ବୁର୍ଲାରେ ଚାଲିଛି ବୁଲଡୋଜର । ଉଚ୍ଛେଦକୁ ବିରୋଧ କରି ଗର୍ଜିଲେ ବିଜେପି ବିଧାୟକ

କନକ ବ୍ୟୁରୋ : ବୁର୍ଲାରେ ଚାଲିଛି ବୁଲଡୋଜର । ରାସ୍ତା ପ୍ରଶସ୍ତିକରଣ ପାଇଁ ଦୋକାନ ଓ ଘରକୁ ଉଛେଦ କରୁଛି ପ୍ରଶାସନ । ଯାହାକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଉଛେଦକୁ ବେଆଇନ ଦର୍ଶାଇବା ସହ ପ୍ରତିବାଦ କରି ଆସୁଛନ୍ତି । ଗୋଟିଏ ପଟେ ପ୍ରଶାସନ ଉଛେଦ କାର୍ଯ୍ୟ ଜାରି ରଖିଥିବାବେଳେ ଆଉ ଗୋଟିଏ ପଟେ ଏହି ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ରାଜନୀତିକ ବୟାନବାଜି । ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏହିContinue reading “ବୁର୍ଲାରେ ଚାଲିଛି ବୁଲଡୋଜର । ଉଚ୍ଛେଦକୁ ବିରୋଧ କରି ଗର୍ଜିଲେ ବିଜେପି ବିଧାୟକ”

ବିଜେଡି଼ର ଗଞ୍ଜାମ ସମରସଜ୍ଜା । ପ୍ରଦୀପଙ୍କୁ ଟକ୍କର ଦେବେ ବିକ୍ରମ!

କନକ ବ୍ୟୁରୋ : ଗଂଜାମ ପାଇଁ ବିଜେଡି ଆରମ୍ଭ କରିଛି ରଣନୀତି । ଜିଲ୍ଲାରେ ୧୩ଟି ବିଧାନସଭା ଆସନ ଥିବାରୁ ଦଳ ଏବେଠାରୁ ଆରମ୍ଭ କରିଦେଇଛି ପ୍ରସ୍ତୁତି । ତେବେ ଦଳର ଚିନ୍ତା ବଢାଇଛି ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀ । ଏଠାରେ ବିଜେଡିରୁ ବହିଷ୍କୃତ ନେତା ପ୍ରଦୀପ ପାଣିଗ୍ରାହୀଙ୍କ ଭଲ ଦବଦବା ରହିଛି । ଆଉ ତାଙ୍କୁ ଟକ୍କର ଦେବାକୁ ପଡୋଶୀ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଦାୟିତ୍ୱ ଦେଇଛି ଦଳ । ଆଉ ଦାୟିତ୍ୱ ନେବାContinue reading “ବିଜେଡି଼ର ଗଞ୍ଜାମ ସମରସଜ୍ଜା । ପ୍ରଦୀପଙ୍କୁ ଟକ୍କର ଦେବେ ବିକ୍ରମ!”

ମୋଦୀ-ଭର୍ତ୍ତୃହରିଙ୍କ ଭେଟ ପରେ ତେଜିଲା ରାଜନୀତି । ବିଜେପି କହିଲା,ବହୁ ବିଜେଡି ବିଧାୟକ ଓ ସାଂସଦ ବିଜେପିରେ ଯୋଗଦେବେ

କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟି କେନ୍ଦ୍ରରେ ସରକାର ଗଢ଼ିବା ପରେ, ବିଭିନ୍ନ ପ୍ରସଙ୍ଗରେ ଭର୍ତୃହରି ସମର୍ଥନ କରି ଆସିଛନ୍ତି । ମୋଦୀ ସରକାରଙ୍କୁ କାର୍ଯ୍ୟକୁ ପ୍ରଶଂସା କରି ଆସିଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଗୋଟିଏ ମଂଚରେ ବସିଛନ୍ତି । ମୋଦୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଆଉ ଏବେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଭତୃହରି ମହତାବ । କୁହାଯାଉଛି, ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଭର୍ତ୍ତୃହରି ।Continue reading “ମୋଦୀ-ଭର୍ତ୍ତୃହରିଙ୍କ ଭେଟ ପରେ ତେଜିଲା ରାଜନୀତି । ବିଜେପି କହିଲା,ବହୁ ବିଜେଡି ବିଧାୟକ ଓ ସାଂସଦ ବିଜେପିରେ ଯୋଗଦେବେ”

ନିର୍ବାଚନ ପୂର୍ବରୁ ବିଜେପି ବିଧାୟକଙ୍କ ବୟାନକୁ ନେଇ ଚର୍ଚ୍ଚା । ରାଜ୍ୟ ସରକାରଙ୍କ ଯୋଜନାକୁ ପ୍ରଶଂସା କଲେ ବିଧାୟକ ଭାସ୍କର ମଢେଇ

କନକ ବ୍ୟୁରୋ : ବିରୋଧୀଙ୍କ ମୁହଁରେ ବିଜେଡିର ପ୍ରଂଶସା । ଭରା ସଭାରେ ବିଜେପି ବିଧାୟକ ଭାସ୍କର ମଢେଇ ରାଜ୍ୟ ସରକାର ଓ ବିଭିନ୍ନ ଯୋଜନାର ପ୍ରଂଶସା କରିଛନ୍ତି । ମୟୁରଭଂଜ ଜିଲ୍ଲା ଉଦଳା ହାଇସ୍କୁଲ ପଡିଆରେ ମୋ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ସହ ଉଦଳାର ବିଜେପି ବିଧାୟକ ଭାସ୍କର ମଢେଇ ସାମିଲ ହୋଇଥିଲେ । ଆଉ ଏଥିରେ ସେ ଉଦଳା ଅଂଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କୁContinue reading “ନିର୍ବାଚନ ପୂର୍ବରୁ ବିଜେପି ବିଧାୟକଙ୍କ ବୟାନକୁ ନେଇ ଚର୍ଚ୍ଚା । ରାଜ୍ୟ ସରକାରଙ୍କ ଯୋଜନାକୁ ପ୍ରଶଂସା କଲେ ବିଧାୟକ ଭାସ୍କର ମଢେଇ”

ରାଜଧାନୀ ହେବ ଭିକାରୀ ମୁକ୍ତ । ୫ଶହ ଭିକାରୀଙ୍କୁ ରଖିବା ପାଇଁ ଚିହ୍ନଟ ହେଲା ସ୍ଥାନ

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱର ହେବ ଭିକାରୀ ମୁକ୍ତ । ଏନେଇ ରାଜ୍ୟ ସରକାର ଏକ ବଡ ଯୋଜନା ଆରମ୍ଭ କରିଛନ୍ତି । ଏନେଇ ରାଜ୍ୟ ସରକାର ୫୦୦ ଭିକାରୀଙ୍କୁ ଥଇଥାନ କରିବାକୁ ସ୍ଥାନ ଚିହ୍ନଟ କରିସାରିଛନ୍ତି । କେବଳ ସେତିକି ନୁହେଁ ମାନସିକ ବିକାରଗ୍ରସ୍ତ ଭିକାରୀମାନଙ୍କର କିଭଳି ରହଣି ଓ ସହଣୀରେ ପରିବର୍ତ୍ତନ ଆସିବ ତା ଉପରେ କାମ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ରାଜ୍ୟ ସରକାର ଭିକାରୀମାନଙ୍କୁ ଉଦ୍ଧାର କରିବାକୁContinue reading “ରାଜଧାନୀ ହେବ ଭିକାରୀ ମୁକ୍ତ । ୫ଶହ ଭିକାରୀଙ୍କୁ ରଖିବା ପାଇଁ ଚିହ୍ନଟ ହେଲା ସ୍ଥାନ”

ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେଲେନି ସର୍ବୋଚ୍ଚ ନ୍ୟାୟାଳୟ । ବେଆଇନ ବୋଲି ମଧ୍ୟ ଦେଲେନାହିଁ ମତ

କନକ ବ୍ୟୁରୋ : ମିଳିଲାନି ସମଲିଙ୍ଗୀ ବିବାହକୁ ଅନୁମତି । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଶୁଣାଣି କରି ଏହି ରାୟ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ସ୍ୱତନ୍ତ୍ର ବିବାହ ଆଇନ ଆଣିବା ଅଧିକାର କୋର୍ଟଙ୍କ ପାଖରେ ନାହିଁ । ସଂସଦ ଦ୍ୱାରା ଆଇନ୍ ଆସିଲେ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ମିଳି ପାରିବ । ଏଥିପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହେଉ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ବିଭିନ୍ନ ସଂଗଠନ ଓ ସମଲିଙ୍ଗୀ ଯୋଡି ପକ୍ଷରୁContinue reading “ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେଲେନି ସର୍ବୋଚ୍ଚ ନ୍ୟାୟାଳୟ । ବେଆଇନ ବୋଲି ମଧ୍ୟ ଦେଲେନାହିଁ ମତ”

ମୁଖ୍ୟମନ୍ତ୍ରୀଙ୍କ ମହାନତା । ଏସୀୟ କ୍ରୀଡାରେ ରୌପ୍ୟ ପଦକ ବିଜେତା କିଶୋର ଜେନାଙ୍କୁ ୧.୫ କୋଟି ଟଙ୍କାର ସହାୟତା

କନକ ବ୍ୟୁରୋ : ନିକଟରେ ଚାଇନାର ହାଙ୍ଗଜୋଠାରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ ସହ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିବା ଓଡ଼ିଶାର ଜାଭେଲିନ୍ ତାରକା କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି । କିଶୋର ସେଠାରେ ବ୍ୟକ୍ତିଗତ ଶ୍ରେଷ୍ଠ ୮୭.୫୪ ମିଟର ହାସଲ କରିContinue reading “ମୁଖ୍ୟମନ୍ତ୍ରୀଙ୍କ ମହାନତା । ଏସୀୟ କ୍ରୀଡାରେ ରୌପ୍ୟ ପଦକ ବିଜେତା କିଶୋର ଜେନାଙ୍କୁ ୧.୫ କୋଟି ଟଙ୍କାର ସହାୟତା”

ପ୍ରଚେଷ୍ଟା ଉପରେ ଭାରି ନପଡୁ ବିଫଳତା । ଇଣ୍ଟରଭ୍ୟୁ କଲ୍ ପାଇଁ ମାତ୍ର ଗୋଟିଏ ମାର୍କ ପଡିଥିଲା କମ୍, ଦ୍ୱିତୀୟ ପ୍ରଚେଷ୍ଟାରେ ହାସଲ କରିଥିଲେ ୟୁପିଏସସିର ପ୍ରଥମ ସ୍ଥାନ

କନକ ବ୍ୟୁରୋ : ଯଦି ତୁମର ଲକ୍ଷ୍ୟ ସ୍ଥିର, ଯଦି ତୁମର ନିଜ ଉପରେ ଦୃଢ ବିଶ୍ୱାସ ରହିଛି ତେବେ ସଫଳତା ଦିନେ ତୁମ ପାଦ ଛୁଇଁବ, ଏହା ଉପରେ କୌଣସି ସନ୍ଦେହ ନାହିଁ । ଏହାର ଅନେକ ଉଦାହରଣ ଆମେ ଅନେକ ସମୟରେ ଆପଣଙ୍କ ପାଖକୁ ନେଇ ଆସିଛୁ । ହେଲେ ଆଜି ଆମେ ଆପଣଙ୍କୁ ସଂଘର୍ଷ ଓ ସଫଳତାର ଅନ୍ୟ ଏକ କାହାଣୀ କହିବାକୁ ଯାଉଛୁ ଯାହା ଆପଣଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚିନ୍ତ ।Continue reading “ପ୍ରଚେଷ୍ଟା ଉପରେ ଭାରି ନପଡୁ ବିଫଳତା । ଇଣ୍ଟରଭ୍ୟୁ କଲ୍ ପାଇଁ ମାତ୍ର ଗୋଟିଏ ମାର୍କ ପଡିଥିଲା କମ୍, ଦ୍ୱିତୀୟ ପ୍ରଚେଷ୍ଟାରେ ହାସଲ କରିଥିଲେ ୟୁପିଏସସିର ପ୍ରଥମ ସ୍ଥାନ”

ଧାନ ବିଲକୁ ପହଂଚି ପାରୁନି ଇନ୍ଦ୍ରାବତୀ ଡ୍ୟାମ୍ ପାଣି । ପାଣି ଅଭାବରୁ କଲମପୁର ବ୍ଲକ ମିନଗୁର ପଂଚାୟତରେ ଉଜୁଡି ଯିବାକୁ ବସିଛି ଧାନ ଫସଲ

କନକ ବ୍ୟୁରୋ : ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ନିର୍ମାଣର ୨୦ ବର୍ଷ ପରେ ବି ତଳମୁଣ୍ଡରେ ପହଂଚି ପାରୁନି ପାଣି । କଳାହାଣ୍ଡି କଲମପୁର ବ୍ଲକ ମିନଗୁର ପଂଚାୟତର ଚାଷୀଙ୍କୁ ମିଳୁନି ଜଳ ସେଚନ ସୁବିଧା । ସେପଟେ ଉଠା ଜଳ ସେଚନ ପାଇଁ ଥିବା ୪ଟି ମଟର ପାଇପ୍ ଚୋରି ହୋଇଯାଇଛି । ଏଭଳି ସ୍ଥିତିରେ ପାଣି ଅଭାବରୁ ଗର୍ଭୀଣୀ ଅବସ୍ଥାରେ ଥିବା ଧାନ ଫସଲ ଉଜୁଡିବାକୁ ବସିଛି । ଚାଷ ମରୁଡି ଆଡକୁContinue reading “ଧାନ ବିଲକୁ ପହଂଚି ପାରୁନି ଇନ୍ଦ୍ରାବତୀ ଡ୍ୟାମ୍ ପାଣି । ପାଣି ଅଭାବରୁ କଲମପୁର ବ୍ଲକ ମିନଗୁର ପଂଚାୟତରେ ଉଜୁଡି ଯିବାକୁ ବସିଛି ଧାନ ଫସଲ”

କର୍ମ ଆଗରେ ହାର ମାନିଛି ବୟସ । ୮୫ ବର୍ଷରେ ବି ସୁନ୍ଦର ଡିଜାଇନର ପାଟଶାଢୀ ବୁଣି ଜୀବିକା ନିର୍ବାହ କରୁଛନ୍ତି ବୃଦ୍ଧ ଦମ୍ପତି

କନକ ବ୍ୟୁରୋ : କର୍ମ ଆଗରେ ହାରିଯାଇଛି ବୟସ । ମନରେ ଥିବା ଦମ୍ଭ ଆଗରେ ମୁଣ୍ଡ ନୁଆଁଇଛି ବାର୍ଦ୍ଧକ୍ୟ । ଯେଉଁ ବୟସରେ ଜଣେ ବ୍ୟକ୍ତି ଚଳପ୍ରଚଳ ପାଇଁ ଅନ୍ୟ ଜଣଙ୍କର ସହଯୋଗ ଲୋଡନ୍ତି ସେହି ବୟସରେ ଲୁଗା ବୁଣୁଛନ୍ତି ବୃଦ୍ଧ ଦମ୍ପତି । ୮୫ ବର୍ଷିୟ ସ୍ୱାମୀଙ୍କ କାମରେ ସହଯୋଗ କରୁଛନ୍ତି ୭୫ ବର୍ଷିୟ ସ୍ତ୍ରୀ । ଘରେ ଦୁଇଟି ତନ୍ତ ପକାଇ ଚାଲିଛି ଶାଢି ବୁଣା । ସୁନ୍ଦର ସୁନ୍ଦର ଡିଜାଇନର ମାଣିଆContinue reading “କର୍ମ ଆଗରେ ହାର ମାନିଛି ବୟସ । ୮୫ ବର୍ଷରେ ବି ସୁନ୍ଦର ଡିଜାଇନର ପାଟଶାଢୀ ବୁଣି ଜୀବିକା ନିର୍ବାହ କରୁଛନ୍ତି ବୃଦ୍ଧ ଦମ୍ପତି”

Design a site like this with WordPress.com
Get started