କନକ ବ୍ୟୁରୋ : ଛତୁ ଚାଷ ଏକ ଲାଭଜନକ ଚାଷ । କମ୍ ଖର୍ଚ୍ଚ, କମ୍ ପରିଶ୍ରମ ଓ କମ୍ ସମୟ ଭିତରେ ଏହି ଚାଷରୁ ଭଲ ରୋଜଗାର ମିଳୁଥିବାରୁ ଏହି ଚାଷକୁ ଆପଣାଇଛନ୍ତି ଗାଁ ମହିଳା । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବାଘମୁଣ୍ଡା ଗାଁର ମା’ ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଛତୁ ଚାଷ କରି ଲାଭବାନ ହେଉଛନ୍ତି । ଗୋଷ୍ଠୀର ୧୦ ଜଣ ମହିଳା ଏକାଠି ହୋଇ ଏହି ଚାଷ କରୁଥିବାContinue reading “କୃଷ୍ଣପ୍ରସାଦ ଅଞ୍ଚଳର ମହିଳାଙ୍କୁ ରୋଜଗାର ଦେଉଛି ଛତୁ ଚାଷ । କମ୍ ଖର୍ଚ୍ଚ, କମ୍ ପରିଶ୍ରମ ଓ କମ୍ ସମୟରେ ମିଳୁଛି ଅଧିକ ଲାଭ”
Tag Archives: News
ଋାୟଗଡାର ଆଦିବାସୀ ଅଧ୍ୟୁଷିତ ମହିଳାଙ୍କୁ ରୋଜଗାର ଦେଉଛି ଗୋ-ପାଳନ, ସହାୟତାର ହାତ ବଢାଇଛି ମିଶନ ଶକ୍ତି
କନକ ବ୍ୟୁରୋ : ଜୀବନ ଜୀବିକା ପାଇଁ ଦିନେ ବନଜାତ ସାମଗ୍ରୀ ଉପରେ ନିର୍ଭର କରୁଥିଲେ । ଆଉ ଏବେ ଆଦିବାସୀ ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଗୋପାଳନ । ରାୟଗଡ଼ା ଖିଜିଲିଙ୍ଗି ଗାଁର ତିନୋଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଏକାଠି ହୋଇ ମିଳିତ ଭାବେ ଡାଇରୀ ଫାର୍ମ କରିଛନ୍ତି । ଗାଇ ଦୁହିଁବା ଠାରୁ ଆରମ୍ଭ କରି ଗାଇଙ୍କୁ ଖାଇବାକୁ ଦେବା ପର୍ଯ୍ୟନ୍ତ ସମସ୍ତ କାମ କରୁଛନ୍ତି ମହିଳା । ରୋଜଗାର ହେଉଥିବା ଅର୍ଥରେContinue reading “ଋାୟଗଡାର ଆଦିବାସୀ ଅଧ୍ୟୁଷିତ ମହିଳାଙ୍କୁ ରୋଜଗାର ଦେଉଛି ଗୋ-ପାଳନ, ସହାୟତାର ହାତ ବଢାଇଛି ମିଶନ ଶକ୍ତି”
ରୋଜଗାର ଦେଉଛି ବାଉଁଶ କଳା ବାଉଁଶରେ ବିଭିନ୍ନ ପ୍ରକାର ଘରକରଣା ସମାଗ୍ରୀ ତିଆରି କରି ଉପକୃତ ହେଉଛନ୍ତି ରାଜନଗର ଅଞ୍ଚଳର ମହିଳା
କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ନଗଡ ଗାଁର । ଏହି ଗାଁର ୩ଟି ସ୍ୱୟଂ ସହାୟକ ଗୋଷ୍ଠୀର ପାଖାପାଖି ୩୨ଜଣ ସଦସ୍ୟା ବାଉଁଶରେ ବିଭିନ୍ନ ଉପକରଣମାନ ତିଆରି କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ଏହି ମହିଳାମାନେ ହାତରେ କଟୁରୀ, କରତ, ଶେଣି, ହାତୁଡା ଧରି କିଏ ବାଉଁଶକୁ ଚିରି ବାଉଁଶ ପାତିଆରେ ଟୋକେଇ, ପାଚିଆ ତିଆରି କରୁଛି ତ ଆଉ କିଏ ଛୋଟ ଛୋଟ ଟୁଲ୍, କପ୍, ଫୁଲ ଚାଙ୍ଗୁଡି ଭଳି ବିଭିନ୍ନContinue reading “ରୋଜଗାର ଦେଉଛି ବାଉଁଶ କଳା ବାଉଁଶରେ ବିଭିନ୍ନ ପ୍ରକାର ଘରକରଣା ସମାଗ୍ରୀ ତିଆରି କରି ଉପକୃତ ହେଉଛନ୍ତି ରାଜନଗର ଅଞ୍ଚଳର ମହିଳା”
ପୁଣି ରକ୍ତରଞ୍ଜିତ ହେଲା ଛତର ଯାତ୍ରା । ବିଶ୍ୱାସ ନାଁରେ ପଡ଼ିଲା ହଜାର ହଜାର ବଳି
କନକ ବ୍ୟୁରୋ: ବିଶ୍ୱାସ ଓ ଭକ୍ତି ଆଗରେ ପୁଣି ନିରବଦ୍ରଷ୍ଟା ସାଜିଛି ପ୍ରଶାସନ । ରକ୍ତରଞ୍ଜିତ ହୋଇଛି ରାଜପଥ । ଭୋର୍ ୫ଟାରେ ମା’ ମାଣିକେଶ୍ୱରୀଙ୍କ ଛତର ମନ୍ଦିରରୁ ବାହାରି ଜେନାଖାଲରେ ପହଞ୍ଚିଥିଲା । ସେଠାରେ ପୂଜାର୍ଚ୍ଚନା ଓ ଗୁପ୍ତନୀତି ପରେ ଭୋରରେ ମା’ଙ୍କ ଛତର ବିଜୟ ଯାତ୍ରା ଆରମ୍ଭ ହୋଇଥିଲା । କଳାହାଣ୍ଡି ମହାରାଜା ଓ ଯୁବରାଜଙ୍କ ସମେତ ପରିବାର ସଦସ୍ୟ ଛତରକୁ ସ୍ୱାଗତ କରି ପାଛୋଟି ନେଇଥିଲେ । ମା’ଙ୍କ ଦର୍ଶନ ପାଇଁ ଭବାନୀପାଟଣାରେContinue reading “ପୁଣି ରକ୍ତରଞ୍ଜିତ ହେଲା ଛତର ଯାତ୍ରା । ବିଶ୍ୱାସ ନାଁରେ ପଡ଼ିଲା ହଜାର ହଜାର ବଳି”
ଉପରମୁହାଁ ହେଉଛି ସୁନାଦର । ସପ୍ତାହକ ମଧ୍ୟରେ ବଢ଼ିଲାଣି ପାଖାପାଖି ୨ ହଜାର ଟଙ୍କା
କନକ ବ୍ୟୁରୋ: ସୁନାଦରରେ ଲଗାମ ଲାଗୁନି । ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ପରେ ଉପରମୁହାଁ ହୋଇଛି ସୁନାଦର । ଆଗକୁ ଧନତେରାସ ସହ ବିବାହ ଋତୁ ଆସୁଛି । ଆଉ ଯୁଦ୍ଧ ବନ୍ଦ ହେବା ସମ୍ଭାବନା କମ ଥିବାରୁ ସୁନା ଦର ଆହୁରି ବଢିବା ଆଶଙ୍କା ପ୍ରକାଶ ପାଇଛି । ସୁନା ଦର ଉପରମୁହାଁ ଯୁଦ୍ଧ ହେବା ପରେ ବଢୁଛି ମୂଲ୍ୟ ଲଗାତାର ବଢିଚାଲିଛି ସୁନା ମୂଲ୍ୟ । ଗତ ୧୦ ଦିନରେ ସୁନା ଦଶଗ୍ରାମ ପିଛା ବଢିଛିContinue reading “ଉପରମୁହାଁ ହେଉଛି ସୁନାଦର । ସପ୍ତାହକ ମଧ୍ୟରେ ବଢ଼ିଲାଣି ପାଖାପାଖି ୨ ହଜାର ଟଙ୍କା”
ବାଙ୍କୀରେ ଆତଙ୍କ ଖେଳାଇଲେ ଅବସରପ୍ରାପ୍ତ ଯବାନ । ଏସଆଇଙ୍କୁ ଆକ୍ରମଣ ପରେ ଯବାନଙ୍କୁ ଖୋଜୁଛି ପୋଲିସ
କନକ ବ୍ୟୁରୋ: ବାଙ୍କୀ ବଜାରର ଆଦିମାତା ଛକରେ ଖଣ୍ଡା ଧରି ଆତଙ୍କ ଖେଳାଇଲେ ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ଦାସ । ବିଚ ରାସ୍ତାରେ ଖଣ୍ଡା ବୁଲାଇ ଲୋକଙ୍କୁ ଭୟଭୀତ କରିଛନ୍ତି । ରବିବାର ସକାଳେ ଏଭଳି ଖଣ୍ଡା ବୁଲାଇ ପୁଲିସ ଏସଆଇ ଓ କନ ଷ୍ଟେବଳକୁ ଆହତ କରିଛନ୍ତି ସରୋଜ । ସରୋଜଙ୍କ ଆକ୍ରମଣରେ ଏସଆଇ ସମ୍ବିତ ବିଶ୍ୱାଳ ଓ ହାବିଲଦାର ଉତ୍ତମ କର ଆହତ ହୋଇଛନ୍ତି । ସରୋଜ ଆଦିମାତା ଛକରେ କାତି ଧରିContinue reading “ବାଙ୍କୀରେ ଆତଙ୍କ ଖେଳାଇଲେ ଅବସରପ୍ରାପ୍ତ ଯବାନ । ଏସଆଇଙ୍କୁ ଆକ୍ରମଣ ପରେ ଯବାନଙ୍କୁ ଖୋଜୁଛି ପୋଲିସ”
ଦୁର୍ଗାପୂଜାରେ ପୋଷ୍ଟର ପ୍ରତିଯୋଗିତା । ପତିଆରା ଦେଖାଇବା ପାଇଁ ଜୋରଦାର ଉଦ୍ୟମ
କନକ ବ୍ୟୁରୋ: ଆଗକୁ ନିର୍ବାଚନ ଆସୁଥିବାବେଳେ, ନିଜ ନିଜ ଅଞ୍ଚଳରେ ପତିଆରା ଦେଖାଇବା ପାଇଁ ନେତାଙ୍କ ଭିତରେ ଆରମ୍ଭ ହୋଇଯାଇଛି ପ୍ରତିଦ୍ୱନ୍ଦିତା । ଆଉ ଯେତେବେଳେ ଦଶହରା ଭଳି ପର୍ବ ଆସିଛି, ସେତେବେଳେ ଏହି ସୁଯୋଗକୁ ହାତ ଛଡା କରିନାହାନ୍ତି ନେତା । ପୂଜାରେ ପୋଷ୍ଟର ପ୍ରତିଯୋଗିତା ପତିଆରା ଦେଖାଇବାର ଉଦ୍ୟମ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଚିତ୍ର ହିଁ କହୁଛି ଯେ, ପୂଜା ସମୟରେ ନେତାଙ୍କ ଭିତରେ ଆରମ୍ଭ ହୋଇଯାଇଛି ନିଆରା ପ୍ରତିଯୋଗିତା । ନେତାମାନେContinue reading “ଦୁର୍ଗାପୂଜାରେ ପୋଷ୍ଟର ପ୍ରତିଯୋଗିତା । ପତିଆରା ଦେଖାଇବା ପାଇଁ ଜୋରଦାର ଉଦ୍ୟମ”
ବିଜେପିର ଅଭିଯୋଗକୁ ନେଇ ମୁହଁ ଖୋଲିଲେ ସାଂସଦ ପିନାକୀ ମିଶ୍ର । ପ୍ରେସ୍ ରିଲିଜ ଜାରି କହିଲେ ଅଭିଯୋଗ ଭିତିହୀନ ।
କନକ ବ୍ୟୁରୋ: ସଂସଦରେ କୋଶ୍ଚିନ ଫର କ୍ୱୋରୀ ପ୍ରସଙ୍ଗକୁ ନେଇ ଓଡିଶାରେ ତେଜିଛି ରାଜନୀତି । ବିଜେପି ଅଭିଯୋଗକୁ ନେଇ ମୁହଁ ଖୋଲିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ଅଭିଯୋଗକୁ ଖଣ୍ଡନ କରିବା ସହ ଦୁର୍ଭାଗ୍ୟଜନକ ବୋଲି କହି ଚେତାବନୀ ଦେଇଛନ୍ତି । ଯାହାର ପାଲଟା ଜବାବ ରଖିଛି ବିଜେପି । ବିଜେପିର ଅଭିଯୋଗକୁ ପିନାକୀଙ୍କ ଖଣ୍ଡନ ଆଇନଗତ କାର୍ଯ୍ୟାନୁଷ୍ଠାନର ଦେଲେ ଚେତାବନୀ ସଂସଦରେ କୋଶ୍ଚିନ ଫର କ୍ୱୋରୀ ପ୍ରସଙ୍ଗରେ ବିଜେପିର ଅଭିଯୋଗକୁ ନେଇ ମୁହଁContinue reading “ବିଜେପିର ଅଭିଯୋଗକୁ ନେଇ ମୁହଁ ଖୋଲିଲେ ସାଂସଦ ପିନାକୀ ମିଶ୍ର । ପ୍ରେସ୍ ରିଲିଜ ଜାରି କହିଲେ ଅଭିଯୋଗ ଭିତିହୀନ ।”
ସାବଧାନ! ପୂଜାମଣ୍ଡପରେ ମାତିଛନ୍ତି ଲୁଟେରା । ଝାମ୍ପି ନେଉଛନ୍ତ ସୁନାଗହଣା
କନକ ବ୍ୟୁରୋ: ସାବଧାନ୍… ପୂଜା ମଣ୍ଡପରେ ମାତିଛନ୍ତି ଲୁଟେରା । ପ୍ରବଳ ଭିଡର ସୁଯୋଗ ନେଇ ସୁନା ଚେନ ଲୁଟି ଚମ୍ପଟ ମାରୁଛନ୍ତି ଦୁର୍ବୃତ । ଆଜି ଭୁବନେଶ୍ୱରରୁ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । ଦିନବେଳେ ମାଆଙ୍କୁ ଦର୍ଶନ କରିବାକୁ ଯାଇଥିବାବେଳେ ସୁନାଚେନ ଲୁଟି ନେଇଛନ୍ତି ଲୁଟେରା । ତେଣୁ ଯେତେବେଳେ ଆପଣ ମାଆଙ୍କ ଦର୍ଶନ ପାଇଁ ଯାଉଛନ୍ତି ସେ ସମୟରେ ସୁନା ଗହଣା ନ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ମାତିଛନ୍ତିି ଲୁଟେରାContinue reading “ସାବଧାନ! ପୂଜାମଣ୍ଡପରେ ମାତିଛନ୍ତି ଲୁଟେରା । ଝାମ୍ପି ନେଉଛନ୍ତ ସୁନାଗହଣା”
ମଣ୍ଡପରେ ମହାମାୟାଙ୍କ ମହାଷ୍ଟମୀ । ଶକ୍ତିପୀଠରେ ଚାଲିଛି ମହାନବମୀ ପୂଜା । ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ପୁରପଲ୍ଲୀ
କନକ ବ୍ୟୁରୋ: ମଣ୍ଡପରେ ଅଷ୍ଟମୀ, ପୀଠରେ ନବମୀ । ସବୁଠି ପୂଜାର ଉତ୍ସାହ । ଭକ୍ତଙ୍କ ଗହଣରେ ଜଗତଜନନୀ ମା । ଚାଲିଛି ପୂଜାର୍ଚ୍ଚନା.ହୋମଯଜ୍ଞ । ଘଣ୍ଟ, ଶଙ୍ଖ ହୁଳ ହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ । ସବୁଠି ଭକ୍ତ ଓ ଭଗବାନଙ୍କ ମିଳନର ଅପୂର୍ବ ଦୃଶ୍ୟ ଦେଖିବାକୁ ମଳୁଛି । ନବରଙ୍ଗପୁର ଉମରକୋଟ ସହର ଗୁଲିପାଟଣା ପୂଜା ମଣ୍ଡପରେ ମାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସେହିପରି ରାଜଧାନୀContinue reading “ମଣ୍ଡପରେ ମହାମାୟାଙ୍କ ମହାଷ୍ଟମୀ । ଶକ୍ତିପୀଠରେ ଚାଲିଛି ମହାନବମୀ ପୂଜା । ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ପୁରପଲ୍ଲୀ”