ରଥଯାତ୍ରା ବେଳେ ଖୋଲିବ ରତ୍ନଭଣ୍ଡାର । ପୁରୀ ଗଜପତିଙ୍କ ପ୍ରେସ ବିଜ୍ଞପ୍ତିକୁ ନେଇ ତେଜିଲା ରାଜନୀତି

କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ନେଇ ହେଉଥିବା ରାଜନୀତି ଭିନ୍ନମୋଡ ନେଇଛି । ଯେତେବେଳେ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜ ପ୍ରେସ ବିଜ୍ଞପ୍ତିରେ ସ୍ପଷ୍ଟ କରିଛନ୍ତି ଯେ, ୨୦୨୪ ରଥଯାତ୍ରା ସମୟରେ ହିଁ ରତ୍ନଭଣ୍ଡାର ଖୋଲା ଯାଇପାରିବ । ଗଜପତି ଦିବ୍ୟସିଂହ ଦେବ ଜାରି କରିଥିବା ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ଯେ… ୨୦୨୪ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାର ଖୋଲାଯିବ ଗଚ୍ଛିତ ମୂଲ୍ୟବାନ ସଂପତ୍ତିର ଗଣତି ଓContinue reading “ରଥଯାତ୍ରା ବେଳେ ଖୋଲିବ ରତ୍ନଭଣ୍ଡାର । ପୁରୀ ଗଜପତିଙ୍କ ପ୍ରେସ ବିଜ୍ଞପ୍ତିକୁ ନେଇ ତେଜିଲା ରାଜନୀତି”

ପୂଜା ବେଳେ ବର୍ଷା ଭୟ । ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ୨୩ ତାରିଖରେ ନେଇପାରେ ଅବପାତର ରୂପ ।

କନକ ବ୍ୟୁରୋ: ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏବେ ଏହି କ୍ଷେତ୍ରଟି ସେହି ଅଞ୍ଚଳରେ ସକ୍ରିୟ ରହିଛି । ତେବେ ୨୨ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ପ୍ରଥମେ ୨୨ ତାରିଖ ସକାଳ ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ପରେ ଗତିପଥ ବଦଳାଇ ଧିରେ ଧିରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ବାଂଲାଦେଶ ଉପକୂଳ ଆଡକୁContinue reading “ପୂଜା ବେଳେ ବର୍ଷା ଭୟ । ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ୨୩ ତାରିଖରେ ନେଇପାରେ ଅବପାତର ରୂପ ।”

ବସ୍ ଧର୍ମଘଟର ପ୍ରଥମ ଦିନରେ ସାରା ରାଜ୍ୟରୁ ଆସିଲା ଯାତ୍ରୀ ହନ୍ତସନ୍ତର ବିକଳ ଚିତ୍ର । ରୋଗୀଙ୍କ ଠାରୁ ଛାତ୍ରଛାତ୍ରୀ ସମସ୍ତେ ଭୋଗିଲେ ଦୁର୍ଦ୍ଦଶା

କନକ ବ୍ୟୁରୋ: ସରକାର ଓ ବସ୍ ମାଲିକଙ୍କ ବିବାଦ, କିନ୍ତୁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ । ଗୋଟିଏ ପଟେ ପାର୍ବଣ ପାଇଁ ଘର ମୁହାଁ ହୋଇଛନ୍ତି ଲୋକ, ଅନ୍ୟପଟେ ଜରୁରୀ କାମ । ଗୁରୁତର ରୋଗରେ ଆକ୍ରାନ୍ତ ହୋଇ କିଏ ହସ୍ପିଟାଲ ଯିବା ପାଇଁ ଅପେକ୍ଷା କରି ରହିଛି ତ କିଏ ବହୁ ଦିନ ପରେ ଘରକୁ ଫେରୁଛି ବସ ବନ୍ଦ ଯୋଗୁଁ ବାଟରେ ଅଟକି ରହିଛି । ଦୁର୍ଦ୍ଦଶାର ଏଭଳି ପୁଳା ପୁଳା ଚିତ୍ରContinue reading “ବସ୍ ଧର୍ମଘଟର ପ୍ରଥମ ଦିନରେ ସାରା ରାଜ୍ୟରୁ ଆସିଲା ଯାତ୍ରୀ ହନ୍ତସନ୍ତର ବିକଳ ଚିତ୍ର । ରୋଗୀଙ୍କ ଠାରୁ ଛାତ୍ରଛାତ୍ରୀ ସମସ୍ତେ ଭୋଗିଲେ ଦୁର୍ଦ୍ଦଶା”

ବହୁଚର୍ଚ୍ଚିତ ବରମୁଣ୍ଡା ଟ୍ରିପଲ ମର୍ଡର ମାମଲା । ୨୭ ବର୍ଷ ପରେ ଆସିଲା ରାୟ । ୩ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ।

କନକ ବ୍ୟୁରୋ: ବହୁଚର୍ଚ୍ଚିତ ବରମୁଣ୍ଡା ଟ୍ରିପଲ ମର୍ଡର ମାମଲା । ୨୭ ବର୍ଷ ପରେ ଆସିଲା କୋର୍ଟଙ୍କ ବଡ ରାୟ । ୩ ଅଭିଯୁକ୍ତଙ୍କୁ ଆଜୀବନ କାରା ଦଣ୍ଡାଦେଶ ସଜ୍ଜା ଶୁଣାଇଲେ କୋର୍ଟ । ୧୯୯୬ ମସିହା ଜୁଲାଇ ୧୧ ତାରିଖରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁବନେଶ୍ୱରର ଛାତି ଉପରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଥିଲା । ଯେଉଁଥିରେ ୩ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଅଭିଯୁକ୍ତ । ବିଶ୍ୱଜିତ ନାୟକ, ଦିଲ୍ଲୀପContinue reading “ବହୁଚର୍ଚ୍ଚିତ ବରମୁଣ୍ଡା ଟ୍ରିପଲ ମର୍ଡର ମାମଲା । ୨୭ ବର୍ଷ ପରେ ଆସିଲା ରାୟ । ୩ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ।”

ରାଜ୍ୟରେ ଘରୋଇ ବସ୍ ଧର୍ମଘଟ ଟାଳିବାକୁ ଆଲୋଚନା । ପରିବହନ ମନ୍ତ୍ରୀଙ୍କ ସହ ବସ୍ ମାଲିକ ସଂଘର ବୈଠକ

କନକ ବ୍ୟୁରୋ : ରାଜ୍ୟରେ ଘରୋଇ ବସ୍ ମାଲିକ ସଂଘର ଡାକରାରେ ଆଜି ବାଲେଶ୍ୱରକୁ ଛାଡି ଅନ୍ୟ ସବୁ ଜିଲ୍ଲାରେ ବସ୍ ଚଳାଚଳ ବନ୍ଦ ରହିଛି । ଲୋକମାନେ ଯିବା ଆସିବା ପାଇଁ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହାକୁ ନଜରରେ ରଖି ପରିବହନ ମନ୍ତ୍ରୀ ଓ ବସ୍ ମାଲିକ ସଂଘ ଭିତରେ ଧର୍ମଘଟ ସ୍ଥଗିତ ରଖିବାକୁ ଆଲୋଚନା ଆରମ୍ଭ ହୋଇଛି । ଏହି ଆଲୋଚନାରେ ବସ୍ ମାଲିକ ସଂଘାର କର୍ମକର୍ତ୍ତା ଓ ପରିବହନContinue reading “ରାଜ୍ୟରେ ଘରୋଇ ବସ୍ ଧର୍ମଘଟ ଟାଳିବାକୁ ଆଲୋଚନା । ପରିବହନ ମନ୍ତ୍ରୀଙ୍କ ସହ ବସ୍ ମାଲିକ ସଂଘର ବୈଠକ”

ଶାରଦୀୟ ଦଶହରାରେ ଚମକୁଛି ଗାଁଠୁ ସହର । ପୀଠରେ ଦେବୀ ମାଆଙ୍କ ମହାସପ୍ତମୀ, ମଣ୍ଡପେ ଷଷ୍ଠୀ ପୂଜା

କନକ ବ୍ୟୁରୋ : ନବରାତ୍ର ପୂଜା ପାଇଁ ଚଳଚଂଚଳ ଶକ୍ତି ପୀଠ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଚାଲିଛି ସପ୍ତମୀ ପୂଜା । ମା’ଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଛି । ମା’ଙ୍କ ରଥଯାତ୍ରା ଦେଖିବା ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରର ଲୋକମାନେ ଧାଇଁ ଆସିଛନ୍ତି । ପ୍ରବଳ ଭିଡ଼କୁ ନଜରରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ଧାଡ଼ିରେ ଆସି ମା’ଙ୍କ ଦର୍ଶନContinue reading “ଶାରଦୀୟ ଦଶହରାରେ ଚମକୁଛି ଗାଁଠୁ ସହର । ପୀଠରେ ଦେବୀ ମାଆଙ୍କ ମହାସପ୍ତମୀ, ମଣ୍ଡପେ ଷଷ୍ଠୀ ପୂଜା”

ପୁରୀ ସେବାୟତ ପରିବାରର ନିଆରା ପରମ୍ପରା । ଭଲ ବର ପାଇଁ ବଧୁବେଶରେ ସଜେଇ ହେଲେ କୁଆଁରୀ କନ୍ୟା

କନକ ବ୍ୟୁରୋ : ଶହ ଶହ ବର୍ଷର ସେବାୟତମାନଙ୍କ କୌଳିକ ପରମ୍ପରା ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ଜଡିତ। ଏଥିରେ ସେବାୟତ କୁଳର ନେତକନ୍ୟାମାନେ ଆଶ୍ୱିନ ପ୍ରତିପଦ ଠାରୁ ପାଳନ କରିଥାନ୍ତି ୨୧ ଦିନିଆ ନେତ ପର୍ବ । ୯ ବର୍ଷରୁ କମ ବୟସର କୁମାରୀମାନେ ଉପବାସ ରଖି ସୁନ୍ଦର ବେଶଭୁଷା, ପାରମ୍ପରିକ ଗହଣା ପରିଧାନ କରି ମାର୍କଣ୍ଡପୁଷ୍କରୀଣୀ କୁଳକୁ ଯାଇଥାନ୍ତି । ପଂଚମୀ ତିଥିରେ ନେତକନ୍ୟାମାନେ ଗୁଆଲୀ ବେଶରେ ଘରୁ ବାହାରି ଯାଇଥାନ୍ତି । ମାର୍କଣ୍ଡପୁଷ୍କରୀଣୀ କୁଳରେContinue reading “ପୁରୀ ସେବାୟତ ପରିବାରର ନିଆରା ପରମ୍ପରା । ଭଲ ବର ପାଇଁ ବଧୁବେଶରେ ସଜେଇ ହେଲେ କୁଆଁରୀ କନ୍ୟା”

ବଣଜଙ୍ଗଲ ଘେରା ପାହାଡି ଗାଁରେ ଅଜଣା ରୋଗ ଆତଙ୍କ । ଗୋଟିଏ ମାସରେ ଗଲାଣି ୧୦ରୁ ଅଧିକ ଜୀବନ

କନକ ବ୍ୟୁରୋ : ଗାଁରେ ଅଜଣା ରୋଗ ଭୟ । ଗୋଟିଏ ପରେ ଗୋଟିଏ ଜୀବନ ଦୀପ ଲିଭି ଯିବା ପରେ ଆତଙ୍କିତ ହୋଇପଡିଛନ୍ତି ଗ୍ରାମବାସୀ । କେନ୍ଦୁଝର ବାଂଶପାଳ ବ୍ଲକ ଗୋନାସିକା ପଂଚାୟତ ଅନ୍ତର୍ଗତ ଜନ୍ତାରୀ ଗାଁରେ ଅଜଣା ରୋଗ ନେଉଛି ଜୀବନ । ଗାଁର ଜୁଆଙ୍ଗ ସାହିରେ ଶହେରୁ ଅଧିକ ପରିବାର ବସବାସ କରୁଥିବା ବେଳେ ଜ୍ୱର-ଥଣ୍ଡାରେ ୧୦ରୁ ଅଧିକ ମୃତ୍ୟୁ ହୋଇ ସାରିଲାଣି । ବଣ ଜଙ୍ଗଲ ଉପରେ ନିର୍ଭର କରି ଜୀବନContinue reading “ବଣଜଙ୍ଗଲ ଘେରା ପାହାଡି ଗାଁରେ ଅଜଣା ରୋଗ ଆତଙ୍କ । ଗୋଟିଏ ମାସରେ ଗଲାଣି ୧୦ରୁ ଅଧିକ ଜୀବନ”

ସାରା ରାଜ୍ୟରେ ଘରୋଇ ବସ ବନ୍ଦର ବଡ ପ୍ରଭାବ । ବସ୍ ଷ୍ଟାଣ୍ଡରେ ଘଂଟା ଘଂଟା ଧରି ଅପେକ୍ଷା କଲେ ଯାତ୍ରୀ

କନକ ବ୍ୟୁରୋ : ସାରା ରାଜ୍ୟରୁ ଘରୋଇ ବସ୍ ବନ୍ଦର ବଡ ପ୍ରଭାବ ଦେଖିବାକୁ ମିଳିଛି । ପୂଜା ବେଳେ ଏଭଳି ଧର୍ମଘଟ ଯାତ୍ରୀଙ୍କ ପାଇଁ ସମସ୍ୟାର କାରଣ ହୋଇଛି । ବସ୍ ଷ୍ଟାଣ୍ଡରେ ବ୍ୟାଗ୍ ଧରି ବସ୍ ଚଳାଚଳ ସ୍ୱାଭାବିକ୍ ହେବାକୁ ଅପେକ୍ଷା କରି ରହିଛନ୍ତି ଯାତ୍ରୀ । ରାସ୍ତା ଉପରେ ବି ବସକୁ ଅପେକ୍ଷା କରି ରହିଛନ୍ତି ଯାତ୍ରୀ । ଘରୋଇ ବସ୍ ମାଲିକ ସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଜିଦରେ ଅଟଳContinue reading “ସାରା ରାଜ୍ୟରେ ଘରୋଇ ବସ ବନ୍ଦର ବଡ ପ୍ରଭାବ । ବସ୍ ଷ୍ଟାଣ୍ଡରେ ଘଂଟା ଘଂଟା ଧରି ଅପେକ୍ଷା କଲେ ଯାତ୍ରୀ”

ଘରଛାଡ଼ି ପୂଜା ବୁଲିବାକୁ ଗଲେ ପୋଲିସକୁ ଜଣାଇବାକୁ ନିର୍ଦ୍ଦେଶ । ସୂଚନା ଦେଲେ ସଂପୃକ୍ତ ଅଂଚଳରେ ହେବ ପାଟ୍ରୋଲିଂ

କନକ ବ୍ୟୁରୋ : ପାର୍ବଣରେ ଉପରମୁହାଁ ହେଉଛନ୍ତି ଅପରାଧୀ । ଅପରାଧୀଙ୍କ ଦମନ ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସହରକୁ ନାକାବନ୍ଦୀ କରାଯାଉଛି । ଚୋର, ସିନ୍ଧି ଚୋର, ଡକାୟତ ଓ ଅପରାଧୀଙ୍କୁ ପୋଲିସ ବାନ୍ଧି ଜେଲରେ ପଠାଉଛି । କିନ୍ତୁ ଚୋରମାନେ ଘରଠୁ ଆରମ୍ଭ କରି ଏବେ ଆପାଟମେଂଟ ମୁହାଁ ହେଲେଣି । ଲାଗୁଛି ଯେମିତି ପୋଲିସକୁ ଚ୍ୟାଲେଂଜ କରି ଅପରାଧୀମାନେ ଏବେ ରାଜ କରିବା ଆରମ୍ଭ କଲେଣି । ତେବେ ପୂଜା ଆସୁଥିବାରୁ ଲୋକମାନେContinue reading “ଘରଛାଡ଼ି ପୂଜା ବୁଲିବାକୁ ଗଲେ ପୋଲିସକୁ ଜଣାଇବାକୁ ନିର୍ଦ୍ଦେଶ । ସୂଚନା ଦେଲେ ସଂପୃକ୍ତ ଅଂଚଳରେ ହେବ ପାଟ୍ରୋଲିଂ”

Design a site like this with WordPress.com
Get started