ବାଂଲାଦେଶ ମୁହାଁ ବାତ୍ୟା ହାମୁନ । ଅତି ଭୀଷଣ ବାତ୍ୟାର ରୂପ ନେଇ ସୁମୁଦ୍ର ଭିତରେ କରୁଛି ଗତି

କନକ ବ୍ୟୁରୋ : ବଂଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ହାମୁନ ଏବେ ସମୁଦ୍ର ଭିତରେ ଅତି ଭୀଷଣ ବାତ୍ୟାର ରୂପ ନେଇ ଗତି କରୁଛି ।  ଆଉ ଏ ହେଉଛି ବାତ୍ୟା ହାମୁନର ଗତିପଥ । ସାମୁଦ୍ରିକ ଝଡ ହାମୁନ୍ର ଗତିପଥ ନେଇ ଏହି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ନଜର ପକାନ୍ତୁ ଆଇଏମଡିର ଆକଳନ ଉପରେ । ସମୁଦ୍ର ଭିତରେ ଅତିଭୀଷଣ ବାତ୍ୟାର ରୂପ ନେଇଥିବା ହାମୁନ ଧିରେ ଧିରେ ଆଗକୁ ବଢ଼ୁଛିContinue reading “ବାଂଲାଦେଶ ମୁହାଁ ବାତ୍ୟା ହାମୁନ । ଅତି ଭୀଷଣ ବାତ୍ୟାର ରୂପ ନେଇ ସୁମୁଦ୍ର ଭିତରେ କରୁଛି ଗତି”

ନବରଙ୍ଗପୁର ଚନ୍ଦାହାଣ୍ଡିରେ ଶବକୁ ମିଳିଲାନି ସମ୍ମାନ । ୮ କିଲୋମଟିର ମୃତଦେହକୁ କାନ୍ଧରେ ବୋହିଲେ ପରିବାର ଲୋକେ

କନକ ବ୍ୟୁରୋ : ଶବକୁ ମିଳିଲାନି ସମ୍ମାନ । ଶବକୁ ଦୀର୍ଘ ୮ କିଲୋମିଟର କାନ୍ଧରେ ବୋହିଲେ ପରିବାର ଲୋକେ । ଏଭଳି ଅଭିଯୋଗ ଆସିିଛି ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ଶରଧାପୁର ଗାଁରେ । ସୂଚନା ଅନୁସାରେ, ଶରଧାପୁର ଗାଁର ନରେନ୍ଦ୍ର ମାଝିଙ୍କ ସ୍ତ୍ରୀ ଦେଓଲୀ ମାଝି ଅସୁସ୍ଥ ହୋଇପଡିଥିଲେ । ଚିକିତ୍ସା ପାଇଁ ତାଙ୍କୁ ଚନ୍ଦାହାଣ୍ଡି ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଆଉ ତାଙ୍କର ମୃତ୍ୟୁ ହେବା ପରେ ପରିବାର ଲୋକେ ଶବ ବାହକ ଗାଡିକୁContinue reading “ନବରଙ୍ଗପୁର ଚନ୍ଦାହାଣ୍ଡିରେ ଶବକୁ ମିଳିଲାନି ସମ୍ମାନ । ୮ କିଲୋମଟିର ମୃତଦେହକୁ କାନ୍ଧରେ ବୋହିଲେ ପରିବାର ଲୋକେ”

ଅବସରର ୨୪ଘଂଟା ଭିତରେ ଭି.କେ.ପାଣ୍ଡିଆନଙ୍କୁ ମିଳିଲା ନୂଆ ନିଯୁକ୍ତି । କ୍ୟାବିନେଟ୍ ପାହ୍ୟା ସହ ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଦାୟିତ୍ୱ ଦେଲେ ରାଜ୍ୟ ସରକାର

କନକ ବ୍ୟୁରୋ : ଭି.କେ. ପାଣ୍ଡିଆନଙ୍କ ଅବସର ଯେମିତି ଅଚାନକ ଥିଲା, ସେମିତି ତାଙ୍କ ନୂଆ ନିଯୁକ୍ତି ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ପାଣ୍ଡିଆନଙ୍କ ଅବସରକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ହେଉଥିଲେ ବି ତାଙ୍କୁ ପୁଣି ଥରେ ନୂଆ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ପ୍ରଥମ ଚିଠିଟି କେନ୍ଦ୍ର ସରକାରଙ୍କ ସାଧାରଣ ପ୍ରଶାସନ ଓ କାର୍ମିକ ମନ୍ତ୍ରାଳୟ ପକ୍ଷରୁ ୨୩ତାରିଖରେ ରାଜ୍ୟ ସରକାରଙ୍କ ପାଖକୁ ଆସିଥିଲା । ଏଥିରେ ଆଇଏଏସ ଭି.କେ.ପାଣ୍ଡିଆନଙ୍କ ସ୍ୱେଛାକୃତContinue reading “ଅବସରର ୨୪ଘଂଟା ଭିତରେ ଭି.କେ.ପାଣ୍ଡିଆନଙ୍କୁ ମିଳିଲା ନୂଆ ନିଯୁକ୍ତି । କ୍ୟାବିନେଟ୍ ପାହ୍ୟା ସହ ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଦାୟିତ୍ୱ ଦେଲେ ରାଜ୍ୟ ସରକାର”

ପବିତ୍ର ବିଜୟାଦଶମୀରେ ଉତ୍ସବ ମୁଖର ସାରାଦେଶ । ଦଶହରାରେ ମା’ଙ୍କ ଦର୍ଶନ ପାଇଁ ପୂଜା ମଣ୍ଡପରେ ଅସମ୍ଭାଳ ଭିଡ

କନକ ବ୍ୟୁରୋ : ବିଜୟା ଦଶମୀ, ଅସତ୍ୟ ଉପରେ ସତ୍ୟର ଜୟ, ଅଧର୍ମ ଉପରେ ଧର୍ମର ଜୟ । ଦଶଭୁଜାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଏଥିପାଇଁ ମଣ୍ଡପରେ ମନ୍ତ୍ର ଉଚ୍ଚାରଣ ସହ ଚାଲିଛି ମାଆଙ୍କ ପୂଜାପାଠ । ବିଜୟାଦଶମୀ ଦୁର୍ଗାପୂଜାର ଅନ୍ତିମ ପର୍ବ ହୋଇଥିବାରୁ ମାଆଙ୍କୁ ଦର୍ଶନ କରିବାକୁ ମଣ୍ଡପରେ ସକାଳୁ ସକାଳୁ ଭିଡ ଜମିଛି । ଭୁବନେଶ୍ୱରରେ ମଣ୍ଡପଗୁଡିକରେ ସୁଉଚ୍ଚ ତୋରଣ ଓ ସାଜସଜ୍ଜା ଦେଖିବାକୁ ଲୋକଙ୍କ ଭିଡ ଜମିଛି । ବେଶ ଉତ୍ସାହରContinue reading “ପବିତ୍ର ବିଜୟାଦଶମୀରେ ଉତ୍ସବ ମୁଖର ସାରାଦେଶ । ଦଶହରାରେ ମା’ଙ୍କ ଦର୍ଶନ ପାଇଁ ପୂଜା ମଣ୍ଡପରେ ଅସମ୍ଭାଳ ଭିଡ”

ବାଂଲାଦେଶ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ବିଶାଳ ସ୍କୋର, ଏକୁଟିଆ ଡି କକ୍ କଲେ ୧୭୪ ରନ

କନକ ବ୍ୟୁରୋ : ବିଶ୍ୱକପରେ ପୁଣି ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି । ବିଶ୍ୱକପର ଏହି ୨୩ ତମ ମ୍ୟାଚ ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିଥିଲା । ଏଥିରେ ଦକ୍ଷିଣ ଆଫ୍ରିକା ବାଂଲାଦେଶ ସାମ୍ନାରେ ୩୮୩ ରନର ଟାର୍ଗେଟ ଦେଇଛି । ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇContinue reading “ବାଂଲାଦେଶ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ବିଶାଳ ସ୍କୋର, ଏକୁଟିଆ ଡି କକ୍ କଲେ ୧୭୪ ରନ”

ଆମ ଖେଳାଳି ୮ କିଲୋ ମାଂସ ଖାଉଛନ୍ତି, ପିଟନେସ୍ ନାହିଁ ଫିଲ୍ଡିଂ କରିବେ କେମିତି, ଜିତିବେ କେମିତି?

କନକ ବ୍ୟୁରୋ: କ୍ରିକେଟ୍ ଇତିହାସରେ ପାକିସ୍ତାନକୁ ପ୍ରଥମଥର ଆଫଗାନିସ୍ତାନ ଶୋଚନୀୟ ଭାବେ ପରାସ୍ତ କରିଛି । ଗତକାଲିର ଏହି ପରାଜୟ ପରେ ପାକ୍ ଅଧିନାୟକ ବାବର ଆଜାମଙ୍କ କ୍ୟାପଟେନ୍ସିକୁ ନେଇ ପାକ୍ କିମ୍ବନ୍ଦନ୍ତୀ କ୍ରିକେଟର ମାନେ ପ୍ରଶ୍ନ ଉଠାଇଛନ୍ତି । କେବଳ ବାବର ଆଜାମ ନୁହନ୍ତି ପିସିବି ଅଧ୍ୟକ୍ଷ, ଚୟନକର୍ତ୍ତା, ପ୍ରଶିକ୍ଷକଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ପାକ୍ ପୂର୍ବ କ୍ରିକେଟର ୱାସିମ ଆକ୍ରମ ଓ ଶୋଏବ୍ ଅଖତର । ପାକ୍ ପୂର୍ବତନ ସ୍ୱିଙ୍ଗ୍ କିଙ୍ଗ୍ ୱାସିମ ଆକ୍ରମContinue reading “ଆମ ଖେଳାଳି ୮ କିଲୋ ମାଂସ ଖାଉଛନ୍ତି, ପିଟନେସ୍ ନାହିଁ ଫିଲ୍ଡିଂ କରିବେ କେମିତି, ଜିତିବେ କେମିତି?”

ଦଶହରାରେ ଅଘଟଣ । ବୁଡି ଯାଉଥିବା ଝିଅକୁ ଉଦ୍ଧାର କରିବାକୁ ଯାଇ ଉଭୟ ମା’ଓ ଝିଅ ମୃତ

କନକ ବ୍ୟୁରୋ : ଦଶହରାରେ ଅଘଟଣ । ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ମାଆ ଓ ଝିଅ । ନୟାଗଡ଼ ଜିଲ୍ଲା ଘୋଳାହାଣ୍ଡି ଗାଁର ପୂର୍ଣ୍ଣ ପ୍ରଧାନଙ୍କ ୧୨ ବର୍ଷୀୟ ଝିଅ ବର୍ଷା ପ୍ରଧାନ ପ୍ରଥମେ ପାଣିରେ ବୁଡ଼ିଯାଇଥିଲେ । ଝିଅ ବୁଡ଼ିଯାଉଥିବା ଦେଖି ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମାଆ ରୀନା ପ୍ରଧାନ । ହେଲେ ଗୋଡ଼ ଖସି ସେ ମଧ୍ୟ ପାଣିରେ ବୁଡ଼ିଯାଇଥିଲେ । କିଛି ସମୟ ପରେ ଗାଁଲୋକେ ତାଙ୍କୁ ଉଦ୍ଧାରContinue reading “ଦଶହରାରେ ଅଘଟଣ । ବୁଡି ଯାଉଥିବା ଝିଅକୁ ଉଦ୍ଧାର କରିବାକୁ ଯାଇ ଉଭୟ ମା’ଓ ଝିଅ ମୃତ”

ଶାଶୁ ସମ୍ଭାଳିଲେ ପିଲା, ପୁଅ ଓ ବୋହୂ ପଢିଲେ ପାଠ । ବିପିଏସସି ପରୀକ୍ଷାରେ ପାସ୍ କରି ଏକାସାଥିରେ ପାଇଲେ ଶିକ୍ଷକ ନିଯୁକ୍ତି

କନକ ବ୍ୟୁରୋ : ବିହାର ସରକାର ଚଳିତ ବର୍ଷ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ମୋଟ ୧,୭୦, ୪୬୧ ଜଣ ଶିକ୍ଷକ ନିଯୁକ୍ତି ନେଇ ଘୋଷଣା କରିଛନ୍ତି । ଏନେଇ ପରୀକ୍ଷା ଦେଇଥିବା ପିଲାମାନଙ୍କର ଫଳାଫଳ ଘୋଷଣା ହେବା ପରେ ୧.୫ ଲକ୍ଷ ବେକାର ଯୁବକ ଯୁବତୀଙ୍କ ଶିକ୍ଷକ ହେବାର ସ୍ୱପ୍ନ ପୂରଣ ହୋଇଛି । ସେମାନଙ୍କ ମଧ୍ୟରୁ ୨ ଜଣ ହେଉଛନ୍ତି ନୀରଜ ଓ ମମତା । ସେମାନେ ବିହାର ଶିକ୍ଷକ ନିଯୁକ୍ତିContinue reading “ଶାଶୁ ସମ୍ଭାଳିଲେ ପିଲା, ପୁଅ ଓ ବୋହୂ ପଢିଲେ ପାଠ । ବିପିଏସସି ପରୀକ୍ଷାରେ ପାସ୍ କରି ଏକାସାଥିରେ ପାଇଲେ ଶିକ୍ଷକ ନିଯୁକ୍ତି”

ଅଯୋଧ୍ୟା ରାମ ମନ୍ଦିର ପାଇଁ ନିଯୁକ୍ତି । ପୂଜକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ, ଅକ୍ଟୋବର ୩୧ସୁଦ୍ଧା କରିପାରିବେ ଆବେଦନ

କନକ ବ୍ୟୁରୋ : ଅଯୋଧ୍ୟା ରାମ ମନ୍ଦିର ପାଇଁ ହେବ ପୂଜକ ନିଯୁକ୍ତି । ଏଥିପାଇଁ ବାହାରିଛି ବିଜ୍ଞାପନ । ଅକ୍ଟୋବର ୩୧ତାରିଖ ସୁଦ୍ଧା ପୂଜକ ପଦ ପାଇଁ କରିହେବ ଆବେଦନ । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା ଏହି ବିଜ୍ଞାପନ ପ୍ରକାଶ ପାଇଛି । ଆସନ୍ତା ଜାନୁଆରୀ ୨୨ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ହେବ । ଏଥିପାଇଁ ବିଭିନ୍ନ ପୂଜକ ପଦ ପାଇଁ ଟ୍ରଷ୍ଟ ନିଯୁକ୍ତି ବାହାରିଛି । ନିଯୁକ୍ତିରେ ସ୍ୱଚ୍ଛତା ରଖିବାContinue reading “ଅଯୋଧ୍ୟା ରାମ ମନ୍ଦିର ପାଇଁ ନିଯୁକ୍ତି । ପୂଜକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ, ଅକ୍ଟୋବର ୩୧ସୁଦ୍ଧା କରିପାରିବେ ଆବେଦନ”

ସରଗରମ ମହାରାଷ୍ଟ୍ର ରାଜନୀତି । ପ୍ରତ୍ୟେକ୍ଷ ରାଜନୀତିରୁ ସନ୍ୟାସ ନେଲେ ନାରାୟଣ ରାଣେଙ୍କ ପୁଅ ନିଲେଶ ରାଣେ

କନକ ବ୍ୟୁରୋ : ମହାରାଷ୍ଟ୍ର ଭାରତୀୟ ଜନତା ପାର୍ଟିର ନେତା ତଥା ବିଧାୟକ ନିଲେଶ ରାଣେ ସକ୍ରିୟ ରାଜନୀତିରୁ ସନ୍ୟାସ ନେବା ନେଇ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ଏଭଳି ସୂଚନା ଦେଇଛନ୍ତି ନିଲେଶ ରାଣେ । ନିଲେଶ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ବଡ ପୁଅ । ନିଲେଶ ରାଣେ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି କି, ସେ ସକ୍ରିୟ ରାଜନୀତିରୁ ସନ୍ୟାସ ନେଉଛନ୍ତି । ରାଜନୀତିରେ ରୁଚି ନଥିବା ଦର୍ଶାଇ ସେContinue reading “ସରଗରମ ମହାରାଷ୍ଟ୍ର ରାଜନୀତି । ପ୍ରତ୍ୟେକ୍ଷ ରାଜନୀତିରୁ ସନ୍ୟାସ ନେଲେ ନାରାୟଣ ରାଣେଙ୍କ ପୁଅ ନିଲେଶ ରାଣେ”

Design a site like this with WordPress.com
Get started