ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ଭି କେ ପାଣ୍ଡିଆନ । ଡିସେମ୍ବର ୧୫ ସୁଦ୍ଧା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ, କଟାକ୍ଷ କଲେ ବିରୋଧୀ

କନକ ବ୍ୟୁରୋ : ନୂଆ ଦାୟିତ୍ୱ ପରେ ପୁରୀ ଗସ୍ତ କରିଛନ୍ତି ଭି.କେ.ପାଣ୍ଡିଆନ । ଶ୍ରୀମନ୍ଦିର ଚାରି ଦ୍ୱାର କାମ ବୁଲି ଦେଖିବା ସହ ଶ୍ରୀମନ୍ଦିର ପରିକ୍ରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପୁରୀ ଜିଲ୍ଲାପାଳ ଏସପି ଓ ନିର୍ମାଣକାରୀ ସଂସ୍ଥାର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏବଂ ଡିସେମ୍ବର ୧୫ ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ତାଙ୍କୁ ଶୁଭେଛା ଜଣାଇଥିବାରୁ ପାଣ୍ଡିଆନ୍Continue reading “ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ଭି କେ ପାଣ୍ଡିଆନ । ଡିସେମ୍ବର ୧୫ ସୁଦ୍ଧା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ, କଟାକ୍ଷ କଲେ ବିରୋଧୀ”

କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ । ସକାଳେ ଆଂଜୁଳା ଟେକା, ସଂଧ୍ୟା ପରିବର୍ତ୍ତେ ଦିନରେ ହେଲା ଚାନ୍ଦ ପୂଜା

କନକ ବ୍ୟୁରୋ : ଆକାଶରେ ଜହ୍ନ ଉଇଁବା ପୂର୍ବରୁ ଚଉରା ମୂଳେ ଚାନ୍ଦପୂଜା କରିଛନ୍ତି କୁମାରୀ ଝିଅ । କାରଣ ଆଜି କୁମାର ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ । ଚଳିତବର୍ଷ ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ପଡୁଥିବାରୁ ପୂଜା ବିଧିରେ ଏହି ପରିବର୍ତନ ଦେଖିବାକୁ ମିଳିଛି । ବୈଜ୍ଞାନିକ, ଜ୍ୟୋତିଷଙ୍କ ସୂଚନା ଅନୁସାରେ ରାତି ୧ଟା ୪ ମିନିଟ୍ ୫୫ ସେକେଣ୍ଡରେ ଆରମ୍ଭ ହେବ ଗ୍ରହଣ ସ୍ପର୍ଶ । ଏହାର ୯ ଘଂଟା ପୂର୍ବରୁ ପାକତ୍ୟାଗ ଓContinue reading “କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ । ସକାଳେ ଆଂଜୁଳା ଟେକା, ସଂଧ୍ୟା ପରିବର୍ତ୍ତେ ଦିନରେ ହେଲା ଚାନ୍ଦ ପୂଜା”

କଳାକାରଙ୍କ କଳିରେ ରାଜନେତାଙ୍କ ଏଣ୍ଟ୍ରି । ନରସିଂହ ମିଶ୍ରଙ୍କ ବୟାନକୁ ନାପସନ୍ଦ କଲେ ଶ୍ରୀତମ ଓ କୁନା ତ୍ରିପାଠୀ

କନକ ବ୍ୟୁରୋ : କଳାକାରଙ୍କ କଳି ଭିତରେ ବରିଷ୍ଠ ବିଧାୟକ ନରସିଂହ ମିଶ୍ରଙ୍କ ମନ୍ତବ୍ୟ ବିବାଦକୁ ଆହୁରି ଜଟିଳ କରିଦେଇଛି । ସମାଧାନ ବଦଳରେ ପ୍ରସଙ୍ଗ ଆହୁରି ବିବାଦୀୟ ହୋଇପଡିଛି । ଓଲିଉଡ୍ ବିବାଦ ଭିନ୍ନ ରୂପ ନେଇଛି । ବିଭିନ୍ନ ସ୍ଥାନରେ ମନୋଜଙ୍କ ସପକ୍ଷରେ ସ୍ୱର ଉଠିଛି । ଅଭିନେତା ମନୋଜ ମିଶ୍ରଙ୍କୁ ସମର୍ଥନ କରି ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ଅଭିନେତା ଅନୁଭବ ମହାନ୍ତିଙ୍କ କୁଶପୁତଳିକା ଦାହ କରାଯାଇଛି । ସକାଳେ ବଲାଙ୍ଗୀରରରେ ପ୍ରତିବାଦContinue reading “କଳାକାରଙ୍କ କଳିରେ ରାଜନେତାଙ୍କ ଏଣ୍ଟ୍ରି । ନରସିଂହ ମିଶ୍ରଙ୍କ ବୟାନକୁ ନାପସନ୍ଦ କଲେ ଶ୍ରୀତମ ଓ କୁନା ତ୍ରିପାଠୀ”

ବୃଥା ଗଲା ରଚିନ ରବିନ୍ଦ୍ରଙ୍କ ଶତକ: ରୋମାଞ୍ଚକର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇଲା ଅଷ୍ଟ୍ରେଲିଆ

କନକ ବ୍ୟୁରୋ: ଆଜି ବିଶ୍ୱକପରେ ବଡ ମ୍ୟାଚ ଦେଖିବାକୁ ମିଳିଛି । ନ୍ୟୁଜିଲାଣ୍ଡ-ଅଷ୍ଟ୍ରେଲିଆ ରୋମାଞ୍ଚକର ମ୍ୟାଚରେ ୫ ରନରେ ଜିତିନେଇଛି ଅଷ୍ଟ୍ରେଲିଆ ଦଳ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପକ୍ଷରୁ ତ୍ରାଭିସ ହେଡ୍ ଶତକ କରିଥିବା ବେଳେ ନ୍ୟୁଜିଲାଣ୍ଡ ପାଇଁ ରଚିନ ରବିନ୍ଦ୍ର ଶତକ ହାସଲ କରିଥିଲେ । ହେଲେ ନ୍ୟୁଜିଲାଣ୍ଡ ମ୍ୟାଚ ପରାଜୟ ସହ ରଚିନ ରବିନ୍ଦ୍ରଙ୍କ ଶତକ ବୃଥା ହୋଇଛି । ଏହି ମ୍ୟାଚରେ ଟସ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲାContinue reading “ବୃଥା ଗଲା ରଚିନ ରବିନ୍ଦ୍ରଙ୍କ ଶତକ: ରୋମାଞ୍ଚକର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇଲା ଅଷ୍ଟ୍ରେଲିଆ”

ସୁବର୍ଣ୍ଣପୁରର ନିଆରା ତରଭାର ଚୁଡାଖାଇ ଯାତ୍ରା । ଲୋକନୃତ୍ୟ ଓ ଲୋକଗୀତରେ ଦୁଲିକିଲା ଚୁଡାଖାଇ ମଣ୍ଡପ

କନକ ବ୍ୟୁରୋ : ଉଦଯାପିତ ହୋଇଯାଇଛି ସୁବର୍ଣ୍ଣପୁର ଜିଲ୍ଲା ତରଭାର ପ୍ରସିଦ୍ଧ ଚୁଡାଖାଇ ଡଙ୍ଗର ଲୋକ ମହୋତ୍ସବ ୨୦୨୩ । ବିଭିନ୍ନ ନୃତ୍ୟ ଗିତର ଆସର ସହ ବିଭିନ୍ନ ଅଭିନେତା, ଅଭିନେତ୍ରୀଙ୍କ ସମ୍ବଲପୁରୀ ନୃତ୍ୟ ଏବଂ କଂସଙ୍କ ଦରବାରର ଅନେକ ଦୃଶ୍ୟ ଦର୍ଶକଙ୍କୁ ବେଶ ବିମୋହିତ କରିଥିଲା । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଦର୍ଶକମାନେ ସାଂସ୍କୃତିକ ସଂଧ୍ୟାର ବେଶ ମଜା ନେଇଥିଲେ । ଆୟୋଜକ ମାନେ ରାଜ୍ୟ ସରକାରଙ୍କ ଠାରୁ ଚୁଡାଖାଇ ପାହାଡର ଉନ୍ନତି ପାଇଁ ପ୍ରତିଶ୍ରୁତିContinue reading “ସୁବର୍ଣ୍ଣପୁରର ନିଆରା ତରଭାର ଚୁଡାଖାଇ ଯାତ୍ରା । ଲୋକନୃତ୍ୟ ଓ ଲୋକଗୀତରେ ଦୁଲିକିଲା ଚୁଡାଖାଇ ମଣ୍ଡପ”

ଦୀପ ତଳ ଅନ୍ଧାର ଭଳି କୋଲାବ ଜଳଭଣ୍ଡାର ତଳ ଗାଁରେ ମିଳୁନି ପିଇବା ପାଣି । ଆରମ୍ଭରୁ ଅଚଳ ହୋଇଯାଇଛି ଜଳ ଯୋଗାଣ ପ୍ରକଳ୍ପ

କନକ ବ୍ୟୁରୋ : କୋରାପୁଟ କୋଲାବ ଜଳଭଣ୍ଡାର ତଳେ ଥିବା ଗାଁରେ ମିଳୁନି ବିଶୁଦ୍ଧ ପିଇବା ପାଣି । ଗାଁରେ ଥିବା ଏକମାତ୍ର ନଳକୂପରୁ ବାହାରୁ ଥିବା ପାଣି ପର୍ଯ୍ୟାପ୍ତ ହେଉନାହିଁ, କି ପାଇପ ପାଣି ଆସୁନାହିଁ । ତେଣୁ ରାତି ପାହିଲେ ପାଣି ପାଇଁ ଜଳଭଣ୍ଡାରକୁ ଧାଉଁଛନ୍ତି ଗାଁର ମହିଳା । ସେଇଠି ଗାଧୁଆ ପାଧୁଆ କରିବା ସହ ରୋଷେଇ ବାସ ପାଇଁ ପାଣି ଆଣୁଛନ୍ତି । କୋଲାବ ଜଳଭଣ୍ଡାର ପାଖରେ ରହିଛି ପୁକି ଓContinue reading “ଦୀପ ତଳ ଅନ୍ଧାର ଭଳି କୋଲାବ ଜଳଭଣ୍ଡାର ତଳ ଗାଁରେ ମିଳୁନି ପିଇବା ପାଣି । ଆରମ୍ଭରୁ ଅଚଳ ହୋଇଯାଇଛି ଜଳ ଯୋଗାଣ ପ୍ରକଳ୍ପ”

ମାଲକାନଗିରିରେ ଆବାସ ଯୋଜନା କାର୍ଯ୍ୟକାରୀରେ ବ୍ୟାପକ ଅନିୟମିତତା । ଘର ପାଇଁ କାର୍ଯ୍ୟାଦେଶ ମିଳିଥିବା ହିତାଧିକାରୀଙ୍କୁ ମିଳୁନି ଟଙ୍କା

କନକ ବ୍ୟୁରୋ : ମାଲକାନଗିରି ସଦର ବ୍ଲକ ଚାଲାଣଗୁଡା ପଂଚାୟତ ଏମଭି ୪ ନଂ ଗାଁର ୫୦ ବର୍ଷୀୟ ମହିଳା ସୀତା ହାଲଦାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ସେ ଆବେଦନ କରିଥିଲେ । ଏହାରି ଭିତରେ ତାଙ୍କ ବ୍ୟାଙ୍କ ଖାତାରେ ୪୦ହଜାର ଟଙ୍କା ଜମା ହୋଇଥିଲା । ଯାହାକୁ ସେ ପରବର୍ତି ସମୟରେ ଉଠାଇ ଖର୍ଚ୍ଚ କରିଥିଲେ । କିନ୍ତୁ ତାଙ୍କ କାର୍ଯ୍ୟାଦେଶ ହୋଇନଥିବା ଜଣାପଡିବା ପରେ ଏବେ ତାଙ୍କୁContinue reading “ମାଲକାନଗିରିରେ ଆବାସ ଯୋଜନା କାର୍ଯ୍ୟକାରୀରେ ବ୍ୟାପକ ଅନିୟମିତତା । ଘର ପାଇଁ କାର୍ଯ୍ୟାଦେଶ ମିଳିଥିବା ହିତାଧିକାରୀଙ୍କୁ ମିଳୁନି ଟଙ୍କା”

କାମ କରୁନି ଟିପଚିହ୍ନ । ପାଖରେ ନାହିଁ ଏଟିଏମ କାର୍ଡ, ବୃଦ୍ଧଙ୍କୁ ମିଳୁନି ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା

କନକ ବ୍ୟୁରୋ : ପରିଣତ ବୟସରେ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତାରୁ ବଂଚିତ ୮୦ ବର୍ଷୀୟ ବୃଦ୍ଧ । ବୟସାଧିକ କାରଣରୁ ହାତର ଟିପ ଚିହ୍ନ କାମ କରୁନଥିବା ବେଳେ ପାଖରେ ନାହିଁ ଏଟିଏମ କାର୍ଡ । ତେଣୁ ୭୦୦ଟଙ୍କା ବଦଳରେ ବୃଦ୍ଧଙ୍କୁ ଭତା ବାବଦକୁ ମିଳୁଛି ୫୦୦ଟଙ୍କା । ଆମେ କହୁଛୁ ଢେଙ୍କାନାଳ କାମକ୍ଷାନଗର ଦଶୀପୁର ଗାଁର ବୃଦ୍ଧ ଦାଶରଥି ବାରିକଙ୍କ କଥା । ବୟସ୍କ ବ୍ୟକ୍ତିଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଦେବାର ବ୍ୟବସ୍ଥା ରହିଛି । ଏହିContinue reading “କାମ କରୁନି ଟିପଚିହ୍ନ । ପାଖରେ ନାହିଁ ଏଟିଏମ କାର୍ଡ, ବୃଦ୍ଧଙ୍କୁ ମିଳୁନି ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା”

ଚବିଶରେ ରାଜା କରିବେ ରାଜନୀତି । ପାରିକୁଦ ରାଜାଙ୍କ ବୟାନକୁ ନେଇ ଚର୍ଚ୍ଚା

କନକ ବ୍ୟୁରୋ : ରାଜା ପାଲଟିବେ ନେତା । ପାରିକୁଦର ଯୁବରାଜ ସନ୍ତୋଷ ଚନ୍ଦ୍ର ଦେଓ ୨୦୨୪ ନିର୍ବାଚନରେ ଲଢିବା ପାଇଁ ଆଶାବାଦୀ ଅଛନ୍ତି । ରାଜନୀତିକୁ ଓହ୍ଲାଇବା ନେଇ ଦୋଳ ଉତ୍ସବ ପ୍ରଜାମେଳିରେ ଘୋଷଣା କରିଛନ୍ତି ରାଜା । ସେ ବିଜେଡିରୁ ଟିକେଟ୍ ଆଶାୟୀ ଅଛନ୍ତି । ଗତ ବିଧାନସଭା ନିର୍ବାଚନ ବେଳେ କୃଷ୍ଣପ୍ରସାଦ ବ୍ଲକ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ପାଖାପାଖି ଥିଲେ ଯୁବରାଜ । ସେହି ଦିନଠାରୁ ତାଙ୍କ ରାଜନୀତିକୁ ନେଇContinue reading “ଚବିଶରେ ରାଜା କରିବେ ରାଜନୀତି । ପାରିକୁଦ ରାଜାଙ୍କ ବୟାନକୁ ନେଇ ଚର୍ଚ୍ଚା”

୨ଲକ୍ଷ ୫୯ ହଜାର ୨୮୦ ଚିଟ୍ ଫଣ୍ଡ ଜମାକାରୀଙ୍କୁ ଫେରାଯିବ ଟଙ୍କା । କଟକ ଏଡିଏମଙ୍କ ଆବେଦନନକୁ ଗ୍ରହଣ କରି ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର ଅଦାଲତ

କନକ ବ୍ୟୁରୋ : ୨ଲକ୍ଷ ୫୯ ହଜାର ୨୮୦ ଚିଟ୍ଫଣ୍ଡ ଜମାକାରୀଙ୍କୁ ଫେରାଯିବ ଟଙ୍କା । କଟକ ଏଡିଏମଙ୍କ ଆବେଦନକୁ ଗ୍ରହଣ କରି ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ଅଦାଲତ । ୮ହଜାର ଟଙ୍କା ବା ତା ଠାରୁ କମ୍ ଟଙ୍କା ନିବେଶ କରିଥିବା ଜମାକାରୀ ଟଙ୍କା ଫେରସ୍ତ କରାଯିବ । ଜିଏଲପି ଡେଭଲପର୍ସ ଓ ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡରେ ନିବେଶ କରିିଥିବା ଏହି ଜମାକାରୀଙ୍କୁ ମୋଟ୍ ୯୨କୋଟି ୫୮ଲକ୍ଷ ୭୮ହଜାର ୨୦୧ଟଙ୍କା ପୈଠ କରାଯିବ ।Continue reading “୨ଲକ୍ଷ ୫୯ ହଜାର ୨୮୦ ଚିଟ୍ ଫଣ୍ଡ ଜମାକାରୀଙ୍କୁ ଫେରାଯିବ ଟଙ୍କା । କଟକ ଏଡିଏମଙ୍କ ଆବେଦନନକୁ ଗ୍ରହଣ କରି ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର ଅଦାଲତ”

Design a site like this with WordPress.com
Get started