ଦୁର୍ଘଟଣାର ୫ ମାସ ପରେ ବାହାନଗାରୁ ଉଠୁଛି ଟ୍ରେନ୍ ବଗି । ନିଲାମ ପରେ ବଗି କାଟୁଛନ୍ତି କମ୍ପାନୀ କର୍ମଚାରୀ

କନକ ବ୍ୟୁରୋ : ଦୁର୍ଘଟଣାର ୫ମାସ ପରେ ବାହନଗା ଷ୍ଟେସନରୁ ଉଠାଯାଉଛି ଦୁର୍ଘଟଣାଗ୍ରସ୍ତ ରେଳଡବା । ପଶ୍ଚିମବଙ୍ଗର ଏକ କମ୍ପାନୀ ପକ୍ଷରୁ ଭଗ୍ନ ରେଳଡବା ଉଠାଇବା କାମ ଆରମ୍ଭ ହୋଇଛି । କମ୍ପାନୀ କର୍ମଚାରୀ ମାନଙ୍କ ପକ୍ଷରୁ କାମ ଆରମ୍ଭ ହୋଇଛି । ମାସକ ମଧ୍ୟରେ କ୍ଷତିଗ୍ରସ୍ତ ରେଳଡବା ଗୁଡିକୁ ଉଠାଇନେବା ସହିତ କମ୍ପାନୀ ପକ୍ଷରୁ ସ୍କ୍ରାପିଂ କରାଯିବ । ଗତ ଜୁନ ୨ତାରିଖରେ ବାଲେଶ୍ୱର ବାହାନଗା ଠାରେ ଭୟଙ୍କର ରେଳ ଦୁର୍ଘଟଣା ଘଟିଥିଲା । ଏହିContinue reading “ଦୁର୍ଘଟଣାର ୫ ମାସ ପରେ ବାହାନଗାରୁ ଉଠୁଛି ଟ୍ରେନ୍ ବଗି । ନିଲାମ ପରେ ବଗି କାଟୁଛନ୍ତି କମ୍ପାନୀ କର୍ମଚାରୀ”

ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ, ୨୦ କୋଟି ଟଙ୍କା ନଦେଲେ ଜୀବନରୁ ମାରିଦେବାକୁ ଚେତାବନୀ

କନକ ବ୍ୟୁରୋ: ଦେଶର ବଡ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କୁ ଜୀବନରୁ ମାରିଦେବାକୁ ଧମକ । ଇମେଲରେ ଧମକ ଦେଇଥିବା ଅଜ୍ଞାତ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କୁ ୨୦ କୋଟି ଟଙ୍କା ମାଗିଛି ଏବଂ ନଦେଲେ ଜୀବନ ହରାଇବାକୁ ପଡିବ ବୋଲି ଧମକ ଦେଇଛି । ପୁଲିସଠାରୁ ମିଳିଥିବା ତଥ୍ୟ ମୁତାବକ, ଅକ୍ଟୋବର ୨୭ ତାରିଖରେ ମୁକେଶ ଅମ୍ବାନୀଙ୍କ କମ୍ପାନୀ ଇମେଲ ଆଇଡିରେ ଏକ ଅଜ୍ଞାତ ମେଲ୍ ଆସିଥିଲା । ଧମକପୂର୍ଣ୍ଣ ମେଲରେ ଲେଖଥିଲା, ‘IF you don’t giveContinue reading “ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ, ୨୦ କୋଟି ଟଙ୍କା ନଦେଲେ ଜୀବନରୁ ମାରିଦେବାକୁ ଚେତାବନୀ”

ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଟିମ୍ ଘୋଷଣା କଲା ଅଷ୍ଟ୍ରେଲିଆ । ଜାଣନ୍ତୁ ଅଧିନାୟକ ଭାବେ କାହାକୁ ମିଳିଲା ଦାୟିତ୍ୱ?

କନକ ବ୍ୟୁରୋ : ବିଶ୍ୱକପ ପରେ ଭାରତ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳିବ ଅଷ୍ଟ୍ରେଲିଆ । ଏଥିପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ଅଷ୍ଟ୍ରେଲିଆ । ୧୯ ନଭେମ୍ବରରେ ବିଶ୍ୱକପର ଫାଇନାଲ ମୁକାବିଲା ଖେଳାଯିବା ପରେ ୨୩ ନଭେମ୍ବରରେ ଟି-୨୦ ସିରିଜ ଆରମ୍ଭ ହେବ । ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ମାଥ୍ୟୁ ୱେଡଙ୍କ ହାତରେ ଅଧିନାୟକ ଦାୟିତ୍ୱ ଦେଇଛି । ସେହିଭଳି ବିଶ୍ୱକପ ଦଳରେ ଖେଳୁଥିବା ୮Continue reading “ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ଟିମ୍ ଘୋଷଣା କଲା ଅଷ୍ଟ୍ରେଲିଆ । ଜାଣନ୍ତୁ ଅଧିନାୟକ ଭାବେ କାହାକୁ ମିଳିଲା ଦାୟିତ୍ୱ?”

ହମାସକୁ ଆତଙ୍କବାଦୀ କହିଲେ, ପାଲେଷ୍ଟାଇନବସୀଙ୍କୁ ସମର୍ଥନ କରି ରାଲି କଲେ ଶଶି ଥରୁର ।

କନକ ବ୍ୟୁରୋ: ବରିଷ୍ଠ କଂଗ୍ରେସ ନେତା ତଥା ଲୋକସଭା ସାଂସଦ ଶଶି ଥରୁର ବଡ଼ ଅଡ଼ୁଆରେ ପଡ଼ି ଯାଇଛନ୍ତି। ପାଲେଷ୍ଟିନୀୟଙ୍କୁ ସମର୍ଥନ କରି ଗୁରୁବାର ଆଇୟୁଏମଏଲ (ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ୍‌) ଦ୍ୱାରା ହୋଇଥିବା ଏକ ରାଲିରେ ଭାଷଣ ଦେବା ସମୟରେ ଥରୁର ହମାସକୁ ଆତଙ୍କବାଦୀ ସଂଗଠନ ଏବଂ ଆକ୍ରମଣକାରୀଙ୍କୁ ଆତଙ୍କବାଦୀ କହି ଅକଳ‌କରେ ପଡ଼ି ଯାଇଛନ୍ତି। ଏ ଥରୁରଙ୍କୁ ହମାସ ସମର୍ଥିତ ଗୋଷ୍ଠୀ ଏବଂ କିଛି ବାମ କାର୍ୟ୍ୟକର୍ତ୍ତାଙ୍କ ଦ୍ୱାରା କଡ଼ା ସମାଲୋଚନାର ଶିକାର ହେବାକୁContinue reading “ହମାସକୁ ଆତଙ୍କବାଦୀ କହିଲେ, ପାଲେଷ୍ଟାଇନବସୀଙ୍କୁ ସମର୍ଥନ କରି ରାଲି କଲେ ଶଶି ଥରୁର ।”

ମନୋଜ ମିଶ୍ରଙ୍କୁ ନେଇ ତେଜୁଛି ଆନ୍ଦୋଳନ । ସାଂସଦ ଅନୁଭବ ମହାନ୍ତିଙ୍କ କୁଶପୁତଳିକା ଦାହ କଲେ ମନୋଜଙ୍କ ସମର୍ଥକ

କନକ ବ୍ୟୁରୋ : ମନୋଜ ମିଶ୍ରଙ୍କୁ ନେଇ ତେଜୁଛି ଆନ୍ଦୋଳନ । ଓଲିଉଡ ପ୍ରଜୋଜକ ସଂଘ ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ବ୍ୟାନ କରିବା ପରେ ଚାରିଆଡୁ ମନୋଜ ମିଶ୍ରଙ୍କ ପାଇଁ ସମର୍ଥନ ବଢୁଛି । ବଲାଙ୍ଗିର ବେଲପଡା ବ୍ଲକ ଜଲିଆ ଗାଁରେ ପ୍ରତିବାଦ ଦେଖିବାକୁ ମିଳିଛି । ଅଭିନେତା ଅନୁଭବ ମହାନ୍ତିଙ୍କ କୁଶପୁତଳିକା ଦାହ କରିଛନ୍ତି । ଓଲିଉଡ ଉପୁଜିଥିବା ବିବାଦ ପାଇଁ ସାଂସଦ ଅନୁଭବ ମହାନ୍ତିଙ୍କୁ ସେମାନେ ଦାୟୀ କରିଛନ୍ତି । ଏଥିସହ ମନୋଜContinue reading “ମନୋଜ ମିଶ୍ରଙ୍କୁ ନେଇ ତେଜୁଛି ଆନ୍ଦୋଳନ । ସାଂସଦ ଅନୁଭବ ମହାନ୍ତିଙ୍କ କୁଶପୁତଳିକା ଦାହ କଲେ ମନୋଜଙ୍କ ସମର୍ଥକ”

ନୂଆ ରୂପରେ ରାଜଧାନୀକୁ ଫେରିଛି ପଥ ଉତ୍ସବ । ଜନପଥରେ ଲୋକଙ୍କ ଗହଳି

କନକ ବ୍ୟୁରୋ : ନୂଆ ରୂପରେ ରାଜଧାନୀକୁ ଫେରିଛି ପଥ ଉତ୍ସବ । ଭୋଟରଙ୍କୁ ସଚେତନ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଭୁବନେଶ୍ୱର ଜନପଥରେ ପଥ ଉତ୍ସବର ଆୟୋଜନ କରାଯାଇଛି । ରଙ୍ଗୋଲି, ଝୋଟି, ନାଚଗୀତ ସହ କୁଇଜ ଆଦି ପ୍ରତିଯୋଗିତାମାନ ଆୟୋଜନ କରାଯାଇଛି । ରାମ ମନ୍ଦିରଠୁ ମାଷ୍ଟରକ୍ୟାଟିଂନ ପର୍ଯ୍ୟନ୍ତ ରାସ୍ତାକୁ ସୁସଜ୍ଜିତ କରାଯାଇଛି । ମୋ ଭୋଟ ମୋ ସମ୍ମାନ ସହିତ ନୂଆ ଭୋଟରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।Continue reading “ନୂଆ ରୂପରେ ରାଜଧାନୀକୁ ଫେରିଛି ପଥ ଉତ୍ସବ । ଜନପଥରେ ଲୋକଙ୍କ ଗହଳି”

ଅଙ୍ଗନୱାଡିରେ ହେଲ୍ପର ନିଯୁକ୍ତିକୁ ନେଇ ଉତ୍ତେଜନା । ଅନ୍ୟ ଗାଁ ଲୋକଙ୍କ ନିଯୁକ୍ତିକୁ ବିରୋଧ ।

କନକ ବ୍ୟୁରୋ: ଅଙ୍ଗନୱାଡିରେ ନିଜ ଗାଁ ବଦଳରେ ଅନ୍ୟ ଗାଁରୁ ହେଲ୍ପର ନିଯୁକ୍ତିକୁ ନେଇ ଉତେଜନା । ବିରୋଧ କଲେ ଗ୍ରାମବାସୀ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହ୍ୱିରୋଡ଼ ପଂଚାୟତ ବୁରୁଗିଭୂଇଁ ଅଙ୍ଗନବାଡ଼ି କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗ୍ରାମବାସୀ ଦାବି କରିଛନ୍ତି ଯେ ସେମାନଙ୍କ ଗାଁରୁ ହିଁ ଅଙ୍ଗନୱାଡିର ହେଲପର୍ ପାଇଁ ନିଯୁକ୍ତି ଦିଆଯାଉ । ଅନ୍ୟ ଗାଁରୁ ନିଯୁକ୍ତି ହେଲେ ସେମାନେ ପିଲାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଛାଡିବେ ନାହିଁ ।Continue reading “ଅଙ୍ଗନୱାଡିରେ ହେଲ୍ପର ନିଯୁକ୍ତିକୁ ନେଇ ଉତ୍ତେଜନା । ଅନ୍ୟ ଗାଁ ଲୋକଙ୍କ ନିଯୁକ୍ତିକୁ ବିରୋଧ ।”

ଶହଶହ ଲୋକଙ୍କ ଜୀବନ ନେଇଥିବା କରମଣ୍ଡଳ ବଗି ଓ ଇଞ୍ଜିନ ନିଲାମ ହେଲା । କୋଟି କୋଟି ଟଙ୍କାରେ କିଣିଲା ଏହି କମ୍ପାନୀ

କନକ ବ୍ୟୁରୋ: କୋର୍ଟ ଆଦେଶ ଆସିବା ପରେ ବାଲେଶ୍ୱର ବାହାନଗାରେ ହୋଇଥିବା ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ବଗି ଓ ଇଞ୍ଜିନ ନିଲାମ ହୋଇଛି । ଜୁନ୍ ୨ ତାରିଖରେ ବାଲେଶ୍ୱର ବାହାନଗା ଷ୍ଟେସନ ନିକଟରେ ଭୀଷଣ ଦୁର୍ଘଟଣାଗ୍ରସ୍ତ ହେବା ପରେ କରମଣ୍ଡଳ ଏକ୍ସପ୍ରେସର ଇଞ୍ଜିନ୍ ଓ ବଗି ସହ ଯଶବନ୍ତପୁର-ହାୱଡା ଏକ୍ସପ୍ରେସର ଦୁଇଟି କୋଚ୍ ବାହାନଗା ରେଲୱେ ଷ୍ଟେସନରେ ପଡି ରହିଥିଲା । କୋର୍ଟଙ୍କ ନିର୍ଦ୍ଦେଶ ପରେ ହାୱଡାର ‘ମୋହିତ୍ ଷ୍ଟିଲ୍ କମ୍ପାନୀ’ ଏହାକୁ ୩ କୋଟିContinue reading “ଶହଶହ ଲୋକଙ୍କ ଜୀବନ ନେଇଥିବା କରମଣ୍ଡଳ ବଗି ଓ ଇଞ୍ଜିନ ନିଲାମ ହେଲା । କୋଟି କୋଟି ଟଙ୍କାରେ କିଣିଲା ଏହି କମ୍ପାନୀ”

ଅଭିନେତାଙ୍କ କଳିରେ ପଶିଲେ ନେତା । ମନୋଜ ମିଶ୍ରଙ୍କ ସମର୍ଥନରେ ବାହାରିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର 

କନକ ବ୍ୟୁରୋ : ଅଭିନେତାଙ୍କ କଳିରେ ପଶିଲେ ନେତା । ଅଭିନେତା ମନୋଜ ମିଶ୍ରଙ୍କ ସପକ୍ଷରେ ବାହାରିଲେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ଆଗଲପୁରଠାରେ ଆୟୋଜିତ ଛେଲିଆପାଟ ମହୋତ୍ସବରେ ଯୋଗଦେଇ ମନୋଜ ମିଶ୍ରଙ୍କୁ କରାଯାଇଥିବା ୨ ବର୍ଷର ବାସନ୍ଦକୁ ସେ ନିନ୍ଦା କରିଛନ୍ତି । ଯଦି ବାସନ୍ଦ ନଉଠିବ, ଓଡ଼ିଶା ଭାଗ ଭାଗ ହୋଇଯିବ ବୋଲି କହିଛନ୍ତି । ପ୍ରଯୋଜକମାନେ ଏଭଳି ନିଷ୍ପତି ପ୍ରତ୍ୟାହାର କରି ମନୋଜଙ୍କୁ ଉଚିତ୍ ସମ୍ମାନ ଦେଇ ସମସ୍ୟାର ସମାଧାନ କରିବାକୁContinue reading “ଅଭିନେତାଙ୍କ କଳିରେ ପଶିଲେ ନେତା । ମନୋଜ ମିଶ୍ରଙ୍କ ସମର୍ଥନରେ ବାହାରିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର “

ଡିସେମ୍ବର ୧୫ ସୁଦ୍ଧା ସରିବ ପୁରୀ ପରିକ୍ରମା ପ୍ରକଳ୍ପ କାମ । ଫାଇଭ-ଟି ଅଧ୍ୟକ୍ଷ ହେବା ପରେ ପୁରୀ ଯାଇ ସମୀକ୍ଷା କଲେ ଭି.କେ ପାଣ୍ଡିଆନ୍

କନକ ବ୍ୟୁରୋ : ଡିସେମ୍ବର ୧୫ ସୁଦ୍ଧା ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ଫାଇଭ୍-ଟି ଅଧ୍ୟକ୍ଷ ହେବା ପରେ ପୁରୀ ଯାଇ ପ୍ରଥମ ଥର ପ୍ରକଳ୍ପ କାମର ସମୀକ୍ଷା କରିଛନ୍ତି ଭି.କେ ପାଣ୍ଡିଆନ୍ । ଭୋର ୪ଟାରେ ପୁରୀରେ ପହଞ୍ଚିଥିଲେ ପାଣ୍ଡିଆନ୍ । ସକାଳ ୬ଟା ପର୍ଯ୍ୟନ୍ତ ସମୀକ୍ଷା କରିଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ତ୍ୱରାନ୍ୱିତ କରି ଡିସେମ୍ବର ୧୫ ତାରିଖ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାContinue reading “ଡିସେମ୍ବର ୧୫ ସୁଦ୍ଧା ସରିବ ପୁରୀ ପରିକ୍ରମା ପ୍ରକଳ୍ପ କାମ । ଫାଇଭ-ଟି ଅଧ୍ୟକ୍ଷ ହେବା ପରେ ପୁରୀ ଯାଇ ସମୀକ୍ଷା କଲେ ଭି.କେ ପାଣ୍ଡିଆନ୍”

Design a site like this with WordPress.com
Get started