କନକ ବ୍ୟୁରୋ : ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥ ଭାଲିଆବାଡ଼ି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ୟାଙ୍କର ଓ ସ୍କୁଟି ଧକ୍କାରେ ଜଣେ ୫ ବର୍ଷିୟ ପୁଅର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା’ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁସାରେ ସ୍କୁଟିରେ ପୁଅକୁ ସ୍କୁଲରୁ ଘରକୁ ଆଣୁଥିଲେ ଗାନ୍ଧୀ ପଡ଼ିଆ ଅଞ୍ଚଳର ବୈଜୟନ୍ତୀ ଦାସ । ଏହି ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ୟାଙ୍କର ସ୍କୁଟିକୁ ଧକ୍କା ଦେଇଥିଲାContinue reading “ସ୍କୁଟିକୁ ଧକ୍କା ଦେଲା ଟ୍ୟାଙ୍କର : ୫ବର୍ଷ ପୁଅର ମୃତ୍ୟୁ, ମା’ ଗୁରୁତର ଆହତ; ଗାଁ ଲୋକଙ୍କ ରାସ୍ତାରୋକ”
Tag Archives: News
ବଣୁଆ ହାତୀ ପଲଙ୍କ ଆତଙ୍କ : ଧାନ ଫସଲ ଖାଇବା ସହ ନଷ୍ଟ କରୁଛନ୍ତି ୧୮ଟିକିଆ ହାତୀପଲ, ଚିନ୍ତାରେ ଚାଷୀ
କନକ ବ୍ୟୁରୋ : କେନ୍ଦୁଝରରେ ବଣୁଆ ହାତୀ ଆତଙ୍କ । ଧାନ ବିଲରେ ପଶି ଧାନ ଖାଇବା ସହ ନଷ୍ଟ କରୁଛନ୍ତି ଫସଲ । ଗତକାଲି ରାତିରେ ୧୮ ଟିକିଆ ହାତୀପଲ କେନ୍ଦୁଝର ସଦର ରେଞ୍ଜ କେରି ଗାଁକୁ ପଶି ଆତଙ୍କ ଖେଳାଇଛନ୍ତି । କେରି, ବାଘୁଆସାହି ଓ ପାଟଧନୁର୍ଜୟପୁରୁ ଗାଁ ଚାଷୀଙ୍କର ବ୍ୟାପକ ଫସଲ ନଷ୍ଟ କରିଛନ୍ତି ହାତୀପଲ । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ଗ୍ରାମବାସୀ ଏକାଠି ହୋଇ ଟର୍ଚ୍ଚ ଲାଇଟ୍,Continue reading “ବଣୁଆ ହାତୀ ପଲଙ୍କ ଆତଙ୍କ : ଧାନ ଫସଲ ଖାଇବା ସହ ନଷ୍ଟ କରୁଛନ୍ତି ୧୮ଟିକିଆ ହାତୀପଲ, ଚିନ୍ତାରେ ଚାଷୀ”
ମ୍ୟାଚ୍ ଜିତିଲା ଅଷ୍ଟ୍ରେଲିଆ, ହୃଦୟ ଜିତିଲେ ୱାର୍ଣ୍ଣର ।
କନକ ବ୍ୟୁରୋ : ବିଶ୍ୱକପରେ ୨ଟି ମ୍ୟାଚରେ ଲଗାତାର ପରାଜୟ ପରେ ୩ୟ ମ୍ୟାଚରେ ବିଜୟ ସହ ପଏଣ୍ଟ ଟେବୁଲରେ ଖାତା ଖୋଲିଛି କଙ୍ଗାରୁ ଦଳ । ଶ୍ରୀଲଙ୍କା ବିପକ୍ଷରେ ସହଜସାଧ୍ୟ ବିଜୟ ସହ ପଏଣ୍ଟ ଟେବୁଲର ଶେଷ ସ୍ଥାନରୁ ୮ମ ସ୍ଥାନକୁ ଉଠିଛି ଅଷ୍ଟ୍ରେଲିଆ । ୨୧୦ ରନର ବିଜୟ ଲକ୍ଷ୍ୟକୁ ବେଶ ସହଜରେ ହାସଲ କରିଥିଲା ଅଷ୍ଟ୍ରେଲିଆ । ତେବେ ଏହି ମ୍ୟାଚରେ ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ ୱାର୍ଣ୍ଣର ସମସ୍ତଙ୍କର ମନ ଜିଣିଛନ୍ତି ।Continue reading “ମ୍ୟାଚ୍ ଜିତିଲା ଅଷ୍ଟ୍ରେଲିଆ, ହୃଦୟ ଜିତିଲେ ୱାର୍ଣ୍ଣର ।”
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ : ପ୍ରଭାବରେ ୩ଦିନ ରାଜ୍ୟରେ ବର୍ଷା ଆକଳନ
କନକ ବ୍ୟୁରୋ : ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ । ପ୍ରଭାବରେ ୩ଦିନ ରାଜ୍ୟରେ ବର୍ଷା ଆକଳନ କରାଯାଇଛି । ୧୮ରୁ ୨୦ ତାରିଖ ଯାଏଁ ବର୍ଷା ପୂର୍ବାନୁମାନ କରାଯାଇଛି । ଘୂର୍ଣ୍ଣଝଡ ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା । ୧୮ ତାରିଖରେ ୧୧ଜିଲ୍ଲାରେ ବର୍ଷା ଆକଳନ କରାଯାଇଛି । ୧୯ ତାରିଖରେ ୮ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ବେଳେ ୨୦ ତାରିଖରେ ୭ଜିଲ୍ଲାରେ ବର୍ଷା ନେଇ ଆକଳନ କରାଯାଇଛି । TheContinue reading “ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ : ପ୍ରଭାବରେ ୩ଦିନ ରାଜ୍ୟରେ ବର୍ଷା ଆକଳନ”
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ : ମୋଦୀଙ୍କ ସହ ୩୦ ମିନିଟ୍ ଧରି ଆଲୋଚନା; ସାକ୍ଷାତରେ କ’ଣ ହେଲା ରାଜନୀତିରେ ଚର୍ଚ୍ଚା
କନକ ବ୍ୟୁରୋ : ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଭେଟ ଓଡିଶାରେ ବଢିଲା ରାଜନୈତିକ ଚର୍ଚ୍ଚା । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଓ ଦୀର୍ଘ ସମୟ ଧରି ଆଲୋଚନା କରିବା ପରେ ଚର୍ଚ୍ଚାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ । ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ୍ କରିଛନ୍ତି ଭର୍ତ୍ତୃହରି । ପ୍ରାୟ ୩୦ ମିନିଟ୍ ଧରି ପ୍ରଧାନମନ୍ତ୍ରୀଙ୍କ ସହ ସେ ଆଲୋଚନା କରିଥିବା ଜଣାପଡିଛି । ଯଦିଓ କୌଣସି ରାଜନୈତିକ ଚର୍ଚ୍ଚା ହୋଇନାହିଁ ବରଂ ଏକContinue reading “ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ : ମୋଦୀଙ୍କ ସହ ୩୦ ମିନିଟ୍ ଧରି ଆଲୋଚନା; ସାକ୍ଷାତରେ କ’ଣ ହେଲା ରାଜନୀତିରେ ଚର୍ଚ୍ଚା”
ବରିଷ୍ଠ ନାଗରିକମାନଙ୍କ ଗୋଷ୍ଠୀ “ସଂଯୋଗ”ର ତୃତୀୟ ବାର୍ଷିକ ସମାବେଶ
ଭୁବନେଶ୍ୱର ସ୍ଥିତ ହ୍ୟୁମାନ ପୋଟେନସିଆଲ ଡେଭଲପମେଂଟ ଟ୍ରଷ୍ଟ ଦ୍ୱାରା ୨୦୨୦ ମସିହା ଅକ୍ଟୋବର ମାସରେ ହ୍ୱାଟସଆପ ମାଧ୍ୟମରେ ଗଠିତ ବରିଷ୍ଠ ନାଗରିକମାନଙ୍କର ଗୋଷ୍ଠୀ“ସଂଯୋଗ”ର ଅକ୍ଟୋବର ୧୫ ତାରିଖ ରବିବାର ଦିନ ୩ୟ ବାର୍ଷିକ ଉତ୍ସବ ଓ ସାଂସ୍କୃତିକ ସମାରୋହ ସ୍ଥାନୀୟ ଫକୀର ମୋହନ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୭୦ ଜଣ ବରିଷ୍ଠ ନାଗରିକଯୋଗ ଦେଇଥିଲେ । ଅନୁଷ୍ଠାନର ସଦସ୍ୟସଦସ୍ୟାମାନଙ୍କ ଦ୍ୱାରା ପ୍ରାୟୋଜିତ ତଥା ଅଭିନୀତ ନାଟକ, ସଙ୍ଗୀତ, ଯୁଗଳବନ୍ଦୀ, ତବଲାବାଦନ ଆଦି କାର୍ଯ୍ୟକ୍ରମମାନContinue reading “ବରିଷ୍ଠ ନାଗରିକମାନଙ୍କ ଗୋଷ୍ଠୀ “ସଂଯୋଗ”ର ତୃତୀୟ ବାର୍ଷିକ ସମାବେଶ”
ନବରାତ୍ରି ଅବସରରେ ୱାଣ୍ଡର ୱାର୍ଲ୍ଡ ୱାଟର ପାର୍କ ଆଣ୍ଡ ରିସୋର୍ଟକୁ ଆସନ୍ତୁ; ପାର୍ବଣକୁ କରନ୍ତୁ ଅବିସ୍ମରଣୀୟ
ଅକ୍ଟୋବର ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ପୁରୀ ମାଳତୀପାଟପୁରସ୍ଥିତ ୱାଣ୍ଡର ୱାର୍ଲ୍ଡ ୱାଟର ପାର୍କ ଆଣ୍ଡ ରିସୋର୍ଟରେ ଓଡ଼ିଶାର ବୃହତ୍ତମ ଦାଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରତ୍ୟେକଦିନ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଡିଜେ/ଇଡିଏମ୍ ବିଟ୍, ଖ୍ୟାତନାମା ଗାୟକଙ୍କ ଗୀତ ଲାଇଭ୍ ଉପଭୋଗ କରିପାରିବେ ଏବଂ ସ୍ୱାଦିଷ୍ଟ ନବରାତ୍ରି ସ୍ପେଶାଲ୍ ଖାଦ୍ୟର ମଜାନେଇ ଏକ ଅବିସ୍ମରଣୀୟ ଅନୁଭୂତି ହାସଲ କରିପାରିବେ। ଯେଉଁମାନେ ଏହି ଉତ୍ସବରେContinue reading “ନବରାତ୍ରି ଅବସରରେ ୱାଣ୍ଡର ୱାର୍ଲ୍ଡ ୱାଟର ପାର୍କ ଆଣ୍ଡ ରିସୋର୍ଟକୁ ଆସନ୍ତୁ; ପାର୍ବଣକୁ କରନ୍ତୁ ଅବିସ୍ମରଣୀୟ”
ସମଲିଙ୍ଗୀ ବିବାହକୁ ନା : ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ; ସିଜେଆଇ କହିଲେ, ଆଇନ ତିଆରି କରିପାରିବ ନାହିଁ କୋର୍ଟ
କନକ ବ୍ୟୁରୋ : ମିଳିଲାନି ସମଲିଙ୍ଗୀ ବିବାହକୁ ଅନୁମତି । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଶୁଣାଣି କରି ଏହି ରାୟ ଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି, ସ୍ୱତନ୍ତ୍ର ବିବାହ ଆଇନ ଆଣିବା ଅଧିକାର କୋର୍ଟଙ୍କ ପାଖରେ ନାହିଁ । ସଂସଦ ଦ୍ୱାରା ଆଇନ୍ ଆସିଲେ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ମିଳିପାରିବ । ସମଲିଙ୍ଗୀ ବିବାହ ମାମଲାରେ ସିଜେଆଇଙ୍କ ସମେତ ଜଷ୍ଟିସ୍ କୌଲ୍, ଜଷ୍ଟିସ୍ ଏସ ରବିନ୍ଦ୍ର ଭଟ୍ଟ, ଜଷ୍ଟିସ୍ ପିଏମ୍Continue reading “ସମଲିଙ୍ଗୀ ବିବାହକୁ ନା : ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ; ସିଜେଆଇ କହିଲେ, ଆଇନ ତିଆରି କରିପାରିବ ନାହିଁ କୋର୍ଟ”
ଭୟଙ୍କର ପିରାନହା ମାଛକୁଣ୍ଡରେ ପକେଇ ଆର୍ମି ଜେନେରାଲଙ୍କୁ ହତ୍ୟା : ଉତ୍ତରକୋରିଆର ଶାସକ କିମ ଜୋଙ୍ଗ ଉନଙ୍କ ବର୍ବରତା
କିମ ଜୋଙ୍ଗ ଉନ ଏହି ପ୍ରକାରେ ଅତି କମରେ ୧୬ ଜଣ ଜେନେରାଲଙ୍କୁ ହତ୍ୟା କରିଥିବା ଜଣାଯାଇଛି। କୁହାଯାଏ ଯେ ଏହାପୂର୍ବରୁ କିମଙ୍କ ସେନା ମୁଖ୍ୟ ଏବଂ ଉତ୍ତର କୋରିଆର ସେଣ୍ଟ୍ରାଲ ବ୍ୟାଙ୍କର ସିଇଓଙ୍କୁ ମଧ୍ୟ ସମାନ ଢଙ୍ଗରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଉତ୍ତର କୋରିଆ ଶାସକ କିମ ଜୋଙ୍ଗ ଉନ ନିଜ ସେନାର ଜଣେ ଜେନେରାଲଙ୍କୁ ଶହ ଶହ ପିରାନହା ମାଛ ଭର୍ତ୍ତି ଏକ ଟାଙ୍କିରେ ଫିଙ୍ଗି ହତ୍ୟା କରିଥିବା ଜଣାଯାଇଛି। ବ୍ରିଟେନ ସ୍ଥିତ ଦୈନିକContinue reading “ଭୟଙ୍କର ପିରାନହା ମାଛକୁଣ୍ଡରେ ପକେଇ ଆର୍ମି ଜେନେରାଲଙ୍କୁ ହତ୍ୟା : ଉତ୍ତରକୋରିଆର ଶାସକ କିମ ଜୋଙ୍ଗ ଉନଙ୍କ ବର୍ବରତା”
ସମଲିଙ୍ଗୀଙ୍କ ଦାବି କ’ଣ ? କେଉଁ ଦେଶରେ ସମଲିଙ୍ଗୀ ବିବାହକୁ ମିଳିଛି ସ୍ୱୀକୃତୀ ?
କନକ ବ୍ୟୁରୋ : ସମଲିଙ୍ଗୀ ବିବାହକୁ ନେଇ ଆଇନ ଗଢିବା କ୍ଷମତା କୋର୍ଟଙ୍କ ନିକଟରେ ନାହିଁ । ହେଲେ ସେମାନଙ୍କୁ ବିବାହ ପାଇଁ ଅନୁମତି ମିଳିବା ଉଚିତ । ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣିବେଳେ କିଛି ଏଭଳି ମତ ରଖିଛନ୍ତି ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ । ସମଲିଙ୍ଗୀ ସମ୍ପର୍କକୁ ନେଇ ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତେବେ କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ସମର୍ଥନ କରୁContinue reading “ସମଲିଙ୍ଗୀଙ୍କ ଦାବି କ’ଣ ? କେଉଁ ଦେଶରେ ସମଲିଙ୍ଗୀ ବିବାହକୁ ମିଳିଛି ସ୍ୱୀକୃତୀ ?”