କନକ ବ୍ୟୁରୋ: ଭାରତ ପୁଣି ଥରେ ‘ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍’କୁ ସମର୍ଥନ କରିବାକୁ ମନା କରି ଦେଇଛି, ଯାହା ଚୀନକୁ କଡ଼ା ଝଟକା ଦେଇଛି। ପାକ୍ ଅଧିକୃତ କଶ୍ମୀରରେ ୬୦ ବିଲିୟନ ଡଲାରର ଚାଇନା-ପାକିସ୍ତାନ ଇକୋନୋମିକ୍ କରିଡର (ସିପିଇସି) ନିର୍ମାଣ ହେଉଥିବାରୁ ଏହାକୁ ଭାରତ ବିରୋଧ କରିଛି। ବିସ୍କେକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଏସସିଓ ସଦସ୍ୟମାନେ ଆନ୍ତର୍ଜାତିକ ଆଇନର ନୀତିକୁ କଡ଼ାକଡ଼ି ଭାବେ ପାଳନ କରି, ପରସ୍ପରର ସାର୍ବଭୌମତ୍ୱ ଏବଂContinue reading “SCO ବୈଠକରେ ଜୟଶଙ୍କରଙ୍କ ରୌଦ୍ର ରୂପ । ଚୀନ୍ BRIର କଲେ କଡା ବିରୋଧ, ଭାରତ-ମଧ୍ୟପୂର୍ବ କରିଡର କଲେ ପ୍ରଶଂସା”
Tag Archives: News
ଦିନକ ପରେ ଆରମ୍ଭ ହେବ ଧର୍ମର ମାସ । ଶନିବାର ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଆଜି ଆମିଷ ବଜାରରେ ଜମିଲାଣି ଭିଡ
କନକ ବ୍ୟୁରୋ : ଦିନକ ପରେ ଆରମ୍ଭ ହେବ କାର୍ତିକ ମାସ । ଆଜି ଶେଷ ଆମିଷ ବାରି । କାରଣ ଆସନ୍ତାକାଲି କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଲୋକେ ଆମିଷ ଖାଇବେନି । ତେଣୁ ଆଜି ବିଭନ୍ନ ଆମିଷ ବଜାରରେ ଲୋକଙ୍କ ଗହଳି ଜମିବ । ଭୁବନେଶ୍ୱର ହେଉକି ପୁରୀ କିମ୍ବା ବ୍ରହ୍ମପୁର ସବୁଠି ଆମିଷ କିଣିନେବାକୁ ଦୋକାନରେ ଭିଡ଼ ଜମିବ । ଗ୍ରାହକଙ୍କ ମନଜାଣି ବେପାରୀ ବାହାରୁ ମାଛ ମାଂସ ଆମଦାନୀ କରିଛନ୍ତି ।Continue reading “ଦିନକ ପରେ ଆରମ୍ଭ ହେବ ଧର୍ମର ମାସ । ଶନିବାର ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଆଜି ଆମିଷ ବଜାରରେ ଜମିଲାଣି ଭିଡ”
୨୦୩୦ରେ ୟୁଥ୍ ଅଲିମ୍ପିକ୍ସ ଓ ୨୦୩୬ରେ ଅଲିମ୍ପିକ୍ସର ଆୟୋଜନ କରିବ ଭାରତ । ଗୋଆରେ ଜାତୀୟ କ୍ରୀଡ଼ା ଉଦଘାଟନୀ ସମାରୋହରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ
କନକ ବ୍ୟୁରୋ : ୨୦୩୦ରେ ୟୁଥ୍ ଅଲିମ୍ପିକ୍ସ ଓ ୨୦୩୬ରେ ଅଲିମ୍ପିକ୍ସର ଆୟୋଜନ କରିବ ଭାରତ । ଗୋଆରେ ଅଜାତୀୟ କ୍ରୀଡ଼ା ଦିବସ ଉଦଘାଟନୀ ଅବସରରେ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି, ଅଲିମ୍ପିକ୍ସ ପାଇଁ ଭାରତରେ ଆବଶ୍ୟକ ଭିତିଭୂମି ପ୍ରସ୍ତୁତ ରହିଛି । ପ୍ରଥମଥର ଗୋଆରେ ଆୟୋଜିତ ଜାତୀୟ କ୍ରୀଡ଼ା ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଦେଶର ୧୦ହଜାର ଖେଳାଳି ଭାଗ ନେବେ । ଉଦଘାଟନୀ ସମାରୋହରେContinue reading “୨୦୩୦ରେ ୟୁଥ୍ ଅଲିମ୍ପିକ୍ସ ଓ ୨୦୩୬ରେ ଅଲିମ୍ପିକ୍ସର ଆୟୋଜନ କରିବ ଭାରତ । ଗୋଆରେ ଜାତୀୟ କ୍ରୀଡ଼ା ଉଦଘାଟନୀ ସମାରୋହରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ”
ସ୍ତବ୍ଧ କଲା କତାରରେ ୮ ଭାରତୀୟ ନୌସେନା ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ । ମାମଲାକୁ ଗୁରୁତ୍ୱର ସହ ନେଲା ଭାରତ ସରକାର
କନକ ବ୍ୟୁରୋ : ଭାରତୀୟ ନୌସେନାର ୮ ଜଣ ପୂର୍ବତନ କର୍ମଚାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି କତାରର ମିଲିଟାରୀ କୋର୍ଟ । ଏମାନେ ସମସ୍ତେ କତାରର ଅଲ ଦାହରା କମ୍ପାନୀରେ କାମ କରୁଥିଲେ । ସେମାନଙ୍କୁ ୨୦୨୨ ଅଗଷ୍ଟ ୩୦ରେ ଗିରଫ କରାୟାଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏମାନଙ୍କୁ ଗିରଫ କରାଯିବା ପଛର କାରଣ ଏ ପର୍ଯ୍ୟନ୍ତ ଭାରତ ସରକାରଙ୍କୁ କାତାର କର୍ତୃପକ୍ଷ ଜଣାଇନାହାନ୍ତି । ଏକାସାଙ୍ଗରେ ଆଠ ଜଣ ଭାରତୀୟଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଘଟଣାକୁContinue reading “ସ୍ତବ୍ଧ କଲା କତାରରେ ୮ ଭାରତୀୟ ନୌସେନା ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ । ମାମଲାକୁ ଗୁରୁତ୍ୱର ସହ ନେଲା ଭାରତ ସରକାର”
ଆଜି ଓଡ଼ିଶା ଛାଡ଼ିବେ ରାଜ୍ୟପାଳ । ଆସନ୍ତା ୨୯ରେ ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ରଘୁବର ଦାସ
କନକ ବ୍ୟୁରୋ : ଆଜି ଓଡ଼ିଶା ଛାଡ଼ିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏହି ପରୀପ୍ରେକ୍ଷୀରେ ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୁରୁବାର ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ । ପ୍ରଫେସର ଗଣେଶୀ ଲାଲଙ୍କ ଦୀର୍ଘ ଓ ସକ୍ରିୟ ସାଧାରଣ ଜୀବନ କାମନା କରିଛନ୍ତି ନବୀନ । ଏହି ଅବସରରେ ରାଜ୍ୟପାଳ କହିଛନ୍ତି, ଓଡ଼ିଶା ମୋର ଘର । ଏଠି ଆସି ମୋର ପୁନର୍ଜନ୍ମ ହୋଇଛି । ଏଠାକାରContinue reading “ଆଜି ଓଡ଼ିଶା ଛାଡ଼ିବେ ରାଜ୍ୟପାଳ । ଆସନ୍ତା ୨୯ରେ ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ରଘୁବର ଦାସ”
ତିନି ଦିନରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ । ସ୍ୱତନ୍ତ୍ର ବୈଠକରେ ବାହାରିପାରେ ସମାଧାନ
କନକ ବ୍ୟୁରୋ : ସେବାୟତଙ୍କ ବିବାଦ ଯୋଗୁଁ ହୋଇପାରୁନି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି । ଏହାରି ଭିତରେ ତିନି ଦିନ ହେଲା ଓପାସରେ ମହାପ୍ରଭୁ ଲିଙ୍ଗରାଜ । ତେବେ ଆଜି ବିବାଦର ସମାଧାନ ହେବା ନେଇ ଆଶା ରଖିଛନ୍ତି ସେବାୟତ ଓ ମନ୍ଦିର ପ୍ରଶାସନ । ଏନେଇ ଅତିରିକ୍ତ ଦେବୋତର କମିଶନର ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟ ନିର୍ବାହୀ ତଥା ଅତିରିକ୍ତ ଜିଲ୍ଲାପାଳଙ୍କୁ ଲିଖିତ ନିର୍ଦ୍ଦେଶ ଦେଇଛନ୍ତି । ତେବେ କୌଣସି ପକ୍ଷ ରାଜି ନହେଲେ ବିକଳ୍ପContinue reading “ତିନି ଦିନରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ । ସ୍ୱତନ୍ତ୍ର ବୈଠକରେ ବାହାରିପାରେ ସମାଧାନ “
ସ୍କ୍ରବ ଟାଇଫସ୍ ସଂକ୍ରମଣକୁ ନେଇ କେନ୍ଦ୍ରୀୟ ଟିମର ପ୍ରାଥମିକ ରିପୋର୍ଟ । ବାହ୍ୟ ମଳତ୍ୟାଗ, ଘାସରେ ଶୋଇବା, ଖାଲି ପାଦରେ ବୁଲିବା ସଂକ୍ରମଣର କାରଣ
କନକ ବ୍ୟୁରୋ : ସ୍କ୍ରବ ଟାଇଫସ୍ ସଂକ୍ରମଣ କାହିଁକି ବ୍ୟାପୁଛି, ତା’ର ପ୍ରାଥମିକ ରିପୋର୍ଟ ଦେଇଛି କେନ୍ଦ୍ରୀୟ ଟିମ୍ । ବାହ୍ୟ ମଳତ୍ୟାଗ, ଘାସରେ ଶୋଇବା, ବସିବା, ଖାଲି ପାଦରେ ଯିବାଆସିବା କରିବା ସଂକ୍ରମଣର କାରଣ ବୋଲି ରିପୋର୍ଟରୁ ଜଣାପଡ଼ିଛି । ରିପୋର୍ଟରେ କୁହାଯାଇଛି, ଅନେକ ଆକ୍ରାନ୍ତଙ୍କ ବିଳମ୍ବରେ ଟେଷ୍ଟିଂ ଓ ଚିକିତ୍ସା କରାଯାଉଛି । ଯେଉଁଥିପାଇଁ ଏଭଳି ସଙ୍ଗୀନ ସ୍ଥିତି ଉପୁଜିଛି । ତେଣୁ ମୌସୁମୀ ଋତୁ ପୂର୍ବରୁ ବ୍ୟାପକ ଜନସଚେତନ କରାଯିବା ଦରକାର ବୋଲିContinue reading “ସ୍କ୍ରବ ଟାଇଫସ୍ ସଂକ୍ରମଣକୁ ନେଇ କେନ୍ଦ୍ରୀୟ ଟିମର ପ୍ରାଥମିକ ରିପୋର୍ଟ । ବାହ୍ୟ ମଳତ୍ୟାଗ, ଘାସରେ ଶୋଇବା, ଖାଲି ପାଦରେ ବୁଲିବା ସଂକ୍ରମଣର କାରଣ”
ଇଂଲଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତକୁ ଝଟକା । ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ମ୍ୟାଚ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା
କନକ ବ୍ୟୁରୋ : ଆସନ୍ତା ଅକ୍ଟୋବର ୨୯ ତାରିଖରେ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚ ପାଇଁ ଲକ୍ଷେ୍ମøରେ ପହଂଚିଛି ଟିମ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମାଙ୍କ ସହ ଟିମର ଖେଳାଳିମାନେ ଲକ୍ଷେ୍ମøରେ ପହଂଚିଛନ୍ତି । ଭାରତ ଲଗାତାର ୫ ମ୍ୟାଚ ଜିତିସାରିଥିବା ବେଳେ ଆଗାମୀ ମ୍ୟାଚ ଇଂଲଣ୍ଡ ସହ ଖେଳିବ । କିନ୍ତୁ ମ୍ୟାଚ ପୂର୍ବରୁ ଭାରତରୁ ବଡ଼ ଝଟକା ଲାଗିଛି । ଅଲରାଓଣ୍ଡର ହାର୍ଦିକ ପାଣ୍ଡ୍ୟା ଇଂଲଣ୍ଡ ମ୍ୟାଚରେ ଖେଳିବେ ନାହିଁ ବୋଲିContinue reading “ଇଂଲଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତକୁ ଝଟକା । ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ମ୍ୟାଚ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା”
ଆପତିଜନକ ଟିପ୍ପଣୀ ଦେଇ ବିବାଦରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତମ ମିଶ୍ର । ବିଜେପି ସାଂସଦ ହେମାମାଳିନୀଙ୍କ ଉପରେ ବୟାନକୁ ନେଇ କଂଗ୍ରେସ କଲା ଟାର୍ଗେଟ
କନକ ବ୍ୟୁରୋ : ବିବାଦରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତମ ମିଶ୍ର । ମନ୍ତ୍ରୀଙ୍କ ଏକ ଭିଡିଓ ବେଶ ଭାଇରାଲ ହେଉଛି । ଯେଉଁଥିରେ ସେ ବିଜେପି ସାଂସଦ ତଥା ଅଭିନେତ୍ରୀ ହେମାମାଳୀନୀଙ୍କ ଉପରେ ଆପତିଜନକ ଟିପ୍ପଣୀ ଦେଉଥିବା ଦେଖିବାକୁ ମିଳିଛି । ଏକ ଜନସଭାକୁ ସମ୍ବୋଧିତ କରି ନରୋତମ ମିଶ୍ର କହିଥିଲେ ଯେ ଦତିଆ ଜିଲ୍ଲାର ବର୍ତମାନ ଏପରି ବିକାଶ ଦିଗରେ ଆଗଉଛି କି ହେମାମାଳିନୀଙ୍କୁ ମଧ୍ୟ ନଚେଇ ଦେଇପାରୁଛି । ସୋସିଆଲ ମିଡିଆରେ ଏହି ଭିିଡିଓContinue reading “ଆପତିଜନକ ଟିପ୍ପଣୀ ଦେଇ ବିବାଦରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତମ ମିଶ୍ର । ବିଜେପି ସାଂସଦ ହେମାମାଳିନୀଙ୍କ ଉପରେ ବୟାନକୁ ନେଇ କଂଗ୍ରେସ କଲା ଟାର୍ଗେଟ”
ଅଯୋଧ୍ୟ ରାମମନ୍ଦିର ପ୍ରାଣପ୍ରତିଷ୍ଠା ଦିନ ଘୋଷଣା ପରେ ତେଜିଲା ରାଜନୀତି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣକୁ ବିରୋଧୀଙ୍କ ବିରୋଧ
କନକ ବ୍ୟୁରୋ : ୫ଶହ ବର୍ଷ ସଂଘର୍ଷର ପରିଣତି । କିଛି ଏଭଳି ଲେଖି ନିର୍ମାଣଧିନ ରାମ ମନ୍ଦିରର ନୂଆ ଭିଜୁଆଲ ଜାରି କରିଛି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର । ଅତି ନିଖୁଣ ଭାବେ ନିର୍ମାଣ କାର୍ଯ୍ୟ ଚାଲିଥିବା ଏଥିରେ ଦେଖିବାକୁ ମିଳିଛି । ଉତରପ୍ରଦେଶ ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ଜାନୁୟାରୀ ୨୨ରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ରContinue reading “ଅଯୋଧ୍ୟ ରାମମନ୍ଦିର ପ୍ରାଣପ୍ରତିଷ୍ଠା ଦିନ ଘୋଷଣା ପରେ ତେଜିଲା ରାଜନୀତି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣକୁ ବିରୋଧୀଙ୍କ ବିରୋଧ”