ବାବରଙ୍କୁ ଅଧିନାୟକ ପଦରୁ ବିଦା କର । ଆଫଗାନିସ୍ତାନ ବିପକ୍ଷ ପରାଜୟ ପରେ ଉଠିଲା ଦାବି

କନକ ବ୍ୟୁରୋ : ବିଶ୍ୱକପ ୨୦୨୩ରେ ଲଗାତାର ତୃତୀୟ ପରାଜୟ ପରେ ପାକିସ୍ତାନକୁ ନିଜ ଦେଶରେ ସମାଲୋଚନାର ଶିକାର ହେବାକୁ ପଡିଛି । ଏହି ଲଜ୍ଜାଜନକ ପରାଜୟ ପାଇଁ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ଦାୟୀ କରିଛନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର । ବାବରଙ୍କ ବଦଳରେ ଶାହିନ ଆଫ୍ରିଦିଙ୍କୁ ଅଧିନାୟକ କରିବାକୁ ଦାବି କରିଛନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର ଆକିବ ଜାଭେଦ । ଆକିବ କହିଛନ୍ତି ବାବରଙ୍କ ସ୍ଥାନରେ ଦିନିକିଆ ଫର୍ମାଟରେ ଶାହିନ ଆଫ୍ରିଦଙ୍କୁ ପାକିସ୍ତାନର ଅଧିନାୟକContinue reading “ବାବରଙ୍କୁ ଅଧିନାୟକ ପଦରୁ ବିଦା କର । ଆଫଗାନିସ୍ତାନ ବିପକ୍ଷ ପରାଜୟ ପରେ ଉଠିଲା ଦାବି”

କଲେଜ ଛାତ୍ରଙ୍କ ମାଡ଼ରେ ଅଧ୍ୟାପକଙ୍କ ମୃତ୍ୟୁ । ୮ ମାସ ଧରି ଚିକିତ୍ସା ପରେ ଆଖିବୁଜିଲେ ଏଚ.କଟାପାଲି କଲେଜ ଅଧ୍ୟାପକ

କନକ ବ୍ୟୁରୋ : କଲେଜ ଛାତ୍ରଙ୍କ ମାଡ଼ରେ ଅଧ୍ୟାପକଙ୍କ ମୃତ୍ୟୁ । ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ଅଧ୍ୟାପକଙ୍କର ବୁର୍ଲାରେ ମୃତ୍ୟୁ ହୋଇଛି । ମୃତ ଅଧ୍ୟାପକ ଜଣଙ୍କ ହେଲେ ଝାରସୁଗୁଡ଼ା ଏଚ.କଟାପାଲି କଲେଜର ଅମିତ କୁମାର ବାରିକ । ତେବେ ଛାତ୍ର ଜଣଙ୍କ ଅଧ୍ୟାପକଙ୍କୁ ମାଡ଼ ମାରିବା ସମୟର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି । ଭିଡ଼ିଓରେ ଅଧ୍ୟାପକଙ୍କୁ ଛାତ୍ର ମାଡ଼ ମାରିବା ପରେ ସେହିଠାରେ ହିଁ ପଡ଼ିଯାଇଥିଲେ ଅଧ୍ୟାପକ ।Continue reading “କଲେଜ ଛାତ୍ରଙ୍କ ମାଡ଼ରେ ଅଧ୍ୟାପକଙ୍କ ମୃତ୍ୟୁ । ୮ ମାସ ଧରି ଚିକିତ୍ସା ପରେ ଆଖିବୁଜିଲେ ଏଚ.କଟାପାଲି କଲେଜ ଅଧ୍ୟାପକ”

ବଦଳିଲା ୫୦ ବର୍ଷର ପୁରୁଣା ପରମ୍ପରା । ଦିଲ୍ଲୀ ଲାଲକିଲ୍ଲାରେ ରାବଣ ଦହନ କଲେ ଅଭିନେତ୍ରୀ କଙ୍ଗନା

କନକ ବ୍ୟୁରୋ : ବଦଳିଲା ୫୦ ବର୍ଷର ପୁରୁଣା ପରମ୍ପରା । ରାବଣ ପୋଡିଲେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ । ଦିଲ୍ଲୀର ଲାଲକିଲାରେ ଯୋଗଦେଇ ରାବଣ ଦହନ କରିଛନ୍ତି କଙ୍ଗନା । ପ୍ରତିବର୍ଷ ଲାଲକିଲାର ଲବ କୁଶ ରାମଲୀଳା ମୈଦାନରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଥାଏ । ହେଲେ ପ୍ରଥମ ଥର ପାଇଁ ଜଣେ ମହିଳା ରାବଣ ଦହନ କରିଛନ୍ତି । ରାବଣ ଦହନରେ ସାମିଲ ହେବେ ବୋଲି ପୂର୍ବରୁ ଟ୍ୱିଟ୍ କରି ସୂଚନାContinue reading “ବଦଳିଲା ୫୦ ବର୍ଷର ପୁରୁଣା ପରମ୍ପରା । ଦିଲ୍ଲୀ ଲାଲକିଲ୍ଲାରେ ରାବଣ ଦହନ କଲେ ଅଭିନେତ୍ରୀ କଙ୍ଗନା”

ଅହେତକୁ ଭାବେ ବୃଦ୍ଧି ପାଉଛି ଦେଶରେ ଏସିର ବ୍ୟବହାର । ୨୦୫୦ ସୁଦ୍ଧା ପ୍ରତିଘରେ ବ୍ୟବହାର କରିବାକୁ ପଡିପାରେ ଏସି, ୯ ଗୁଣା ବୃଦ୍ଧି ପାଇବ ବିଦ୍ୟୁତ ଚାହିଦା

କନକ ବ୍ୟୁରୋ : ଦେଶରେ ବଢୁଛି ଏସି ବ୍ୟବହାର । ସ୍ଥିତି ଏପରି ହୋଇଆସୁଛି ଯେ ୨୦୫୦ ସୁଦ୍ଧା ଭାରତରେ ଘରେ ବ୍ୟବହାର ହେଉଥିବା ବିଜୁଳିର ଚାହିଦା ଏବେ ତୁଳନାରେ ୯ ଗୁଣା ବୃଦ୍ଧି ପାଇବ । ଯାହା ମୋଟ୍ ଆଫ୍ରିକାର ବିଜୁଳି ବ୍ୟବହାରଠୁ ଅଧିକ ହେବ । ଦେଶରେ ଜଳବାୟୁ ପରିବର୍ତନ ଏବଂ ହିଟ୍ ୱେଭ୍ ପାଇଁ ଲୋକମାନେ ଏକ ସୁସ୍ଥ ବାତାବରଣରେ ରହିବାକୁ ଏସି ଉପରେ ନିର୍ଭରଶୀଳ ହେଉଥିବା ବେଳେ ଏଭଳି ଏକ ରିପୋର୍ଟContinue reading “ଅହେତକୁ ଭାବେ ବୃଦ୍ଧି ପାଉଛି ଦେଶରେ ଏସିର ବ୍ୟବହାର । ୨୦୫୦ ସୁଦ୍ଧା ପ୍ରତିଘରେ ବ୍ୟବହାର କରିବାକୁ ପଡିପାରେ ଏସି, ୯ ଗୁଣା ବୃଦ୍ଧି ପାଇବ ବିଦ୍ୟୁତ ଚାହିଦା”

କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତ୍ତି । ବଢିବନାହିଁ ସାରର ଦାମ, ଚାଷୀଙ୍କ ପାଇଁ ଜାରି ରହିବ ସାର ଉପରେ ରିହାତି

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବୁଧବାର ଦିନ କେନ୍ଦ୍ର କ୍ୟାବିନେଟର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷକମାନଙ୍କ ପାଇଁ ବଡ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ବାବଦରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ସେ କହିଛନ୍ତି କି କେନ୍ଦ୍ର ସରକାର କୃଷକମାନଙ୍କ ସାର ଉପରେ ଯେଉଁ ରିହାତି ପ୍ରଦାନ କରୁଥିଲେ ତାହା ଜାରି ରହିବ । ଏହାସହ ସାର ଉପରେ କୌଣସି ଦାମContinue reading “କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତ୍ତି । ବଢିବନାହିଁ ସାରର ଦାମ, ଚାଷୀଙ୍କ ପାଇଁ ଜାରି ରହିବ ସାର ଉପରେ ରିହାତି”

ଚିଲିକାରେ ପର୍ଯ୍ୟଟକଙ୍କ ବୋଟ୍ ନିଖୋଜ ଘଟଣା । ୫ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ଅଗ୍ନିଶମ କର୍ମଚାରୀ ।

କନକ ବ୍ୟୁରୋ: ଚିଲିକାରେ ପର୍ଯ୍ୟଟକଙ୍କ ବୋଟ୍ ନିଖୋଜ ଘଟଣା । ଚିଲିକା ପାଣିରେ ଚକ୍କର କାଟୁଥିବା ବୋଟରୁ ୫ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । ଡଲଫିନ ଦେଖିବାକୁ ଆଜି ଚିଲିକାକୁ ଏକ ବୋଟରେ ଯାଇଥିଲେ ୫ ଜଣ ପର୍ଯ୍ୟଟକ । ହେଲେ ବୋଟ ଚାଳକ ମଦ୍ୟପାନ କରିଥିବାରୁ ଭାରସାମ୍ୟ ହରାଇ ପାଣି ଭିତରକୁ ଖସିପଡିଥିଲେ । ଚିଲିକାର ମଗରମୁଖ ନିକଟରେ ଏହି ଅଘଟଣ ଘଟିଥିଲା । ଚାଳକ ପାଣିକୁ ଖସିପଡିବା ପରେ ବୋଟContinue reading “ଚିଲିକାରେ ପର୍ଯ୍ୟଟକଙ୍କ ବୋଟ୍ ନିଖୋଜ ଘଟଣା । ୫ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ଅଗ୍ନିଶମ କର୍ମଚାରୀ ।”

ଖାଲିସ୍ତାନ ପ୍ରସଙ୍ଗରେ କାନାଡାର ନରମ ମନୋଭାବକୁ ଭାରତ କ୍ଷମା କରିବା ମୁଡ଼ରେ ନାହିଁ । ବଡ ପଦକ୍ଷେପ ନେବାକୁ ହେଉଛି ପ୍ରସ୍ତୁତ

୪୧ ଜଣ କାନାଡିୟ କୂଟନୀତିଜ୍ଞଙ୍କୁ ପ୍ରତ୍ୟାବର୍ତ୍ତନ କରାଇ ଭାରତ କାନାଡା ବିରୋଧରେ କଠୋର ପଦକ୍ଷେପ ନେଇଛି । ତେବେ ବର୍ତ୍ତମାନ ଭାରତ ସରକାର କାନାଡା ବିରୋଧରେ ଆହୁରି ବଡ଼ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଭିତ୍ତିହୀନ ଅଭିଯୋଗ ପରଠାରୁ ଭାରତ ଏବଂ କାନାଡା ସମ୍ପର୍କ ସବୁଠୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। ଏହି ସମୟରେ, ଭାରତ ଅଟାୱା ବିରୋଧରେ ଅନେକ କଠୋର ପଦକ୍ଷେପ ନେଇଛି ।  ଯେଉଁଥିରେ ୪୧Continue reading “ଖାଲିସ୍ତାନ ପ୍ରସଙ୍ଗରେ କାନାଡାର ନରମ ମନୋଭାବକୁ ଭାରତ କ୍ଷମା କରିବା ମୁଡ଼ରେ ନାହିଁ । ବଡ ପଦକ୍ଷେପ ନେବାକୁ ହେଉଛି ପ୍ରସ୍ତୁତ”

ବିପର୍ଯ୍ୟୟ ପୂର୍ବରୁ ଲୋକଙ୍କ ଫୋନରେ ପହଞ୍ଚିବ ସତର୍କ ସୂଚନା । ଟେଲିକମ୍ ବିଭାଗ ତରଫରୁ ଆଜି ଓଡିଶାରେ ହୋଇଛି ପରୀକ୍ଷଣ । ୯୯ ପ୍ରତିଶତ ଫୋନକୁ ଯାଇଛି ଏମରଜେନ୍ସି ଆଲର୍ଟ ।

କନକ ବ୍ୟୁରୋ: ବିପର୍ଯ୍ୟୟ ଆସିବା ପୂର୍ବରୁ ଆପଣଙ୍କ ପାଖରେ ପହଞ୍ଚିବ ଜରୁରୀ ସୂଚନା । ଆପଣଙ୍କ ଫୋନକୁ ଆସିବ ଟେଲିକମ୍ ବିଭାଗ ତରଫରୁ ମେସେଜ୍ । ଆଜି ମୋବାଇଲକୁ ଏମରଜେନ୍ସି ଆଲର୍ଟ ଆସିବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖି ଏପରି କିଛି କହିଛି ଟେଲିକମ୍ ବିଭାଗ । ବିଭାଗ ତରଫରୁ ଆଜି ପ୍ରେସମିଟ୍ କରାଯାଇ ଏ ସମ୍ପର୍କରେ ସୂଚନା ଦିଆଯାଇଥିବାବେଳେ, ଲୋକମାନେ ଏଥିରେ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି । ତା ସହିତ ଏହା କୌଣସି ସାଇବର ଠକେଇContinue reading “ବିପର୍ଯ୍ୟୟ ପୂର୍ବରୁ ଲୋକଙ୍କ ଫୋନରେ ପହଞ୍ଚିବ ସତର୍କ ସୂଚନା । ଟେଲିକମ୍ ବିଭାଗ ତରଫରୁ ଆଜି ଓଡିଶାରେ ହୋଇଛି ପରୀକ୍ଷଣ । ୯୯ ପ୍ରତିଶତ ଫୋନକୁ ଯାଇଛି ଏମରଜେନ୍ସି ଆଲର୍ଟ ।”

ପିଟିଆଇର ପୂର୍ବତନ ସଂପାଦକ ରାଜେଶ ମହାପାତ୍ରଙ୍କ ବଡ ପ୍ରୟାସ, ଖୁବଶୀଘ୍ର ଖୋଲିବାକୁ ଯାଉଛି ଏସଏମଏଲ ଡିଜିଟାଲ ମିଡିଆର ନୂଆ ପ୍ଲାଟଫର୍ମ

କନକ ବ୍ୟୁରୋ : ଏସଏମଏଲ ଡିଜିଟାଲ ମିଡିଆ ତରଫରୁ ଖୁବଶୀଘ୍ର ‘ସଚିବାଳୟ’ ନାମରେ ଏକ ପୋର୍ଟାଲ ଆରମ୍ଭ କରିବାକୁ ଯାଉଛି । ଯାହା କି, ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାରତରେ ଦ୍ରୁତ ପରିବର୍ତ୍ତନକୁ ବୁଝିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଶାସନ ଏବଂ ସରକାରୀ ନୀତିକୁ ସୁଦୃୃଢ କରିବା କରିବା ଦିଗରେ ଗୁରୁତ୍ୱ ଦେବ । ବରିଷ୍ଠ ସାମ୍ବାଦିକ ତଥା ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆର ପୂର୍ବତନ ସଂପାଦକ ରାଜେଶ ମହାପାତ୍ର ଏହାର ମୁଖ୍ୟ ସଂପାଦକ ଭାବେ ଦାୟିତ୍ୱContinue reading “ପିଟିଆଇର ପୂର୍ବତନ ସଂପାଦକ ରାଜେଶ ମହାପାତ୍ରଙ୍କ ବଡ ପ୍ରୟାସ, ଖୁବଶୀଘ୍ର ଖୋଲିବାକୁ ଯାଉଛି ଏସଏମଏଲ ଡିଜିଟାଲ ମିଡିଆର ନୂଆ ପ୍ଲାଟଫର୍ମ”

ଚିଲିକା ମଝିରେ ଡଙ୍ଗା ନିଖୋଜ । ଡଲଫିନ୍ ଦେଖିବାକୁ ଯାଇଥିଲେ ୫ ଯାତ୍ରୀ ।

କନକ ବ୍ୟୁରୋ : ଚିଲିକାରେ ଯାତ୍ରୀ ଡଙ୍ଗା ନିଖୋଜ । ଡଙ୍ଗାରେ ଯାତ୍ରୀ ଥିବା ବେଳେ ତାହା ଚିଲିକା ମଝିରେ ନିଖୋଜ ହୋଇଥିବା ନେଇ ସୂଚନା ମିଳୁଛି । ଡଙ୍ଗାରେ ବସି ଡଲଫିନ୍ ଦେଖିବାକୁ ଯାଇଥିଲେ ୫ ଯାତ୍ରୀ । କିନ୍ତୁ ମଝି ଚିଲିକାରେ ଡଙ୍ଗା ନିଖୋଜ ହୋଇଯାଇଥିଲା । ଡଙ୍ଗାକୁ ଠାବ କରିବାକୁ ପ୍ରୟାସ ଜାରି ରହିଛି । ସାତପଡା ଠାରୁ ଏକ ମୋଟରବୋଟ ଡଙ୍ଗା ଜରିଆରେ ଚିଲିକା ମୁହାଣକୁ ଯାଇଥିଲେ ଯାତ୍ରୀ । ମୁହାଣContinue reading “ଚିଲିକା ମଝିରେ ଡଙ୍ଗା ନିଖୋଜ । ଡଲଫିନ୍ ଦେଖିବାକୁ ଯାଇଥିଲେ ୫ ଯାତ୍ରୀ ।”

Design a site like this with WordPress.com
Get started