କନକ ବ୍ୟୁରୋ: ରାଜ୍ୟରେ ଦୁର୍ଗାପୂଜାର ମାହୋଲ ଜମିଆସିଥିବାବେଳେ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଉପକୂଳବାସୀଙ୍କ ମନରେ ଛନକା ପଶିଛି । ତେବେ ଆଶ୍ୱସ୍ତିର କଥା ହେଲା ଏହା ବାଂଲାଦେଶ ମୁହାଁ ହୋଇପାରେ । ତେଣୁ ଓଡ଼ିଶାରେ ସେଭଳି ପ୍ରଭାବ ପଡ଼ିନପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ କାଲିଠାରୁ ଆସନ୍ତା ୩ ଦିନ ଯାଏଁ ଉପକୂଳ ଓଡ଼ିଶା ଏବଂ ଏହାସହ ଲାଗି ରହିଥିବା କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୪Continue reading “ଦଶହରାରେ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା । ଆଜି ରାତିରେ ନେଇପାରେ ତୀବ୍ର ଅବପାତର ରୂପ । ୨୪ ତାରିଖରେ ଘୂର୍ଣ୍ଣିଝଡ଼ ସମ୍ଭାବନା”
Tag Archives: News
ଭାରତୀୟ ବୋଲରଙ୍କ ଆଗରେ ଫ୍ଲପ୍ ମାରିଲେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟ୍ସମ୍ୟାନ, ୫୦ ଓଭରରେ ୯ ୱିକେଟ ହରାଇ ୨୭୩ ରନ୍ କଲା ନ୍ୟୁଜିଲ୍ୟାଣ୍ଡ ଟିମ୍
କନକ ବ୍ୟୁରୋ : ବିଶ୍ୱକପର ଏକ ରୋମାଞ୍ଚକର ମ୍ୟାଚରେ ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଛି ଲଢେଇ । ଏହି କ୍ରମରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୨୭୪ ରନର ଟାର୍ଗେଟ୍ ଦେଇଛି । ନ୍ୟୁଜଲାଣ୍ଡ ଖେଳାଳୀ ଡେରିଲ ମିଚେଲ ସବୁଠାରୁ ଅଧିକ ସ୍କୋର କରିଛନ୍ତି । ସେ ୧୨୭ ବଲ ଖେଳି ୧୩୦ ରନ କରିଛନ୍ତି । ଏହାସହ ରଚିନ୍ ରିବନ୍ଦ୍ର ୮୭ଟି ବଲ ଖେଳି ୭୫ ରନ କରିଥିଲେ ।Continue reading “ଭାରତୀୟ ବୋଲରଙ୍କ ଆଗରେ ଫ୍ଲପ୍ ମାରିଲେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟ୍ସମ୍ୟାନ, ୫୦ ଓଭରରେ ୯ ୱିକେଟ ହରାଇ ୨୭୩ ରନ୍ କଲା ନ୍ୟୁଜିଲ୍ୟାଣ୍ଡ ଟିମ୍”
ଭାଇର ମଙ୍ଗଳ ମନାସୀ ବ୍ରତ ରଖିଛନ୍ତି ଭଉଣୀ । କନକ ଦୁର୍ଗା ବି କରନ୍ତି ଭାଇ ଜୀଉଁନ୍ତିଆ ଓଷା
କନକ ବ୍ୟୁରୋ : ଭାଇର ମଙ୍ଗଳ ମନାସୀ ପାଳିତ ହୋଇଛି ଭାଇ ଜୀଉନ୍ତିଆ ଓଷା । ମାଆ ଦୁର୍ଗାଙ୍କ ନିକଟରେ ଭାଇର ଦୀର୍ଘାୟୁ କାମନା କରିଛନ୍ତି ଭଉଣୀ ମାନେ । ସୁବର୍ଣ୍ଣପୁରରେ ଭାଇ ଜୀଉନ୍ତିଆ ପୂଜାକୁ ନେଇ ରହିଛି ଏକ ନିଆରା ପରମ୍ପରା । ଭାଇ ଜୀଉନ୍ତିଆ ପାଇଁ ଦେବୀ ମାଆ କନକ ଦୁର୍ଗା ଖମ୍ବେଶ୍ୱରୀ ମନ୍ଦିରକୁ ବିଜେ କରିବା ପରେ ଭଉଣୀ ମାନେ ଏହି ପୂଜା କରିଥାନ୍ତି । ଦୁର୍ଗାଙ୍କ ଅଷ୍ଟମୀ ପୂଜା ସରିବା ପରେContinue reading “ଭାଇର ମଙ୍ଗଳ ମନାସୀ ବ୍ରତ ରଖିଛନ୍ତି ଭଉଣୀ । କନକ ଦୁର୍ଗା ବି କରନ୍ତି ଭାଇ ଜୀଉଁନ୍ତିଆ ଓଷା”
ଦୁର୍ଗାପୂଜାକୁ ନେଇ ଚଳଚଂଚଳ ପୁରପଲ୍ଲୀ । ଶକ୍ତିପୀଠରେ ମହାନବମୀ, ମଣ୍ଡପରେ ଅଷ୍ଟମୀ ପୂଜା । ମଣ୍ଡପରେ ମାଙ୍କୁ ଦର୍ଶନ କରିବାକୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼
କନକ ବ୍ୟୁରୋ : ସବୁଠି ପୂଜା ଚାଲିଛି । ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଏହାରି ଭିତରେ ଭଦ୍ରକ ସହର ସ୍ଥିତ ସନ୍ତିଆନୀଳ କଣ୍ଠପୁର ସାହିରେ, ବର୍ଷ ବର୍ଷ ଧରି ନିଆରା ଢଙ୍ଗରେ ବଙ୍ଗୀୟ ପରମ୍ପରାରେ ଦେବୀଙ୍କ ଆରାଧନା କରାଯାଉଛି । ଅଷ୍ଟମୀ ତିଥିରେ ବଙ୍ଗୀୟ ମହିଳାମାନେ ନଦୀରେ ବୁଡ ପକାଇ ମୁଣ୍ଡରେ ଝୁଣାଦାନି ରଖି ଆଳତି କରିଥାନ୍ତି । ଝୁଣା ଦେଇ ମାଆଙ୍କ ପାଖରେ ଗୁହାରୀ କଲେ ମନସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ୱାସContinue reading “ଦୁର୍ଗାପୂଜାକୁ ନେଇ ଚଳଚଂଚଳ ପୁରପଲ୍ଲୀ । ଶକ୍ତିପୀଠରେ ମହାନବମୀ, ମଣ୍ଡପରେ ଅଷ୍ଟମୀ ପୂଜା । ମଣ୍ଡପରେ ମାଙ୍କୁ ଦର୍ଶନ କରିବାକୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼”
ଦଶହରା କାହା ପାଇଁ କେମିତି । ସମସ୍ତେ ପୂଜାରେ ବୁଲାବୁଲି କରୁଥିବା ବେଳେ ଗଜପତି ମୋହନାରେ ଅସୁସ୍ଥ ପୁଅ ପାଇଁ ମାଆର ସଂଘର୍ଷ । ଟିବି ରୋଗୀ ର ଔଷଧ ପାଇଁ
କନକ ବ୍ୟୁରୋ : ପାର୍ବଣ ଋତୁରେ ମା’ଙ୍କ ଆରାଧନାରେ ସମସ୍ତେ ବ୍ୟସ୍ତ, ଏପଟେ ପୁଅର ଚିକିତ୍ସା ପାଇଁ ଏ ମେଡିକାଲରୁ ସେ ମେଡିକାଲକୁ ଧାଇଁ ନୟାନ୍ତ ହେଉଛି ଆଉ ଜଣେ ମା’ । ପୁଅର ଟିବି ରୋଗର ମେଡିସିନ ପାଇଁ ଗଜପତି ମୋହନାର ଜଣେ ମା ମେଡିକାଲରୁ ମେଡିକାଲ ଧାଉଁଥିଲେ ମଧ୍ୟ ମେଡିସିନ ମିଳୁନଥିବା ଅଭିଯୋଗ କରିଛନ୍ତି । ଦୁର୍ଗାପେଟା ଗାଁର ତୁଙ୍କି କନ୍ଧଙ୍କ ପୁଅ ଗତ ତିନି ମାସ ପୂର୍ବରୁ ଟିବି ରୋଗରେ ଆକ୍ରାନ୍ତ ହୋଇContinue reading “ଦଶହରା କାହା ପାଇଁ କେମିତି । ସମସ୍ତେ ପୂଜାରେ ବୁଲାବୁଲି କରୁଥିବା ବେଳେ ଗଜପତି ମୋହନାରେ ଅସୁସ୍ଥ ପୁଅ ପାଇଁ ମାଆର ସଂଘର୍ଷ । ଟିବି ରୋଗୀ ର ଔଷଧ ପାଇଁ”
କୁଆଡ଼େ ଗଲେ ବାଙ୍କୀରେ ଆତଙ୍କ ଖେଳାଇଥିବା ଅବସରପ୍ରାପ୍ତ ଯବାନ । ଏସଆଇଙ୍କୁ ଆକ୍ରମଣ ପରେ ଯବାନଙ୍କୁ ଖୋଜୁଛି ପୋଲିସ
କନକ ବ୍ୟୁରୋ : କୁଆଡ଼େ ଗଲେ ବାଙ୍କୀରେ ଆତଙ୍କ ଖେଳାଇଥିବା ଅବସରପ୍ରାପ୍ତ ଯବାନ? ଏସ୍ଆଇଙ୍କୁ ଆକ୍ରମଣ ପରେ ଯବାନଙ୍କୁ ଖୋଜୁଛି ପୋଲିସ? ଘରେ ଥିବା ସନ୍ଦେହ କରି ଯବାନଙ୍କ ଗାଁ ହରିରାଜପୁରରେ ପୋଲିସ ଛାଉଣି । ପାଖାପାଖି ୬ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । କଟକ ଗ୍ରାମାଂଚଳ ଅତିରିକ୍ତ ଏସପି ଦେବଦତ ବରାଳଙ୍କ ନେତୃତ୍ୱରେ ୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ରବିବାର ସକାଳେ, ବାଙ୍କୀ ଆଦିମାତା ଛକରେ ଖଣ୍ଡାରେ ପୋଲିସ ଏସଆଇକୁ ଖଣ୍ଡାରେContinue reading “କୁଆଡ଼େ ଗଲେ ବାଙ୍କୀରେ ଆତଙ୍କ ଖେଳାଇଥିବା ଅବସରପ୍ରାପ୍ତ ଯବାନ । ଏସଆଇଙ୍କୁ ଆକ୍ରମଣ ପରେ ଯବାନଙ୍କୁ ଖୋଜୁଛି ପୋଲିସ”
କାରକୁ ଧକ୍କା ଦେଲା ଟ୍ରକ । ଘଟଣା ସ୍ଥଳରେ ୨ଜଣଙ୍କର ମୃତ୍ୟୁ, ୫ ଗୁରୁତର
କନକ ବ୍ୟୁରୋ : ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର୍ ସହ ଟ୍ରକ୍ ଧକ୍କା ହୋଇ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ୫ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତି କରାଯାଇଛି । ଗଂଜାମ ଜିଲ୍ଲା ଭଂଜନଗରରୁ ୭ ଜଣ ପଶ୍ଚିମବଙ୍ଗ ରାଣୀଗଂଜକୁ କାର୍ ଯୋଗେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ୧୬ନମ୍ବର ଜାତୀୟ ରାଜପଥର ନାରାୟଣଗଡଠାରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରୁ ଜଣେ କ୍ଷୀରୋଦ ପ୍ରଧାନContinue reading “କାରକୁ ଧକ୍କା ଦେଲା ଟ୍ରକ । ଘଟଣା ସ୍ଥଳରେ ୨ଜଣଙ୍କର ମୃତ୍ୟୁ, ୫ ଗୁରୁତର”
ନିଜ ସରକାର ବିରୋଧରେ ରାସ୍ତାକୁ ଉହ୍ଲାଇଲେ ଇସ୍ରାଏଲ ନାଗରିକ । ଜାଣନ୍ତୁ କଣ ରଖିଛନ୍ତି ଦାବି
କନକ ବ୍ୟୁରୋ : ୟୁକ୍ରେନ ଉପରେ ଋଷର ଆକ୍ରମଣ ହେଉ କି ପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣ । ଏହି ଆକ୍ରମଣ ରାଜନୈତିକ ପ୍ରଣୋଦିତ ହେଉ କି ଅସ୍ତ୍ର ବ୍ୟବସାୟୀଙ୍କୁ କଚକ୍ରରେ ଫଶୁଥିବା ଶାସକ ଗୋଷ୍ଠୀ ହୁଅନ୍ତୁ । ହେଲେ ଭୋକର ଯନ୍ତ୍ରଣା ସହ ଆତ୍ମୀୟଙ୍କୁ ହରାଇବାର ଯନ୍ତ୍ରଣା ଭୋଗୁଛନ୍ତି ସାଧାରଣ ଜନତା । ୟୁକ୍ରେନ ଉପରେ ଋଷର ମାତ୍ରାଧିକ ଆକ୍ରମଣକୁ ଯେଭଳି ଋଷ ନାଗରିକ ବିରୋଧ କରୁଛନ୍ତି ସେହିଭଳି ଏବେ ଇସ୍ରାଏଲର ନାଗରିକମାନେ ମଧ୍ୟ ଇସ୍ରାଏଲContinue reading “ନିଜ ସରକାର ବିରୋଧରେ ରାସ୍ତାକୁ ଉହ୍ଲାଇଲେ ଇସ୍ରାଏଲ ନାଗରିକ । ଜାଣନ୍ତୁ କଣ ରଖିଛନ୍ତି ଦାବି”
ଗୁଜରାଟରେ ହଠାତ ବଢୁଛି ହୃଦଘାତରେ ମୃତକଙ୍କ ସଂଖ୍ୟା । ଗରବା ଡ୍ୟାନ୍ସ ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଜଣଙ୍କର ମୃତ୍ୟୁ
କନକ ବ୍ୟୁରୋ : ଗୁଜରାଟରେ ହଠାତ ହୃଦରୋଗରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗରବା ଡ୍ୟାନ୍ସରେ ଭାଗ ନେଇ ସେଠାରେ ନାଚୁଥିବା ଲୋକଙ୍କ ମଧ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଗତ କିଛିଦିନ ହେବ ରାଜ୍ୟରେ ହୃଦଘାତରେ ମୃତକଙ୍କ ସଂଖ୍ୟା ବଢୁଛି । ଏହି ମୃତକମାନଙ୍କ ମଧ୍ୟରେ ଦଭୋଇ, ବଡୋଦାର ଜଣେ ୧୩ ବର୍ଷିୟ ବାଳକ ବି ସାମିଲ ଅଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକContinue reading “ଗୁଜରାଟରେ ହଠାତ ବଢୁଛି ହୃଦଘାତରେ ମୃତକଙ୍କ ସଂଖ୍ୟା । ଗରବା ଡ୍ୟାନ୍ସ ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଜଣଙ୍କର ମୃତ୍ୟୁ”
ମଦ୍ୟପାନ କରି ଗାଡି ଚଳାଇବା ପଡିଲା ମହଙ୍ଗା । ଜେଲ ଗଲେ ବରିଷ୍ଠ ଅଭିନେତା ଦିଲ୍ଲୀପ ତାହିଲ
କନକ ବ୍ୟୁରୋ : ବଲିଉଡର ବରିଷ୍ଠ ଅଭିନେତା ଦିଲ୍ଲୀପ ତାହିଲଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । କୋର୍ଟ ଦିଲ୍ଲୀପଙ୍କୁ ୨ମାସ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ କରିଛି । ୫ବର୍ଷ ପୂର୍ବେ ମଦ୍ୟପାନ କରି ଗାଡି ଚଳାଉଥିବା ମାମଲାରେ ତାଙ୍କୁ ଜେଲ ଦଣ୍ଡ ହୋଇଛି । ଏହି ମାମଲା ୨୦୧୮ ମସିହାର ଥିଲା । ଦିଲ୍ଲୀପଙ୍କ ଉପରେ ଅଭିଯୋଗ ରହିଛି କି ୨୦୧୮ ମସିହାରେ ସେ ମଦ୍ୟପାନ କରି ନିଶାରେ ମୁମ୍ବାଇର ପାଶContinue reading “ମଦ୍ୟପାନ କରି ଗାଡି ଚଳାଇବା ପଡିଲା ମହଙ୍ଗା । ଜେଲ ଗଲେ ବରିଷ୍ଠ ଅଭିନେତା ଦିଲ୍ଲୀପ ତାହିଲ”