ଏଥର ଭିଜିବ ବିଜୟା ଦଶମୀ : ଦଶହରାରେ ଓଡ଼ିଶା ଉପକୂଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା

କନକ ବ୍ୟୁରୋ : ପାର୍ବଣରେ ଭିଜାଇବ ବର୍ଷା । ଦଶହରାରେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୨୫ ତାରିଖ ବେଳକୁ ବର୍ଷାର ପରିମାଣ ବଢ଼ିପାରେ । ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୩ ତାରିଖ ଯାଏଁ ପାଗ ଶୁଖିଲା ରହିପାରେ । ୨୧ ତାରିଖରେ ବଙ୍ଗୋପସାଗର ମଧ୍ୟଭାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛିContinue reading “ଏଥର ଭିଜିବ ବିଜୟା ଦଶମୀ : ଦଶହରାରେ ଓଡ଼ିଶା ଉପକୂଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା”

ଦଶହରା ପାଇଁ ରାଜଧାନୀରେ କଡା ସୁରକ୍ଷା : ୧୮୮ଟି ସ୍ଥାନରେ ହେବ ଦୁର୍ଗାପୂଜା, ସୁରକ୍ଷା ଦାୟିତ୍ୱରେ ରହିବେ ୩୧ ପ୍ଲାଟୁନ ଫୋର୍ସ

କନକ ବ୍ୟୁରୋ : ଦଶହରା ପାଇଁ ରାଜଧାନୀରେ କଡା ସୁରକ୍ଷା । ୩୧ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ । ପ୍ରେସମିଟରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା । ରାଜଧାନୀର ୧୮୮ଟି ସ୍ଥାନରେ ହେବ ଦୁର୍ଗାପୂଜା । ୨୦ ରୁ ୨୫ ଅକ୍ଟୋବର ଯାଏଁ ପୋଲିସ ଛାଉଣୀରେ ରହିବ ରାଜଧାନୀ । ଟ୍ରାଫିକ କଟକଣା ସହ ବ୍ଲକିଂ ଓ ଚେକିଂ କଡାକଡି ହେବ । ଭାରିଯାନ ଚଳାଚଳ ଉପରେ ପ୍ରତିବନ୍ଧକ ରହିବ । ୩ଟିContinue reading “ଦଶହରା ପାଇଁ ରାଜଧାନୀରେ କଡା ସୁରକ୍ଷା : ୧୮୮ଟି ସ୍ଥାନରେ ହେବ ଦୁର୍ଗାପୂଜା, ସୁରକ୍ଷା ଦାୟିତ୍ୱରେ ରହିବେ ୩୧ ପ୍ଲାଟୁନ ଫୋର୍ସ”

ବିଶ୍ୱକପ୍ ମହାସମର : ଟସ୍ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି । ଜାଣନ୍ତୁ କାହିଁକି ଖେଳିବେ ନାହିଁ ବାଂଲାଦେଶ କ୍ୟାପଟେନ୍ ସାକିବ୍ ଅଲ୍ ହାସନ

କନକ ବ୍ୟୁରୋ : ବିଶ୍ୱକପ୍ ମହାସମରରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେଉଛି । ଟସ୍ ଜିତି ପ୍ରଥମେ ବାଂଲାଦେଶ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ସେପଟେ ବାଂଲାଦେଶର କ୍ୟାପଟେନ ସାକିବ ଅଲ୍ ହାସନ ଆଜିର ମ୍ୟାଚ ଖେଳିବେ ନାହିଁ ବୋଲି ଜଣାପଡିଛି । ଆହତ ପାଇଁ ଚୂଡାନ୍ତ ଏକାଦଣରୁ ବାଦ ପଡିଛନ୍ତି ବାଂଲାଦେଶ କ୍ୟାପଟେନ । ସେପଟେ ଚତୁର୍ଥ ମ୍ୟାଚରେ ମଧ୍ୟ ଭାରତ ବିଜୟୀ ହୋଇ ବିଜୟର ଧାରାକୁ ଜାରିContinue reading “ବିଶ୍ୱକପ୍ ମହାସମର : ଟସ୍ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି । ଜାଣନ୍ତୁ କାହିଁକି ଖେଳିବେ ନାହିଁ ବାଂଲାଦେଶ କ୍ୟାପଟେନ୍ ସାକିବ୍ ଅଲ୍ ହାସନ”

ଇସ୍ରାଏଲ ପ୍ରତି ବଢୁଛି ସମର୍ଥନ । ବାଇଡେନଙ୍କ ପରେ ଇସ୍ରାଏଲରେ ପହଂଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ

କନକ ବ୍ୟୁରୋ : ଇସ୍ରାଏଲ ଓ ହମାସ ଚରମପନ୍ଥୀ ସଂଗଠନ ମଧ୍ୟରେ ଦୀର୍ଘ ୧୩ ଦିନ ହେବ ଯୁଦ୍ଧ ଲାଗି ରହିଛି । ଏହି ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଯୁଦ୍ଧରେ ଏପର୍ଯ୍ୟନ୍ତ ଉଭୟ ପକ୍ଷରୁ ୫ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ହଜାର ହଜାର ଲୋକ ଆହାତ ହୋଇଛନ୍ତି । ଏସବୁ ଭିତରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ପୂର୍ବ ପ୍ରାୟୋଜିତ କାର୍ଯ୍ୟକ୍ରମ ମୁତାବକ ଇସ୍ରାଏଲରେ ପହଂଚିଛନ୍ତି ।Continue reading “ଇସ୍ରାଏଲ ପ୍ରତି ବଢୁଛି ସମର୍ଥନ । ବାଇଡେନଙ୍କ ପରେ ଇସ୍ରାଏଲରେ ପହଂଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ”

ମୃତ୍ୟୁର ପାଦଦେଶରେ ଠିଆ ହେଇଥିବା ଲକ୍ଷ ଲକ୍ଷ ଗାଜାବାସୀଙ୍କୁ କାହିଁକି ଶରଣ ଦେବାକୁ ଚାହୁଁନାହାନ୍ତି ପଡୋଶୀ ମୁସଲମାନ ଦେଶମାନେ ?

  ହମାସର ବର୍ବର ଆକ୍ରମଣର ଜବାବରେ ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ କରିଚାଲିଛି । ହଜାର ହଜାର ଲୋକ ଘରଦ୍ବାର ଛାଡି ପଳାଯନ କରିଛନ୍ତି । ଇଜିପ୍ଟ ସୀମାରେ ଥିବା ରାଫା କ୍ରସିଙ୍ଗରେ ଲକ୍ଷ ଲକ୍ଷ ଲୋକ  ସୀମାପାର ପାଇଁ ଅପେକ୍ଷାରେ ଅଛନ୍ତି । ଇଜିପ୍ଟ ଏହି ଗାଜାବାସୀଙ୍କୁ ସମବେଦନା ତ ଜଣାଉଛି କିନ୍ତୁ ସୀମା ଖୋଲିବାକୁ ଏବଂ ଆଶ୍ରୟ ଦେବା ପାଇଁ ସ୍ପଷ୍ଟ ଭାବେ ମନା କରିଦେଇଛି । ଏକ ବଡ ଭୟContinue reading “ମୃତ୍ୟୁର ପାଦଦେଶରେ ଠିଆ ହେଇଥିବା ଲକ୍ଷ ଲକ୍ଷ ଗାଜାବାସୀଙ୍କୁ କାହିଁକି ଶରଣ ଦେବାକୁ ଚାହୁଁନାହାନ୍ତି ପଡୋଶୀ ମୁସଲମାନ ଦେଶମାନେ ?”

ହାତ ବ୍ୟାଣ୍ଡେଜ୍ କଲେ , କଫି ପିଇବାକୁ ଦେଲେ, ବୁଦ୍ଧି ଖଟାଇ ହମାସ୍ ଆତଙ୍କବାଦୀଙ୍କଠାରୁ ଜୀବନ ବଞ୍ଚାଇଲେ ମହିଳା, ବାଇଡେନ୍ କଲେ ପ୍ରଶଂସା ।

କନକ ବ୍ୟୁରୋ: ଇସ୍ରାଏଲ ଗସ୍ତ ବେଳେ ହମାସ୍ ବନ୍ଧକରୁ ମୁକ୍ତ ହୋଇଥିବା ଇସ୍ରାଏଲୀଙ୍କୁ ଭେଟିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଏହି ସମୟରେ ୬୫ ବର୍ଷୀୟା ମହିଳା ରାଚେଲ ଏଡ୍ରିଙ୍କୁ ଭେଟି ଉଚ୍ଚ ପ୍ରଶଂସା କରିଛନ୍ତି ବାଇଡେନ୍ । ଏହାର କାରଣ ହେଉଛି ରାଚେଲଙ୍କ ଉପସ୍ଥିତ ବୁଦ୍ଧି । ଅତିକ୍ରମଣ ସମୟରେ ବନ୍ଧକ ବନାଇଥିବା ରାଚେଲ ନିଜ ବୁଦ୍ଧ ପ୍ରୟୋଗ କରି ଭୟଙ୍କର ହମାସ୍ ଆତଙ୍କବାଦୀଙ୍କ ଠାରୁ ନିଜକୁ ମୁକ୍ତ କରିପାରିଛନ୍ତି । ଇସ୍ରାଏଲ ଗଣମାଧ୍ୟମContinue reading “ହାତ ବ୍ୟାଣ୍ଡେଜ୍ କଲେ , କଫି ପିଇବାକୁ ଦେଲେ, ବୁଦ୍ଧି ଖଟାଇ ହମାସ୍ ଆତଙ୍କବାଦୀଙ୍କଠାରୁ ଜୀବନ ବଞ୍ଚାଇଲେ ମହିଳା, ବାଇଡେନ୍ କଲେ ପ୍ରଶଂସା ।”

ପାଣି ଡେକଚିରେ ପଡ଼ି ୨ ବର୍ଷର ଶିଶୁ କନ୍ୟାର ମୃତ୍ୟୁ : ରେଢ଼ାଖୋଲ ଦେହୁରୀସାହିପଡ଼ାରେ ଅଭାବନୀୟ ଘଟଣା

କନକ ବ୍ୟୁରୋ : ଘରେ ଥିବା ପାଣି ଡେକଚିରେ ପଡ଼ି ୨ ବର୍ଷର ଶିଶୁ କନ୍ୟାର ମୃତ୍ୟୁ । ସମ୍ବଲପୁର ରେଢ଼ାଖୋଲ ଏନଏସିର ଦେହୁରୀସାହିପଡ଼ାରେ ଘଟିଛି ଏହି ଅଭାବନୀୟ ଘଟଣା । ଗାଁ ବିବେକାନନ୍ଦ ବେଉରୀ ଓ ଶୁଭସ୍ମିତା ବେଉରାଙ୍କ ୨ ବର୍ଷର ସାନ ଝିଅ ଘରେ ଖେଳୁଥିବା ବେଳେ ପାଣି ଡେକଚିର ପଡ଼ି ଯାଇଥିଲା । ବାପା, ମା’ ଦୁହେଁ କାମରେ ବ୍ୟସ୍ତ ଥିବା ବେଳେ ଝିଅ ପାଣି ଡେକଚିରେ ପଡ଼ିଥିବା ଜାଣି ପାରିନଥିଲେ ।Continue reading “ପାଣି ଡେକଚିରେ ପଡ଼ି ୨ ବର୍ଷର ଶିଶୁ କନ୍ୟାର ମୃତ୍ୟୁ : ରେଢ଼ାଖୋଲ ଦେହୁରୀସାହିପଡ଼ାରେ ଅଭାବନୀୟ ଘଟଣା”

ଶ୍ରୀଜିଉଙ୍କୁ ଦର୍ଶନ କଲେ ସିଲଭର ବୟ କିଶୋର ଜେନା : ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ ପରେ ଭବ୍ୟ ସ୍ୱାଗତ

କନକ ବ୍ୟୁରୋ : ଏସିଆନ ଗେମ୍ସରେ ରୌପ୍ୟ ପଦକ ବିଜେତା କିଶୋର ଜେନାଙ୍କୁ ପୁରୀରେ ଭବ୍ୟ ସ୍ୱାଗତ । ଜାଭଲିନ୍ ଥ୍ରୋରେ ଭାଗନେଇ ରୌପ୍ୟ ପଦକ ଜିତିଛନ୍ତି କିଶୋର ଜେନା । ଯାହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ଆଜି ବ୍ରହ୍ମଗିରି ସ୍ଥିତ କୋଠସାହି ଯିବେ କିଶୋର । ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି କିଶୋର ଜେନା । ପୁରୀ ମଙ୍ଗଳହାଟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲାContinue reading “ଶ୍ରୀଜିଉଙ୍କୁ ଦର୍ଶନ କଲେ ସିଲଭର ବୟ କିଶୋର ଜେନା : ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ ପରେ ଭବ୍ୟ ସ୍ୱାଗତ”

ବିରାଟଙ୍କୁ ଭୟ କରୁଛି କି ବାଂଲାଦେଶ? ମୁସଫିକୁର ରହିମ କହିଲେ…

କନକ ବ୍ୟୁରୋ : ବିଶ୍ୱକପରେ ଭାରତ-ବାଂଲାଦେଶ ମଧ୍ୟରେ ମହାମୁକାବିଲା ଖେଳାଯିବ । ତେବେ ଏହି ମ୍ୟାଚ୍ ପୂର୍ବରୁ ବାଂଲାଦେଶର ୱିକେଟକିପର ମୁସଫିକୁର ରହିମ କୋହଲିଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ରହିମ କହିଛନ୍ତି, ମୁଁ କୋହଲିଙ୍କୁ କେବେ ସ୍ଲେଜ କରେନ କି ଚିଡାଏ ନାହିଁ । କାରଣ କୋହଲିଙ୍କୁ ଥରେ ସ୍ଲେଜ କରିବା ମାତ୍ରେ ତାଙ୍କର ଉତ୍ସାହ ବଢିଯାଏ ଏବଂ ଏହାର ଜବାବ ସେ ନିଜର ବ୍ୟାଟିଂ ଜରିଆରେ ପ୍ରତିପକ୍ଷ ଦଳକୁ ଦେଇଥାନ୍ତି । ମୁସଫିକୁରContinue reading “ବିରାଟଙ୍କୁ ଭୟ କରୁଛି କି ବାଂଲାଦେଶ? ମୁସଫିକୁର ରହିମ କହିଲେ…”

କୋଟିପତି ଜେଇଙ୍କୁ ବାନ୍ଧିଲା ଭିଜିଲାନ୍ସ : ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଯନ୍ତ୍ରୀ ପ୍ରସନ୍ନ ପାଣି ଗିରଫ

କନକ ବ୍ୟୁରୋ : କୋଟିପତି ଜେଇଙ୍କୁ ବାନ୍ଧିଲା ଭିଜିଲାନ୍ସ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପାଲଲହଡା ବିଇଓ କାର୍ଯ୍ୟଳୟର ଯନ୍ତ୍ରୀ ପ୍ରସନ୍ନ ପାଣିଙ୍କୁ ଗିରଫ କରିଛି ଭିଜିଲାନ୍ସ । ରେଡ୍ ବେଳେ ୨୬ଟି ପ୍ଲଟ୍, ୬୪ ଲକ୍ଷ ୧୮ ହଜାର ଟଙ୍କାର ବ୍ୟାଙ୍କ ଜମା, ୮୩୨ ଗ୍ରାମର ସୁନା ଅଳଙ୍କାର, ୩ ଲକ୍ଷ ୩୩ ହଜାର ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଆଜି ତାଙ୍କୁ କୋର୍ଟଚାଲାଣ କରାଯିବା ନେଇ ସୂଚନା ମିଳିଛି ।Continue reading “କୋଟିପତି ଜେଇଙ୍କୁ ବାନ୍ଧିଲା ଭିଜିଲାନ୍ସ : ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଯନ୍ତ୍ରୀ ପ୍ରସନ୍ନ ପାଣି ଗିରଫ”

Design a site like this with WordPress.com
Get started