ଖାଡା ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ । ସେବାୟତଙ୍କ ମଧ୍ୟରେ ତୁଟୁନି ବିବାଦ ।

କନକ ବ୍ୟୁରୋ: ଖାଡା ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ । ଗତକାଲିଠାରୁ ଉପାସରେ ଅଛନ୍ତି ଶ୍ରୀଲିଙ୍ଗରାଜ । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ମଧ୍ୟରେ ଜମି ବିବାଦକୁ ନେଇ ଗତକାଲିଠାରୁ ବନ୍ଦ ରହିଛି ନୀତିକାନ୍ତି । ଗତକାଲିଠାରୁ ଏପର୍ଯ୍ୟନ୍ତ କୌଣସି ନୀତି କରାଯାଇନାହିଁ । ଲିଙ୍ଗରାଜଙ୍କ ଜମି ଉପରେ ବଡୁ ନିଯୋଗ ବେଆଇନ ନିର୍ମାଣ କରିଥିବା ଅଭିଯୋଗ କରି ନୀତିରୁ ଦୂରେଇ ରହିଛନ୍ତି ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା । ଅନ୍ୟପଟେ ବଡୁ ନିଯୋଗ କରିଆସୁଥିବା ନୀତି ଚାଲୁContinue reading “ଖାଡା ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ । ସେବାୟତଙ୍କ ମଧ୍ୟରେ ତୁଟୁନି ବିବାଦ ।”

ଭସାଣି ଶୋଭାଯାତ୍ରା ବେଳେ ଗଣ୍ଡଗୋଳ । ରସୁଲଗଡ ପୂଜା କମିଟି ଭସାଣି ବେଳେ ମୁହାଁମୁହିଁ ଦୁଇଗୋଷ୍ଠୀ, ବୁଲିଲା ଖଣ୍ଡା

କନକ ବ୍ୟୁରୋ: ଭସାଣୀ ବେଳେ ବୁଲିଲା ଖଣ୍ଡା । ଭୁବନେଶ୍ୱର ରସୁଲଗଡ଼ ଭସାଣୀ ସମୟରେ ସମାନ୍ୟ କଥା କଟାକଟିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛି । ଘଟଣାରେ ଏକାଧିକ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି । ଆକ୍ରମଣକାରୀକୁ ଗିରଫ କରିବା ଦାବିରେ ମଂଚେଶ୍ୱର ଥାନ ଆଗରେ ପ୍ରତିବାଦ କରିଛି ରସୁଲଗଡ଼ ପୂଜା କମିଟି ସଦସ୍ୟ । ପୁଲିସ ଓ ପ୍ରଶାସନ ବିରୋଧରେ ନାରାବାଜି କରିବା ସହ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।Continue reading “ଭସାଣି ଶୋଭାଯାତ୍ରା ବେଳେ ଗଣ୍ଡଗୋଳ । ରସୁଲଗଡ ପୂଜା କମିଟି ଭସାଣି ବେଳେ ମୁହାଁମୁହିଁ ଦୁଇଗୋଷ୍ଠୀ, ବୁଲିଲା ଖଣ୍ଡା”

ବାଲେଶ୍ୱରରେ ଭସାଣ ବେଳେ ପୋଲିସର ଲାଠି ମାଡ଼ । ପୋଲିସ ଉପରକୁ ଟେକା ପଥର ମାଡ଼ କଲେ ଲୋକେ ।

କନକ ବ୍ୟୁରୋ: ବାଲେଶ୍ୱରରେ ଦୁର୍ଗା ପୂଜା ଭସାଣ ବେଳେ ପୋଲିସର ଲାଠି ମାଡ଼ । ପୋଲିସ ଉପରକୁ ମଧ୍ୟ ଲୋକେ ଟେକା ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତି ଯାଏଁ ଭସାଣ ଉତ୍ସବ ଚାଲିଥିଲା । ରାତି ଗୋଟିଏ ପରେ ମଧ୍ୟ ଡିଜେ ବାଜୁଥିବାରୁ ପୋଲିସ ପକ୍ଷରୁ ବନ୍ଦ କରିବା ପାଇଁ କୁହାଯାଇଥିଲା । ପୋଲିସର ବାରଣ ସତ୍ତେ୍ୱ ଡିଜେ ବନ୍ଦ ହୋଇନଥିଲା । ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା ।Continue reading “ବାଲେଶ୍ୱରରେ ଭସାଣ ବେଳେ ପୋଲିସର ଲାଠି ମାଡ଼ । ପୋଲିସ ଉପରକୁ ଟେକା ପଥର ମାଡ଼ କଲେ ଲୋକେ ।”

ବଲାଙ୍ଗୀର ବଙ୍ଗୋମୁଣ୍ଡାରେ ଚାପା ଉତ୍ତେଜନା । ଗୋଷ୍ଠୀ କନ୍ଦଳ ଯୋଗୁଁ ୧୪୪ ଧାରା ଲାଗୁ ହେବା ପରେ ସହରର ପଇଁତରା ମାରୁଛି ପୁଲିସ

କନକ ବ୍ୟୁରୋ: ବଲାଙ୍ଗୀର ବଙ୍ଗୋମୁଣ୍ଡାରେ ଚାପା ଉତ୍ତେଜନା । ୧୪୪ ଧାରା ଲାଗୁ ହେବା ପରେ ସହରର ପଇଁତରା ମାରୁଛି ପୁଲିସ୍ । ପାର୍ବଣରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ତୀବ୍ର ଉତେଜନା ଦେଖାଦେଇଛି । ଅଘଟଣ ଆଶଙ୍କା କରି ଆଗୁଆ ପଦକ୍ଷେପ ନେଇଛି ପ୍ରଶାସନ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ସୁରକ୍ଷାମୂଳକ ପଦକ୍ଷେପ ନେଇଛି ପ୍ରଶାସନ । ଉତ୍ତେଜନା ସ୍ଥିତିକୁ ଦୃଷ୍ଟିରେ ରଖି ବଙ୍ଗୋମୁଣ୍ଡାରେ ୧୪୪ ଧାରା ଜାରି କରାଯାଇଛିContinue reading “ବଲାଙ୍ଗୀର ବଙ୍ଗୋମୁଣ୍ଡାରେ ଚାପା ଉତ୍ତେଜନା । ଗୋଷ୍ଠୀ କନ୍ଦଳ ଯୋଗୁଁ ୧୪୪ ଧାରା ଲାଗୁ ହେବା ପରେ ସହରର ପଇଁତରା ମାରୁଛି ପୁଲିସ”

ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଏବଂ ସରକାରଙ୍କ ମଧ୍ୟରେ ଆଜି ହୋଇପାରେ ବୈଠକ । ବସ୍ ମାଲିକ ସଂଘର ଦାବି ଉପରେ ହୋଇପାରେ ଆଲୋଚନା

କନକ ବ୍ୟୁରୋ: ବୁଲେଟିନ୍ ଆରମ୍ଭ କରିବା ସବୁଠୁ ବଡ ଖବରରୁ । ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଆଜି ହୋଇପାରେ ବୈଠକ । ବସ୍ ମାଲିକ ସଂଘର ଦାବି ଉପରେ ଆଜି ଆଲୋଚନା ହେବାର ଅଛି । ଦଶହରା ପରେ ୨୬ ତାରିଖରେ ଆଲୋଚନା ପାଇଁ ପ୍ରତିଶ୍ରୁତି ଦେଇଥିଲେ ପରିବହନ ମନ୍ତ୍ରୀ । ଯେଉଁଥି ପାଇଁ ଆସନ୍ତା ୩୧ ଯାଏଁ ଧର୍ମଘଟକୁ ସ୍ଥଗିତ ରଖିଛି ସଂଘ । ପରିବହନ ମନ୍ତ୍ରୀଙ୍କContinue reading “ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଏବଂ ସରକାରଙ୍କ ମଧ୍ୟରେ ଆଜି ହୋଇପାରେ ବୈଠକ । ବସ୍ ମାଲିକ ସଂଘର ଦାବି ଉପରେ ହୋଇପାରେ ଆଲୋଚନା”

ଆମେରିକାରେ ବଡ଼ ଧରଣର ଗୁଳିକାଣ୍ଡ । ୨୨ ମୃତ, ଅନେକ ଗୁରୁତର ।

କନକ ବ୍ୟୁରୋ: ଆମେରିକାରେ ବଡ଼ ଧରଣର ଗୁଳିକାଣ୍ଡ । ଲେବିଷ୍ଟନ ସିଟିରେ ଏହି ଗୁଳିକାଣ୍ଡ ଘଟିଛି । ଏଥିରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ଜଣେ ବ୍ୟକ୍ତି ଏହି ଗୁଳିମାଡ଼ କରିଥିବା ଜଣାପଡ଼ିଛି । ସେମି ଅଟୋମେଟିକ୍ ବନ୍ଧୁକରୁ ଆଖିବୁଜା ଗୁଳିମାଡ଼ କରିଥିଲା ଆତତାୟୀ । ଗୁଳିମାଡ଼ର କାରଣ ଜଣାପଡ଼ିନଥିବା ବେଳେ ପୋଲିସ ପକ୍ଷରୁ ଛାନ୍ଭିନ୍ ଆରମ୍ଭContinue reading “ଆମେରିକାରେ ବଡ଼ ଧରଣର ଗୁଳିକାଣ୍ଡ । ୨୨ ମୃତ, ଅନେକ ଗୁରୁତର ।”

ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା । ଜୟ ସିୟାରାମ ଲେଖି ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଦିବସ ଘୋଷଣା ହେବା ପରେ ଭାବବିହ୍ୱଳ ହୋଇପଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି କି, ଆଜିର ଦିନ ବେଶ ଭାବପୂର୍ଣ୍ଣ । ଏହାସହ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ପାଇଁ ତାଙ୍କୁ ନିମନ୍ତ୍ରଣ ମିଳିଥିବାରୁ ଏହାକୁ ନେଇ ସେ କହିଛନ୍ତି କି, ଐତିହାସିକ ଅବସରର ସାକ୍ଷୀ ହେବାContinue reading “ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା । ଜୟ ସିୟାରାମ ଲେଖି ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ”

ଜାନୁଆରୀ ୨୨ରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ହେବ ପ୍ରାଣ ପ୍ରତିଷ୍ଠା । କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ବହୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ନିର୍ମାଣ ହୋଇଥିବା ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଜାନୁଆରୀ ୨୨ ତାରିଖ ୧୨.୩୦ ରେ ପ୍ରାଣ ପ୍ରତିଷ୍ଠା ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଟ୍ୱିଟର ହ୍ୟାଣ୍ଡଲରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ଆଜି ରାମ ଜନ୍ମ ଭୂମି ନିର୍ମାଣ ସମିତି ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । କିଛି ସମୟ ପୂର୍ବରୁContinue reading “ଜାନୁଆରୀ ୨୨ରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ହେବ ପ୍ରାଣ ପ୍ରତିଷ୍ଠା । କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ”

ସିରିଆ ଉପରେ ଇସ୍ରାଏଲର ଅତର୍କିତ ଆକ୍ରମଣ । ଇସ୍ରାଏଲ ସେନାର ଆକ୍ରମଣରେ ସିରିଆ ସେନା ଶିବିର ଧ୍ୱଂସ

କନକ ବ୍ୟୁରୋ: ଯେଉଁ ଇସଲାମିକ ରାଷ୍ଟ୍ରଗୁଡ଼ିକ ଇସ୍ରାଏଲକୁ ବିରୋଧ କରୁଛନ୍ତି ସେମାନଙ୍କ ମଧ୍ୟରେ ସବୁଠୁ ଆଗରେ ରହିଛି ସିରିଆ । ଇସ୍ରାଏଲର ଗୋଲନ୍ ହାଇର୍ଟ୍ସ’ ଉପରେ ସିରିଆର ରକେଟ ମାଡ଼ ପରେ ପାଲଟା ଜବାବ୍ ଦେଇଛି ଇସ୍ରାଏଲ୍ । ସିରିଆର ସେନା ବେସକୁ ମିସାଇଲ ମାଡ କରି ମାଟିରେ ମିଶାଇ ଦେଇଛି । ଅନ୍ୟପଟେ ଯୁଦ୍ଧ ଭିତରେ ଏବେ ତୁର୍କୀର ପ୍ରବେଶ ହୋଇଛି । ତୁର୍କୀ କହିଛି… ନରସଂହାର କରୁଛି ଇସ୍ରାଏଲ ଓ ଏହାର ଜବାବ ଦିଆଯିବContinue reading “ସିରିଆ ଉପରେ ଇସ୍ରାଏଲର ଅତର୍କିତ ଆକ୍ରମଣ । ଇସ୍ରାଏଲ ସେନାର ଆକ୍ରମଣରେ ସିରିଆ ସେନା ଶିବିର ଧ୍ୱଂସ”

କଲବଲ କରୁଛି ଗରମ । ଦଶନ୍ଧି ଭିତରେ ୩ ଗୁଣା ବଢିଛି ଏସି ବ୍ୟବହାରକାରୀଙ୍କ ସଂଖ୍ୟା ।

କନକ ବ୍ୟୁରୋ: ଅକ୍ଟୋବର ମାସ ଶେଷ ହେବାକୁ ବସିଲାଣି, କିନ୍ତୁ ଏବେ ବି ଗରମରୁ ମିଳୁନି ନିସ୍ତାର । ୨୪ ଘଣ୍ଟାରୁ ପ୍ରାୟ ୧୬ ଘଣ୍ଟା ଭୀଷଣ ଗରମ ହେଉଛି । ପଙ୍ଖା ଚଲେଇଲେ ବି ପର୍ଯ୍ୟାପ୍ତ ହେଉନାହିଁ, ସେଥିପାଇଁ ବାଧ୍ୟ ହୋଇ ଏସି ବ୍ୟବହାର କରୁଛନ୍ତି ଲୋକେ । ତଥ୍ୟ କହୁଛି ଗତ ଏକ ଦଶନ୍ଧି ହେବ ରାଜ୍ୟରେ ଏୟାର କଣ୍ଡିସନ ବ୍ୟବହାରକାରୀଙ୍କ ସଂଖ୍ୟା ବଢିଛି । ଗତ ଦଶନ୍ଧି ଭିତରେ ୩ ଗୁଣା ଏସିContinue reading “କଲବଲ କରୁଛି ଗରମ । ଦଶନ୍ଧି ଭିତରେ ୩ ଗୁଣା ବଢିଛି ଏସି ବ୍ୟବହାରକାରୀଙ୍କ ସଂଖ୍ୟା ।”

Design a site like this with WordPress.com
Get started