କନକ ବ୍ୟୁରୋ: ପ୍ରାର୍ଥନା ଚାଲିଥିବା ବେଳେ ଫୁଟିଲା ବୋମା । କେରଳ ଏଣ୍ର୍ଣ୍ରାକୁଲମ କଲାମାସେରି କନଭେନସନ ସେଂଟରରେ ଘଟିଛି ଏହି ଭୟଙ୍କର ବିସ୍ଫୋରଣ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଚିକିତ୍ସା ପାଇଁ ନିକଟରେ ଥିବା ଏକ ସରକାରୀ ହସପିଟାଲରେ ଭର୍ତି କରାଯାଇଛି । କଲାମାସେରି କନଭେନସନ ସେଂଟରରେ ଆୟୋଜିତ ହୋଇଥିଲା ୩ ଦିନିଆ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଜିContinue reading “କେରଳ ଏର୍ଣ୍ଣାକୁଲମରେ ବଡ଼ ଧରଣର ବିସ୍ଫୋରଣ: ଅଘଟଣରେ ଜଣେ ମୃତ, ୨୦ ଆହତ”
Tag Archives: News
ଏର୍ଣ୍ଣାକୁଲମ କନଭେସନ୍ ସେଣ୍ଟରରେ ଭୟଙ୍କର ବିସ୍ଫୋରଣ । ଜଣେ ମୃତ, ୨୦ ରୁ ଅଧିକ ଗରୁତର
କନକ ବ୍ୟୁରୋ : କେରଳ ଏର୍ଣ୍ଣାକୁଲମର କଲାମାସେରୀ ସ୍ଥିତ ଏକ କନଭେନସନ୍ ସେଣ୍ଟରରେ ଭୟଙ୍କର ବିସ୍ଫୋରଣ ହୋଇଛି । ସିନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣରେ ସର୍ବନିମ୍ନ ୨୦ ଜଣ ଲୋକ ଗୁରୁତର ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ ଏଠାରେ ୟହୋବା ସାକ୍ଷୀ ସମ୍ମିଳନୀ ହେଉଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ ମୁତାବକ ଏଠାରେ ୩ଟି ବିସ୍ଫୋରଣ ହୋଇଛି । ଘଟଣାକୁ ନେଇ ଯାହା ସୂଚନା ରହିଛି ତାହା ମୁତାବକ ପ୍ରାରମ୍ଭିକ ଯାଂଚ ବେଳେ ଜଣାପଡିଛିContinue reading “ଏର୍ଣ୍ଣାକୁଲମ କନଭେସନ୍ ସେଣ୍ଟରରେ ଭୟଙ୍କର ବିସ୍ଫୋରଣ । ଜଣେ ମୃତ, ୨୦ ରୁ ଅଧିକ ଗରୁତର”
ରିଲିଜର ଦ୍ୱିତୀୟ ଦିନରେ ବି ଖରାପ ପ୍ରଦର୍ଶନ କଲା କଙ୍ଗନାଙ୍କ ସିନେମା ତେଜସ୍ । ଜାଣନ୍ତୁ କେତେ ହୋଇଛି କଲେକସନ୍
କନକ ବ୍ୟୁରୋ : ବିବାଦୀୟ ବୟାନ ଦେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ସିନେମା ତେଜସ୍ ଏବେ ବକ୍ସ ଅଫିସରେ ଫେଲ ମାରିଛି । ୪୫ କୋଟି ଟଙ୍କା ବିନିଯୋଗରେ ତିଆରି ହୋଇଥିବା ଏହି ସିନେମାର ଦ୍ୱିତୀୟ ଦିନ କଲେକସନ ଦେଖିବା ପରେ ଅନୁମାନ କରାଯାଉଛି କି, ଏହା ସର୍ବାଧିକ ବିନିଯୋଗ ଅର୍ଥ ଆଦାୟ କରିବାରେ ସମର୍ଥ ହୋଇପାରେ । ଅକ୍ଟୋବର ୨୭ ତାରିଖରେ ରିଲିଜ ହୋଇଥିବା ଏହି ସିନେମା ଦୁଇଦିନରେ ମାତ୍ର ୩Continue reading “ରିଲିଜର ଦ୍ୱିତୀୟ ଦିନରେ ବି ଖରାପ ପ୍ରଦର୍ଶନ କଲା କଙ୍ଗନାଙ୍କ ସିନେମା ତେଜସ୍ । ଜାଣନ୍ତୁ କେତେ ହୋଇଛି କଲେକସନ୍”
ସୂଚନା ଅଧିକାରକର୍ମୀ ପ୍ରଦୀପ ପ୍ରଧାନ ଭୁବନେଶ୍ୱର ମହିଳା ଥାନାରେ ଅଟକ: ପଚରାଉଚୁରା କରିବାକୁ ପୋଲିସ ଡାକି ଅଟକ ରଖିଥିବା ସୂଚନା
କନକ ବ୍ୟୁରୋ: ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଥାନାରେ ଅଟକ । ଭୁବନେଶ୍ୱର ମହିଳା ଥାନାରେ ତାଙ୍କୁ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ ପ୍ରଦୀପଙ୍କୁ କୌଣସି ଏକ ମାମଲାରେ ପୋଲିସ ଥାନାକୁ ଡାକିଥିଲା । ତାପରେ ତାଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି । ତେବେ କେଉଁ ମାମଲାରେ ପ୍ରଦୀପଙ୍କୁ ପୋଲିସ ଡାକିଥିଲା ତାହା ସ୍ପଷ୍ଟ ହୋଇପାରିନି । ପ୍ରଦୀପ ଦୀର୍ଘ ବର୍ଷ ହେଲା ସୂଚନା ଅଧିକାର କର୍ମୀ ଭାବେ କାର୍ଯ୍ୟContinue reading “ସୂଚନା ଅଧିକାରକର୍ମୀ ପ୍ରଦୀପ ପ୍ରଧାନ ଭୁବନେଶ୍ୱର ମହିଳା ଥାନାରେ ଅଟକ: ପଚରାଉଚୁରା କରିବାକୁ ପୋଲିସ ଡାକି ଅଟକ ରଖିଥିବା ସୂଚନା”
ଶ୍ରୀମନ୍ଦିରକୁ ହାପ୍ ପ୍ୟାଣ୍ଟ ପିନ୍ଧି ଯାଇ ହଟହଟା ଭକ୍ତ: ସିଂହଦ୍ୱାର ସମ୍ମୁଖରେ ଶ୍ରଦ୍ଧାଳୁଙ୍କୁ ଅଟକାଇଲେ ସେବାୟତ
କନକ ବ୍ୟୁରୋ: ଜାନୁଆରୀ ପହିଲାରୁ ପୁରୀ ଶ୍ରୀମନ୍ଦିରରେ କଡାକଡି ହେବ ପୋଷାକ ପରିଧାନ କଟକଣା । ସଚେତନତା କରୁଛନ୍ତି ମନ୍ଦିର ପ୍ରଶାସନ ସହ ସେବାୟତ । ଏହାରି ଭିତରେ ଆଜି ଜଣେ ପର୍ଯ୍ୟଟକ ମନ୍ଦିରକୁ ହାପ୍ ପ୍ୟାଂଟ ପିନ୍ଧି ଯାଇ ହଟହଟା ହୋଇଛି । ମନ୍ଦିରରେ ପ୍ରବେଶ କରିବା ବେଳେ ପୁରୀ ସେବାୟତ ତାଙ୍କୁ ସିଂହଦ୍ୱାର ସମ୍ମୁଖରେ ଅଟକାଇ ଥିଲେ । ହାପ୍ ପ୍ୟାଂଟ ଉପରେ ଧୋତି ପିନ୍ଧାଇଥିଲେ ସେବାୟତ । ପରେ ମନ୍ଦିର ଭିତରକୁ ଯିବାକୁContinue reading “ଶ୍ରୀମନ୍ଦିରକୁ ହାପ୍ ପ୍ୟାଣ୍ଟ ପିନ୍ଧି ଯାଇ ହଟହଟା ଭକ୍ତ: ସିଂହଦ୍ୱାର ସମ୍ମୁଖରେ ଶ୍ରଦ୍ଧାଳୁଙ୍କୁ ଅଟକାଇଲେ ସେବାୟତ”
ବେଆଇନ ଜମି ପଟ୍ଟା ଚିରିଦେଲେ ତହସିଲଦାର । ଭିଡିଓ ହେଉଛି ଭାଇରାଲ
କନକ ବ୍ୟୁରୋ: ବେଆଇନ ଜମି ପଟ୍ଟା ଚିରିଦେଲେ ତହସିଲଦାର । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ କୃଷ୍ଣପ୍ରସାଦ ତହସିଲରେ । ଜମି ପଟ୍ଟା ଚିରିଛନ୍ତି ତହସିଲଦାର ଶରତ ଚନ୍ଦ୍ର ଗିରି । ଦୁଇ ଦିନ ତଳେ ତାଙ୍କର ବଦଳି ହୋଇଛି । ଜମି ଯୋଗାଇ ଦେବା କହି ବେଆଇନ ଭାବେ କାଗଜପତ୍ର ପ୍ରସ୍ତୁତ କରିଥିଲେ ତହସିଲଦାର । ବଦଳି ପୂର୍ବରୁ ଲୋକେ ସେମାନଙ୍କୁ ଅଭିଯୋଗ ଜଣାଇବା ପାଇଁ ତହସିଲ ଅଫିସରେ ପହଂଚିଥିଲେ । ସେଠାରେ ଜାଲିଆତିContinue reading “ବେଆଇନ ଜମି ପଟ୍ଟା ଚିରିଦେଲେ ତହସିଲଦାର । ଭିଡିଓ ହେଉଛି ଭାଇରାଲ”
କେଶବ ମହାରାଜଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା: ପାକିସ୍ତାନକୁ ହରାଇବାପରେ ଲେଖିଲେ ‘ଜୟ ଶ୍ରୀ ହନୁମାନ’
କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶୋଚନୀୟ ପରାଜୟ ପରେ ପାକିସ୍ତାନର ସେମିଫାଇନାଲ ଖେଳିବା ଆଶା ଧୂଳିସାତ ହୋଇଯାଇଛି । ଆଉ ଏହି ମ୍ୟାଚରେ ପାକିସ୍ତାନକୁ ହରାଇବା ପଛରେ ରହିଛି ଜଣେ ଭାରତୀୟ ବଂଶୋଦ୍ଭବଙ୍କ ହାତ । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି କେଶବ ମହାରାଜ । ସେ ପାକିସ୍ତାନ ବିପକ୍ଷରେ ଦକ୍ଷିଣ ଆଫ୍ରିକା ପାଇଁ ୨୧ ବଲରୁ ୭ ରନ କରିଥିଲେ । ହେଲେ ସେ ଯେଉଁ ପରିସ୍ଥିତିରେ ବ୍ୟାଟିଂ କରି ଶେଷContinue reading “କେଶବ ମହାରାଜଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା: ପାକିସ୍ତାନକୁ ହରାଇବାପରେ ଲେଖିଲେ ‘ଜୟ ଶ୍ରୀ ହନୁମାନ’”
ପଶ୍ଚିମବଙ୍ଗର ମନ୍ତ୍ରୀ ଜ୍ୟୋତିପ୍ରୀୟଙ୍କ ବ୍ୟକ୍ତିଗତ ସହାୟକ କଲେ ବଡ ଖୁଲାସା । ଦୁର୍ନୀତି ଟଙ୍କାରେ ମନ୍ତ୍ରୀ କରୁଥିଲେ ସିନେମା ନିର୍ମାଣ
କନକ ବ୍ୟୁରୋ : ପଶ୍ଚିମବଙ୍ଗର ପରିବଶେ ଓ ଜଙ୍ଗଲମନ୍ତ୍ରୀ ଜ୍ୟୋତିପ୍ରୀୟ ମଲ୍ଲିକ ଏବେ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଛନ୍ତି । ଏହି କ୍ରମରେ ତାଙ୍କୁ ଗିରଫ କରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମନ୍ତ୍ରୀଙ୍କର ପୂର୍ବତନ ବ୍ୟକ୍ତିଗତ ସହାୟକ ଅମିତ୍ ଡେଙ୍କୁ ନୋଟିସ କରିଥିଲେ । ତାଙ୍କୁ ଜେରା କରିବା ବେଳେ ବହୁତଗୁଡିଏ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି । ପୂର୍ବ ବ୍ୟକ୍ତିଗତ ସହାୟକଙ୍କ ସୂଚନାକୁ ନେଇ ଇଡି କହିଛି କି, ମନ୍ତ୍ରୀ ଜ୍ୟୋତିପ୍ରୀୟ ଦୁର୍ନୀତି ଟଙ୍କାରେContinue reading “ପଶ୍ଚିମବଙ୍ଗର ମନ୍ତ୍ରୀ ଜ୍ୟୋତିପ୍ରୀୟଙ୍କ ବ୍ୟକ୍ତିଗତ ସହାୟକ କଲେ ବଡ ଖୁଲାସା । ଦୁର୍ନୀତି ଟଙ୍କାରେ ମନ୍ତ୍ରୀ କରୁଥିଲେ ସିନେମା ନିର୍ମାଣ”
ନୂଆବର୍ଷରେ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ: ଜାନୁଆରୀ ପହିଲାରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କନକ ବ୍ୟୁରୋ: ନୂଆବର୍ଷରେ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିବେ । ପ୍ରସ୍ତାବିତ ମେଟ୍ରୋ ଟର୍ମିନାଲ ଏବଂ ତ୍ରିଶୁଳିଆ ଡିପୋର ସମୀକ୍ଷା ପରେ ଏହା କହିଛନ୍ତି ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ତେଣୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ ରହିିଛି । ଏହାଦ୍ୱାରା କଟକ ଓ ଭୁବନେଶ୍ୱର ମଧ୍ୟରେ ତ୍ରିଶୁଳିଆ ପରିବହନର ହବ ହେବ ବୋଲି ସେContinue reading “ନୂଆବର୍ଷରେ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ: ଜାନୁଆରୀ ପହିଲାରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ”
କାଲି ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ରଘୁବର ଦାସ । ପ୍ରଥମେ ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ ପରେ ରାଜଭବନରେ ରହିବେ, ୩୧ରେ ନେବେ ଶପଥ ।
କନକ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ରଘୁବର ଦାସ । ପ୍ରଥମେ ରାଜ୍ୟପାଳ ଟ୍ରେନରେ ଆସି ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିବେ । ପରେ ଭୁବନେଶ୍ୱର ଆସି ରାଜଭବନରେ କରିବେ ରାତି ଯାପନ । ଭୁବନେଶ୍ୱରରେ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ମଙ୍ଗଳବାର ଦିନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ରାଜଭବନରୁ ମିଳିଥିବା ସୂଚନା ଅନୁସାରେ ଟାଟାନଗରରୁ ପୁରୁଷୋତମ ଏକ୍ସପ୍ରେସରେ ପୁରୀରେ ପହଂଚିବେ । ପୂର୍ବାହ୍ନ ୧୦ଟାରେ ମହାପ୍ରଭୁଙ୍କContinue reading “କାଲି ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ରଘୁବର ଦାସ । ପ୍ରଥମେ ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ ପରେ ରାଜଭବନରେ ରହିବେ, ୩୧ରେ ନେବେ ଶପଥ ।”