କନକ ବ୍ୟୁରୋ : ଭାସମାନ ଅବସ୍ଥାରେ ମହିଳା ମହାବିଦ୍ୟାଳର କର୍ମଚାରୀଙ୍କ ମୃତଦେହ ଉଦ୍ଧାର । ପଦ୍ମପୁର ମହିଳା ମହାବିଦ୍ୟାଳୟର କର୍ମଚାରୀ ଗଣପତି ବେହେରାଙ୍କ ମୃତଦେହ ରଜାପଡା ସ୍ଥିତ ନଦୀରୁ ଭାସମାନ ଅବସ୍ଥାରେ ଉଦ୍ଧାର କରାଯାଇଛି । ଆଜି ସକାଳେ ନଦୀକୁ ସୌଚ ହେବାକୁ ଯାଇଥିବା ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଅଗ୍ନିଶମ ବାହିନୀ ଅଗ୍ନିଶମ ବିଭାଗ ସହାୟାତାରେ ଶବକୁ ପାଣିରୁ ବାହାର କରିଥିଲେ । ମୃତଦେହContinue reading “ନଦୀରୁ ପଦ୍ମପୁର ମହିଳା ମହାବିଦ୍ୟାଳୟର କର୍ମଚାରୀଙ୍କ ମୃତଦେହ ଉଦ୍ଧାର । ହତ୍ୟା କରାଯାଇଥିବା ସନ୍ଦେହ”
Tag Archives: News
ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହୃଦଘାତ । କ୍ରେମଲିନର ସ୍ୱତନ୍ତ୍ର ହସ୍ପିଟାଲରେ ଚାଲିଛି ଚିକିତ୍ସା
କନକ ବ୍ୟୁରୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହୃଦଘାତ । ନିଜ ବେଡରୁମରେ ଥିବା ବେଳେ ସେ ହୃଦଘାତର ଶିକାର ହୋଇଛନ୍ତି ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ୭୧ ବର୍ଷୀୟ ଏହି ନେତା ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ଚର୍ଚ୍ଚା ହେଉଛି । କ୍ରେମଲିନରେ ତାଙ୍କ ଚିକିତ୍ସା ପାଇଁ ତିଆରି ହୋଇଛି ସ୍ୱତନ୍ତ୍ର ହସ୍ପିଟାଲ । ତେବେ କ୍ରେମଲିନ୍ ପକ୍ଷରୁ ପୁଟିନଙ୍କ ହୃଦଘାତ ବାବଦରେ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ । TheContinue reading “ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହୃଦଘାତ । କ୍ରେମଲିନର ସ୍ୱତନ୍ତ୍ର ହସ୍ପିଟାଲରେ ଚାଲିଛି ଚିକିତ୍ସା”
ପାରଳାଖେମୁଣ୍ଡିରେ ରାଜାରାଜୁଡା ପରମ୍ପରା । ଦଶହରାରେ ପାଇକଆଖଡ଼ା ଗୁଡ଼ିକରେ ଅସ୍ତ୍ରଶସ୍ତ୍ର ପୂଜା । ପିଲାଠୁୁ ବୁଢ଼ା ସଭିଏଁ କଲେ ଅସ୍ତ୍ରଶସ୍ତ୍ର କୌଶଳ ପ୍ରଦର୍ଶନ
କନକ ବ୍ୟୁରୋ : ଦଶହରା ଅବସରରେ ପାରଳାଖେମୁଣ୍ଡିଠାରେ ଗଜପତି ରାଜବଂଶ ଦ୍ୱାରା ପ୍ରତିଷ୍ଠା ହୋଇଥିବା ପାଇକ ଆଖଡ଼ା ଗୁଡ଼ିକରେ ଅସ୍ତ୍ରଶସ୍ତ୍ର ପୂଜା କରାଯାଇଛି । ଅଷ୍ଟମୀ ଠାରୁ ତିନି ଦିନ ଧରି ଆଖଡା ପୂଜା ହୁଏ । ଆଜି ଶେଷ ଦିନରେ ମା’ ଦୁର୍ଗାଙ୍କୁ ପୂଜା କରି ଅସ୍ତ୍ରଶସ୍ତ୍ର ଆଖଡାରେ ରଖାଯାଏ । ଏହି ପରିପ୍ରେକ୍ଷୀରେ ପିଲାଠାରୁ ବୁଢ଼ାଯାଏ ସଭିଏଁ ଅସ୍ତ୍ରଶସ୍ତ୍ର କୌଶଳ ପ୍ରଦର୍ଶନ କରିଥିଲେ । ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା ।Continue reading “ପାରଳାଖେମୁଣ୍ଡିରେ ରାଜାରାଜୁଡା ପରମ୍ପରା । ଦଶହରାରେ ପାଇକଆଖଡ଼ା ଗୁଡ଼ିକରେ ଅସ୍ତ୍ରଶସ୍ତ୍ର ପୂଜା । ପିଲାଠୁୁ ବୁଢ଼ା ସଭିଏଁ କଲେ ଅସ୍ତ୍ରଶସ୍ତ୍ର କୌଶଳ ପ୍ରଦର୍ଶନ”
ଭି.କେ ପାଣ୍ଡିଆନଙ୍କୁ ମିଳିଲା ନୂଆ ଦାୟିତ୍ୱ । ୫ଟି’ର ଅଧ୍ୟକ୍ଷ ହେଲେ ପାଣ୍ଡିଆନ
କନକ ବ୍ୟୁରୋ : ଭି.କେ ପାଣ୍ଡିଆନଙ୍କୁ ମିଳିଲା ନୂଆ ଦାୟିତ୍ୱ । ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା । ନବୀନ ଓଡିଶା ଓ ୫ଟିର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ ଭି.କେ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାମ କରିବେ । ଗତକାଲି ଭିଆରଏସ୍ ନେଇଥିଲେ ପାଣ୍ଡିଆନ୍ । The post ଭି.କେ ପାଣ୍ଡିଆନଙ୍କୁ ମିଳିଲା ନୂଆ ଦାୟିତ୍ୱ । ୫ଟି’ର ଅଧ୍ୟକ୍ଷ ହେଲେ ପାଣ୍ଡିଆନ first appeared on Kanak News. from Kanak NewsContinue reading “ଭି.କେ ପାଣ୍ଡିଆନଙ୍କୁ ମିଳିଲା ନୂଆ ଦାୟିତ୍ୱ । ୫ଟି’ର ଅଧ୍ୟକ୍ଷ ହେଲେ ପାଣ୍ଡିଆନ”
ବିଜୟାଦଶମୀରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସୁନାବେଶ । ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ହୋଇ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେବେ ମହାପ୍ରଭୁ
କନକ ବ୍ୟୁରୋ : ବିଜୟା ଦଶମୀରେ ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ଶ୍ରୀଜିଉଙ୍କର ସୁନାବେଶ ଅନୁଷ୍ଠିତ ହେବାର ବିଧି ରହିଛି । ଶ୍ରୀମନ୍ଦିରରେ ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ହୋଇ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ମହାପ୍ରଭୁଙ୍କ ୫ଟି ସୁନାବେଶରୁ ଶ୍ରୀମନ୍ଦିରରେ ୪ଟି ଓ ରଥ ଉପରେ ଗୋଟିଏ ସୁନାବେଶ ହୋଇଥାଏ । ସୁନାବେଶରେ ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି । ମହାପ୍ରଭୁଙ୍କ ଏହି ସୁନାବେଶ ଦର୍ଶନ କଲେ କୋଟିContinue reading “ବିଜୟାଦଶମୀରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସୁନାବେଶ । ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ହୋଇ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେବେ ମହାପ୍ରଭୁ”
ଦୀର୍ଘ ୧୨ ବର୍ଷ ପରେ ଘରକୁ ଫେରିବେ ଆସାମର ସୁରେନ କୁଲେଚ୍ଛା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ମିଳିଲା ଠିକଣା
କନକ ବ୍ୟୁରୋ : ଦୀର୍ଘ ୧୨ ପରେ ଘରକୁ ଫେରିବେ ବୃଦ୍ଧ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ମିଳିଲା ବୃଦ୍ଧଙ୍କ ଠିକଣା । ଆଉ ଏବେ ପ୍ରଶାସର ସହାୟତାରେ ଘରକୁ ଫେରିବେ ୭୫ ବର୍ଷ ବୟସ୍କ ବୃଦ୍ଧ ସୁରେନ କୁଲେଚ୍ଛା । ଆସାମର ରହୁଥିବା ତାଙ୍କ ପରିବାର ଲୋକେ ଆଜି ବୃଦ୍ଧଙ୍କୁ ନେବା ପାଇଁ ବିମାନରେ ଭୁବନେଶ୍ୱର ଆସୁଛନ୍ତି । ବୃଦ୍ଧଙ୍କ ପରିବାର ଲୋକଙ୍କ ପାଇଁ ଆସାମ ସରକାର ବିମାନ ବ୍ୟବସ୍ଥା କରିଛନ୍ତି ।Continue reading “ଦୀର୍ଘ ୧୨ ବର୍ଷ ପରେ ଘରକୁ ଫେରିବେ ଆସାମର ସୁରେନ କୁଲେଚ୍ଛା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ମିଳିଲା ଠିକଣା”
ଡିଫେଣ୍ଡିଙ୍ଗ ଚାମ୍ପିୟନ୍ ଇଂଲଣ୍ଡ ପରେ ପାକିସ୍ତାନକୁ ହରାଇଲା ଆଫଗାନିସ୍ତାନ । ଚେନ୍ନାଇରେ ଆଫଗାନିସ୍ତାନ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ, ୮ ୱିକେଟରେ ହାରିଲା ପାକିସ୍ତାନ
କନକ ବ୍ୟୁରୋ : ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ । ପ୍ରଥମେ ଡିଫେଣ୍ଡିଙ୍ଗ ଚାମ୍ପିୟନ୍ ଇଂଲଣ୍ଡ ଆଉ ଏବେ ପାକିସ୍ତାନ । ହାଇଭୋଲଟେଜ୍ ଲଢେଇରେ ପାକିସ୍ତାନକୁ ୮ ୱିକେଟରେ ହରାଇଛି ଆଫଗାନିସ୍ତାନ । ଚେନ୍ନାଇରେ ଖେଳାଯାଇଥିବା ରୋମାଂଚକର ମୁକାବିଲାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ପାକିସ୍ତାନ । ଅଧିନାୟକ ବାବର ଆଜମ ଏବଂ ଅବଦୁଲ୍ଲା ସାଫିକଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ଓଭରରେ ଦଳ ୨୮୨ ରନ୍ କରିବାକୁ ସମର୍ଥ ହୋଇଥିଲା ।Continue reading “ଡିଫେଣ୍ଡିଙ୍ଗ ଚାମ୍ପିୟନ୍ ଇଂଲଣ୍ଡ ପରେ ପାକିସ୍ତାନକୁ ହରାଇଲା ଆଫଗାନିସ୍ତାନ । ଚେନ୍ନାଇରେ ଆଫଗାନିସ୍ତାନ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ, ୮ ୱିକେଟରେ ହାରିଲା ପାକିସ୍ତାନ”
ପଣବନ୍ଦୀ ଥିବା ୨ ଇସ୍ରାଏଲ ବୃଦ୍ଧାଙ୍କୁ ମୁକ୍ତ କଲେ ହମାସ ଆତଙ୍କୀ । ଏବେ ବି ମୁକ୍ତି ଅପେକ୍ଷାରେ ୨୨୦ ପଣବନ୍ଦୀ
କନକ ବ୍ୟୁରୋ : ଇସ୍ରାଏଲର ଦୁଇ ଜଣ ବୃଦ୍ଧା ପଣବନ୍ଦୀଙ୍କୁ ମୁକ୍ତ କରିଛନ୍ତି ହମାସ ଆତଙ୍କବାଦୀ । ଏହି ଖବର ଆସିବା ପରେ ହମାସ ଆତଙ୍କବାଦୀ ଯୁଦ୍ଧର ୧୭ ଦିନ ପରେ ଅଳ୍ପ ନରମ ହୋଇପଡିଥିବା ଚର୍ଚ୍ଚା ହେଉଛି । ତେବେ ସ୍ୱାସ୍ଥ୍ୟଗତ କାରଣରୁ ଦୁଇ ଜଣ ମହିଳାଙ୍କୁ ମୁକ୍ତ କରାଯାଇଥିବା ହମାସ ଆତଙ୍କବାଦୀ କହିଛନ୍ତି । ଏବଂ ତର୍କ ଦେଇଛନ୍ତି ମାନବିକତା କାରଣରୁ ହମସା ଦୁଇ ବୃଦ୍ଧାଙ୍କୁ ମୁକ୍ତ କରିବାକୁ ନିଷ୍ପତି ନେଇଛି । ଅନ୍ୟପଟେContinue reading “ପଣବନ୍ଦୀ ଥିବା ୨ ଇସ୍ରାଏଲ ବୃଦ୍ଧାଙ୍କୁ ମୁକ୍ତ କଲେ ହମାସ ଆତଙ୍କୀ । ଏବେ ବି ମୁକ୍ତି ଅପେକ୍ଷାରେ ୨୨୦ ପଣବନ୍ଦୀ”
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ହାମୁନ’ । ଆହୁରି ଘନୀଭୁତ ହୋଇ ଭୀଷଣ ବାତ୍ୟାର ରୂପ ନେବା ଆଶଙ୍କା
କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଗଭୀର ଅବପାତ ବାତ୍ୟାର ରୂପ ନେଇଛି । ଏହି ବାତ୍ୟାକୁ କୁହାଯାଉଛି ‘ହାମୁନ’ । ସମୁଦ୍ର ଭିତରେ ଏହା ଆହୁରୀ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୁପ ନେବା ସମ୍ଭାବନା ରହିଛି । ବାତ୍ୟା ହାମୁନ ଏବେ ଉତର-ଉତର ପୂର୍ବ ଦିଗରେ ଗତି କରୁଛି । ଓଡିଶା ଉପକୂଳରୁ ଦୂର ସମୁଦ୍ରରେ ଗତି କରୁଥିବାରୁ ଏହାର ସିଧା ସଳଖ ପ୍ରଭାବ ଓଡିଶା ଉପରେ ପଡିବ ନାହିଁ । ଉପକୂଳContinue reading “ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ହାମୁନ’ । ଆହୁରି ଘନୀଭୁତ ହୋଇ ଭୀଷଣ ବାତ୍ୟାର ରୂପ ନେବା ଆଶଙ୍କା”
ମଣ୍ଡପରେ ଆଜି ମହାମାୟାଙ୍କ ବିଜୟାଦଶମୀ । ଅସତ୍ୟ ଉପରେ ହେବ ସତ୍ୟର ବିଜୟ
କନକ ବ୍ୟୁରୋ : ଆଜି ମହାମାୟାଙ୍କ ବିଜୟାଦଶମୀ । ଅସତ୍ୟ ଉପରେ ହେବ ସତ୍ୟର ଜୟ । ଏଥିପାଇଁ ମଣ୍ଡପରେ ମନ୍ତ୍ର ଉଚ୍ଚାରଣ ସହ ଚାଲିଛି ମାଆଙ୍କ ପୂଜାପାଠ । ଲୋକେ ମାଆଙ୍କ ଦର୍ଶନ କରିବା ପାଇଁ ମଣ୍ଡପରେ ସକାଳୁ ସକାଳୁ ଭିଡ ଜମାଇଲେଣି । କଟକରେ ସୁନା-ରୁପାରେ ଝଟକୁଛନ୍ତି ମାଆ । ଭୁବନେଶ୍ୱର ମଣ୍ଡପ ଗୁଡିକରେ ସୁଉଚ୍ଚ ତୋରଣ ଓ ସୁନ୍ଦର ଆଲୋକମାଳ, ସାଜସଜ୍ଜା ବେଶ ଆକର୍ଷଣୀୟ ହୋଇଛି । ମଣ୍ଡପରେ ମାଆ ଜଗତଜନନୀଙ୍କୁ ଦେଖିବାକୁContinue reading “ମଣ୍ଡପରେ ଆଜି ମହାମାୟାଙ୍କ ବିଜୟାଦଶମୀ । ଅସତ୍ୟ ଉପରେ ହେବ ସତ୍ୟର ବିଜୟ”