ବସ୍ ଧର୍ମଘଟକୁ ନେଇ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି : ଘରୋଇ ବସ୍ ବନ୍ଦ ବେଳେ ସବୁ ରୁଟରେ ଚାଲିବ ଲକ୍ଷ୍ମୀ ବସ୍

କନକ ବ୍ୟୁରୋ : ଘରୋଇ ବସ୍ ବନ୍ଦ ବେଳେ ସବୁ ରୁଟରେ ଚାଲିବ ଲକ୍ଷ୍ମୀ ବସ୍ । ମାଲକାନଗିରି ଓ ଗଜପତି ଜିଲ୍ଲାରେ ସମସ୍ତ ରୁଟରେ ବସ ଚାଲିବା ନେଇ ନିର୍ଦ୍ଦେଶ ଦେଲେ ଆରଟିଓ । ଓଏସଆରଟିସିର ଚିଠି ପରେ ଲକ୍ଷ୍ମୀ ବସ୍ ସେବା ଅଧିକ ତ୍ୱରାନ୍ୱିତ କରିବା ନେଇ ତତ୍ପରତା । The post ବସ୍ ଧର୍ମଘଟକୁ ନେଇ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି : ଘରୋଇ ବସ୍ ବନ୍ଦ ବେଳେ ସବୁ ରୁଟରେ ଚାଲିବContinue reading “ବସ୍ ଧର୍ମଘଟକୁ ନେଇ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି : ଘରୋଇ ବସ୍ ବନ୍ଦ ବେଳେ ସବୁ ରୁଟରେ ଚାଲିବ ଲକ୍ଷ୍ମୀ ବସ୍”

ହମାସର ପ୍ରତିଷ୍ଠାତାଙ୍କ ସ୍ତ୍ରୀ ଜାମିଲା ଅଲ ଶାନ୍ତିଙ୍କୁ ହତ୍ୟା ।

ହାମାସ କହିଛି ଯେ ଦଳର ରାଜନୈତିକ ବ୍ୟୁରୋର ଏକମାତ୍ର ମହିଳା ସଦସ୍ୟ ଜାମିଲା ଶାନ୍ତିଙ୍କୁ ହତ୍ୟା କରାଯାଇଛି । ସେ ହାମାସ ସହ-ପ୍ରତିଷ୍ଠାତା ଅବଦେଲ ଅଜିଜ ଅଲ-ରାଣ୍ଟିସିଙ୍କ ପତ୍ନୀ ଥିଲେ । ଖବର ଅନୁଯାୟୀ ସେ ହମାସର ସଦସ୍ୟ ତଥା ଦଳର ମହିଳା ସଂଗଠନର ପ୍ରତିଷ୍ଠାତା ଥିଲେ। ଇସ୍ରାଏଲ-ହମାସ୍ ଯୁଦ୍ଧ: ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଉଭୟ ପକ୍ଷରୁ  ଅଗଣିତ ଲୋକଙ୍କର ମୃତ୍ୟୁର ଖେଳ ଚାଲିଛି । ବର୍ତ୍ତମାନ ଇସ୍ରାଏଲContinue reading “ହମାସର ପ୍ରତିଷ୍ଠାତାଙ୍କ ସ୍ତ୍ରୀ ଜାମିଲା ଅଲ ଶାନ୍ତିଙ୍କୁ ହତ୍ୟା ।”

ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି : ମହଙ୍ଗା ଭତ୍ତା ବଢାଇଲେ ରାଜ୍ୟ ସରକାର

କନକ ବ୍ୟୁରୋ : ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି । ମହଙ୍ଗା ଭତ୍ତା ବଢାଇଲେ ରାଜ୍ୟ ସରକାର । ମହଙ୍ଗା ଭତ୍ତାରେ ୪ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ମହଙ୍ଗା ଭତ୍ତା ୪୨ପ୍ରତିଶତରୁ ବଢି ୪୬ପ୍ରତିଶତ ହେଲା । ସାଢେ ୪ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ । ସେହିପରି ସାଢେ ୩ଲକ୍ଷ ପେନସନ ଭୋଗୀ ଉପକୃତ ହେବେ । ପିଛିଲା ଭାବେ ଜୁଲାଇ ୧ ତାରିଖରୁ ଲାଗୁ ହେବ । The postContinue reading “ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି : ମହଙ୍ଗା ଭତ୍ତା ବଢାଇଲେ ରାଜ୍ୟ ସରକାର”

ସିଙ୍ଗଲ ନେବାକୁ ଚାହୁଁଥିଲେ କୋହଲି, ରାହୁଲ କହିଲେ ତୁମେ ଶତକ ପୂରା କର । ମ୍ୟାଚ ପରେ କୋହଲିଙ୍କ ‘ବିରାଟ’ ଶତକ ପଛର ସତ କହିଲେ ରାହୁଲ ।

କନକ ବ୍ୟୁରୋ : ବାଂଲାଦେଶ ବିପକ୍ଷରେ କୋହଲିଙ୍କ ବିରାଟ ଶତକ ସହ ଟିମ ଇଣ୍ଡିଆ ଚଳିତ ବିଶ୍ୱକପରେ ବିଜୟୀ ଚୌକା ମାରିଛି । ୪ ମ୍ୟାଚରୁ ୪ ବିଜୟ ସହ ସେମିଫାଇନାଲର ନିକଟତର ହେଉଛି ରୋହିତ ବାହିନୀ । ତେବେ ବାଂଲାଦେଶ ବିପକ୍ଷରେ ଭାରତର ବିଜୟକୁ ନେଇ ଯେତିକି ଚର୍ଚ୍ଚା ବିରାଟଙ୍କର ଶତକକୁ ନେଇ ତାହା ଠାରୁ ଅଧିକ ଚର୍ଚ୍ଚା ହେଉଛି । ବାଂଲାଦେଶ ବିପକ୍ଷରେ ଶତକ ସହ ବିରାଟ ଦିନିକିଆରେ ୪୮ତମ ଶତକ ହାସଲ କରିଛନ୍ତିContinue reading “ସିଙ୍ଗଲ ନେବାକୁ ଚାହୁଁଥିଲେ କୋହଲି, ରାହୁଲ କହିଲେ ତୁମେ ଶତକ ପୂରା କର । ମ୍ୟାଚ ପରେ କୋହଲିଙ୍କ ‘ବିରାଟ’ ଶତକ ପଛର ସତ କହିଲେ ରାହୁଲ ।”

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର : ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବା ସମ୍ଭାବନା

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଘୂର୍ଣ୍ଣିବଳୟ ପ୍ରବାବରେ ଲଘୁଚାପ ସୃଷ୍ଟି ହୋଇଛି । ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ୨୩ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପରିଣତ ସମ୍ଭାବନା ରହିଛି । ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେ‌ଷ ରହିବ ନାହିଁ । ୨୩ ତାରିଖ ରାଜ୍ୟର ଉପକୂଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁContinue reading “ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର : ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବା ସମ୍ଭାବନା”

ଗଜପତିରେ ଗଡିଲା ଲକ୍ଷ୍ମୀ ବସ୍ : ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ : ଗଜପତି ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ସେବାର ଶୁଭାରମ୍ଭ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୭ଟି ବ୍ଲକରେ ବସ୍ ସେବା ଯୋଗାଇବ । ପ୍ରଥମ ପର୍ଯ୍ୟାୟରେ ସରକାର ୩୬ଟି ବସ୍ ଯୋଗାଇଛନ୍ତି । ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ମାଲକାନଗିରି ପରେ ଗଜପତିରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇଛି । ଏହି ସେବା ୭ଟି ବ୍ଲକର ୧୨୬ ପଞ୍ଚାୟତରେ ମିଳିବ । ଏହି ସବୁ ପଞ୍ଚାୟତରେ ବିକାଶରContinue reading “ଗଜପତିରେ ଗଡିଲା ଲକ୍ଷ୍ମୀ ବସ୍ : ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ”

ଦେଶକୁ ମିଳିଲା ପ୍ରଥମ ରାପିଏଡଏକ୍ସ ଟ୍ରେନ୍ : ଗାଜିଆବାଦରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଦେଶକୁ ମିଳିଲା ପ୍ରଥମ ରାପିଡ୍ଏକ୍ସ ଟ୍ରେନ୍ । ଆଞ୍ଚଳିକ ଯୋଗାଯୋଗ କ୍ଷେତ୍ରରେ ପରିବର୍ତ୍ତନ ଆଣିବ ରାପିଡଏକ୍ସ ଟ୍ରେନ୍ ‘ନମୋ ଭାରତ’ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ଗାଜିଆବାଦ-ମେରଟ ଆରଆରଟିଏସ୍ କରିଡରରେ ଗଡିବ । ଯାହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉତ୍ତରପ୍ରଦେଶ ସାହିବାବାଦ ଷ୍ଟେସନରେ ରାପିଡ୍ଏକ୍ସ ଟ୍ରେନ୍  ‘ନମୋ ଭାରତ’ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ ଆଞ୍ଚଳିକ ଯୋଗାଯୋଗକୁ ଆହୁରି ମଜବୁତ କରିବା ପାଇଁ ଏହି ନୂତନ ଟ୍ରେନର ବ୍ୟବସ୍ଥାContinue reading “ଦେଶକୁ ମିଳିଲା ପ୍ରଥମ ରାପିଏଡଏକ୍ସ ଟ୍ରେନ୍ : ଗାଜିଆବାଦରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ”

ଆଜି ବିଶ୍ୱକପରେ ଆଉ ଏକ ବଡ଼ ଲଢ଼େଇ : ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ପାକିସ୍ତାନ; ସେମିଫାଇନାଲ ଦୌଡ଼ ପାଇଁ ବିଜୟ ଜରୁରୀ

କନକ ବ୍ୟୁରୋ : ଆଜି ବିଶ୍ୱକପରେ ଆଉ ଏକ ବଡ଼ ଲଢ଼େଇ । ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ପାକିସ୍ତାନ । ଖରାପ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଗତ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇ ମନୋବଳକୁ ଦୃଢ଼ କରିଛି । ପ୍ରଥମ ଦୁଇ ମ୍ୟାଚ୍‌ରେ ଏହି ଦଳ ଭାରତ ଓ ଦକ୍ଷିଣ ଆଫ୍ରିକାଠୁ ପରାଜିତ ହୋଇଥିଲା । ଏହି ଦୁଇ ମ୍ୟାଚ୍‌ରେ ଦଳର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା । ଶ୍ରୀଲଙ୍କା ବିପକ୍ଷ ଲୋ ସ୍କୋରିଂ ମ୍ୟାଚ୍‌କୁ କିନ୍ତୁContinue reading “ଆଜି ବିଶ୍ୱକପରେ ଆଉ ଏକ ବଡ଼ ଲଢ଼େଇ : ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ପାକିସ୍ତାନ; ସେମିଫାଇନାଲ ଦୌଡ଼ ପାଇଁ ବିଜୟ ଜରୁରୀ”

ଯାତ୍ରୀ ହନ୍ତସନ୍ତ ଭିତରେ ବାଲେଶ୍ୱରରେ ସ୍ୱାଭାବିକ ସ୍ଥିତି : ଯାତ୍ରୀ ସେବା ଆଗ, କ୍ଷତି ଆଶଙ୍କା ପଛ ବୋଲି କହିଲା ଜିଲ୍ଲା ଘରୋଇ ବସ ମାଲିକ ସଂଘ

କନକ ବ୍ୟୁରୋ : ପାର୍ବଣ ସମୟରେ ଯାତ୍ରୀ କିଭଳି ହନ୍ତସନ୍ତ ହେଉଛନ୍ତି ଆମ ଦେଖାଇଛୁ । ଧର୍ମଘଟ ଡାକରା ଦିଆଯାଇଥିବାରୁ ଅନେକ ବସ ଗଡୁନି । ଏପରି ସ୍ଥିତିରେ କିଛି ବସ ମାଲିକ ବସ ଚଳାଇଛନ୍ତି । ପାର୍ବଣ ବେଳେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି ଦେଖି ବସ ମାଲିକ ବସ ଚଳାଇଛନ୍ତି । ତେଣୁ ବାଲେଶ୍ୱର ସଂଘ ବସ ଚଳାଇଛି । ବାଲେଶ୍ୱରରୁ ଆଜି ଭୁବନେଶ୍ୱରକୁ ସକାଳୁ ବସ ଗଡିଛି । ସେହିପରି ଜିଲ୍ଲାରୁ ଜିଲ୍ଲା ବସContinue reading “ଯାତ୍ରୀ ହନ୍ତସନ୍ତ ଭିତରେ ବାଲେଶ୍ୱରରେ ସ୍ୱାଭାବିକ ସ୍ଥିତି : ଯାତ୍ରୀ ସେବା ଆଗ, କ୍ଷତି ଆଶଙ୍କା ପଛ ବୋଲି କହିଲା ଜିଲ୍ଲା ଘରୋଇ ବସ ମାଲିକ ସଂଘ”

ପାର୍ବଣ ପୂର୍ବରୁ ଆକ୍ସନ୍ ମୋଡରେ ଅବକାରୀ ବିଭାଗ : ସାଲିହା ସାହିରେ ଚଢାଉ କରି ୧୦ ହଜାର ଲିଟର ପୋଚ, ହଜାରେ ଲିଟର ଦେଶୀ ମଦ ଜବତ; ୧୫ ଗିରଫ

କନକ ବ୍ୟୁରୋ : ପାର୍ବଣ ପୂର୍ବରୁ ଆକ୍ସମ ମୋଡରେ ଅବକାରୀ ବିଭାଗ । ପୂଜା ପାଇଁ ପ୍ରସ୍ତୁତ ହେଉଥିବା ମଦ ଉପରେ ଛାପା ମାରିଛି ଅବକାରୀ ଥାନା । ସାଲିଆ ସାହୀରେ ଚାଲିଥିଲା ଦଶହରା ପାଇଁ ସ୍ପେଶାଲ ମଦ ରନ୍ଧା । ଚଢାଉ କରି ଶହ ଶହ ଲିଟର ମଦ ନଷ୍ଟ କରିଛି ଅବକାରୀ ବିଭାଗ । ଏଥି ସହ ମଦ ପ୍ରସ୍ତୁତ ପାଇଁ ସମସ୍ତ ସାମଗ୍ରୀ ଜବତ କରିଛି । ୧୦ ହଜାର ଲିଟର ପୋଚContinue reading “ପାର୍ବଣ ପୂର୍ବରୁ ଆକ୍ସନ୍ ମୋଡରେ ଅବକାରୀ ବିଭାଗ : ସାଲିହା ସାହିରେ ଚଢାଉ କରି ୧୦ ହଜାର ଲିଟର ପୋଚ, ହଜାରେ ଲିଟର ଦେଶୀ ମଦ ଜବତ; ୧୫ ଗିରଫ”

Design a site like this with WordPress.com
Get started