ଅମ୍ପାୟାର ଦେଲେନି ୱାଇଡ, ଶତକ ପୂରା କଲେ କୋହଲି । ସୋସିଆଲ ମିଡ଼ିଆରେ ଉଠିଲା ପ୍ରଶ୍ନ, ଜାଣନ୍ତୁ କଣ ରହିଛି ଆଇସିସିର ନିୟମ?

କନକ ବ୍ୟୁରୋ : ବାଂଲାଦେଶ ବିପକ୍ଷରେ କୋହଲିଙ୍କ ଶତକକୁ ନେଇ ଯେତିକି ଚର୍ଚ୍ଚା ତାହା ଠାରୁ ଅଧିକ ଚର୍ଚ୍ଚା ଫିଲ୍ଡ ଅମ୍ପାୟାର ରିଚାର୍ଡ କେଟଲବରୋଙ୍କ ନିଷ୍ପତ୍ତିକୁ ନେଇ । କାରଣ ଭାରତର ବିଜୟ ପାଇଁ ୨ ରନ୍ ଆବଶ୍ୟକ ଥିବା ବେଳେ କୋହଲିଙ୍କ ଶତକ ପୂରା ପାଇଁ ୩ ରନ୍ ଆବଶ୍ୟକ ଥିଲା । କୋହଲି ଶତକ କରନ୍ତୁ ବୋଲି କେଏଲ ରାହୁଲ ନିଜେ ଷ୍ଟ୍ରାଇକ ରଖୁନଥିଲେ । ଏଭଳି ସ୍ଥିତିରେ ବାଂଲାଦେଶ ପକ୍ଷରୁ ୪୩ ତମContinue reading “ଅମ୍ପାୟାର ଦେଲେନି ୱାଇଡ, ଶତକ ପୂରା କଲେ କୋହଲି । ସୋସିଆଲ ମିଡ଼ିଆରେ ଉଠିଲା ପ୍ରଶ୍ନ, ଜାଣନ୍ତୁ କଣ ରହିଛି ଆଇସିସିର ନିୟମ?”

ଲିଙ୍ଗଗତ ବୈଷମ୍ୟତାକୁ ନେଇ ଦେଇଥିବା ଟିପ୍ପଣୀ ହେଲା କାଳ । ସାଥୀଙ୍କଠୁ ଅଲଗା ହେଲେ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ

କନକ ବ୍ୟୁରୋ : କିଛି ଦିନ ହେଲାଣି ପତ୍ରକାର ତଥା ଏକଟଲିଭିଜନ୍ ଶୋ ପରିଚାଳକ ଥିବା ଇଟାଲୀର ପ୍ରଧାନ ମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ପାର୍ଟନର ଲିଙ୍ଗଗତ ବୈଷମ୍ୟତାକୁ ନେଇ ଦେଇଥିବା ଟିପ୍ପଣୀ କାରଣରୁ ଅନେକ ସମାଲୋଚନାର ଶିକାର ହେବାର ଦେଖିବାକୁ ମିଳିଥିଲା । ଜର୍ଜିଆ ଗତ ଶୁକ୍ରବାର ନିଜ ସାଥୀ ଏଣ୍ଡ୍ରିଆ ଜିୟାମ୍ବବ୍ରୁନୋଙ୍କ ଠାରୁ ସମ୍ପର୍କ ବିଚ୍ଛେଦ କରିଥିବା ନେଇ ସୂଚନା ଦେଇଛନ୍ତି । ଏଣ୍ଡ୍ରିଆ ନିଜ ଯୌନ ସଂପର୍କ ଉପରେ କମେଣ୍ଟ ଦେଇ ବିବାଦର ଘେରକୁContinue reading “ଲିଙ୍ଗଗତ ବୈଷମ୍ୟତାକୁ ନେଇ ଦେଇଥିବା ଟିପ୍ପଣୀ ହେଲା କାଳ । ସାଥୀଙ୍କଠୁ ଅଲଗା ହେଲେ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ”

ରାଜ୍ୟବ୍ୟାପୀ ଘରୋଇ ବସ୍ ଚଳାଚଳ ବନ୍ଦ । ରାଜ୍ୟ ସରକାରଙ୍କୁ ଦାୟୀ କଲା ବିଜେପି । କହିଲା, ରାଜ୍ୟରେ ଚାଲିଛି ଅହଙ୍କାରୀ ଶାସନ ।

କନକ ବ୍ୟୁରୋ: ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧ କରି ରାଜ୍ୟବ୍ୟାପୀ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି । ଆଉ ବସ୍ ମାଲିକଙ୍କ ଏହି ଧର୍ମଘଟ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ବିଜେପି । ଦଳ କହିଛି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇଥିଲେ ବସ୍ ବନ୍ଦ ହୋଇ ନଥାନ୍ତା । ରାଜ୍ୟରେ ଗୋଟେ ଅହଙ୍କାରୀ ଶାସନ ଚାଲିଛି । ବିଜେଡି ସରକାର କେବଳ ମିଥ୍ୟା କାଗଜ ପ୍ରଚାରରେ ବିଶ୍ୱାସ କରନ୍ତି । ଓଡିଶାବାସୀ କଣContinue reading “ରାଜ୍ୟବ୍ୟାପୀ ଘରୋଇ ବସ୍ ଚଳାଚଳ ବନ୍ଦ । ରାଜ୍ୟ ସରକାରଙ୍କୁ ଦାୟୀ କଲା ବିଜେପି । କହିଲା, ରାଜ୍ୟରେ ଚାଲିଛି ଅହଙ୍କାରୀ ଶାସନ ।”

ବିବାଦରେ ବାଇଡେନଙ୍କ ଫୋଟୋ । ଭୁଲବୁଝି ତୁରନ୍ତ ଡିଲିଟ କଲା ହ୍ୱାଇଟ ହାଉସ

ବାଇଡେନଙ୍କ ଇସ୍ରାଏଲ ଗସ୍ତ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ-ହାମାସ ଯୁଦ୍ଧର ଦ୍ୱାଦଶ ଦିନ ଗତ ବୁଧବାର ଦିନ ଇସ୍ରାଏଲ ଗସ୍ତରେ ଯାଇ ତେଲ ଅଭିବରେ ପହଞ୍ଚିଥିଲେ । ବାଇଡେନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ମଧ୍ୟ ଭେଟିଥିଲେ । ଏହି ଗସ୍ତ ସମୟର ଏକ ଫୋଟୋ ପୋଷ୍ଟ କରି ବାଇଡେନ ବିବାଦରେ ପଡିଛନ୍ତି । ଆମେରିକାର ରାଷ୍ଟ୍ରପତି ବାଇଡେନ ଇସ୍ରାଏଲ-ହମାସ ଯୁଦ୍ଧରେ ନିୟୋଜିତ ଜଣେ ଆମେରିକୀୟ ଫ୍ରଣ୍ଟଲାଇନ ସୈନିକଙ୍କ ସହ ଫୋଟୋ ସୋସିଆଲ ମେଡିଆରେContinue reading “ବିବାଦରେ ବାଇଡେନଙ୍କ ଫୋଟୋ । ଭୁଲବୁଝି ତୁରନ୍ତ ଡିଲିଟ କଲା ହ୍ୱାଇଟ ହାଉସ”

ଆସନ୍ତା ରଥଯାତ୍ରା ବେଳେ ଖୋଲିବ ରତ୍ନଭଣ୍ଡାର । ଗଜପତି ମହାରାଜାଙ୍କ ପକ୍ଷରୁ ପ୍ରେସ୍ ରିଲିଜ ଜାରି ।

କନକ ବ୍ୟୁରୋ: ଆସନ୍ତା ୨୦୨୪ ରଥଯାତ୍ରା ସମୟରେ ଖୋଲିବ ରତ୍ନଭଣ୍ଡାର । ରତ୍ନଭଣ୍ଡାରର ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇ ସେଠାରେ ଥିବା ବହୁମୂଲ୍ୟ ଅଳଙ୍କାରର ଗଣତି କରାଯିବ । ଏନେଇ ଗତ ଅଗଷ୍ଟ ୪ ତାରିଖରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସର୍ବସମ୍ମତିରେ ନିଷ୍ପତି ହୋଇ ରାଜ୍ୟ ସରକାରଙ୍କୁ ଏହି ପ୍ରସ୍ତାବ ଦିଆଯାଇଛି । ବୁଧବାର ବିଜେପି ନେତା ସମୀର ମହାନ୍ତିଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ଗଜପତି ମହାରାଜଙ୍କୁ ଭେଟିବାContinue reading “ଆସନ୍ତା ରଥଯାତ୍ରା ବେଳେ ଖୋଲିବ ରତ୍ନଭଣ୍ଡାର । ଗଜପତି ମହାରାଜାଙ୍କ ପକ୍ଷରୁ ପ୍ରେସ୍ ରିଲିଜ ଜାରି ।”

କରୋନା କାଳରେ ଚାକିରିରୁ ବିଦା କରିଥିଲା ଏୟାର ଏସିଆ । ଆଜି କମ୍ପାନୀର ସିଇଓଙ୍କ ଠାରୁ ଅଧିକ ରୋଜଗାର କରୁଛନ୍ତି ଏହି ଯୁବକ

କନକ ବ୍ୟୁରୋ : “ବିପଦ ରୁ ସୁଯୋଗ” କରୋନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଶବ୍ଦ ବାରମ୍ବାର ବ୍ୟବହାର କରୁଥିଲେ । ଏହି ଶବ୍ଦରେ ବାସ୍ତବରେ ପ୍ରେରିତ ହୋଇଥିଲେ ଏୟାର ଏସିଆରେ କାମ କରୁଥିବା ଗୌରବ ତନେଜା । ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଏୟାର ଏସିଆ ଉପରେ ପ୍ରଶ୍ନ ପଚାରିବାରୁ ଗୌରବଙ୍କୁ ଚାକିରିରୁ ବିଦା କରାଯାଇଥିଲା । ମହାମାରୀ କୁ ଏପଟେ ଲକଡାଉନ ଏହାରି ମଧ୍ୟରେ ଚାକିରି ହରାଇବା ଗୌରବଙ୍କ ପାଇଁ ବେଶ୍ କଷ୍ଟକର ଥିଲାContinue reading “କରୋନା କାଳରେ ଚାକିରିରୁ ବିଦା କରିଥିଲା ଏୟାର ଏସିଆ । ଆଜି କମ୍ପାନୀର ସିଇଓଙ୍କ ଠାରୁ ଅଧିକ ରୋଜଗାର କରୁଛନ୍ତି ଏହି ଯୁବକ”

ପୋଷା କୁକୁରକୁ ନେଇ ସାଂସଦ ମହୁଆ ମୋଇତ୍ରା ଓ ସୁପ୍ରିମକୋର୍ଟ ଜୟ ଅନନ୍ତଙ୍କ ମଧ୍ୟରେ ବିବାଦ

କନକ ବ୍ୟୁରୋ: ଟିଏମସି ସାଂସଦ ମହୁଆ ମୋଇତ୍ରା ଓ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ବିବାଦରେ ଘେରି ହୋଇଛନ୍ତି । ଏଭଳି ସ୍ଥିତିରେ ମହୁଆ ଓ ତାଙ୍କ ବନ୍ଧୁ ତଥା ସୁପ୍ରିମ କୋର୍ଟ ଓକିଲ ଜୟ ଅନନ୍ତ ଦେହାଦ୍ରାହୀଙ୍କ ମଧ୍ୟରେ ପୋଷା କୁକୁରକୁ ନେଇ ବିବାଦ ଦେଖାଦେଇଛି । ସୁପ୍ରିମକୋର୍ଟ ଓକିଲ ଜୟ ଅନନ୍ତ ଦେହାଦ୍ରାହୀ ଅଭିଯୋଗ କରିଛନ୍ତି ଯେ, ହେନେରୀ ବଦଳରେ ମହୁଆ ମୋଇତ୍ରାଙ୍କ ପ୍ରଶ୍ନ ପଚାରିବା ପ୍ରସଙ୍ଗରେ ସିବିଆଇକୁ ଦିଆଯାଇଥିବା ଅଭିଯୋଗ ଓContinue reading “ପୋଷା କୁକୁରକୁ ନେଇ ସାଂସଦ ମହୁଆ ମୋଇତ୍ରା ଓ ସୁପ୍ରିମକୋର୍ଟ ଜୟ ଅନନ୍ତଙ୍କ ମଧ୍ୟରେ ବିବାଦ”

‘ଲିଖିତ ପ୍ରତିଶ୍ରୁତି ଦେଲେ ଆନ୍ଦୋଳନରୁ ହଟିବୁ’ : ବସ୍ ଧର୍ମଘଟକୁ ନେଇ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା

କନକ ବ୍ୟୁରୋ : ବସ୍ ଧର୍ମଘଟକୁ ନେଇ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା । ଯାତ୍ରୀ ହଇରାଣ ପାଇଁ ଦୁଃଖ ପ୍ରକାଶ କରୁଛୁ । ସରକାର ଲିଖିତ ପ୍ରତିଶ୍ରୁତି ଦେଲେ ଆନ୍ଦୋଳନକୁ ହଟିବେ ବୋଲି ସେ କହିଛନ୍ତି । ପୂର୍ବରୁ ଆଲୋଚନା ସତ୍ତେ୍ୱ ସରକାର କଥା ରଖିଲେନି । ଆଲୋଚନା ହେଲେ ୧ମିନିଟରେ ସମାଧାନ ହୋଇଯିବ । ମୌଖିକ ନୁହେଁ ଲିଖିତ ଭାବେ ପ୍ରତିଶ୍ରୁତି ଦିଆଯାଉ । ରାଜ୍ୟରେ ୧୪ହଜାର ଘରୋଇ ବସ୍ ଚଳାଚଳ କରୁଛି ।Continue reading “‘ଲିଖିତ ପ୍ରତିଶ୍ରୁତି ଦେଲେ ଆନ୍ଦୋଳନରୁ ହଟିବୁ’ : ବସ୍ ଧର୍ମଘଟକୁ ନେଇ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା”

ପକେଟକୁ ବାଧୁଛି ବନ୍ଦ : ୧୦୦ ଟଙ୍କା ବଦଳରେ ୩ହଜାର ଗଣିଲେ ହସ୍ପିଟାଲରୁ ଫେରୁଥିବା କ୍ୟାନସର ରୋଗୀ

କନକ ବ୍ୟୁରୋ : ଘରୋଇ ବସ ମାଲିକ ସଂଘ ଧର୍ମଘଟର ବଡ ପ୍ରଭାବ । ସାରା ରାଜ୍ୟରେ ଗଡୁନି ଘରୋଇ ବସ୍ । ଏହାକୁ ନେଇ ହନ୍ତସନ୍ତ ଯାତ୍ରୀ । ଦଶହରା ପର୍ବ ପୂର୍ବରୁ ବସ୍ ବନ୍ଦକୁ ନେଇ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେଉଁଠି ଘରକୁ ଯିବା ପାଇଁ ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି, ତ ଆଉ କେଉଁଠି ରୋଗୀ ଘରକୁ ଫେରିବା ପାଇଁ ଗାଡି ଭଡା କରି ଅଧିକ ଟଙ୍କା ଦେବାକୁContinue reading “ପକେଟକୁ ବାଧୁଛି ବନ୍ଦ : ୧୦୦ ଟଙ୍କା ବଦଳରେ ୩ହଜାର ଗଣିଲେ ହସ୍ପିଟାଲରୁ ଫେରୁଥିବା କ୍ୟାନସର ରୋଗୀ”

ନମୋ ଭାରତ ନାମରେ ରାପିଡ ରେଳର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ୧୨ ମିନିଟରେ ଅତିକ୍ରମ କରିବ ୧୭ କିଲୋମିଟର

କନକ ବ୍ୟୁରୋ : ବାରମ୍ବାର ରେଳ ଦୁର୍ଘଟଣା ଓ ରେଳ ବିଭାଗର ବିଭିନ୍ନ ଅଘଟଣ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ରାପିଡ ରେଳର ଉଦଘାଟନ କରିଛନ୍ତି । ଏହି ରେଳ ଏବେ ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀର ଗାଜିଆବାଦରୁ ମେରଠ ପର୍ଯ୍ୟନ୍ତ ଯାତ୍ରା କରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି କି ବିଜେପି ସରକାର ଯାହାର ଶୀଳାନ୍ୟାସ କରିଥାଏ ତାହାର ଉଦଘାଟନ ନିଶ୍ଚିନ୍ତ କରିଥାଏ । ଏହା ସାରା ଦେଶ ପାଇଁ ଐତିହାସିକ କ୍ଷଣContinue reading “ନମୋ ଭାରତ ନାମରେ ରାପିଡ ରେଳର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ୧୨ ମିନିଟରେ ଅତିକ୍ରମ କରିବ ୧୭ କିଲୋମିଟର”

Design a site like this with WordPress.com
Get started