିଲେ ସ୍ୱାମୀ

କନକ ବ୍ୟୁରୋ: ସ୍ୱାମୀ-ସ୍ତ୍ରୀ ଓ ସେ’ରୁ ହତ୍ୟାକାଣ୍ଡ । ଯୁବକଙ୍କୁ ମଦରେ ବିଷ ଦେଇଥିଲେ ସ୍ତ୍ରୀ! ମୃତଦେହକୁ ବୁଦା ମୂଳେ ଫିଙ୍ଗି ଦେଇଥିଲେ ସ୍ୱାମୀ । କୋରାପୁଟ ଲମତାପୁଟ ବ୍ଲକ ଅନକାଡେଲି ଗାଁରେ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ସ୍ୱାମୀ-ସ୍ତ୍ରୀ ଦୁଇ ଜଣଙ୍କୁ ଗିରଫ କରି ଏଭଳି କିଛି ତଥ୍ୟ ଦେଇଛି ପୁଲିସ । ପୁଲିସ ଆଗରେ ପୁରା ଘଟଣା ସଂପର୍କରେ ମୁହଁ ଖୋଲିଛନ୍ତି ଅଭିଯୁକ୍ତ ଦମ୍ପତି । ନନ୍ଦପୁର ଏସଡିପିଓଙ୍କ ସୂଚନା ଅନୁସାରେ, ଅନକାଡେଲି ଗ୍ରାମରContinue reading “ଲମତାପୁଟରେ ସ୍ୱାମୀ-ସ୍ତ୍ରୀ ଓ ସେ’ରୁ ହତ୍ୟାକାଣ୍ଡ । ପ୍ରେମିକକୁ ବିଷ ଦେଇ ଦେଲେ ମହିଳା । ଘଟଣା ଚପାଇ ଦେବା ପାଇଁ ବୁଦା ମୁଳେ ମୃତଦେହ ଫିଙ୍ଗି ଦେଇଥିଲେ ସ୍ୱାମୀ”

ରାବଣ ପୋଡ଼ି ଓ କୁମାର ଉତ୍ସବକୁ ନେଇ ଚଳଚଞ୍ଚଳ ପାରାଦୀପ ରାଜନୀତି । ଶକ୍ତି ପ୍ରଦର୍ଶନ କରୁଛନ୍ତି ସମ୍ବିତ ଏବଂ ବସନ୍ତ ବିଶ୍ୱାଳ ।

କନକ ବ୍ୟୁରୋ: ରାବଣ ପୋଡ଼ି ଓ କୁମାର ଉତ୍ସବକୁ ନେଇ ରାଜନୀତି । ଚଳିତ ପୂଜା ମାହୋଲ ଭିତରେ ଚଳଚଞ୍ଚଳ ହୋଇଉଠିଛି ପାରାଦୀପ ରାଜନୀତି । ରାବଣପୋଡିରୁ ନେଇ କୁମାର ଉତ୍ସବ ପର୍ଯ୍ୟନ୍ତ ସବୁ କାର୍ଯ୍ୟକ୍ରମ ଭିତିରିଆ ଶକ୍ତି ପ୍ରଦର୍ଶନର ମାଧ୍ୟମ ପାଲଟିଥିବା ନେଇ ଚର୍ଚ୍ଚା । ବିଧାୟକ ସମ୍ବିତ ରାଉତରାୟ ଓ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ୨ଟି କାର୍ଯ୍ୟକ୍ରମରେ ଅତିଥି ହେବା ପ୍ରସଙ୍ଗ ରାଜନୀତିକୁ ଆହୁରି ସରଗରମ କରୁଛି । ଆଗକୁ ସାଧାରଣ ନିର୍ବାଚନContinue reading “ରାବଣ ପୋଡ଼ି ଓ କୁମାର ଉତ୍ସବକୁ ନେଇ ଚଳଚଞ୍ଚଳ ପାରାଦୀପ ରାଜନୀତି । ଶକ୍ତି ପ୍ରଦର୍ଶନ କରୁଛନ୍ତି ସମ୍ବିତ ଏବଂ ବସନ୍ତ ବିଶ୍ୱାଳ ।”

ହିଟମ୍ୟାନଙ୍କ ଆଉ ଏକ କୀର୍ତ୍ତିମାନ: ଅନ୍ତର୍ଜାତୀୟ କ୍ରିକେଟରେ ପୂରଣ କଲେ ୧୮ ହଜାର ରନ୍ 

କନକ ବ୍ୟୁରୋ: ବିଶ୍ୱକପ ୨୦୨୩ରେ ଧମାଲ କରୁଛନ୍ତି ଟିମ ଇଣ୍ଡିଆର କ୍ୟାପଟେନ ରୋହିତ ଶର୍ମା । ଆଜି ଇଂଲଣ୍ଡ ବିପକ୍ଷ ମ୍ୟାଚରେ ସେ ଆଉ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ଅନ୍ତର୍ଜାତୀୟ କ୍ରିକେଟରେ ୧୮ ହଜାର ରନ ପୂରା କରିବାରେ ସଫଳ ହୋଇଛନ୍ତି । ଏହି ଉପଲବ୍ଧି ହାସଲ କରିବାରେ ସେ ହେଉଛନ୍ତି ୫ମ ଭାରତୀୟ । ୪୭୭ ଇଂନିସ ଖେଳି ସେ ୧୮ ହଜାର ରନ ପୂରା କରିଛନ୍ତି । ଏହିContinue reading “ହିଟମ୍ୟାନଙ୍କ ଆଉ ଏକ କୀର୍ତ୍ତିମାନ: ଅନ୍ତର୍ଜାତୀୟ କ୍ରିକେଟରେ ପୂରଣ କଲେ ୧୮ ହଜାର ରନ୍ “

କଳାକାରଙ୍କ କଳି ଭିତରେ ରାଜନୀତି ପଶିବାକୁ ନେଇ ବଢ଼ିଲା ଅସନ୍ତୋଷ: ରାଜନୀତି ନକରିବାକୁ ଅଭିନେତା ଅଖିଳ ପଟ୍ଟନାୟକଙ୍କ ଅପିଲ

କନକ ବ୍ୟୁରୋ: ଅଭିନେତା ମନୋଜ ମିଶ୍ରଙ୍କ ସମର୍ଥନରେ ପଶ୍ଚିମଓଡିଶାର ଜଣଙ୍କ ପରେ ଜଣେ ନେତା ବାହାରିବାରେ ଲାଗିଛନ୍ତି । ମନୋଜଙ୍କ ବାସନ୍ଦଙ୍କୁ ନିନ୍ଦା କରିବା ସହ ପ୍ରତ୍ୟାହାର ଦାବି କରୁଛନ୍ତି । ବାସନ୍ଦ ପ୍ରତ୍ୟାହାର ନକଲେ ଆଗାମି ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଉଛନ୍ତି । ପଶ୍ଚିମଓଡିଶାର ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଉଛି । ଅଭିନେତାମାନଙ୍କ କୁଶପୁତଳିକା ଦାହ କରାଯାଉଛି । ..ତେବେ କଳାକାରଙ୍କ କଳି ଭିତରେ ରାଜନୀତି ପଶିବାକୁ ସହଜରେ ଗ୍ରହଣ କରିପାରିନାହାନ୍ତିContinue reading “କଳାକାରଙ୍କ କଳି ଭିତରେ ରାଜନୀତି ପଶିବାକୁ ନେଇ ବଢ଼ିଲା ଅସନ୍ତୋଷ: ରାଜନୀତି ନକରିବାକୁ ଅଭିନେତା ଅଖିଳ ପଟ୍ଟନାୟକଙ୍କ ଅପିଲ”

ମହାବାତ୍ୟାକୁ ପୂରିଲା ୨୪ ବର୍ଷ । ଭାଙ୍ଗିଥିଲା ଘର, ଭାସିଥିଲା ଶବ । ସଙ୍କଟ ସମୟର ସାଥୀ ବନିଥିଲେ ସେ ଦିନର ସରପଞ୍ଚ ବାବୁ ।

କନକ ବ୍ୟୁରୋ: ମୃତ୍ୟୁର ମହାତାଣ୍ଡବର ଅନ୍ୟ ନାଁ ମହାବାତ୍ୟା । ସେଦିନ ଥିଲା ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ, କେହି କିଛି ବୁଝିବା ଆଗରୁ ଉଜୁଡି ଯାଇଥିଲା ହଜାର ହଜାର ସଂସାର । ମହାବାତ୍ୟା ମୁହଁକୁ ଚାଲିଯାଇଥିଲା ଉକ୍ରଳର ଅପରୂପ ସୌନ୍ଦର୍ଯ୍ୟ, ଘୁ ଘୁ ଶବ୍ଦ କରି ପ୍ରଳୟ ପାଟିରେ ବିଲୀନ ହୋଇଯାଇଥିଲା ଅଧା ଓଡ଼ିଶା । ସେ ଦିନ, ସେ ସନ୍ଧ୍ୟା ଆଉ ସେ ରାତି ଥରେ ଯିଏ ଦେଖିଛି, ତାକୁ ମନେ ପକାଇବାContinue reading “ମହାବାତ୍ୟାକୁ ପୂରିଲା ୨୪ ବର୍ଷ । ଭାଙ୍ଗିଥିଲା ଘର, ଭାସିଥିଲା ଶବ । ସଙ୍କଟ ସମୟର ସାଥୀ ବନିଥିଲେ ସେ ଦିନର ସରପଞ୍ଚ ବାବୁ ।”

ମନୋଜ ଭାଇ ଆସନ୍ତୁ ସମସ୍ୟା ସମାଧାନ କରିବା । ଓଲିଉଡ୍ ବିବାଦ ଭିତରେ ପ୍ରେସମିଟ୍ କଲେ ଅରିନ୍ଦମ । କହିଲେ ଏମିତି କଥା…

କନକ ବ୍ୟୁରୋ: ଓଲିଉଡ୍ ବିବାଦ ଭିତରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଅଭିନେତା ଅରିନ୍ଦମ ରାୟ । ଅଭିନେତା ମନୋଜ ମିଶ୍ରଙ୍କୁ ଅରିନ୍ଦମ ଆହ୍ୱାନ ଦେବା ସହିତ ସବୁ କଥା ଭୁଲିଯିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଆମେ ଦୁଇ ଭାଇ ଏକାଠି ହେଲେ ସବୁ ସମସ୍ୟାର ସମାଧାନ ହେଇଯିବ । ବେକାରରେ ଏହି ଘଟଣାକୁ ନେଇ ରାଜନୀତି ହେଉଥିବା କଥା କହିଛନ୍ତି ଅରିନ୍ଦମ ରାୟ । ପ୍ରେସମିଟ୍ କରି ଆଜି ଅରିନ୍ଦମ କହିଛନ୍ତି ଯେ, ମନୋଜContinue reading “ମନୋଜ ଭାଇ ଆସନ୍ତୁ ସମସ୍ୟା ସମାଧାନ କରିବା । ଓଲିଉଡ୍ ବିବାଦ ଭିତରେ ପ୍ରେସମିଟ୍ କଲେ ଅରିନ୍ଦମ । କହିଲେ ଏମିତି କଥା…”

ଇଂଲଣ୍ଡ ବିରୋଧରେ କଳା ରଙ୍ଗର ବ୍ୟାଚ୍ ବାନ୍ଧି ପଡିଆକୁ ଓହ୍ଲାଇଲା ଟିମ୍ ଇଣ୍ଡିଆ । ଜାଣନ୍ତୁ, ଏହା ପଛର କାରଣ କଣ?

କନକ ବ୍ୟୁରୋ: ଆଇସିସି କ୍ରିକେଟ୍ ବିଶ୍ୱକପରେ ଆଜି ମୁହାଁମୁହିଁ ହେଉଛନ୍ତି ଭାରତ ଏବଂ ଇଂଲଣ୍ଡ । ଲକ୍ଷ୍ନୌରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ଇଂଲଣ୍ଡ । ତେବେ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ଖେଳାଳିମାନେ ହାତରେ ପିନ୍ଧିଛନ୍ତି କଳା ରଙ୍ଗର ବ୍ୟାଚ୍ । ଆଉ ଟିମ୍ ଇଣ୍ଡିଆ ଖେଳାଳିଙ୍କର ଏହି କଳା ରଙ୍ଗର ବ୍ୟାଚ୍ ପିନ୍ଧିବା ପଛର କାରଣ କହିଛି ବିସିସିଆଇ । #TeamIndiaContinue reading “ଇଂଲଣ୍ଡ ବିରୋଧରେ କଳା ରଙ୍ଗର ବ୍ୟାଚ୍ ବାନ୍ଧି ପଡିଆକୁ ଓହ୍ଲାଇଲା ଟିମ୍ ଇଣ୍ଡିଆ । ଜାଣନ୍ତୁ, ଏହା ପଛର କାରଣ କଣ?”

Design a site like this with WordPress.com
Get started