ଭୁବନେଶ୍ୱର ବରମୁଣ୍ଡାରେ ହେବ ରାବଣ ପୋଡି । ସରିଛି ସମସ୍ତ ବ୍ୟବସ୍ଥା, ଜାଣନ୍ତୁ କେତେ ଟଙ୍କାର ବାଣ ହୋଇଛି ବ୍ୟବହାର

କନକ ବ୍ୟୁରୋ : ରାବଣପୋଡି ପାଇଁ ଭୁବନେଶ୍ୱର ବରମୁଣ୍ଡା ପଡିଆରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏଥିରେ ପ୍ରାୟ ଲକ୍ଷେ ଟଙ୍କାର ବାଣ ବ୍ୟବହାର କରାଯିବ । ଏଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ଲକ୍ଷାଧିକ ଲୋକଙ୍କ ସମାଗମକୁ ଆଖିରେ ରଖି ରାବଣ ରହିବାର କିଛି ଦୂରରେ ବ୍ୟାରିକେଡ କରାଯାଇଛି । ବରମୁଣ୍ଡା ପୂଜା କମିଟି ପକ୍ଷରୁ ୧୦୦ଜଣ ଭଲ୍ୟୁଣ୍ଟର ନିୟୋଜିତ କରାଯାଇଛି । TheContinue reading “ଭୁବନେଶ୍ୱର ବରମୁଣ୍ଡାରେ ହେବ ରାବଣ ପୋଡି । ସରିଛି ସମସ୍ତ ବ୍ୟବସ୍ଥା, ଜାଣନ୍ତୁ କେତେ ଟଙ୍କାର ବାଣ ହୋଇଛି ବ୍ୟବହାର”

ସ୍ୱାମୀ –ସ୍ତ୍ରୀ ଉଭୟ ୩ଷ୍ଟାର ଜେନେରାଲ ହେବା ସାଧାରଣ କଥା ନୁହେଁ । ଜାଣନ୍ତୁ ଭାରତୀୟ ବାୟୁସେନାର ଏହି ୩ଷ୍ଟାର ଜେନେରାଲ ଯୋଡିଙ୍କ ବାବଦରେ

କନକ ବ୍ୟୁରୋ : ଦେଶରେ ଏଭଳି ସ୍ୱାମୀ-ସ୍ତ୍ରୀ ଯୋଡି ମିଳିବା କଷ୍ଟକର ଯେଉଁଥିରେ ଉଭୟ ୩ଷ୍ଟାର ଜେନେରାଲ ଅଟନ୍ତି । ଭାରତୀୟ ବାୟୁସେନାର ଏୟାର ମାର୍ଶଲ ପାହ୍ୟାକୁ ପଦୋନ୍ନତି ହୋଇଛନ୍ତି ଡ.ସାଧନା ସକସେନା ନାୟାର । ଭାରତୀୟ ବାୟୁସେନା ମୁତାବକ ନାୟାର ଏୟାର ମାର୍ସଲ ପାହ୍ୟାକୁ ପଦୋନ୍ନତି ପାଇବା ପରେ ହସ୍ପିଟାଲ ସର୍ଭିସେସ୍ (ସଶସ୍ତ୍ର ବାହିନୀ)ର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପ୍ରଥମ ମହିଳା ଅଧିକାରୀ ଭାବେ ଏହି ସମ୍ମାନଜନକ ପଦବୀରେ ଅବସ୍ଥାପିତContinue reading “ସ୍ୱାମୀ –ସ୍ତ୍ରୀ ଉଭୟ ୩ଷ୍ଟାର ଜେନେରାଲ ହେବା ସାଧାରଣ କଥା ନୁହେଁ । ଜାଣନ୍ତୁ ଭାରତୀୟ ବାୟୁସେନାର ଏହି ୩ଷ୍ଟାର ଜେନେରାଲ ଯୋଡିଙ୍କ ବାବଦରେ”

ପଞ୍ଚକୁଲାରେ ହେବ ଦେଶର ସବୁଠାରୁ ବଡ ରାବଣ ପୋଡି । ଖର୍ଚ୍ଚ ହୋଇଛି ୧୮ ଲକ୍ଷ ଟଙ୍କା । ଜାଣନ୍ତୁ କଣ ରହିଛି ସ୍ୱତନ୍ତ୍ରତା

କନକ ବ୍ୟୁରୋ : ଆଜି ସାରା ଦେଶରେ ବିଜୟା ଦଶସମୀ ପାଳନ କରାଯାଉଛି । ଦଶହରା ଦିନ ଏନେଇ ବିଭିନ୍ନ ସ୍ଥାନରେ ରାବଣ ପୋଡି ଦେଖିବାକୁ ମିଳିଥାଏ । ଏହାକୁ ପାପ ଉପରେ ପୂର୍ଣ୍ଣ୍ୟର ବିଜୟ ବୋଲି କୁହାଯାଇଥାଏ    । ହେଲେ ଭାରତର ଏଭଳି ଏକ ସହର ରହିଛି ଯେଉଁଠି ରାବଣ ପୋଡିକୁ ବଡ ଜାକଜମକରେ ପାଳନ କରାଯାଇଥାଏ । ଏହାକୁ ଦେଖିବାକୁ ପାଇଁ ଦେଶ ବିଦେଶରୁ ହଜାର ହଜାର ଲୋକ ଆସିଥାନ୍ତି । ପ୍ରତିବର୍ଷ ଏଠାରେContinue reading “ପଞ୍ଚକୁଲାରେ ହେବ ଦେଶର ସବୁଠାରୁ ବଡ ରାବଣ ପୋଡି । ଖର୍ଚ୍ଚ ହୋଇଛି ୧୮ ଲକ୍ଷ ଟଙ୍କା । ଜାଣନ୍ତୁ କଣ ରହିଛି ସ୍ୱତନ୍ତ୍ରତା”

ବଙ୍ଗୋପସାଗରରେ ଆହୁରି ଘନୀଭୁତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେଲା ‘ହାମୁନ’ । ଆସନ୍ତାକାଲି ମଧ୍ୟାହ୍ନରେ ବାଂଲାଦେଶ ଉପକୂଳ କରିବ ଅତିକ୍ରମ

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ହାମୁନ ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇଛି । ଗତ ୬ ଘଂଟା ହେଲା ହାମୁନ ଘଂଟାପ୍ରତି ୧୮ କିମି ବେଗରେ ଉତର-ଉତରପୂର୍ବ ଦିଗରେ ଗତି କରୁଛି । ପାରାଦୀପ ଠାରୁ ୨୧୦ କିମି ଦୂରେ ରହିଛି । ସେହିପରି ପଶ୍ଚିମବଙ୍ଗର ଦୀଘାଠୁ ୨୩୦ କିଲୋମିଟର ଦୂର ସମୁଦ୍ରରେ ରହିଛି ହାମୁନ । ଏହାର ପ୍ରଭାବରେ ଓଡିଶା ଉପକୂଳ ଅଂଚଳରେ ପାଗ ମେଘୁଆ ରହିବାContinue reading “ବଙ୍ଗୋପସାଗରରେ ଆହୁରି ଘନୀଭୁତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେଲା ‘ହାମୁନ’ । ଆସନ୍ତାକାଲି ମଧ୍ୟାହ୍ନରେ ବାଂଲାଦେଶ ଉପକୂଳ କରିବ ଅତିକ୍ରମ”

ଦଶରା ବଜାରରେ ଅରିନ୍ଦମଙ୍କ ଫିଲ୍ମ ରାମକୁ ପଶ୍ଚିମ ଓଡିଶାରେ ରିଲିଜ କରାଇନଦେବା ଅଭିଯୋଗ । ଅଭିନେତା ମନୋଜ ମିଶ୍ରଙ୍କ ଷଡଯନ୍ତ୍ର ବାରିଲା ପ୍ରଯୋଜକ ସଂଘ

କନକ ବ୍ୟୁରୋ : ଗୋଟିଏ ପଟେ ଦଶରା ବଜାରରେ ବିଭିନ୍ନ ହଲରେ ଫିଲ୍ମ ରିଲିଜ ହୋଇଛି । ଅନ୍ୟପଟେ ଅନ୍ୟତମ ଫିଲ୍ମ ରାମକୁ ସମ୍ବଲପୁରରେ ରିଲିଜ କରାଇନଦେବା ଅଭିଯୋଗ ହୋଇଛି । ଅରିନ୍ଦମଙ୍କ ଫିଲ୍ମ ରିଲିଜ ନକରାଇ ଦେବା ପଛରେ ଅଭିନେତା ମନୋଜ ମିଶ୍ରଙ୍କ ଷଡଯନ୍ତ୍ର ବାରିଛି ପ୍ରଯୋଜକ ସଂଘ । ରାମ୍ ଫିଲ୍ମର କଳାକାର ଜିତୁ ମଂଗରାଜ ଏବଂ ମନୋଜ ମିଶ୍ରଙ୍କ ମଧ୍ୟରେ ବିବାଦ ରହିଛି । ଯେଉଁଥିପାଇଁ ରାମ୍ ଫିଲ୍ମ ସମ୍ବଲପୁରରେ ରିଲିଜ୍ ହୋଇପାରିନଥିବାContinue reading “ଦଶରା ବଜାରରେ ଅରିନ୍ଦମଙ୍କ ଫିଲ୍ମ ରାମକୁ ପଶ୍ଚିମ ଓଡିଶାରେ ରିଲିଜ କରାଇନଦେବା ଅଭିଯୋଗ । ଅଭିନେତା ମନୋଜ ମିଶ୍ରଙ୍କ ଷଡଯନ୍ତ୍ର ବାରିଲା ପ୍ରଯୋଜକ ସଂଘ”

ଆଜି ପବିତ୍ର ବିଜୟା ଦଶମୀ । ବାଲେଶ୍ୱରରେ ଜମୁଛି ସିନ୍ଦୁର ଖେଳ

କନକ ବ୍ୟୁରୋ : ବାଲେଶ୍ୱରର ଦେୱାଡିରେ ବିଜୟ ଦଶମୀ ଅବସରରେ ଜମିଛି ସିନ୍ଦୁର ଖେଳ । ମାଆଙ୍କୁ ବିଜୟ ଦଶମୀରେ ସିନ୍ଦୁର ଲାଗି କରିବା ପରେ ମହିଳାମାନେ ପରସ୍ପରକୁ ସିନ୍ଦୁର ବୋଲି ଶୁଭ ମନାସିଛନ୍ତି । ବଙ୍ଗୀୟ ପରମ୍ପରା ଅନୁସାରେ ଦେୱାଡିରେ ମହିଳାମାନେ ସିନ୍ଦୁର ଖେଳ ଖେଳୁଛନ୍ତି । ବିଜୟା ଦଶମୀରେ କୋରାପୁଟ ଜିଲ୍ଲା ଦାମନଯୋଡିରେ ମା ଦୁର୍ଗାଙ୍କ ନିଆରା ପୂଜା । ବାଉଁଶ ବୁଦାରେ ମାଆଙ୍କ ଆବିର୍ଭାବ ହୋଇଥିବାରୁ କଂଟାବାଉଁଶୁଣୀ ଦେବୀ ଭାବେ ପରିଚିତ ।Continue reading “ଆଜି ପବିତ୍ର ବିଜୟା ଦଶମୀ । ବାଲେଶ୍ୱରରେ ଜମୁଛି ସିନ୍ଦୁର ଖେଳ”

ସୋମବାର ଅବସର, ମଙ୍ଗଳବାର ନୂଆ ଦାୟିତ୍ୱ । ୫ଟି ଏବଂ ନବୀନ ଓଡିଶାର ଅଧ୍ୟକ୍ଷ ହେଲେ ଭିକେ ପାଣ୍ଡିଆନ୍ । ପଢନ୍ତୁ, କେଉଁ କେଉଁ ନିଷ୍ପତ୍ତିରେ ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା?

କନକ ବ୍ୟୁରୋ: ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଭାବେ ଅବସର ଗ୍ରହଣ କରିଛନ୍ତି ଭି.କେ.ପାଣ୍ଡିଆନ । ଏହାପରେ ମଙ୍ଗଳବାର ତାଙ୍କୁ ମିଳିଛି ନୂଆ ନିଯୁକ୍ତି । ୫ଟି ଓ ନବୀନ ଓଡିଶା ଯୋଜନାର ଅଧ୍ୟକ୍ଷ ସହିତ କ୍ୟାବିନେଟ ପାହ୍ୟା ଭାବେ ଭିକେ ପାଣ୍ଡିଆନଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ତେବେ ଅବସର ବେଳେ ସେ ୫ଟି ସଚିବ ଥିଲେ ଆଉ ଏବେ ସେ ସଂପୃକ୍ତ ବିଭାଗର ଚେୟାରମ୍ୟାନ ହେବା ପରେ ତାଙ୍କ ମାର୍ଗଦର୍ଶନରେ ୫ଟି ଓ ନବୀନContinue reading “ସୋମବାର ଅବସର, ମଙ୍ଗଳବାର ନୂଆ ଦାୟିତ୍ୱ । ୫ଟି ଏବଂ ନବୀନ ଓଡିଶାର ଅଧ୍ୟକ୍ଷ ହେଲେ ଭିକେ ପାଣ୍ଡିଆନ୍ । ପଢନ୍ତୁ, କେଉଁ କେଉଁ ନିଷ୍ପତ୍ତିରେ ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା?”

ଭି.କେ ପାଣ୍ଡିଆନଙ୍କ ଅବସର ଓ ନିଯୁକ୍ତି ପ୍ରସଙ୍ଗରେ ବିରୋଧୀ ରଖିଲେ ପ୍ରତିକ୍ରିୟା । କ’ଣ କହିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ?

କନକ ବ୍ୟୁରୋ : ଭି.କେ.ପାଣ୍ଡିଆନଙ୍କ ସ୍ୱେଛାକୃତ ଅବସର ଓ ନିଯୁକ୍ତି ପ୍ରସଙ୍ଗରେ ବିରୋଧୀ ରଖିଲେ ପ୍ରତିକ୍ରିୟା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଚାକିରି ସହ ରାଜନୀତିକୁ ସେ ବିରୋଧ କରୁଥିଲେ । ଚାକିରି ଛାଡି ସମସ୍ତେ ରାଜନୀତି କରିପାରିବେ । ଏବେ ସେ ରାଜନୀତି କରନ୍ତୁ । ଅତୀତରେ ବହୁ ଲୋକ ଚାକିରି ଛାଡି ରାଜନୀତିକୁ ଆସିଛନ୍ତି । ବ୍ୟକ୍ତିଙ୍କୁ ନୁହେଁ ବ୍ୟବସ୍ଥାକୁ ବିରୋଧ କରିଥିଲୁ । ବିଜେପି ତାର ନୀତି ଆଦର୍ଶକୁContinue reading “ଭି.କେ ପାଣ୍ଡିଆନଙ୍କ ଅବସର ଓ ନିଯୁକ୍ତି ପ୍ରସଙ୍ଗରେ ବିରୋଧୀ ରଖିଲେ ପ୍ରତିକ୍ରିୟା । କ’ଣ କହିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ?”

ଯବାନଙ୍କ ସହ ବିଜୟାଦଶମୀ ପାଳିଲେ ପ୍ରତିରକ୍ଷା ମନ୍ତ୍ରୀ । ଅରୁଣାଚଳ ପ୍ରଦେଶର ଏଲଏସିରେ କଲେ ଶସ୍ତ୍ର ପୂଜା

କନକ ବ୍ୟୁରୋ : ଯବାନଙ୍କ ସହ ବିଜୟା ଦଶମୀ ପାଳିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଭାରତ-ଚୀନ୍ ବର୍ଡରରେ ଥିବା ଯବାନଙ୍କ ସହ ଦଶହରା ମନାଇଛନ୍ତି । ବିଜୟା ଦଶମୀ ଅବସରରେ ଉତରାଖଣ୍ଡର ତାୱଙ୍ଗରେ ପହଞ୍ଚିଛନ୍ତି ରାଜନାଥ ସିଂହ । ସେଠାରେ ଶସ୍ତ୍ର ପୂଜା କରିଛନ୍ତି । ଏହି ସମୟରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସୀମାରେ ନିୟୋଜିତ ଯବାନଙ୍କ ସହ ମଧ୍ୟ କଥା ହୋଇ ସେମାନଙ୍କ ମନୋବଳ ବଢାଇଛନ୍ତି । The post ଯବାନଙ୍କContinue reading “ଯବାନଙ୍କ ସହ ବିଜୟାଦଶମୀ ପାଳିଲେ ପ୍ରତିରକ୍ଷା ମନ୍ତ୍ରୀ । ଅରୁଣାଚଳ ପ୍ରଦେଶର ଏଲଏସିରେ କଲେ ଶସ୍ତ୍ର ପୂଜା”

ଯୁଦ୍ଧ ଭିତରେ ଇସ୍ରାଏଲ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି । ତେଲ ଅବିବରେ ମାକ୍ରୋନଙ୍କୁ କରାଗଲା ସ୍ୱାଗତ

କନକ ବ୍ୟୁରୋ : ଯୁଦ୍ଧ ଭିତରେ ଇସ୍ରାଏଲ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ତେଲ ଅବିବରେ ପହଂଚିବା ପରେ ମାକ୍ରନଙ୍କୁ ସ୍ୱାଗତ କରାଯାଇଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଫ୍ରାନ୍ସ ରାଷ୍ଟ୍ରପତି । ଇସ୍ରାଏଲ ଗସ୍ତ ପୂର୍ବରୁ ମାକ୍ରୋନ ପ୍ରତିକ୍ରିୟା ଦେଇ କହିଥିଲେ, ଆତଙ୍କବାଦ ବିରୋଧୀ ଲଢେଇରେ ଇସ୍ରାଏଲ ସହ ଫ୍ରାନ୍ସ ରହିଛି । ଅକ୍ଟୋବର ୭ ତାରିଖରେ ହମାସ ଆତଙ୍କବାଦୀ କାପୁରୁଷ ଭାବେ ଯେପରି ନୀରିହContinue reading “ଯୁଦ୍ଧ ଭିତରେ ଇସ୍ରାଏଲ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି । ତେଲ ଅବିବରେ ମାକ୍ରୋନଙ୍କୁ କରାଗଲା ସ୍ୱାଗତ”

Design a site like this with WordPress.com
Get started