କନକ ବ୍ୟୁରୋ : ଦଶହରା ଓ ଦୀପାବଳି ପୂର୍ବରୁ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର । ୬ଟି ରବି ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି । ବୁଧବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏଭଳି ନିଷ୍ପତି ନିଆଯାଇଛି । ତୈଳ ଜାତୀୟ ଶସ୍ୟ ଉପରେ କ୍ୱିଂଟାଲ ପିଛା ୨୦୦ଟଙ୍କା ଏମଏସପି ବୃଦ୍ଧି କରାଯାଇଛି । ମସୁର ଡାଲି କ୍ୱିଂଟାଲ ପିଛା ସର୍ବାଧିକ ୪୨୫ଟଙ୍କା ବୃଦ୍ଧି ହୋଇଥିବା ବେଳେ ଗହମ ଉପରେ ୧୫୦ଟଙ୍କାContinue reading “ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପୂଜା ଭେଟି । ୬ଟି ରବିଫସଲ ଉପରେ ଏମଏସପି ବୃଦ୍ଧି ପାଇଁ କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତି”
Tag Archives: News
କଂଗ୍ରେସର ଟିକେଟ କସରତ: ଓଡ଼ିଶାରେ ଆପଣାଇବ କର୍ଣ୍ଣାଟକ ଫର୍ମୁଲା, ଏବେଠାରୁ ଆରମ୍ଭ ହେଲା ପ୍ରାର୍ଥୀ ଖୋଜା
କନକ ବ୍ୟୁରୋ: ନିର୍ବାଚନ ଆସିଲେ କାହାକୁ ଟିକେଟ ମିଳିବ? ଟିକେଟ ପାଇବା ପାଇଁ ନେତାମାନେ ଲବି କରନ୍ତି । ପ୍ରମୁଖ ରାଜନୈତିକ ଦଳର ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଛକାପଂଝା ହୁଏ । ଯାହାକୁ ଏଡାଇବା ପାଇଁ ନିର୍ବାଚନକୁ ପ୍ରାୟ ୫ମାସ ଆଗରୁ କସରତ ଆରମ୍ଭ କରିଛି ରାଜ୍ୟ କଂଗ୍ରେସ । ଯିଏ ତୃଣମୂଳ ସ୍ତରରେ ଲୋକଙ୍କ ସହ ରହି କାମ କରୁଛନ୍ତି, ସେମାନଙ୍କ ତାଲିକା ପିସିସିକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ପିସିସି ସଭାପତି । ୨୦୨୪ ନିର୍ବାଚନContinue reading “କଂଗ୍ରେସର ଟିକେଟ କସରତ: ଓଡ଼ିଶାରେ ଆପଣାଇବ କର୍ଣ୍ଣାଟକ ଫର୍ମୁଲା, ଏବେଠାରୁ ଆରମ୍ଭ ହେଲା ପ୍ରାର୍ଥୀ ଖୋଜା”
ଖାଦ୍ୟଭାବ ଯୋଗୁଁ ଗାଜାରେ ଆରମ୍ଭ ହେଲାଣି ମୃତ୍ୟୁତାଣ୍ଡବ ।ଦିନକୁ ମିଳୁଛି କେବଳ ଗୋଟିଏ ଲିଟର ପାନୀୟ ଜଳ …..
କନକ ବ୍ୟୁରୋ : ୧୨ଦିନରେ ପହଁଚିଛି ଇସ୍ରାଏଲ-ହମାସ ଲଢେଇ । ଦୁଇ ପକ୍ଷର ମହାଯୁଦ୍ଧ ବର୍ତମାନ ବିରାଟ ମାନବୀୟ ସଙ୍କଟ ସୃଷ୍ଟି କରିଛି । ଯୁଦ୍ଧଗ୍ରସ୍ତ ଗାଜା ଷ୍ଟ୍ରିପରେ ଦିନକୁ ଦିନ ସ୍ଥିତି ବିଗୁଡୁଥିବା ବେଳେ ଖାଦ୍ୟ ଓ ପିଇବା ପାଣିର ଘୋର ଅଭାବ ଦେଖାଦେଇଛି । ହମାସ ଆତଙ୍କୀ ଗୋଷ୍ଠୀଙ୍କୁ ସମୂଳେ ନିପାତ ପାଇଁ ଇସ୍ରାଏଲ ଗାଜା ଷ୍ଟ୍ରିପକୁ ସମସ୍ତ ପ୍ରକାର ସହାୟତା ସମ୍ପୂର୍ଣ୍ଣ ବନ୍ଦ କରିଥିବା ବେଳେ ଅତି ଭୟଙ୍କର ମାନବୀୟ ସଙ୍କଟ ସୃଷ୍ଟିContinue reading “ଖାଦ୍ୟଭାବ ଯୋଗୁଁ ଗାଜାରେ ଆରମ୍ଭ ହେଲାଣି ମୃତ୍ୟୁତାଣ୍ଡବ ।ଦିନକୁ ମିଳୁଛି କେବଳ ଗୋଟିଏ ଲିଟର ପାନୀୟ ଜଳ …..”
ଯୁଦ୍ଧ ଭିତରେ ତେଲ ଅବିବରେ ପହଁଚିଲେ । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଯୁଦ୍ଧ ଉପରେ କଲେ ଆଲୋଚନା
କନକ ବ୍ୟୁରୋ : ଇସ୍ରାଏଲରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ବୁଧବାର ତେଲ ଅବିବୀରେ ବାଇଡେନ ପହଁଚିଛନ୍ତି । ବିମାନବନ୍ଦରରେ ଆମେରିକା ରାଷ୍ଟ୍ରପତିଙ୍କୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ୱାଗତ କରିଛନ୍ତି । ବେଂଜାମିନ ପ୍ରଧାନମନ୍ତ୍ରୀଙ୍କ ସହ ବାଇଡେନ ଯୁଦ୍ଧ ସ୍ଥିତିି ଉପରେ ଆଲୋଚନା କରିଛନ୍ତି । ଯୁଦ୍ଧକୁ ନେଇ ହମାସ ଉପରେ ବର୍ଷିଛନ୍ତି ବାଇଡେନ ଓ ଇସ୍ରାଏଲକୁ ସମର୍ଥନ କରିଛନ୍ତି । ହସ୍ପଟିଲା ଉପରେ ଯେଉଁ ଆକ୍ରମଣ ହୋଇଛିContinue reading “ଯୁଦ୍ଧ ଭିତରେ ତେଲ ଅବିବରେ ପହଁଚିଲେ । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଯୁଦ୍ଧ ଉପରେ କଲେ ଆଲୋଚନା”
ସ୍ମାର୍ଟ ହେଉଛି ରାଜଧାନୀ: ଏପଟେ ବିଷାକ୍ତ ବାୟୁରେ ଅଣନିଶ୍ୱାସୀ ହେଉଛନ୍ତି ଭୁବନେଶ୍ୱରବାସୀ
କନକ ବ୍ୟୁରୋ: ଦିଲ୍ଲୀ ଭଳି ବଡ ସହରରେ ବାୟୁ ପ୍ରଦୂଷଣ ଅଧିକ ରହିଥାଏ । ଶୀତ ଦିନ ଆସିଲେ, କୁହୁଡି ପଡିଲେ ବାୟୁ ପ୍ରଦୂଷଣକୁ ନେଇ ଦିଲ୍ଲୀ ବାସୀ ଚିନ୍ତାରେ ପଡନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆମ ରାଜଧାନୀ ଭୁବନେଶ୍ୱରର ବାୟୁ ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି । ବିଷାକ୍ତ ବାୟୁ ଯୋଗୁଁ ଅସ୍ୱାସ୍ଥ୍ୟକର ହୋଇ ପଡୁଛି ପରିବେଶ । ଆଉ ଏହାର ପ୍ରଭାବରେ ଯକ୍ଷ୍ମା, ହୃଦଘାତ, ବ୍ରେନଷ୍ଟ୍ରୋକ ଭଳି ବଡContinue reading “ସ୍ମାର୍ଟ ହେଉଛି ରାଜଧାନୀ: ଏପଟେ ବିଷାକ୍ତ ବାୟୁରେ ଅଣନିଶ୍ୱାସୀ ହେଉଛନ୍ତି ଭୁବନେଶ୍ୱରବାସୀ”
ଚର୍ଚ୍ଚାରେ ମନ୍ତ୍ରୀ ସାରଦା ନାୟକ: କବାଲି କାର୍ଯ୍ୟକ୍ରମରେ ଉଡ଼ାଇଲେ ପୁଳା ପୁଳା ଟଙ୍କା
କନକ ବ୍ୟୁରୋ: ପୁଣି ଥରେ ଚର୍ଚ୍ଚାରେ ରାଉରକେଲା ବିଧାୟକ ସାରଦା ନାୟକ । ପୂର୍ବରୁ ଡନ୍ ଡ୍ୟାନ୍ସରେ ନାଚିବାକୁ ନେଇ ଚର୍ଚ୍ଚାରେ ଥିବାବେଳେ, ଏବେ କୱାଲି କାର୍ଯ୍ୟକ୍ରମରେ ଟଙ୍କା ଉଡାଇ ଚର୍ଚ୍ଚାକୁ ଆସିଛନ୍ତି ସାରଦା । କେବଳ ଏତିକି ନୁହେଁ ଏକ ରକ୍ତଦାନ ଶିବିରରେ ବିଧାୟକ ଜଣଙ୍କ ଦେହରେ ଇଞ୍ଜେକ୍ସନ ଛୁଂଚି ଫୋଡିବାର ଉଦ୍ୟମ ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସାରଦାଙ୍କ ଏହି ଭିଡିଓ ତାଙ୍କୁ ସମାଲୋଚନା କରିବା ପାଇଁ ବିରୋଧୀଙ୍କୁContinue reading “ଚର୍ଚ୍ଚାରେ ମନ୍ତ୍ରୀ ସାରଦା ନାୟକ: କବାଲି କାର୍ଯ୍ୟକ୍ରମରେ ଉଡ଼ାଇଲେ ପୁଳା ପୁଳା ଟଙ୍କା”
ରତ୍ନଭଣ୍ଡାର ଖୋଲିବାକୁ ବଢ଼ୁଛି ଦାବି: ଗଜପତିଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ
କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର କେବେ ଖୋଲିବ? ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ରତ୍ନ, ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ? ରତ୍ନଭଣ୍ଡାରର ସ୍ଥିତି କେମିତି ରହିଛି? ଏହା ଜାଣିବା ପାଇଁ କୋଟି କୋଟି ଜଗନ୍ନାଥ ପ୍ରେମୀ ଅପେକ୍ଷା କରିଛନ୍ତି । କିନ୍ତୁ ରତ୍ନଭଣ୍ଡାର ଖୋଲିବା ନେଇ ତତ୍ପରତା ଦେଖାଉନାହାନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର । ଯାହାକୁ ନେଇ ଆଜି ଗଜପତି ମହାରାଜାଙ୍କୁ ଭେଟିଛନ୍ତି ବିଜେପିର ଏକ ପ୍ରତିନିଧି ଦଳ । ଆଉ ତୁରନ୍ତ ଖୋଲିବାକୁ ଦାବିContinue reading “ରତ୍ନଭଣ୍ଡାର ଖୋଲିବାକୁ ବଢ଼ୁଛି ଦାବି: ଗଜପତିଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ”
କିଏ କରିଛି ହସ୍ପିଟାଲ ଉପରେ ଆକ୍ରମଣ? ପରସ୍ପର ଉପରେ ଦୋଷ ଲଦାଲଦି
କନକ ବ୍ୟୁରୋ: ଇସ୍ରାଏଲ ଓ ହମାସ ଯୁଦ୍ଧରୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଭୟଙ୍କର ଦୃଶ୍ୟ । ଆକ୍ରମଣକାରୀ ସେନା ଭୁଲି ଯାଇଛନ୍ତି ଯୁଦ୍ଧର ସବୁ ନିୟମ । ଜନବସତି ଓ ଶିକ୍ଷାନୁଷ୍ଠାନ ପରେ ଏବେ ହସ୍ପିଟାଲ ଉପରେ ଆକ୍ରମଣ ହୋଇଛି । ମିଜାଇଲ ମାଡରେ ହସ୍ପିଟାଲରେ ଥିବା ମହିଳା, ଶିଶୁଙ୍କ ସମେତ ପ୍ରାୟ ୫ଶହ ଲୋକଙ୍କର ଜୀବନ ଯାଇଥିବା କୁହାଯାଉଛି । ତେବେ ଏହି ଆକ୍ରମଣ ପାଇଁ ଇସ୍ରାଏଲ ଓ ହମାସ ପରସ୍ପରକୁ ଦାୟୀContinue reading “କିଏ କରିଛି ହସ୍ପିଟାଲ ଉପରେ ଆକ୍ରମଣ? ପରସ୍ପର ଉପରେ ଦୋଷ ଲଦାଲଦି”
ୟୁ-ଟର୍ଣ୍ଣ ମାରିଲା ଘରୋଇ ବସ ମାଲିକ ସଂଘ: ୨୦ ତାରିଖରୁ ପୁଣି ବସ୍ ଧର୍ମଘଟ
କନକ ବ୍ୟୁରୋ: ପୂଜାରେ ଗଡିବନି ଘରୋଇ ବସ୍ । ୨୦ ତାରିଖରୁ ରାଜ୍ୟବ୍ୟାପି ବସ୍ ଧର୍ମଘଟ କରିବାକୁ ଘୋଷଣା କରିଛି ଘରୋଇ ବସ୍ ମାଲିକ ସଂଘ । ସରକାରଙ୍କ ସହ ଆଲୋଚନା ପରେ ଗତ ୯ତାରିଖରେ ଧର୍ମଘଟକୁ ସ୍ଥଗିତ ରଖିଥିଲା ସଂଘ । ଆଉ ୩୧ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରହିଲା ବୋଲି କହିଥିଲେ ସଂଘର କର୍ମକର୍ତା । କିନ୍ତୁ ସରକାର ତାଙ୍କ ପ୍ରତିଶ୍ରୁତି ପାଳନ କରୁନଥିବା ଅଭିଯୋଗ ଆଣି ଏବେ ପୁଣି ଥରେ ଧର୍ମଘଟ ଡାକରାContinue reading “ୟୁ-ଟର୍ଣ୍ଣ ମାରିଲା ଘରୋଇ ବସ ମାଲିକ ସଂଘ: ୨୦ ତାରିଖରୁ ପୁଣି ବସ୍ ଧର୍ମଘଟ”
ଆସନ୍ତା ୨୦ରେ ବସ ଧର୍ମଘଟ ଡକରା: ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବନ୍ଦ ଡାକରା ଦେଲା ଘରୋଇ ମାଲିକ ସଂଘ
କନକ ବ୍ୟୁରୋ: ପୂଜା ବେଳେ ଘରକୁ ଯିବାକୁ ହେବେ ହଇରାଣ! ଆସନ୍ତା ୨୦ରେ ବସ ଧର୍ମଘଟ ଡକରା । ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବସ ଧର୍ମଘଟ ଡାକରା । ପୁଣି ଧର୍ମଘଟ ଡାକରା ଦେଲା ବସ ମାଲିକ ସଂଘ । ଘରୋଇ ବସ ମାଲିକ ସଂଘ ସମ୍ପାଦକ ଏନେଇ ବୟାନ ଦେଇ କହିଛନ୍ତି, ଲକ୍ଷ୍ମୀ ଯୋଜନା ଆମ ପାଇଁ କ୍ଷତିକାରକ । ଏଭଳି ଭୁଲ ସ୍କିମକୁ ସରକାର ବନ୍ଦ କରନ୍ତୁ । ଆମର ଇଚ୍ଛା ନଥିଲେContinue reading “ଆସନ୍ତା ୨୦ରେ ବସ ଧର୍ମଘଟ ଡକରା: ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବନ୍ଦ ଡାକରା ଦେଲା ଘରୋଇ ମାଲିକ ସଂଘ”