ଇସ୍ରାଏଲର ୩ ପର୍ଯ୍ୟାୟ ‘ଯୁଦ୍ଧ ଯୋଜନା’ । ଗାଜାରେ ହେବ ନୂଆ ସୁରକ୍ଷା ବ୍ୟବସ୍ଥା

କନକ ବ୍ୟୁରୋ : କଳେବଳେ କୌଶଳେ ହମାସର ମୂଳପୋଛ ଲକ୍ଷ୍ୟ ରଖିଛି ଇସ୍ରାଏଲ । ଏନେଇ ସବୁ ପ୍ରକାର ଚେଷ୍ଟା ଜାରି ରଖିଛି । ଯୁଦ୍ଧର ୧୫ଦିନରେ ଇହୁଦୀ ରାଷ୍ଟ୍ରର ପ୍ରତିରକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଛି ସୁରକ୍ଷା ବୈଠକ । ହମାସର ମୂଳପୋଛ ପରେ ଗାଜାରେ ନୂଆ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯିବା ନେଇ ବୈଠକରେ ନିଷ୍ପତି ନିଆଯାଇଛି । ଏଥିସହ ଆତଙ୍କୀ ସଂଗଠନକୁ ମାଟିରେ ମିଶାଇବା ପାଇଁ ଇସ୍ରାଏଲ ସେନା ୩ଟି ପର୍ଯ୍ୟାୟରେ ଯୁଦ୍ଧ ଲଢିବ ।Continue reading “ଇସ୍ରାଏଲର ୩ ପର୍ଯ୍ୟାୟ ‘ଯୁଦ୍ଧ ଯୋଜନା’ । ଗାଜାରେ ହେବ ନୂଆ ସୁରକ୍ଷା ବ୍ୟବସ୍ଥା”

ବଙ୍ଗୋପସାଗରରେ ସକ୍ରିୟ ରହିଛି ସୁଦୃଶଃ ଲଘୁଚାପ କ୍ଷେତ୍ର । ପରବର୍ତୀ ୩ ତାରିଖ ଯାଏଁ ଆହୁରି ଘନିଭୂତ ହେବା ଆଶଙ୍କା

କନକ ବ୍ୟୁରୋ : ଏଥର ବର୍ଷା ଭିଜିବ ଦଶହରା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ଉତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଆହୁରି ଘନୀଭୂତ ହୋଇ ୨୨ତାରିଖ ସୁଦ୍ଧା ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଆଗାମୀ ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁରContinue reading “ବଙ୍ଗୋପସାଗରରେ ସକ୍ରିୟ ରହିଛି ସୁଦୃଶଃ ଲଘୁଚାପ କ୍ଷେତ୍ର । ପରବର୍ତୀ ୩ ତାରିଖ ଯାଏଁ ଆହୁରି ଘନିଭୂତ ହେବା ଆଶଙ୍କା”

ଗାଜାବାସୀଙ୍କ ପାଇଁ ଆଶାର ଆଲୋକ । ଯୁଦ୍ଧର ୧୫ ଦିନ ପରେ ପହଂଚିଲା ମାନବୀୟ ସହାୟତା

କନକ ବ୍ୟୁରୋ : ଆତଙ୍କୀ ଗୋଷ୍ଠୀ ହମାସର ବର୍ବରକାଣ୍ଡ ପରେ ଗାଜା ଉପରେ ପାଲଟା ଆକ୍ରମଣ ଜାରି ରଖିଛି ଇସ୍ରାଏଲ । ଗାଜାରେ ଜୋରଦାର ଚାଲିଛି ବିମାନ ଆକ୍ରମଣ । ଏହାସହ ଗାଜାକୁ ଅବରୋଧ କରି ରଖିଛି ଇସ୍ରାଏଲ । ଫଳରେ ଖାଦ୍ୟ, ପାନୀୟ ଓ ଔଷଧର ଘୋର ଅଭାବ ଦେଖାଦେଇଛି । ଏଭଳି ସଙ୍ଗୀନ ସ୍ଥିତି ବେଳେ ଗାଜାବାସୀଙ୍କ ପାଇଁ ଆଶାର କିରଣ ଦେଖାଦେଇଛି । ଇଜିପ୍ଟ ସୀମା ଦେଇ ଗାଜାରେ ସହାୟତା ଟ୍ରକ ପହଂଚିଛି  Continue reading “ଗାଜାବାସୀଙ୍କ ପାଇଁ ଆଶାର ଆଲୋକ । ଯୁଦ୍ଧର ୧୫ ଦିନ ପରେ ପହଂଚିଲା ମାନବୀୟ ସହାୟତା”

ଆଜି ମଣ୍ଡପରେ ସପ୍ତମୀ, ଶକ୍ତିପୀଠରେ ଅଷ୍ଟମୀ ପୂଜା । ଭକ୍ତିମୟ ପରିବେଶରେ ଚାଲିଛି ମାଆଙ୍କ ଆରାଧନା

କନକ ବ୍ୟୁରୋ : ସବୁଠି ପୂଜାର ଉତ୍ସାହ । ଗାଁରୁ ସହର ଚାରିଆଡେ ଚଳଚଂଚଳ । ପୀଠରେ ଯେମିତି ଭକ୍ତିର ପରିବେଶ, ମଣ୍ଡରେ ସେମିତି ଶ୍ରଦ୍ଧାଳୁଙ୍କ ଉତ୍ସାହ । ଶକ୍ତିପୀଠରେ ଅଷ୍ଟମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ସପ୍ତମୀ ପୂଜା କରାଯାଉଛି । ମଣ୍ଡପରେ ନବପତ୍ରିକା ପ୍ରବେଶ ଓ ମାଆଙ୍କ ମହାସ୍ନାନ ପରେ ଚକ୍ଷୁଦାନ ପାଇଁ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି । ମା’ ଦୁର୍ଗାଙ୍କ ପୂଜା ପାଇଁ ସଜେଇ ହୋଇଛି ତୋରଣ । ରଙ୍ଗୀନContinue reading “ଆଜି ମଣ୍ଡପରେ ସପ୍ତମୀ, ଶକ୍ତିପୀଠରେ ଅଷ୍ଟମୀ ପୂଜା । ଭକ୍ତିମୟ ପରିବେଶରେ ଚାଲିଛି ମାଆଙ୍କ ଆରାଧନା”

ରାଜନୀତିରେ ‘ସମ୍ପର୍କ ଅଭିଯାନ’ । ‘ଜନ ସମ୍ପର୍କ’ ପରେ, ‘ପରିବାର ସମ୍ପର୍କ’ ଅଭିଯାନ ଆରମ୍ଭ କରିବ ବିଜେଡି

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବାବେଳେ ଲୋକଙ୍କ ସହ ଯୋଡି ରହିବାକୁ ଉଦ୍ୟମ ଜାରି ରଖିଛନ୍ତି ସମସ୍ତ ପ୍ରମୁଖ ରାଜନୈତିକ ଦଳ । ଶାସକ ଦଳ ବିଜେଡି ଜନ ସମ୍ପର୍କ ଅଭିଯାନ ଚଳାଇଛି । ପଂଚାୟତ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ଦଳୀୟ ନେତା ଓ କର୍ମୀ ପଦଯାତ୍ରା କରୁଛନ୍ତି । ଆଉ ଏହି ସମ୍ପର୍କ ଅଭିଯାନ କେମିତି ଆଗକୁ ଜାରି ରହିବ, ପ୍ରତି ପରିବାର ସହ ଯୋଡି ହେବ ସେଥିପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ କରିଛି ଦଳContinue reading “ରାଜନୀତିରେ ‘ସମ୍ପର୍କ ଅଭିଯାନ’ । ‘ଜନ ସମ୍ପର୍କ’ ପରେ, ‘ପରିବାର ସମ୍ପର୍କ’ ଅଭିଯାନ ଆରମ୍ଭ କରିବ ବିଜେଡି”

ଗଗନଯାନର ପ୍ରଥମ ପରୀକ୍ଷଣ ସଫଳ । ଯୋଜନା ଅନୁଯାୟୀ ରକେଟରୁ ଅଲଗା ହେଲା ‘କ୍ରୁ ମଡ୍ୟୁଲ୍’, ବଙ୍ଗୋପସାଗରରେ କଲା ଅବତରଣ

କନକ ବ୍ୟୁରୋ : ଚନ୍ଦ୍ରର ଦକ୍ଷିଣ ମେରୁରେ ପହଁଚି ବିରଳ ସଫଳତା ପାଇବା ପରେ ଆଦିତ୍ୟ ଏଲ୍-ୱାନ ଏବଂ ଆଜି ଗଗନଯାନ ମିସନର ପ୍ରଥମ ସଫଳ ପରୀକ୍ଷଣ । ଏହା ସହ ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢ଼ିଛି ଭାରତ । ବୈଷୟିକ ତ୍ରୁଟି ଯୋଗୁଁ ଦୁଇ ଥର ସ୍ଥଗିତ ପରେ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଂଟରରୁ ଉତକ୍ଷେପଣ ହେଲା ଟେଷ୍ଟ ଭେହିକିଲ ଟିଭି-ଡି ୱାନ୍ । ଯେମିତି ଯୋଜନାContinue reading “ଗଗନଯାନର ପ୍ରଥମ ପରୀକ୍ଷଣ ସଫଳ । ଯୋଜନା ଅନୁଯାୟୀ ରକେଟରୁ ଅଲଗା ହେଲା ‘କ୍ରୁ ମଡ୍ୟୁଲ୍’, ବଙ୍ଗୋପସାଗରରେ କଲା ଅବତରଣ”

କାନାଡା ରାଜଦୂତଙ୍କୁ ଭାରତରୁ ବିଦା କରିବା ପ୍ରସଙ୍ଗ । ଆମେରିକା ପରେ ଏବେ କାନାଡା ସମର୍ଥନରେ ମତ ରଖିଲା ବ୍ରିଟେନ

କନକ ବ୍ୟୁରୋ : ଭାରତ ସରକାରଙ୍କ ଦ୍ୱାରା କାନାଡାର ୪୧ଜଣ କୂଟନୀତିଜ୍ଞଙ୍କୁ କାନାଡା ଫେରାଇ ଦେବା ପ୍ରସଙ୍ଗରେ ଆମେରିକା ପରେ ଏବେ ବ୍ରିଟେନ ଅସନ୍ତୋଷ ପ୍ରକାଶ କରିଛି । ବ୍ରିଟନ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ବୟାନରେ କୁହାଯାଇଛି କି, ଭାରତ ସରକାରଙ୍କ ଏହି ପଦକ୍ଷେପ ଭିଏନା ଚୁକ୍ତିର ପ୍ରଭାବଶାଳୀ କାର୍ଯ୍ୟକୁ ପ୍ରଭାବିତ କରିଛି । ଆମେ ଆଶା କୁରୁଛୁ ଯେ ୧୯୬ ବର୍ଷର କୂଟନୈତିକ ସଂପର୍କ ସ୍ଥାପନ ପାଇଁ ସମସ୍ତ ଦେଶ ରାଜି ହେବେ ।Continue reading “କାନାଡା ରାଜଦୂତଙ୍କୁ ଭାରତରୁ ବିଦା କରିବା ପ୍ରସଙ୍ଗ । ଆମେରିକା ପରେ ଏବେ କାନାଡା ସମର୍ଥନରେ ମତ ରଖିଲା ବ୍ରିଟେନ”

‘ଲିଓ’  ପ୍ରଥମ ଦିନରେ ୧୦୦ କୋଟି ପାର । ଥଲପତି ବିଜୟ ଦେଖେଇଲେ ଦମ

ଥଲପତି ବିଜୟଙ୍କ ଫିଲ୍ମ ‘ଲିଓ’ ସାରାବିଶ୍ବରେ ୧୧୫.୯୦ କୋଟି ଟଙ୍କାର ଓପନିଙ୍ଗ କରିଛି । ତାମିଲ ସିନେ ଜଗତର ଏହା ତୃତୀୟ ଚଳଚ୍ଚିତ୍ର ଯାହା ରିଲିଜ ଦିନ ୧୦୦ କୋଟି ପାର କରିପାରିଛି । ଟ୍ରେଡ ଏକ୍ସପର୍ଟ ରମେଶ ବାଲା ଟୁଇଟ କରି କହିଛନ୍ତି କି ଲିଓ ହିନ୍ଦୀରେ ପ୍ରଥମ ଦିନ ୨.୭୫ କୋଟି କଲେକ୍ଶନ କରିଛି । ଫିଲ୍ମକୁ ଭଲ ରେସପନ୍ସ ମିଳିଛି । ସାଉଥର ସୁପରଷ୍ଟାର ବିଜୟଙ୍କ ଫିଲ୍ମ ‘ଲିଓ’ ସିନେମାହଲରେ ଧୂମ ମଚେଇବାକୁContinue reading “‘ଲିଓ’  ପ୍ରଥମ ଦିନରେ ୧୦୦ କୋଟି ପାର । ଥଲପତି ବିଜୟ ଦେଖେଇଲେ ଦମ”

ଶହେ ଟଙ୍କା ଦେଲେ ମାଆଙ୍କ ଦର୍ଶନ ପାଇଁ ଛାଡି ଦେଉଥିବା ଅଭିଯୋଗ । ଯାଜପୁର ବିରଜା ମନ୍ଦିରରେ ଦକ୍ଷିଣା ନାହିଁ ତ ଦର୍ଶନ ନାହିଁ ବେଳର ଭିଡିଓ ଭାଇରାଲ

କନକ ବ୍ୟୁରୋ : ଦର୍ଶନ ପାଇଁ ଦକ୍ଷିଣା ଦାବି । ଶାରଦୀୟ ପାର୍ବଣରେ ମନ୍ଦିରରେ ମାଆଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ଠାରୁ ଦକ୍ଷିଣା ଦାବି କରାଯାଉଛି । ଦକ୍ଷିଣା ନାହିଁ ତ ଦର୍ଶନ ନାହିଁ, ଏହି ନୀତିରେ ଲୋକଙ୍କ ଠାରୁ ଶହେ ଟଙ୍କା ଲେଖାଏଁ ଦାବି କରାଯାଉଛି । ଦର୍ଶନ ପାଇଁ ଦକ୍ଷିଣା ଦାବି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପୂଜକ ଲୋକଙ୍କ ଠାରୁ ଶହେ ଟଙ୍କା ନେଇ ଛାଡିContinue reading “ଶହେ ଟଙ୍କା ଦେଲେ ମାଆଙ୍କ ଦର୍ଶନ ପାଇଁ ଛାଡି ଦେଉଥିବା ଅଭିଯୋଗ । ଯାଜପୁର ବିରଜା ମନ୍ଦିରରେ ଦକ୍ଷିଣା ନାହିଁ ତ ଦର୍ଶନ ନାହିଁ ବେଳର ଭିଡିଓ ଭାଇରାଲ”

ବେଦାନ୍ତ ଆଲୁମିନିୟମ ଓଡ଼ିଶାକୁ ବିଶ୍ୱରେ ଆଲୁମିନିୟମ କ୍ୟାପିଟାଲରେ ପରିଣତ କରିବା ପାଇଁ ପ୍ରତିଶୃତିବଦ୍ଧ

କନକ ବ୍ୟୁରୋ : ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଔଦ୍ୟୋଗିକ କ୍ଷେତ୍ରରେ ଏକ ଅଗ୍ରଣୀ ସଂସ୍ଥା । ଏହା ଭାରତ ତଥା ବିଶ୍ୱରେ ଓଡ଼ିଶାକୁ ଆଲୁମିନିୟମ କ୍ୟାପିଟାଲରେ ପରିଣତ କରିବା ପାଇଁ ସଂକଳ୍ପବଦ୍ଧ । ଏହାର ବ୍ୟାପକ କାର୍ୟ୍ୟକଳାପ ଏବଂ ରାଜ୍ୟର ଅପାର ସମ୍ଭାବନାକୁ ସୂଚୀତ କରିଛି । ୧,୦୦,୦୦୦ କୋଟି ଟଙ୍କାରେ ବେଦାନ୍ତର ଓଡ଼ିଶାରେ ମିଳିତ ପୁଞ୍ଜି ବିନିଯୋଗ ବିଶ୍ୱର ଯେକୌଣସି ସ୍ଥାନରେ ବୃହତ ବୋଲି ପରିଗଣିତ ହୁଏ । ଆଲୁମିନିୟମ ହେଉଛି ଭବିଷ୍ୟତର ଧାତୁ, ସବୁଜContinue reading “ବେଦାନ୍ତ ଆଲୁମିନିୟମ ଓଡ଼ିଶାକୁ ବିଶ୍ୱରେ ଆଲୁମିନିୟମ କ୍ୟାପିଟାଲରେ ପରିଣତ କରିବା ପାଇଁ ପ୍ରତିଶୃତିବଦ୍ଧ”

Design a site like this with WordPress.com
Get started