ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲା : ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ପାଇଁ ବଢିଲା ଅଡୁଆ । ସଂସଦର ନୈତିକତା କମିଟି ପଠାଇଲା ନୋଟିସ

କନକ ବ୍ୟୁରୋ : ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଅଡୁଆ ବଢିବାରେ ଲାଗିଛି । ଏନେଇ ବିଜେପି ସାଂସଦ ଅଭିଯୋଗ କରିବା ପରେ ଏବେ ଏହି ମାମଲାର ଯାଂଚ ପାଇଁ ସଂସଦର ଏଥିକ୍ସ ବା ନୈତିକତା କମିଟି ମହୁଆ ମୋଇତ୍ରାଙ୍କୁ ଅକ୍ଟୋବର ୩୧ ତାରିଖରେ ହାଜର ହେବାକୁ ନୋଟିସ କରିଛି । ଅକ୍ଟୋବର ୩୧ ତାରିଖ ୧୧ଟା ବେଳେ ହାଜର ହେବାକୁ ନୋଟିସରେ ଦର୍ଶାଯାଇଛି । ଏନେଇ ଅଭିଯୋଗ କରିଥିବାContinue reading “ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲା : ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ପାଇଁ ବଢିଲା ଅଡୁଆ । ସଂସଦର ନୈତିକତା କମିଟି ପଠାଇଲା ନୋଟିସ”

କୁମାର ପୂର୍ଣ୍ଣିମାରେ ପଡ଼ୁଛି ଚନ୍ଦ୍ରଗ୍ରହଣ: କେତେବେଳେ ଟେକିବେ ଆଞ୍ଜୁଳା?

କନକ ବ୍ୟୁରୋ: ଆଉ ଦିନକ ପରେ କୁମାର ପୂର୍ଣ୍ଣିମା । କୁମାର ପୂର୍ଣ୍ଣିମାରେ ପଡ଼ୁଛି ଚନ୍ଦ୍ରଗ୍ରହଣ । ଚଳିତ ବର୍ଷ କୁମାର ପୂର୍ଣ୍ଣିମାରେ ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ହେବ । ଗ୍ରହଣ ସ୍ପର୍ଶର ୯ଘଂଟା ପୂର୍ବରୁ ଅର୍ଥାତ ପାକତ୍ୟାଗ ସମୟ ଅପରାହ୍ନ ୪ଟା ୪ମିନିଟ୍ ୫୫ ସେକେଣ୍ଡରୁ ଆରମ୍ଭ ହୋଇ ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡ ପର୍ଯ୍ୟନ୍ତ ରହିବ । କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଚନ୍ଦ୍ରପୂଜା ଓ ଆଂଜୁଳା ଟେକିବାକୁContinue reading “କୁମାର ପୂର୍ଣ୍ଣିମାରେ ପଡ଼ୁଛି ଚନ୍ଦ୍ରଗ୍ରହଣ: କେତେବେଳେ ଟେକିବେ ଆଞ୍ଜୁଳା?”

ସକାଳୁ ସକାଳୁ ନମାଜ ପଢିବାକୁ ଡାକୁଥିଲେ ଆଫ୍ରିଦି, ଦାନିଶ କାନେରିଆ ଖୋଲିଲେ ପାକିସ୍ତାନ କ୍ରିକେଟର କଳା ସତ ।

କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ କ୍ରିକେଟର ଦାନିଶ କାନେରିଆ ପାକିସ୍ତାନ କ୍ରିକେଟର କଳା ସତ ପୂରା ବିଶ୍ୱବାସୀଙ୍କ ସାମ୍ନାକୁ ଆଣିଛନ୍ତି । ପାକିସ୍ତାନ ପକ୍ଷରୁ ଖେଳୁଥିବା ସମୟରେ କିଭଳି ତାଙ୍କୁ ଧାର୍ମିକ ଭେଦଭାବର ଶିକାର ହେବାକୁ ପଡିଥିଲା ତାହା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି କାନେରିଆ । ଏଭଳି ଭେଦଭାବର ଶିକାର ହେବା ପଛର ସବୁଠୁ ବଡ କାରଣ ଥିଲା ତାଙ୍କର ଧର୍ମ । କାନେରିଆ ହିନ୍ଦୁ ଧର୍ମର ହୋଇଥିବା କାରଣରୁ ତାଙ୍କୁ ଦଳରେ କଠିନ ପରିସ୍ଥିତିରContinue reading “ସକାଳୁ ସକାଳୁ ନମାଜ ପଢିବାକୁ ଡାକୁଥିଲେ ଆଫ୍ରିଦି, ଦାନିଶ କାନେରିଆ ଖୋଲିଲେ ପାକିସ୍ତାନ କ୍ରିକେଟର କଳା ସତ ।”

କତାର ଜେଲରେ ବନ୍ଦ ଥିବା  ଭାରତର ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କ ମାମଲାରେ ଆସିପାରେ ଆଜି ବଡ଼ ଫଇସଲା । ଜେଲରୁ ମୁକ୍ତ କରାଯିବ କି ନାହିଁ ନିଷ୍ପତ୍ତି ଆଜି ନିଆଯିବ।

କତାର ଜେଲରେ ଥିବା ବନ୍ଦ ଥିବା ଆଠ ଜଣ ଅବସରପ୍ରାପ୍ତ ଭାରତୀୟ ନୌସେନା ଅଧିକାରୀଙ୍କ ଉପରେ ଆଜି ନିଷ୍ପତ୍ତି ନିଆଯିବ। ଏହି ଅଧିକାରୀମାନେ ଗତ ବର୍ଷ ଅଗଷ୍ଟରୁ ଜେଲରେ ଅଛନ୍ତି । ତାଙ୍କୁ ମୁକ୍ତ କରାଯିବ ନା ଜେଲରେ ରହିବେ ସେନେଇ ଆଜି ଏକ ବଡ ନିଷ୍ପତ୍ତି ନିଆଯିବ । ଅଗଷ୍ଟ ୨୦୨୨ ରୁ ଭାରତୀୟ ନୌସେନାର ଆଠଜଣ ପୂର୍ବତନ ଅଧିକାରୀ କାତାର ଜେଲରେ ରହିଛନ୍ତି । ଏହି ପୂର୍ବତନ ଅଧିକାରୀମାନଙ୍କ ବିରୋଧର ଗୁପ୍ତଚର ବୃତ୍ତି  କରିବାରContinue reading “କତାର ଜେଲରେ ବନ୍ଦ ଥିବା  ଭାରତର ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କ ମାମଲାରେ ଆସିପାରେ ଆଜି ବଡ଼ ଫଇସଲା । ଜେଲରୁ ମୁକ୍ତ କରାଯିବ କି ନାହିଁ ନିଷ୍ପତ୍ତି ଆଜି ନିଆଯିବ।”

ବଲାଙ୍ଗୀର ସରକାରୀ ହସ୍ପିଟାଲରେ ଲାଞ୍ଚ କାରବାର: ପ୍ରସବ ପରେ ନର୍ସଙ୍କ ଟଙ୍କା ବଣ୍ଟାର ଭିଡିଓ ଭାଇରାଲ 

କନକ ବ୍ୟୁରୋ: ସରକାରୀ ହସ୍ପିଟାଲରେ ଲାଂଚ କାରବାର । ପ୍ରସବ ପରେ ନର୍ସଙ୍କ ଟଂକାବଂଟାର ଚିତ୍ର ଏବେ ସାମ୍ନାକୁ ଆସିଛି । କୁହାଯାଉଛି ପ୍ରସବ ପରେ ନର୍ସମାନେ ଏହି ଟଂକା ଆଦାୟ କରିଛନ୍ତି । ବଲାଙ୍ଗୀର ଜିଲ୍ଲା ଭୀମଭୋଇ ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରୁ ଆସିଛି ଏହି ଟଂକା କାରବାରର ଚିତ୍ର । ଯେଉଁଥିରେ ନର୍ସମାନେ ଆଦାୟ ଟଂକାକୁ ପରସ୍ପର ମଧ୍ୟରେ ବାଂଟୁଥିବା ଦେଖିବାକୁ ମିଳିଛି । ରାଜ୍ୟରେ ମହିଳାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁContinue reading “ବଲାଙ୍ଗୀର ସରକାରୀ ହସ୍ପିଟାଲରେ ଲାଞ୍ଚ କାରବାର: ପ୍ରସବ ପରେ ନର୍ସଙ୍କ ଟଙ୍କା ବଣ୍ଟାର ଭିଡିଓ ଭାଇରାଲ “

କଟକ ମେୟର ସୁବାସ ସିଂଙ୍କ ବାସଭବନ ଘେରିଲେ ବସ୍ତି ବାସିନ୍ଦା: ବିନା ଥଇଥାନରେ ଉଚ୍ଛେଦ ନିଷ୍ପତିକୁ ବିରୋଧ କରି ଦେଲେ ଧାରଣା

କନକ ବ୍ୟୁରୋ: କଟକ ମେୟର ସୁବାସ ସିଂଙ୍କ ସରକାରୀ ବାସଭବନ ଘେରିଲେ ବସ୍ତି ବାସିନ୍ଦା । ମେୟରଙ୍କ ବାରବାଟୀ ଷ୍ଟାଡିୟମ ନିକଟ ସରକାରୀ ବାସଭବନକୁ ଘେରାଉ କରିଛନ୍ତି । ବିନା ଥଇଥାନରେ ଉଚ୍ଛେଦ ନିଷ୍ପତିକୁ ବିରୋଧ କରି ବରମପୁରିଆ ବସ୍ତିବାସିନ୍ଦା ଏହି ଘେରାଉ କରିଛନ୍ତି । ସେମାନଙ୍କ କହିବା କଥା ସେମାନଙ୍କୁ ପ୍ରଥମେ ଥଇଥାନ କରାଯାଉ । ତାପରେ ଉଚ୍ଛେଦ କରାଯିବ । ସୂଚନା ଅନୁସାରେ ପୂର୍ବରୁ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରିବାକୁ ନୋଟିସ କରିଥିଲା କଟକ ମହାନଗରContinue reading “କଟକ ମେୟର ସୁବାସ ସିଂଙ୍କ ବାସଭବନ ଘେରିଲେ ବସ୍ତି ବାସିନ୍ଦା: ବିନା ଥଇଥାନରେ ଉଚ୍ଛେଦ ନିଷ୍ପତିକୁ ବିରୋଧ କରି ଦେଲେ ଧାରଣା”

ତେଜିଲା ଓଲିଉଡ଼ ସିନେମା କଳି: ମନୋଜ ମିଶ୍ରଙ୍କ ବାସନ୍ଦଙ୍କୁ କୋଶଲ ମୁକ୍ତିମୋର୍ଚ୍ଚାର ବିରୋଧ

କନକ ବ୍ୟୁରୋ: ତେଜିଲା ଓଲିଉଡ କଳି । କଳାକାର ମନୋଜ ମିଶ୍ରଙ୍କ ବାସନ୍ଦକୁ ବିରୋଧ କଲା କୋଶେଲ ରାଏଜ ମୁକ୍ତି ମୋର୍ଚ୍ଚା । ବଲାଙ୍ଗୀରରେ ଥିବା କଂଟାବାଂଜି ଆଲିସାନ ସିନେମାରେ ଓଡିଆ ଫିଲ୍ମ ରିଲିଜ୍ କରାଇ ନଦେବାକୁ ମୋର୍ଚ୍ଚା ନିଷ୍ପତି ନେଇଛି । ଏଥିସହ ଫିଲ୍ମ ହଲ ବାହାରେ ନୂଆ ଫିଲ୍ମ ମାଲ୍ୟଗିରିର ଯେଉଁ ପୋଷ୍ଟର ଲାଗିଥିଲା ତାକୁ ଚିରି ଦିଆଯାଇଛି । ସାରା ପଶ୍ଚିମ ଓଡିଶାରେ ଓଡିଆ ଫିଲ୍ମକୁ ବୟକଟ କରିବାକୁ ମୋର୍ଚ୍ଚା ଦାବି କରିଛିContinue reading “ତେଜିଲା ଓଲିଉଡ଼ ସିନେମା କଳି: ମନୋଜ ମିଶ୍ରଙ୍କ ବାସନ୍ଦଙ୍କୁ କୋଶଲ ମୁକ୍ତିମୋର୍ଚ୍ଚାର ବିରୋଧ”

ତେଲେଙ୍ଗାନାରେ ହେବ କି ବିଜେପି ଓ ଜନସେନା ପାର୍ଟି ମଧ୍ୟରେ ମେଣ୍ଟ । ଅମିତ୍ ଶାହାଙ୍କୁ ପବନ କଲ୍ୟାଣ ଭେଟିବା ପରେ ବଢିଲା ଚର୍ଚ୍ଚା

କନକ ବ୍ୟୁରୋ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି କ୍ରମରେ ଅଭିନେତା ପବନ କଲ୍ୟାଣଙ୍କ ପାର୍ଟି ଜନସେନା ବିଜେପି ସହ ମେଣ୍ଟ କରିବ ବୋଲି ପୂର୍ବରୁ ଆଲୋଚନା ହେଉଥିଲା । ହେଲେ ଆଜି ପବନ କଲ୍ୟାଣ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ମେଣ୍ଟ ଓ ଆସନ ଭାଗବଣ୍ଟା ନେଇ ଚର୍ଚ୍ଚା ଜୋର ଧରିଛି । ସୂତ୍ର ସୂଚନା ମୁତାବକ ଜନସେନା ପାର୍ଟିର ରାଜନୈତିକ ମାମଲା ସମିତିର ଅଧ୍ୟକ୍ଷ ନାନ୍ଦେଦେଲା ମନୋହରContinue reading “ତେଲେଙ୍ଗାନାରେ ହେବ କି ବିଜେପି ଓ ଜନସେନା ପାର୍ଟି ମଧ୍ୟରେ ମେଣ୍ଟ । ଅମିତ୍ ଶାହାଙ୍କୁ ପବନ କଲ୍ୟାଣ ଭେଟିବା ପରେ ବଢିଲା ଚର୍ଚ୍ଚା”

ବଦଳିଲେ କଟକ ଜିଲ୍ଲାପାଳ । ନରହରି ସେଠୀ ହେଲେ କଟକର ନୂଆ ଜିଲ୍ଲାପାଳ, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ଭବାନୀ ଶଙ୍କର ଚଇନିଙ୍କୁ ମିଳିଲା ନୂଆ ଦାୟିତ୍ୱ ।

କନକ ବ୍ୟୁରୋ : ବଦଳିଲେ କଟକ ଜିଲ୍ଲାପାଳ । ଭବାନୀ ଶଙ୍କର ଚଇନିଙ୍କୁ କଟକ ଜିଲ୍ଲାପାଳ ପଦରୁ ବଦଳି କରାଯାଇ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି । ସେହିଭଳି କଟକର ନୂଆ ଜିଲ୍ଲାପାଳ ଭାବେ ନରହରି ସେଠୀଙ୍କୁ ନୂଆ ଦାୟିତ୍ୱ ମିଳିଛି । ଭବାନୀ ଶଙ୍କରଙ୍କ ବଦଳରେ କଟକର ନୂଆ ଜିଲ୍ଲାପାଳ ଦାୟିତ୍ୱ ତୁଲାଇବେ ନରହରୀ ସେଠୀ । ଅନ୍ୟପଟେ କଟକର ନୂଆ ଜିଲ୍ଲାପାଳ ଦାୟିତ୍ୱ ପାଇଥିବା ନରହରି ସେଠୀ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗରContinue reading “ବଦଳିଲେ କଟକ ଜିଲ୍ଲାପାଳ । ନରହରି ସେଠୀ ହେଲେ କଟକର ନୂଆ ଜିଲ୍ଲାପାଳ, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ଭବାନୀ ଶଙ୍କର ଚଇନିଙ୍କୁ ମିଳିଲା ନୂଆ ଦାୟିତ୍ୱ ।”

ଅଲ୍ ଜଜୀରାର ରିପୋର୍ଟରେ କରୁଥିଲେ ଯୁଦ୍ଧ ଉପରେ ରିପୋର୍ଟିଂ । ସେପଟେ ବୋମାମାଡରେ ଚାଲିଗଲେ ପୁରା ପରିବାର

କନକ ବ୍ୟୁରୋ : ଏ ଯୁଦ୍ଧ କାହା ପାଇଁ ? ରାଷ୍ଟ୍ରର ଭୌଗଳିକ ସୀମା ବୃଦ୍ଧି ପାଇଁ , ଧର୍ମକୁ ଅଗ୍ରାଧିକାର ଦେବା ପାଇଁ ନା ଅସ୍ତ୍ର ବ୍ୟବସାୟୀଙ୍କ ଲାଭ ପାଇଁ । ଏକଥା ଆମେ ଏଇଥି ପାଇଁ କହୁଛୁ ଯେ ଯଦି ଏ ସଂଘର୍ଷ ମଣିଷର ବିକାଶ ପାଇଁ, ମଣିଷର ଭଲ ପାଇଁ ତେବେ ସେହି ମଣିଷମାନଙ୍କୁ ହତ୍ୟା କରି କଣ ପ୍ରମାଣ କରିବାକୁ ଚାହୁଁଛନ୍ତି ଏହି ଶାସକ ଗୋଷ୍ଠୀ । ପ୍ରତିଶୋଧ ପରାୟଣ ଋଷContinue reading “ଅଲ୍ ଜଜୀରାର ରିପୋର୍ଟରେ କରୁଥିଲେ ଯୁଦ୍ଧ ଉପରେ ରିପୋର୍ଟିଂ । ସେପଟେ ବୋମାମାଡରେ ଚାଲିଗଲେ ପୁରା ପରିବାର”

Design a site like this with WordPress.com
Get started